ରାୟଗଡା

ନିରାମୟ କାଉଣ୍ଟରରେ ମିଳୁଛି ଭୁଲ ଔଷଧ: ଔଷଧ ଖାଇ ରୋଗୀ ଗୁରୁତର




ଜୟପୁର,୮।୩ (ଡି.ଏନ୍‌.ଏ.)

ଜୟପୁରସ୍ଥିତ ଉପଖଣ୍ଡ ଚିକିତ୍ସାଳୟର ନିରାମୟ ଔଷଧ କାଉଣ୍ଟରରେ ଡାକ୍ତର ଲେଖିଥିବା ରକ୍ତଚାପ ନିୟନ୍ତ୍ରଣ ବଦଳରେ ବ୍ୟଥା ଦୂରକାରୀ ଔଷଧ ଦିଆଯାଇଛି। ଏହାକୁ ଖାଇ ଜଣେ ରୋଗୀ ଗୁରୁତର ହୋଇଛନ୍ତି। ତୁରନ୍ତ ଚିିକିତ୍ସା ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା।
ଗତ ସୋମବାର ଜୟପୁର ପାରବେଡ଼ା ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତି କେ. ଆପ୍ପାରାଓ ଆଚାରୀ ଅସୁସ୍ଥ ଥିବା ଯୋଗୁ ପୁଅ ସହ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ। ଡ୍ୟୁଟିରେ ଥିବା ଡାକ୍ତର ତାଙ୍କର ପରୀକ୍ଷା କରିବାବେଳେ ରକ୍ତଚାପ ୧୭୦/୧୧୦ ରହିଥିଲା। ଏଥିପାଇଁ ଡାକ୍ତର ଔଷଧ ଲେଖିଥିଲେ। ଔଷଧ ଆଣିବା ପାଇଁ ଆଚାରୀଙ୍କ ପୁଅ ନିରାମୟ କାଉଣ୍ଟରରେ ପହଞ୍ଚି ବେଳେ ସେଠାରେ ଦାୟିତ୍ୱରେ ଥିବା ଫାର୍ମାସିଷ୍ଟ କିମ୍ବା ତାଙ୍କ ସହାୟକ ନ ଥିଲେ। ନର୍ସିଂ ଟ୍ରେନିଂ ନେଇଥିବା କିଛି ଛାତ୍ରୀ କାଉଣ୍ଟରରେ ଔଷଧ ଦେବା କାମରେ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ରକ୍ତଚାପ ନିୟନ୍ତ୍ରଣ ବଦଳରେ ବ୍ୟଥା ଦୂର ଲାଗି ଔଷଧ ଦେଇଥିଲେ। ଆଚାରୀ ଏହା ଖାଇବା ପରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିଲା । ରକ୍ତଚାପ ବୃଦ୍ଧି ପାଇ ୧୯୦/୧୩୦ ହୋଇଯାଇଥିଲା। ତାଙ୍କୁ ପୁଣି ଚିକିତ୍ସାଳୟକୁ ଅଣାଯାଇଥିଲା।ଚିକିତ୍ସା କରୁଥିବା ଡାକ୍ତର ଔଷଧ ଷ୍ଟ୍ରିପକୁ ଦେଖିବା ପରେ ଏହା ଭୁଲ୍‌ ଥିବା ଜାଣିପାରିଥିଲେ। ଡାକ୍ତର ପୁଣିଥରେ ଚିକିତ୍ସା କରିଥିଲେ। ଆଚାରୀଙ୍କ ପରିବାର ଡାକ୍ତରଙ୍କ ଦ୍ୱାରା ଲିଖିତ ଔଷଧ ଆଉ ନିରାମୟରୁ ନଆଣି ବାହାର ଦୋକାନରୁ କିଣିଥିଲେ। ଚିକିସତଳୟରେ ଏଭଳି ଖାମଖିଆଲ ନୀତି ଯୋଗୁ ରୋଗୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ପ୍ରକାଶ ପାଉଛି। ଚିକିସତ୍ାଳୟ ସୁପରିଣ୍ଟେଣ୍ଡେଣ୍ଟ ଡା. ଦଧିବାମନ ତ୍ରିପାଠୀ କହିଛନ୍ତି ଏହାର ତଦନ୍ତ କରାଯିବ।

All Right Reserved By

ରାୟଗଡା

ମଜଦୁର ସଂଘର ବିଶାଳ ଧାରଣା

ରାୟଗଡା ଅଫିସ୍‌, ୨୦ା୬- ରାୟଗଡା ଜିଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ଏକ ବିଶାଳ ଶୋଭାଯାତ୍ରା ବାହାରଇଥିଲା। ସ୍ଥାନୀୟ ଗାନ୍ଧୀ ପାର୍କଠାରୁ ଶୋଭାଯାତ୍ରା ବାହାରି ସହରର ମୁଖ୍ୟରାସ୍ତାରେ ଯାଇ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ଅଭିମନ୍ୟୁ ପ୍ରଥମ

ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ଅଭିମନ୍ୟୁ ପ୍ରଥମ

ନବରଙ୍ଗପୁର,୨୦।୬(ବି.ପ୍ର.)- ରାଜ୍ୟ କଳା, ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କଟକ ଟଉନ ହଲ୍‌ ଠାରେ ରଜ ପର୍ବ ଉପଲକ୍ଷେ ରାଜ୍ୟସ୍ତରୀୟ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବର୍ଗରେ ସଙ୍ଗୀତ ପ୍ରତିଯୋଗିତାରେ ନବରଙ୍ଗପୁରର ଆୟୁଷ୍ମାନ୍‌ ଅଭିମନ୍ୟୁ ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି କୃତିତ୍ୱ ପାଇଁ ଅଭିମନ୍ୟୁଙ୍କୁ ଉପଜିଲାପାଳଙ୍କ କାର୍ଯ୍ୟାଳରେ କାର୍ଯ୍ୟରତ ସହକାରୀ ଜିଲାପାଳ ସମ୍ମାନିତ କରିଛନ୍ତି। ଅଭିମନ୍ୟୁ ସୁରଗଙ୍ଗା କଳାକେନ୍ଦ୍ରର ସଙ୍ଗୀତ ଗୁରୁ ବାଲାଜୀ ରାୟଙ୍କଠାରୁ ଶିକ୍ଷାଲାଭ କରିଛନ୍ତି।

ଏଚଆଇଭି ରୋଗୀଙ୍କୁ ଗାଁରୁ ବାସନ୍ଦ, ମୈଦଲପୁର ଫାଣ୍ଡିରେ ଅଭିଯୋଗ

ଏଚଆଇଭି ରୋଗୀଙ୍କୁ ଗାଁରୁ ବାସନ୍ଦ, ମୈଦଲପୁର ଫାଣ୍ଡିରେ ଅଭିଯୋଗ

ନବରଙ୍ଗପୁର,୨୦।୬(ବି.ପ୍ର.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଆଉଁଳିଗାଁର ଜଣେ ଏଚଆଇଭି ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ଗାଁରୁ ତଡିଦେବା ଅଭିଯୋଗ ହୋଇଛି। ଗାଁରେ ନିଅଁା, ପାଣି ଓ କୌଣସି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦିଆଯିବ ନାହିଁ ବୋଲି ଧମକ ଦିଆଯାଇଛି। ଏନେଇ ମୈଦଲପୁର ଫାଣ୍ଡିରେ ଯୁବକ ଜଣକ ଏତଲା ଦେଇଛନ୍ତି। ପୋଲିସ ବୁଧବାର ଗାଁ ଲୋକ ଓ ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନଙ୍କୁ ଡକାଇଛି ।

ଡେଙ୍ଗପଦର ସରପଞ୍ଚଙ୍କ ପଦ ରଦ୍ଦକଲେ କୋର୍ଟ

ଡେଙ୍ଗପଦର ସରପଞ୍ଚଙ୍କ ପଦ ରଦ୍ଦକଲେ କୋର୍ଟ

ଜୟପୁର,୨୦।୬(ନି.ପ୍ର.) : କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପଞ୍ଚାୟତର ସରପଞ୍ଚ ଟଭାମଣି ଜାନିଙ୍କ ପଦକୁ ଅସିଦ୍ଧ କରିଛନ୍ତି ଅଦାଲତ। ୨୦୧୬ ପଞ୍ଚାୟତ ନିର୍ବାଚନରେ ଟଭାମଣି ଜାନି ବିଜୟୀ ହୋଇଥିଲେ। ଫଳାଫଳ ନେଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦ୍ୱିତୀୟ ସ୍ଥାନରେ ଥିବା ପ୍ରଭାବତି ପାଇକ ଜୟପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପ୍ରଭା ଦର୍ଶାଇଥିଲେ ଯେ ୨୧ ବର୍ଷ ବୟସ ହେବା ପରେ ହିଁ ନିର୍ବାଚନ ଲଢିବା ନିୟମ ରହିଛି।

୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ: ଅବିଭକ୍ତ କୋରାପୁଟର ୧୩ କେନ୍ଦ୍ରରେ ୩୬୫୬ ପରୀକ୍ଷାର୍ଥୀ

୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ: ଅବିଭକ୍ତ କୋରାପୁଟର ୧୩ କେନ୍ଦ୍ରରେ ୩୬୫୬ ପରୀକ୍ଷାର୍ଥୀ

ଜୟପୁର,୨୦।୬(ନି.ପ୍ର.): ଆସନ୍ତା ୨୨ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ତରଫରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ପରିଷଦ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ନେଇ କୋରାପୁଟ ଜିଲାର ୫ଟି କେନ୍ଦ୍ର କରାଯାଇଥିବା ବେଳେ ଏହି କେନ୍ଦ୍ରରେ ୧୪୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ବ୍ୟବସ୍ଥା ହୋଇଛି । ସେହିପରି ନବରଙ୍ଗପୁର ଜିଲାର ୨ଟି କେନ୍ଦ୍ରରେ ୩୮୬ ଜଣ ପରୀକ୍ଷାର୍ଥୀ, ମାଲକାନଗିରି ଜିଲାର ୪ଟି କେନ୍ଦ୍ରରେ ୧୦୦୪ ଜଣ ପରୀକ୍ଷାର୍ଥୀ ଓ ରାୟଗଡ଼ା ଜିଲାର ୨ଟି କେନ୍ଦ୍ରରେ ୮୧୯ ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏପରି ଭାବରେ ଅବିଭକ୍ତ କୋରାପୁଟ ଜିଲାର ୧୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୬୫୬ ଜଣ ପରୀକ୍ଷା ଦେବେ।

ରାସ୍ତା, ବ୍ରିଜ କାମ ନିମ୍ନମାନର ଅଭିଯୋଗ

ରାସ୍ତା, ବ୍ରିଜ କାମ ନିମ୍ନମାନର ଅଭିଯୋଗ

ସେମିଳିଗୁଡା,୨୦।୬(ଡି.ଏନ୍‌.ଏ.): ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତର ସୁବାଇ ହାଟପଦାରୁ ଗୁଣ୍ଠାପୁଟ ପର୍ଯ୍ୟନ୍ତ ପ୍ରାୟ ୨କିମି ରାସ୍ତା କାମ ଚାଲିଛି। ଉକ୍ତ ରାସ୍ତାକାମ ନିମ୍ନମାନର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣରେ ଗୁଣ୍ଡ ଚିପ୍ସ ବ୍ୟବହାର କରା ନ ଯାଇ ମାଟି ପକାଇ କାମ ଚାଲିଛି। ଏହାଛଡା ଭାଙ୍ଗି ଯାଇଥିବା ପୁରୁଣା ରାସ୍ତାରେ ମେଟାଲ ଓ ପଥର ଗୁଣ୍ଡ ଦେଇ କାମ କରାଯାଉଛି। ଗ୍ରାମ ନିକଟରେ ନିର୍ମାଣ ହୋଇଥିବା ଡ୍ରେନରେ ବର୍ତ୍ତମାନ ଫାଟ ଦେଖା ଦେଲାଣି। ଆଗକୁ ବର୍ଷା ଋତୁ ଆସୁଥିବାରୁ ଉକ୍ତ ଡ୍ରେନ ଭାଙ୍ଗିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଗ୍ରାମବାସୀ କହିଛନ୍ତି।

ନିର୍ମାଣରେ ବିଳମ୍ବ ନେଇ ଅସନ୍ତୋଷ: ପୌର ପ୍ରଶାସନର ଦ୍ୱାରସ୍ଥ ଭୋଇସାହିବାସୀ

ନିର୍ମାଣରେ ବିଳମ୍ବ ନେଇ ଅସନ୍ତୋଷ: ପୌର ପ୍ରଶାସନର ଦ୍ୱାରସ୍ଥ ଭୋଇସାହିବାସୀ

ପାରଳାଖେମୁଣ୍ଡି,୨୦।୬(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ପ୍ୟାଲେସ ରୋଡଠାରେ ନାଳ ଓ ରାସ୍ତା କାମ ବିଳମ୍ବ ନେଇ ସ୍ଥାନୀୟ ଭୋଇସାହି ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ମଙ୍ଗଳବାର ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ଦେବାକୁ ଆସିଥିଲେ ମଧ୍ୟ ଭେଟି ନ ପାରିବାରୁ ତାଙ୍କୁ ଫୋନ୍‌ ଯୋଗେ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।

ରଥାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସିଲ୍‌ ଅଳଙ୍କାର ବାକ୍ସ ଖୋଲିବା ପାଇଁ ହେବ ଆବେଦନ

ରଥାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସିଲ୍‌ ଅଳଙ୍କାର ବାକ୍ସ ଖୋଲିବା ପାଇଁ ହେବ ଆବେଦନ

ଜୟପୁର,୨୦।୬(ଡି.ଏନ୍‌.ଏ.): ଜୟପୁର ସହରରେ ଆସନ୍ତା ୧୪ରେ ରଥଯାତ୍ରା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ଜଗନ୍ନାଥ ବାହୁଡା ପରେ ଏକାଦଶୀ ତିଥିରେ ରଥାରୁଢ ଅବସ୍ଥାରେ ସୁନାବେଶ ନେଇ ମଧ୍ୟ ଏଥିରେ ଆଲୋଚନା ହୋଇଥିଲା। ଦେବୋତ୍ତର ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ ଜଗନ୍ନାଥଙ୍କ ନାମରେ କୌଣସି ସୁନା ନଥିବା କଥା ବୈଠକରେ ପ୍ରକାଶ କରିଥିଲେ। କିନ୍ତୁ ଜୟପୁର ସ୍ବତନ୍ତ୍ର ଟ୍ରେଜେରୀରେ ସିଲ ହୋଇ ରହିଥିବା କାଠବାକ୍ସକୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋଲାଯିବା ପାଇଁ ତୁରନ୍ତ ଜିଲାପାଳଙ୍କ ଜରିଆରେ ଦେବୋତ୍ତର କମିଶନରଙ୍କ ନିକଟରେ ଆବେଦନ କରାଯିବ ବୋଲି ବିଧାୟକ ବାହିନୀପତି କହିଥିଲେ।

ରକ୍ତଦାନ କ୍ଷେତ୍ରରେ କୋରାପୁଟ ସରକାରୀ କଲେଜ ସମ୍ମାନିତ

ରକ୍ତଦାନ କ୍ଷେତ୍ରରେ କୋରାପୁଟ ସରକାରୀ କଲେଜ ସମ୍ମାନିତ

କୋରାପୁଟ,୨୦।୬(ସ୍ବ.ପ୍ର.): ରକ୍ତଦାନ କ୍ଷେତ୍ରରେ କୋରାପୁଟ ଜିଲାର ସର୍ବଶ୍ରେଷ୍ଠ ମହାବିଦ୍ୟାଳୟ ଭାବେ କୋରାପୁଟ ସରକାରୀ ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ସମ୍ମାନିତ ହୋଇଛି। ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ସରକାରୀ ମହାବିଦ୍ୟାଳୟକୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। କୋରାପୁଟ ସରକାରୀ ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟାପକ ତଥା ଯୁବ ରେଡକ୍ରସର କନଭେନର ସଂପାଦକ ଡଃ ପ୍ରକାଶ କୁମାର ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଡ଼ୁମୁରୀଗୁଡ଼ା ସମିତିସଭ୍ୟ ହେଲେ ନାଇକା

ଡ଼ୁମୁରୀଗୁଡ଼ା ସମିତିସଭ୍ୟ ହେଲେ ନାଇକା

କୋଲନରା, ୨୦।୬(ଡ଼ି.ଏନ.ଏ): ରାୟଗଡ଼ା ଜିଲା କୋଲନରା ବ୍ଲକ ଡ଼ୁମୁରିଗୁଡ଼ା ପଞ୍ଚାୟତର ସମିତିସଭ୍ୟ ଭାବେ ନାଇକା ମା ପିକାକା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେଡ଼ି ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏମପି ପ୍ରତିନିଧି ବି. ତିରୁପତି, ପଞ୍ଚାୟତସମିତି ଅଧ୍ୟକ୍ଷା ଗୀତା କଣ୍ଡାଗରୀ, ଉପାଧ୍ୟକ୍ଷ ତେଜରାଜ ନାଗ୍‌, ଜିଲା ପରିଷଦ ସଭ୍ୟା ସୋମି ହିମିରିକା, ବିଜେଡ଼ି ଜିଲା ଉପସଭାପତି ଜଗନ୍ନାଥ ଦୋରା, ସମ୍ପାଦକ ଆଗୁଲୁ ପାତ୍ର, ଜି. ରବି, ଜି. ଶିଶିଭୂଷଣଙ୍କ ସମେତ ବହୁ କର୍ମୀ ଏକ ଶୋଭାଯାତ୍ରାରେ କୋଲନରା ବ୍ଲକରୁ ବାହାରି ମା’ ମାଝିଗୋରୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ।

ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଗଉଡ଼ସାହିର ଲକ୍ଷ୍ମୀ ଦିଦି

ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଗଉଡ଼ସାହିର ଲକ୍ଷ୍ମୀ ଦିଦି

ଟିକିରି,୨୦।୬: ସରକାରୀ ଶିକ୍ଷୟିତ୍ରୀ ନୁହନ୍ତି, କି ଟ୍ୟୁସନ ଦିଦି ନୁହନ୍ତି। ବିଦ୍ୟାଳୟ ପରି ଘର ନାହିଁ କି ହାତରେ ତାଙ୍କର ଛାଟ ନାହିଁ। ହେଲେ ଲକ୍ଷ୍ମୀ ଏବେ ଗଉଡସାହିର ଦିଦି। ସେ ଲକ୍ଷ୍ମୀରୁ ସରସ୍ବତୀ ହୋଇଯାଇଛନ୍ତି ବୋଲି କେହି କେହି ସ୍ନେହବୋଳା କଣ୍ଠରେ ତାଙ୍କୁ ତାରିଫ୍‌ କରିଥାନ୍ତି । ପ୍ରାୟ ଏକ ବର୍ଷ ହେଲା ସେ ଅନେକ ପିଲାଙ୍କ ପାଠପଢାରେ ସହାୟକ ହୋଇପାରିଛନ୍ତି। ସେ ହେଉଛନ୍ତି ରାୟଗଡା ଜିଲା କାଶୀପୁର ବ୍ଲକ ସଦରସ୍ଥିତ ଗଉଡସାହିର ଲକ୍ଷ୍ମୀ ଗୌଡ। ଲକ୍ଷ୍ମୀଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ଯୁକ୍ତଦୁଇ। ପ୍ରାୟ ଏକବର୍ଷ ହେଲା ସେ ସାହିର ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି।

ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେବାକୁ ସର୍ଭେ ଆରମ୍ଭ

ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେବାକୁ ସର୍ଭେ ଆରମ୍ଭ

ମାଲକାନଗିରି,୨୦।୬(ଡି.ଏନ.ଏ): ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଆଇନ ୨୦୧୭ ଅନୁଯାୟୀ ପଟ୍ଟା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁଯାୟୀ ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଡ୍ରୋନ କ୍ୟାମେରା ଦ୍ୱାରା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ପୌର ପରିଷଦ ଅଧ୍ୟକ୍ଷା ରାଜୱନ୍ତ କୌର, ଉପ ଜିଲାପାଳ ତଥା ପୌର ପରିଷଦ ନିର୍ବାହୀ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ସମେତ ସର୍ଭେକାରୀ ଦଳ ପରିଷଦର ନୂଆଗୁଡ଼ା ଓ ଲାଠିଆଗୁଡ଼ାରେ ସର୍ଭେ କରୁଛନ୍ତି।

Model This Week

ପ୍ରଭାତ