ମନୋରଞ୍ଜନ |

ଫିଲ୍ମ ଫ୍ରାଇଡେ’: ରିଲିଜ୍‌ ହେବ ‘ହେଟ୍‌ ଷ୍ଟୋରି-୪’

ଫିଲ୍ମ ଫ୍ରାଇଡେ’: ରିଲିଜ୍‌ ହେବ ‘ହେଟ୍‌ ଷ୍ଟୋରି-୪’
ଭୁବନେଶ୍ୱର,୮।୩(ବ୍ୟୁରୋ)-ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ୍‌ ହେବ ତିନି ତିନୋଟି ହିନ୍ଦୀ ଫିଲ୍ମ। ଗତଥର ରିଲିଜ୍‌ ହୋଇଥିବା ଅନୁଷ୍କା ଶର୍ମାଙ୍କ ‘ପରୀ’ ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରି ନ ଥିବା ବେଳେ ଏଥର ଓ୍ବିକେଣ୍ଡ କିନ୍ତୁ ୩ଟି ଭିନ୍ନ ସ୍ବାଦର ଫିଲ୍ମ ଦେଖିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ଏରୋଟିକ୍‌ ଥ୍ରୀଲର ଫିଲ୍ମ ‘ହେଟ୍‌ ଷ୍ଟୋରି’ ସିରିଜ୍‌ର ୪ର୍ଥ ଫିଲ୍ମ ‘ହେଟ୍‌ ଷ୍ଟୋରି-୪’ ସହ ଆଉ ଦୁଇଟି ଫିଲ୍ମ ‘ଦିଲ୍‌ ଜଙ୍ଗ୍‌ଲୀ’ ଓ ‘ଥ୍ରୀ ଷ୍ଟୋରେଜ୍‌’ ଚଳିତ ଶୁକ୍ରବାର ମୁକ୍ତିଲାଭ କରିବ। ଏହାସହ ଆମେରିକାନ୍‌ ଆକ୍ସନ ଓ ଆଡ୍‌ଭେଞ୍ଚର ଫିଲ୍ମ ‘ଟମ୍‌ ରେଡର’ ମଧ୍ୟ ଏଥର ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହେବାକୁ ଯାଉଛି। ବିଶାଲ ପାଣ୍ଡ୍ୟାଙ୍କ ନିର୍ଦ୍ଦେଶିତ ‘ହେଟ୍‌ ଷ୍ଟୋରି-୪’ର ଲିଡ୍‌ରୋଲରେ ରହିଛନ୍ତି ଉର୍ବଶୀ ରଟେଲା ଓ କରନ ଓ୍ବାହି। ଫିଲ୍ମରେ ଉର୍ବଶୀ ଓ କରନଙ୍କ ହଟ୍‌ କେମେଷ୍ଟ୍ରି ବିଶେଷ ଆକର୍ଷଣ ହୋଇଥିବା ବେଳେ ପ୍ରତିଥର ଭଳି ଏଥର ମଧ୍ୟ ସମୀର ଆରୋରାଙ୍କ କାହାଣୀ ଦର୍ଶକଙ୍କୁ ଆକୃଷ୍ଟ କରିବ। ସବୁଠାରୁ ବଡ଼କଥା ହେଲା, ହେଟ୍‌ ଷ୍ଟୋରିର ଏହି ସିକ୍ୟୁଏଲ୍‌ ଏକ ସତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ସେହିଭଳି ରିଲିଜ୍‌ ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ପ୍ରତ୍ୟେକ ଗୀତ ସୁପରହିଟ୍‌ ହୋଇଥିବାରୁ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ପ୍ରେମ, ପ୍ରତାରଣା ଓ ପ୍ରତିଶୋଧର କାହାଣୀକୁ ନେଇ ପ୍ରସ୍ତୁତ ‘ହେଟ୍‌ ଷ୍ଟୋରି-୪’ର ଅନ୍ୟାନ୍ୟ ଭୂମିକାରେ ଭିଭାନ ଭାଟେନା, ଇହାନା ଧିଲନ୍‌, ଗୁଲଶନ ଗ୍ରୋଭର ଏବଂ ରିତା ସିଡ୍ଡିକିଙ୍କୁ ଦେଖିବାକୁ ମିଳିବ। ସେହିଭଳି ଅର୍ଜୁନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ଥ୍ରୀ ଷ୍ଟୋରେଜ୍‌’ରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୩ଟି ଭିନ୍ନ ଭିନ୍ନ କାହାଣୀକୁ ଦେଖିବାକୁ ମିଳିବ। ରିତେଶ ସିଧଓ୍ବାନୀ, ଫରାନ ଅଖତର ଏବଂ ପ୍ରିୟା ଶ୍ରୀଧରନ୍‌ଙ୍କ ପ୍ରଯୋଜିତ ଏହି ଥ୍ରୀଲର ଡ୍ରାମାର ଲିଡ୍‌ରୋଲରେ ରିଚା ଚଢା, ପୁଲକିତ୍‌ ସମ୍ରାଟ ଓ ସରମନ ଯୋଶୀ ରହିଥିବା ବେଳେ ଅନ୍ୟାନ୍ୟ ଚରିତ୍ରରେ ଶନ୍ନି ସିଂ, ରେଣୁକା ସାହାଣେ, ଆୟେଶା ଅହମ୍ମଦ ଓ ଅଙ୍କିତ ରାଠିଙ୍କୁ ଦେଖିବାକୁ ମିଳିବ। ସେହିଭଳି ଫିଲ୍ମରେ ରେଣୁକା ସାହାଣେଙ୍କୁ ସମ୍ପୂର୍ଣ୍ଣ ନୂଆ ଅବତାରରେ ଦେଖିବାକୁ ପାଇବେ ଦର୍ଶକ। ଚଳଚ୍ଚିତ୍ରର ଶୁଟିଂ ବସ୍ତି ଅଞ୍ଚଳରେ ହୋଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କାହାଣୀକୁ ଏହା ପ୍ରତିଫଳନ କରିବ। ଅନ୍ୟପକ୍ଷରେ ରିଲିଜ୍‌ ହେବାକୁ ଥିବା ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ଦିଲ୍‌ ଜଙ୍ଗ୍‌ଲୀ’ ଭିନ୍ନ ସ୍ବାଦର ଫିଲ୍ମ। ଫିଲ୍ମର କାହାଣୀ ସହ ନିର୍ଦ୍ଦେଶନା ଆଲେୟା ସେନ୍‌ ଦେଇଥିବା ବେଳେ ଏଥିରେ ତାପସୀ ପନ୍ନୁ, ସକିବ୍‌ ସଲିମ, ଅଭିଳାସ, ନିଧି ସିଂ ଓ ଆୟଶା କଦୁସକର ନଜର ଆସିବେ। ପ୍ରେମ ଓ ବନ୍ଧୁତାର ସମ୍ପର୍କ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ ହୋଇଥିବା ବେଳେ ଏଥିରେ ଜବରଦସ୍ତ କମେଡିର ମଜା ନେଇପାରିବେ ଦର୍ଶକ।
All Right Reserved By

ମନୋରଞ୍ଜନ |

କାନ୍ଦିଲେ ସଲମାନ ଖାନ୍‌

କାନ୍ଦିଲେ ସଲମାନ ଖାନ୍‌

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଆଖିରେ ଲୁହ! ରିଲ୍‌ରେ ନୁହେଁ, ରିୟଲ୍‌ ଲାଇଫରେ। ଇଣ୍ଡଷ୍ଟ୍ରୀରେ ସମସ୍ତେ ଜାଣନ୍ତି ସଲମାନଙ୍କ ହୃଦୟ ବେଶ୍‌ ଉଦାର।

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ଧାରାବାହିକ ‘ତୁଳସୀ’ରେ କ୍ରିଷ୍ଣା ଚରିତ୍ରରେ ପ୍ରଥମ କରି  ପରଦାକୁ ଓହ୍ଲାଇଥିଲେ ଅଭିନେତା ଶୁଭାଶିଷ୍‌ ଶର୍ମା (ଡାକ ନାମ ମଣ୍ଟୁ)। ପରେ ସେ ‘ଅପା’, ‘ଆଇନା’ ଭଳି ଅନେକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇବାର ସୁଯୋଗ ପାଇଥିଲେ।

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

୮୦ଟି ଫିଲ୍ମ, ୫୦୦ ଆଲବମ୍‌ ଓ ୧୫ଟି ଟେଲି ସିରିଏଲ୍‌ର ଟାଇଟଲ ଟ୍ରାକ୍‌। କେବଳ ଏତିକି ନୁହେଁ, ୮୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। 

ଗୋଟିଏ ସିନେମା, ଦୁଇଟି ଇଣ୍ଟରଭାଲ

ଗୋଟିଏ ସିନେମା, ଦୁଇଟି ଇଣ୍ଟରଭାଲ

ସାଧାରଣତଃ ଗୋଟିଏ ସିନେମାରେ ଗୋଟିଏ ହିଁ ଇଣ୍ଟରଭାଲ ଥାଏ। କାହାଣୀ ଏକ ନିର୍ଣ୍ଣାୟକ ମୋଡରେ ଗତି କରୁଥିବା ବେଳେ ହଠାତ୍‌ ପରଦା ଉପରେ ଲେଖି ହୋଇଯାଏ ‘ଇଣ୍ଟରଭାଲ’। 

ଟାଇଗର ଶ୍ରଫ

ଟାଇଗର ଶ୍ରଫ

ବଲଉଡ୍‌ର ‘ଲଙ୍ଗ୍‌ ରେସ୍‌ର ଘୋଡା’ ଭାବରେ ତାଙ୍କୁ ବିବେଚନା କରାଯାଏ । ହିନ୍ଦୀ ସିନେମାରେ କ୍ୟାରିୟର ଆରମ୍ଭ କରୁ କରୁ ସେ ଦର୍ଶକଙ୍କ ମନ ଜିଣିବାରେ ସମର୍ଥ ହୋଇଛନ୍ତି । ପ୍ରଥମ ସିନେମା ‘ହେରୋପନ୍ଥୀ’ ବ୍ୟତୀତ ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ‘ବାଗୀ’, ‘ଏ ଫ୍ଲାଇଙ୍ଗ ଜ୍ୟାଟ୍‌’, ‘ବାଗୀ-୨’କୁ ତାଙ୍କ ଅଭିନୟ ଦକ୍ଷତାର ମାପକାଠି ଭାବରେ ନିଆଯାଇପାରେ। ସେ ହେଲେ ଅନ୍ୟତମ ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର।

ଷ୍ଟାଇଲିଶ୍‌ ସିଙ୍ଗରଙ୍କ ଅକୁହା କଥା

ଷ୍ଟାଇଲିଶ୍‌ ସିଙ୍ଗରଙ୍କ ଅକୁହା କଥା

ଜଲିଉଡ୍‌ର ଷ୍ଟାଇଲିଶ୍‌ ସିଙ୍ଗର ଦିନେଶ। ତାଙ୍କର ଷ୍ଟାଇଲ୍‌ ଆଉ ସିଙ୍ଗିଙ୍ଗ ନିଆରା। ତେବେ ତାଙ୍କର ଯାତ୍ରାକୁ ଆସିବାର କାହାଣୀ ଯେତିକି ନାଟକୀୟ; ସେତିକି ରୋମାଞ୍ଚକର। 

ଆଶାରେ ଏଲସା

ଆଶାରେ ଏଲସା

ବଙ୍ଗୀୟ ଅଭିନେତ୍ରୀ ଏଲସା ଘୋଷ। କେବଳ ଓଡିଆ ନୁହେଁ, ଛତିଶଗଡି, ତେଲୁଗୁ ସିନେମାରେ ଅଭିନୟ କରିବା ପରେ ଏବେ ତାଙ୍କୁ ବଲିଉଡ୍‌ରେ ସୁଯୋଗ ମିଳିଛି।  ଓଡ଼ିଆ ଚଳଚ୍ଚିତ୍ର ‘ଦିପୁ : ଦି ଡ୍ୟାନ୍ସିଙ୍ଗ ବୟ’ରେ। ତା’ପରେ ଛତିଶଗଡି ଫିଲ୍ମ ‘ମାୟାରୁ ଗଙ୍ଗା’ରେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇଥିଲେ ଏହି ଅଭିନେତ୍ରୀ। 

ମୌନ ଅବତାର

ମୌନ ଅବତାର

ଦୀପିକା ପାଦୁକୋନଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳୁଛି। କାହା ସହ ଅଧିକ କଥାବାର୍ତ୍ତା କରୁନାହାନ୍ତି। କାହା ସହ କଥା ହେଲେ ମାପିଚୁପି କଥା ହେଉଛନ୍ତି। ହେଲେ ହଠାତ୍‌ ତାଙ୍କର ଏଭଳି ମୌନ ଅବତାର କାହିଁକି ?

ଯେତିକି ଖୁସି ସେତିକି ଦୁଃଖୀ

ଯେତିକି ଖୁସି ସେତିକି ଦୁଃଖୀ

ଅନୁଷ୍କା ଶର୍ମାଙ୍କ ମନ ଏବେ ଭଲ ନାହିଁ। ବଲିଉଡ୍‌ରେ ଏଣ୍ଟ୍ରି କଲେ। କେତୋଟି ସିନେମାରେ ଆକ୍ଟିଂ କରିବା ପରେ ନିଜେ ପ୍ରଯୋଜିକା ସିଟ୍‌ରେ ବସିଲେ।

କାହାକୁ ବାହାହେବେ ରିୟା

କାହାକୁ ବାହାହେବେ ରିୟା

ଅଭିନେତ୍ରୀ ରିୟା କାହା ହାତ ଧରି ଘର ସଂସାର କରିବେ। ଏହାକୁ ନେଇ ସେ ଗୋଲକ ଧନ୍ଦାରେ ପଡିଯାଇଛନ୍ତି। ଏହାକୁ ନେଇ ସେ ଖୁସି ହେବେ କ’ଣ ତାଙ୍କର ଟେନସନ ବଢ଼ିଯାଇଛି।

ଡରିଗଲେ ସଲମାନ

ଡରିଗଲେ ସଲମାନ

ଏମିତି ତ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଇଣ୍ଡଷ୍ଟ୍ରିରେ ସମସ୍ତେ ଡରନ୍ତି। କିନ୍ତୁ ଏଥର ସଲୁ ନିଜେ ଡରିଯାଇଛନ୍ତି। ଲାଗୁଛି କୋର୍ଟ କଚେରି ମାମଲା ସଲୁଙ୍କ ପିଛା ଛାଡୁନି।

ମହିଳାମାନେ ନିଜ ଅଧିକାର ପାଇଁ ସ୍ବର ଉଠାନ୍ତୁ: ସନ୍ନି ଲିଓନ୍‌

ମହିଳାମାନେ ନିଜ ଅଧିକାର ପାଇଁ ସ୍ବର ଉଠାନ୍ତୁ: ସନ୍ନି ଲିଓନ୍‌

ନୂଆଦିଲ୍ଲୀ: ମହିଳାମାନେ ନିଜ ଅଧିକାର ହାସଲ ପାଇଁ ସ୍ବର ଉଠାନ୍ତୁ ବୋଲି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ ପ୍ରକାଶ କରିଛନ୍ତି। ତରୁଣ ନ ହେଲେ ବି ପ୍ରାପ୍ତ ବୟସରେ ବଲିଉଡ୍‌ ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ସନ୍ନି ନିଜ ଅଧିକାର ହାସଲ ପାଇଁ ଦୃଢ଼ ଭାବରେ ଛିଡା ହେବାକୁ ସେ ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ଜୀବନରେ ଅନେକ ପ୍ରତିବନ୍ଧକ ଦେଇ ଗତିକରିଥିବା ସେ କହିଛନ୍ତି।