ରାଜ୍ୟ |

ଛାତ୍ର ସଂସଦ ଆନ୍ଦୋଳନ ପ୍ରତ୍ୟାହୃତ

ଛାତ୍ର ସଂସଦ ଆନ୍ଦୋଳନ ପ୍ରତ୍ୟାହୃତ
ବାରିପଦା ଅଫିସ,୮।୩: ବାରିପଦା ତକତପୁରସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟରେ ଦୀର୍ଘ ବର୍ଷ ହେବ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଛାତ୍ର ସଂସଦ ପକ୍ଷରୁ ଗତ ମଙ୍ଗଳବାରଠାରୁ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ ଜାରି ରହିଥିଲା। ତେବେ କର୍ତ୍ତୃପକ୍ଷ ଏହି ଘଟଣା ସମାଧାନ ପ୍ରତି ତତ୍ପରତା ନ ଦେଖାଇବାରୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଛି। ବାରିପଦା ଉପଜିଲାପାଳ ମହମ୍ମଦ ଅବଦୁଲ ଅଖତର ଗୁରୁବାର ଅପରାହ୍ନରେ ବିଶ୍ୱବିଦ୍ୟାଳୟରେ ପହଞ୍ଚତ୍ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହିତ କୁଳପତି ପ୍ରଦୀପ ଚାନ୍ଦଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ଛାତ୍ରୀଛାତ୍ରଙ୍କ ଦାବିଗୁଡିକ ସମ୍ପର୍କରେ ଆସନ୍ତା ୧୪ ତାରିଖରେ ସିଣ୍ଡିକେଟ ବୈଠକରେ ଆଲୋଚନା କରାଯାଇ ସମାଧାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ର ସଂସଦ ଆନ୍ଦୋଳନ ପ୍ରତ୍ୟାହାର କରିଛି। ସୂଚନା ମୁତାବକ ବିଶ୍ୱ ବିଦ୍ୟାଳୟ ପରିସରରେ ପୋଲିସ ଫାଣ୍ଡି, ଏଟିଏମ କାଉଣ୍ଟର, ଛାତ୍ରାବାସକୁ ରାସ୍ତା, ଆକ୍ୱାଗାର୍ଡ ବ୍ୟବସ୍ଥା, ବ୍ୟାୟାମ ଉପକରଣ, ୩ ଟି ସାଇକେଲ ଷ୍ଟାଣ୍ଡ, ଆବଶ୍ୟକ ବେଞ୍ଚ ଡେସ୍କ ଓ ଯୋଗ କ୍ଳାସ ପାଇଁ ଦରି ଶୀଘ୍ର ଯୋଗାଇ ଦିଆଯିବ ବୋଲି ଆଲୋଚନାରେ ସ୍ଥିର ହୋଇଛି। ଏହା ସହିତ ଛାତ୍ର ସଂସଦର ବହୁ ପ୍ରସ୍ତାବିତ ସ୍ନାତକୋତ୍ତର ଭାଷା ବିଦ୍ୟାଳୟ(ଓଡିଆ, ସଂସ୍କୃତ, ହିନ୍ଦୀ, ଇଂଲିଶ) ବିଭାଗ ଗୁଡିକ ସହିତ ବିଶ୍ୱବିଦ୍ୟାଳୟର ସର୍ବପୁରାତନ ବିଭାଗ ନୃତତ୍ତ୍ୱ ଏବଂ ଆଦିବାସୀ ଶିକ୍ଷା ବିଭାଗ ଏବଂ ଶିକ୍ଷା ବିଭାଗ ଓ ଅନ୍ୟାନ୍ୟ ଏସଏଫସି ବିଭାଗଗୁଡିକୁ ରେଗୁଲାର କରିବା, କେନ୍ଦୁଝରସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସଠାରେ ସ୍ନାତକୋତ୍ତର ଭାଷା ବିଦ୍ୟାଳୟ(ଓଡିଆ, ସଂସ୍କୃତ, ହିନ୍ଦୀ, ଇଂଲିଶ) ବିଭାଗଗୁଡିକର ୧୧ ଗୋଟି ଶିକ୍ଷକ ପଦବୀଗୁଡିକୁ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ବାରିପଦାକୁ ପ୍ରଦାନ କରିବା, ଏସଏଫସି ବିଭାଗଗୁଡିକରେ ଖାଲି ପଡିଥିବା ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଶିଘ୍ର ପୂରଣ କରିବା ଆଦି ଦାବି ସମ୍ପର୍କରେ ସିଣ୍ଡିକେଟ ବୈଠକରେ ଆଲୋଚନା ହେବ ବୋଲି କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକ, ସାଧାରଣ ସମ୍ପାଦକ ରଜତ କୁମାର ଘୋଷ, ଛାତ୍ର ନେତା ସୁନୀଲ ନାୟକ, ଶଂକର୍ଷଣ ପଣ୍ଡା, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ।
All Right Reserved By

ରାଜ୍ୟ |

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର ଅଫିସ,୧୦।୧୨: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି ୫ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶାର ଚାନ୍ଦିପୁରଠାରେ ଥିବା ଡ. ଅବଦୁଲ କଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାକୁ ସୋମବାର ଦିନ ପ୍ରାୟ ୧ଟା ୩୦ ମିନିଟରେ ପରୀକ୍ଷଣ କରାଯାଇଛି।

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ  ଘଟଣା:  ଲୋ ଭୋଲ୍‌ଟେଜ ପ୍ରତିବାଦରେ  କଂଗ୍ରେସର ଧାରଣା

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ ଘଟଣା: ଲୋ ଭୋଲ୍‌ଟେଜ ପ୍ରତିବାଦରେ କଂଗ୍ରେସର ଧାରଣା

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଗୋପାଳପୁରଠାରେ ଶକ୍ତିବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ୩୩/୧୧ କେଭି ବିଦ୍ୟୁତ୍‌ ସବ୍‌ଷ୍ଟେଶନକୁ ଉଦ୍‌ଘାଟନ କରିବାର ୧ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ମାତ୍ର ଏହା ଲୋକଙ୍କ ସେବାରେ ଲାଗିପାରି ନାହିଁ। 

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ବରଗଡ଼ ଅଫିସ୍‌,୧୦।୧୨: ଭୂମି ନାହିଁ ତ ଭୋଟ୍‌ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ସୋମବାର ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ପୁରୀ ଅଫିସ,୧୦।୧୨: ନବ ନିର୍ମାଣ କୃଷକ ସଙ୍ଗଠନ ପୁରୀ ଜିଲା ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

କଟକରୋଡ, ୧୦।୧୨(ଡି.ଏନ.ଏ): ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ  ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  କନ୍ଦରସିଂହା ପଞ୍ଚାୟତ ଖଳିବାହଳ ସାହିର ଜଣେ ମହିଳାଙ୍କ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। 

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ଚନ୍ଦ୍ରଗିରି,୧୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା କିଡ଼ାସିଂ  ଗ୍ରାମରେ  ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ  ଅଧିକ  ଆହତ

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ ଅଧିକ ଆହତ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ,): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ଖଇରାମୁଣ୍ଡା ଛକଠାରେ ସୋମବାର ଭୋର ୪ଟାରେ  ଏକ ଦୁର୍ଘଟଣା ଘଟିଛି।

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ଖୁଣ୍ଟୁଣୀ, ୧୦।୧୨(ଡି.ଏନ.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର  ପାର୍ବତୀପୁର ଗ୍ରାମରେ ରବିବାର ଏକ ଭୋଜିରୁ ବଳିଥିବା ବାସି ଖାଦ୍ୟକୁ ସୋମବାର ସକାଳୁ ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଅସୁସ୍ଥ ହୋଇଛନ୍ତି।

ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଭଣ୍ଡୁର କରିିବାକୁ ଉଦ୍ୟମ

କେନ୍ଦୁଝର, ୧୦।୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ସୋମବାର ଦିନ ହେବାକୁ ଥିବା ନବ ନିର୍ମାଣ କୃଷକ ସଂଗଠନ ଅନଶନ ଧର୍ମଘଟକୁ ପୋଲିସ ଭଣ୍ଡୁର କରିଦେଇଛି ା ପୋଲିସ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ଧର୍ମଘଟ ସ୍ଥଳକୁ ଭାଙ୍ଗି ଦେଇଥିବାବେଳେ ବିଭିନ୍ନ ସ୍ଥାନରେ ସଂଗଠନର ନେତାମାନଙ୍କୁ ଅଟକ ରଖାଯାଇଥିବା ଜଣାପଡିଛିା ଫଳରେ ଏହାକୁ ନେଇ ଚାଷୀ ଓ ଚାଷୀ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛିା

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ବଇଣ୍ଡା, ୧୦।୧୨(ଡିଏନଏ): ଅନୁଗୋଳ ଜିଲା ଆଠମଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ହୋଇଥିଲା।

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଯାଜପୁର ଅଫିସ/ଛତିଆ, ୧୦।୧୨: ୧୬ ନମ୍ବର ଜାତୀୟ ରାଜପଥର ଛତିଆ  ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳ ୭ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି।