ରାଜ୍ୟ |

ସଚିବାଳୟରେ ମହୁମାଛି ଆତଙ୍କ

ସଚିବାଳୟରେ ମହୁମାଛି ଆତଙ୍କ
ଭୁବନେଶ୍ୱର, ୮।୩(ବ୍ୟୁରୋ): ଗୁରୁବାର ଅପରାହ୍ନ ୫ଟା। ସଚିବାଳୟ ପରିସରରେ ଖେଳିଯାଇଥିଲା ଆତଙ୍କ। କେତେଜଣ ଲୋକ ଓ କର୍ମଚାରୀ ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳିଥିଲା। ମହୁମାଛିଙ୍କ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମହୁମାଛି ଗୋଡ଼ାଇ ଗୋଡ଼ାଇ ଦଂଶୁଥିବାବେଳେ ଲୋକେ ପ୍ରାଣ ବିକଳରେ ନିଜକୁ ରକ୍ଷା କରିବାରେ ଲାଗିଥିଲେ। ବିଶେଷକରି ସଚିବାଳୟ ଗାର୍ଡେନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପେକ୍ଷା କରିଥିବା କେତେଜଣ ଆଦିବାସୀ ଲୋକ ଅଧିକ ଆହତ ହୋଇଥିଲେ। ସେହିପରି ସଚିବାଳୟର ମୁଖ୍ୟ ଫାଟକ ପାଖରେ ଉପସ୍ଥିତ ଲୋକମାନଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ଫଳରେ କେତେଜଣ ସୁରକ୍ଷା କର୍ମୀ, ପୋଲିସ ଓ ସଚିବାଳୟ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ୪୪ଜଣ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ନାୟକଗୁଡ଼ାର ମିଟୁରାମ ନାୟକ, କୋରାପୁଟ ତେଲଗୁଡ଼ାର ମାଧବ ବଡ଼ନାୟକ, ମାଲକାନଗିରିର ଲାକା ମାଢ଼ି, ମୟୂରଭଞ୍ଜର ଘନଶ୍ୟାମ ହେମ୍ବ୍ରମଙ୍କ ସମେତ କେତେଜଣଙ୍କୁ ଚିକିତ୍ସା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଯେଉଁ କାର୍ଯ୍ୟ କରୁଛନ୍ତି ସେନେଇ ଏକ ଫଟୋଶୁଟ୍‌ କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ପାରମ୍ପରିକ ବେଶଭୂଷାରେ କେତେଜଣ ଆଦିବାସୀ ଲୋକ ସଚିବାଳୟ ଗାର୍ଡେନରେ ଉପସ୍ଥିତ ଥିଲେ। ଫଟୋ ଶୁଟ୍‌ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଯାଇଥିଲା। ଅପେକ୍ଷା ରହିଥିଲା କେବଳ ମୁଖ୍ୟମନ୍ତ୍ରୀଙ୍କୁ। ଏହି ସମୟରେ ହଠାତ୍‌ ନିକଟସ୍ଥ ଏକ ମହୁଫେଣାରୁ ମହୁମାଛିମାନେ ଉଡି ଆସି ଆକ୍ରମଣ କରିଥିଲେ। ଫଳରେ ଉପସ୍ଥିତ ଆଦିବାସୀ ଲୋକ ଓ କର୍ମଚାରୀମାନେ ସୁରକ୍ଷିତ ସ୍ଥାନ ଖୋଜି ଦୌଡ଼ିବା ଆରମ୍ଭ କରିଥିଲେ। ଆଦିବାସୀ ଲୋକମାନଙ୍କ ମଧ୍ୟରୁ କେତେଜଣ ସଚିବାଳୟ ବାହାରକୁ ଧାଇଁ ପଳାଇଥିବାବେଳେ ଆଉ କେତେଜଣ ଘୋଡିହୋଇ ଗାର୍ଡେନ୍‌ରେ ବସି ରହିଥିଲେ। ସେହିପରି କେତେଜଣ ସଚିବାଳୟ ଭିତରକୁ ଦୌଡ଼ି ଯାଉଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ସହ ରହିଥିବା ପିଲାମାନେ ମଧ୍ୟ ଆହତ ହୋଇଥିଲେ। କିଛି ସମୟ ମଧ୍ୟରେ ପୂରା ଗ୍ରାଉଣ୍ଡ ଫ୍ଲୋର୍‌ରେ ମହୁମାଛି ଖେଳିଯାଇ ଆକ୍ରମଣ କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ମହୁମାଛି ଆତଙ୍କ କମିଥିଲା। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ସଚିବାଳୟକୁ ଆସିଥିଲେ। କିନ୍ତୁ ସେ ମୁଖ୍ୟ ଫାଟକ ବାଟେ ନ ଆସି ଅନ୍ୟ ଏକ ବାଟରେ ଆସିଥିଲେ। ଏହି ଅଘଟଣ ପାଇଁ ଫଟୋ ଶୁଟ୍‌ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁଯାୟୀ, ବଡ଼ ବଡ଼ ପ୍ରାୟ ୪ଟି ମହୁଫେଣା ସଚିବାଳୟ ଭିତରେ ରହିଛି। ହେଲେ ଆଗରୁ କେବେହେଲେ ଏଭଳି ମହୁମାଛି ଆତଙ୍କ ଦେଖିବାକୁ ମିଳି ନ ଥିଲା।
All Right Reserved By

ରାଜ୍ୟ |

ଡେଙ୍ଗୁ ନେଲା ଜୀବନ

ଡେଙ୍ଗୁ ନେଲା ଜୀବନ

ଜଗତସିଂହପୁର ଅଫିସ୍‌, ୨୩।୯: ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀ କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି।

ନର୍ସିଂ ହୋମ୍‌ରୁ ଚୋରି

ନର୍ସିଂ ହୋମ୍‌ରୁ ଚୋରି

ବ୍ରହ୍ମପୁର ଅଫିସ୍‌,୨୩।୯-ବ୍ରହ୍ମପୁର ଗାନ୍ଧୀନଗର ଛକରେ ଥିବା ଏକ ନର୍ସିଂ ହୋମରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ରଙ୍ଗନାଥନ୍‌ ଅର୍ଥୋ ନର୍ସିଂ ହୋମ୍‌ କବାଟ ଭାଙ୍ଗି ପଶିଥିଲେ। 

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

ଛତ୍ରପୁର,୨୩।୯(ଡି.ଏନ.ଏ.)- ବିଭିନ୍ନ ଦାବି ନେଇ ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା (ଆଇଆରଇ) ପ୍ଲାଣ୍ଟର କାର୍ଯ୍ୟ ବନ୍ଦ କରିବା ପ୍ରସଙ୍ଗରେ ୧୨ ଜଣ ଆନ୍ଦୋଳନକାରୀ ଶନିବାର ଛତ୍ରପୁର ସିନିୟର ଡିଭିଜନ୍‌ ସିଭିଲ କୋର୍ଟରେ ହାଜର ହୋଇଥିଲେ ।

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ନୟାଗଡ଼ ଅଫିସ,୨୩ା୯-ନୟାଗଡ଼ ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଶନିବାର ଜିଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା।

ରାସ୍ତା ଦେଉଛି ଦୁର୍ଦ୍ଦଶା

ରାସ୍ତା ଦେଉଛି ଦୁର୍ଦ୍ଦଶା

ନୟାଗଡ଼ ଅଫିସ,୨୩।୯-ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ପକ୍କା ରାସ୍ତା ହୋଇଥିବା କୁହାଯାଉଛି। ହେଲେ ବାସ୍ତବରେ ଏହା ଯେ ସମ୍ପୂର୍ଣ୍ଣ ସତ୍ୟ ନୁହେଁ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି  ନୟାଗଡ଼ ଜିଲା ଭାଟସାହି  ପଞ୍ଚାୟତରେ।  

ମାନବାଧିକାର କମିଟିର ଆଲୋଚନା ଚକ୍ର

ମାନବାଧିକାର କମିଟିର ଆଲୋଚନା ଚକ୍ର

କେନ୍ଦ୍ରାପଡା ଅଫିସ, ୨୩।୯ କେନ୍ଦ୍ରାପଡା ସହରର ଟାଉନହଲଠାରେ ଜାତୀୟ ମାନବାଧିକାର ଜିଲା କମିଟି ପକ୍ଷରୁ ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଲ

ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ

ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ

କେନ୍ଦ୍ରାପଡା ଅଫିସ,୨୩।୯ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଶନିବାର ଜିଲାସ୍ତରୀୟ ରାଜସ୍ବ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ଏହି ବୈଠକରେ ତହସିଲଦାରମାନେ ଯୋଗଦେଇ

ଛାତ୍ର କଂଗ୍ରେସର ପକ୍ଷରୁ ବିଧାୟକଙ୍କ ପୋଷ୍ଟର ପୋଡି

ଛାତ୍ର କଂଗ୍ରେସର ପକ୍ଷରୁ ବିଧାୟକଙ୍କ ପୋଷ୍ଟର ପୋଡି

କେନ୍ଦ୍ରାପଡା ଅଫିସ, ୨୩।୯ ମାର୍ଶାଘାଇ ଥାନା ବାଲଣା ଗ୍ରାମର ଅବିନାଶ ପାଇଟାଳ ଓରଫ ମୂଷାଙ୍କ ହାଜତ ମୃତ୍ୟୁ ଘଟଣାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଛାତ୍ର କଂଗ୍ରେସ କର୍ମୀମାନେ କେନ୍ଦ୍ରାପଡା ସହରର ବସଷ୍ଟାଣ୍ଡରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ପୋଡିଛନ୍ତି ।

ତହସିଲକୁ ପଲିଥିନ ପାଇଁ ଆସିଥିବାବେଳେ ମାଡ଼

ତହସିଲକୁ ପଲିଥିନ ପାଇଁ ଆସିଥିବାବେଳେ ମାଡ଼

ପଟ୍ଟାମୁଣ୍ଡାଇ,୨୩।୯(ସ୍ବ.ପ୍ର.) ପଟ୍ଟାମୁଣ୍ଡାଇ ତହସିଲ ଅଫିସକୁ ପଲିଥିନ ପାଇଁ ଆସିଥିବା ପୌରାଞ୍ଚଳ ଷଣ୍ଢପଲ୍ଳୀ ୧ ନଂ ଓ୍ବାର୍ଡର ପ୍ରଶାନ୍ତ ତ୍ରିପାଠୀ (୩୭)ଙ୍କୁ  ଶନିବାର କେତେକ କର୍ମଚାରୀ ମାଡ ମାରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି।ଲଘୁଚାପ ବର୍ଷାରେ ଘର ଭାଙ୍ଗି ଯାଇଥିବା ନେଇ ପ୍ରଶାନ୍ତ  ତହସିଲଦାରଙ୍କ ନିକଟରେ  ଆବେଦନ କରିଥିଲେ ।

ଲଘୁଚାପଜନିତ ବର୍ଷା: ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଲଘୁଚାପଜନିତ ବର୍ଷା: ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ମହାକାଳପଡା,୨୩।୯(ଡି.ଏନ୍‌.ଏ.) ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମହାକାଳପଡା ବ୍ଲକ ଜମ୍ବୁ ପଞ୍ଚାୟତ ଅନ୍ତର୍ଗତ ଜମ୍ମୁଗ୍ରାମସ୍ଥିତ ଦକ୍ଷିଣପଡାର ୯,୧୦,୧୧ ନଂ ଓ୍ବାର୍ଡର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଛି। 

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ମହଙ୍ଗା ପଡ଼ିଲା ପ୍ରଶାସନିକ ଆକ୍ରୋଶର ଶିକାର ହେଲେ ଦଳିତ ପରିବାର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ମହଙ୍ଗା ପଡ଼ିଲା ପ୍ରଶାସନିକ ଆକ୍ରୋଶର ଶିକାର ହେଲେ ଦଳିତ ପରିବାର

ଚଣ୍ଡିଖୋଲ,୨୩ା୯(ଡି.ଏନ.ଏ.)- ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣୀ ପଞ୍ଚାୟତ ଗୁଲଜାରନଗର ପାଟଣା ଗାଁରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗାଁର ବଳରାମ ମଲିକ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇଥିବାରୁ ପ୍ରଶାସନିକ ଆକ୍ରୋଶର ଶିକାର ହୋଇ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେବା ସହ ଶନିବାର ପୁନଶ୍ଚ ଚିଠି ଲେଖିଥିବା ଜଣାପଡିଛି।

ହାଇଓ୍ବା-ବାଇକ୍‌ ଧକ୍କା, ୨ ଗୁରୁତର

ହାଇଓ୍ବା-ବାଇକ୍‌ ଧକ୍କା, ୨ ଗୁରୁତର

ଯାଜପୁରରୋଡ/ରଗଡି,୨୩।୯(ନି.ପ୍ର./ଡି.ଏନ୍‌.ଏ.)-୨୦ନଂ. ଜାତୀୟ ରାଜପଥର ରଗଡି ଛକଠାରେ ଶନିବାର ଅପରାହ୍ନରେ ହାଇଓ୍ବା-ବାଇକ୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ କୋରେଇ ଥାନା ଅନ୍ତର୍ଗତ କଡମା ଗ୍ରାମର ଚଗୁଲୁ