ଜାତୀୟ |

କେରଳରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଟାର୍ଗେଟ

କେରଳରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଟାର୍ଗେଟ
କନ୍ନୁର/ମାଡ୍ରାସ,୮।୩(ପି.ଟି.) :ତ୍ରିପୁରାରେ ଭ୍ଲାଦିମିର ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ପରେ ସୃଷ୍ଟି ହୋଇଥିବା ହିଂସା ସାରା ଦେଶକୁ ବ୍ୟାପିବାରେ ଲାଗିଛି। ତାମିଲନାଡୁର ଭେଲ୍ଲୋରରେ ଦ୍ରାବିଡ ଆନ୍ଦୋଳନର ଅଗ୍ରଦୂତ ପେରିୟାର, କଲିକତାରେ ଜନସଂଘ ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଉତ୍ତରପ୍ରଦେଶର ମିରଟରେ ସମ୍ବିଧାନ ପ୍ରଣେତା ବି.ଆର. ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତି ଉପରେ ଅସହିଷ୍ଣୁ ଲୋକେ ରାଗ ଶୁଝାଇବା ପରେ ଗୁରୁବାର କେରଳର କନ୍ନୁରରେ ଜାତିର ପିତା ମହାମତ୍ା ଗାନ୍ଧୀଙ୍କ ମୂର୍ତ୍ତିକୁ ଟାର୍ଗେଟ କରିଛନ୍ତି। ଏହାକୁ ଦେଶବ୍ୟପାୀ ନିନ୍ଦା କରାଯାଇଛି। କନ୍‌ୁର ଜିଲା ତାଲିପରମ୍ବା ସହରର ତାଲୁକ୍‌ ଅଫିସ ନିକଟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଜଣେ ଦୃର୍ବୃତ୍ତ ଭାଙ୍ଗିଦେବାକୁ ଉଦ୍ୟମ କରିଛନ୍ତି। ସେ ଗାନ୍ଧୀ ମୂର୍ତ୍ତିକୁ ଟେକା ମାରି ଚଷମା ଭାଙ୍ଗି ଦେଇଛନ୍ତି। ଏହାସହ ପ୍ରତିମୂର୍ତ୍ତିକୁ ବିକୃତ କରିଦେଇଛନ୍ତି। ଅତିରିକ୍ତ ତହସିଲଦାର ସି.ଭି. ପ୍ରକାଶନ୍‌ଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଛି। ଏହାସହ ସିସିଟିଭି କ୍ୟାମେରା ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା କରୁଛି। ସେହିପରି ତାମିଲନାଡୁର ରାଜଧାନୀ ମାଡ୍ରାସସ୍ଥିତ ତିରୁଭୋତ୍ରିୟୁର ଅଞ୍ଚଳରେ ଆମ୍ବେଡ୍‌କରଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତିକୁ ମଧ୍ୟ କେତେଜଣ ଦୁର୍ବୃତ୍ତ ବିକୃତ କରିଦେଇଛନ୍ତି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଡିସିପି ଜି.ଶଶାଙ୍କ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ଉତ୍ତେଜନା ହ୍ରାସ ପାଇଛି।
All Right Reserved By

ଜାତୀୟ |

ମୋବାଇଲ୍‌ ଆଲୋକରେ ଗର୍ଭବତୀଙ୍କ ହେଲା ଅପରେଶନ

ମୋବାଇଲ୍‌ ଆଲୋକରେ ଗର୍ଭବତୀଙ୍କ ହେଲା ଅପରେଶନ

ଇନ୍ଦୋର,୨୩।୯: ମଧ୍ୟପ୍ରଦେଶ ଆମ୍ବେଡ଼କର ହସ୍ପିଟାଲରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଗର୍ଭବତୀଙ୍କ ପ୍ରସବ ଅପରେଶନ ମୋବାଇଲ୍‌ ଆଲୋକରେ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। 

ଧାର୍ମିକ ନେତା ସମଲିଙ୍ଗୀ ରାଜକୁମାରଙ୍କ ସହ ଶାରୀରିକ ସମ୍ପର୍କ ଲାଗି ଦେଇଥିଲେ ପ୍ରସ୍ତାବ

ଧାର୍ମିକ ନେତା ସମଲିଙ୍ଗୀ ରାଜକୁମାରଙ୍କ ସହ ଶାରୀରିକ ସମ୍ପର୍କ ଲାଗି ଦେଇଥିଲେ ପ୍ରସ୍ତାବ

ଅହମ୍ମଦାବାଦ୍‌,୨୩।୯: ଗୁଜରାଟ ରାଜପିପଲା ରାଜପରିବାର ସଦସ୍ୟ ସମଲିଙ୍ଗୀ ରାଜକୁମାର ମାନବେନ୍ଦ୍ର ସିଂ ଗୋହିଲାଙ୍କ ମନ୍ତବ୍ୟ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। 

ହିଜବୁଲ୍‌ ଟାର୍ଗେଟ୍‌ରେ ୩୦ ପୋଲିସ କର୍ମଚାରୀ ଓ ଯବାନ

ହିଜବୁଲ୍‌ ଟାର୍ଗେଟ୍‌ରେ ୩୦ ପୋଲିସ କର୍ମଚାରୀ ଓ ଯବାନ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନ୍‌ ୩୦ ପୋଲିସ କର୍ମଚାରୀ ଏବଂ ଯବାନଙ୍କୁ ଟାର୍ଗେଟ୍‌ କରିଛି। ହିଜବୁଲ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଏବଂ ଯବାନଙ୍କ ନାମ ରହିଛି।

ବିଦାୟ ନେଲେ ଗଣପତି

ବିଦାୟ ନେଲେ ଗଣପତି

ମୁମ୍ବାଇ,୨୩।୯: ଦୀର୍ଘ ୧୦ ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନ ବିନାଶକ। ମହାରାଷ୍ଟ୍ରରେ ଗଣେଶଙ୍କର ବିଶେଷ ପୁଜା କରାଯାଉଥିବା ବେଳେ ରବିବାର ଶ୍ରଦ୍ଧାଳୁମାନେ ବିଦାୟ ଦେଇଛନ୍ତି ବିଦ୍ୟାଦାତା ଗଣେଶଙ୍କୁ।

ଆଶ୍ରୟ ଗୃହରେ ୧୮ ଯୁବତୀଙ୍କୁ ଦିଆଯାଉଥିଲା ଗର୍ଭ ନିରୋଧକ ଇଞ୍ଜେକସନ୍‌

ଆଶ୍ରୟ ଗୃହରେ ୧୮ ଯୁବତୀଙ୍କୁ ଦିଆଯାଉଥିଲା ଗର୍ଭ ନିରୋଧକ ଇଞ୍ଜେକସନ୍‌

ଗ୍ବାଲିୟର,୨୩।୯: ମଧ୍ୟପ୍ରଦେଶ ଗ୍ବାଲିୟର ବିଲୋଆ ଥାନା ଅନ୍ତର୍ଗତ ଅଡୁପୁରାରେ ଥିବା ଏକ ଆଶ୍ରୟ ଗୃହରେ ଅନ୍ତେବାସୀ ଯୁବତୀଙ୍କୁ ନିୟମିତ ଗର୍ଭନିରୋଧକ ଇଞ୍ଜେକସନ୍‌ ଦିଆଯାଉଥିବା ଅଭିଯୋଗ ହୋଇଛି। 

ଟଙ୍କା ମାଗିବାରୁ ଥାନା ବାବୁଙ୍କ ଝିଅଙ୍କୁ କଲେ ବଳାତ୍କାର

ଟଙ୍କା ମାଗିବାରୁ ଥାନା ବାବୁଙ୍କ ଝିଅଙ୍କୁ କଲେ ବଳାତ୍କାର

ଭୋପାଳ,୨୩।୯: ମଧ୍ୟପ୍ରଦେଶ ବାଗସେବାନିଆରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଥାନାବାବୁଙ୍କ ୨୫ ବର୍ଷ ବୟସ୍କ ଝିଅଙ୍କୁ  ୪ ଜଣ ଯୁବକ ଏକ ଢ଼ାବାକୁ ଡାକି କରିଛନ୍ତି ବଳାତ୍କାର। 

ରାଜକୀୟ ଢଙ୍ଗରେ ହେଲା ଇଶାଙ୍କ ନିର୍ବନ୍ଧ

ରାଜକୀୟ ଢଙ୍ଗରେ ହେଲା ଇଶାଙ୍କ ନିର୍ବନ୍ଧ

ମୁମ୍ବାଇ,୨୩।୯: ଭାରତର ଏକ ନମ୍ବର ଧନୀ ନିତା ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇସା ଅମ୍ବାନୀଙ୍କ ବିବାହ ପୁର୍ବର ଓ ପରର ପ୍ରତିଟି ମୁହୂର୍ତ୍ତକୁ ଅପାସୋରା କରିବାକୁ ଚାହିଁଛନ୍ତି ଅମ୍ବାନୀ ପରିବାର। 

ଦେହ ବ୍ୟବସାୟ କରୁଥିବା ୪ ବିବାହିତା ମହିଳା ଗିରଫ

ଦେହ ବ୍ୟବସାୟ କରୁଥିବା ୪ ବିବାହିତା ମହିଳା ଗିରଫ

ପାଟନା,୨୩।୯: ବିହାର ରାଜଧାନୀ ପାଟନାର କୋତବାଲି ଥାନା ଅଧିନରେ ଥିବା ଏକ ହୋଟେଲରେ ସେକ୍ସ ର଼୍ୟାକେଟ ଚାଲୁଥିବା ଜଣାପଡିବା ପରେ ପୋଲିସ ଶନିବାର ସେଠାରେ ଚଢାଉ କରିଥିଲା। 

ମୋବାଇଲ୍‌ ଚୋରି ଅଭିଯୋଗ: ନାବାଳକଙ୍କୁ ବିବସ୍ତ୍ର କରି ପିଟିଲେ

ମୋବାଇଲ୍‌ ଚୋରି ଅଭିଯୋଗ: ନାବାଳକଙ୍କୁ ବିବସ୍ତ୍ର କରି ପିଟିଲେ

ପାଟନା,୨୩।୯: ବିହାର ଫୁଲଓ୍ବାରୀଶରୀଫ୍‌ରେ ଜଣେ ନାବାଳକଙ୍କୁ ମୋବାଇଲ୍‌ ଚୋରି ଅଭିଯୋଗରେ ବିବସ୍ତ୍ର କରି ଗଛରେ ବାନ୍ଧି ପିଟିଛନ୍ତି କିଛି ଲୋକ। ସ୍ଥାନୀୟ ଇସାପୁର ଅଧପା ମୋହଲାରେ ଘଟିଛି ଏହି ଅଘଟଣ। 

ଆୟୁଷ୍ମାନ ଭାରତ: ୧୧ କୋଟି ପରିବାର ହେବେ ଲାଭାନ୍ବିତ

ଆୟୁଷ୍ମାନ ଭାରତ: ୧୧ କୋଟି ପରିବାର ହେବେ ଲାଭାନ୍ବିତ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଞ୍ଚିଠାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ କରିବେ। ଏହାଦ୍ୱାରା ଦେଶର ୧୧କୋଟି ପରିବାର ପ୍ରାୟ ୫୦ କୋଟି ଲୋକ ଲାଭାନ୍ବିତ ହେବେ। 

ପରଲୋକରେ କଳ୍ପନା ଲାଜମୀ

ପରଲୋକରେ କଳ୍ପନା ଲାଜମୀ

ମୁମ୍ବାଇ, ୨୩।୯: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କର ରବିବାର ଭୋର୍‌ ୪ଟା ୩୦ରେ ୬୪ ବର୍ଷରେ ପରଲୋକ ହୋଇଯାଇଛି। ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଥିଲେ। 

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।