ବ୍ରହ୍ମପୁର

ତାଳପତ୍ର ପୋଥି ସମ୍ପର୍କିତ ବକ୍ତୃତାମାଳା ‘ପୋଥି ଭାରତୀୟ ପ୍ରାଚୀନ ସଂସ୍କୃତି, ସଭ୍ୟତାର ମୂକସାକ୍ଷୀ’

ତାଳପତ୍ର ପୋଥି ସମ୍ପର୍କିତ ବକ୍ତୃତାମାଳା ‘ପୋଥି ଭାରତୀୟ ପ୍ରାଚୀନ ସଂସ୍କୃତି, ସଭ୍ୟତାର ମୂକସାକ୍ଷୀ’

ବ୍ରହ୍ମପୁର ଅଫିସ,୮ା୩- ତାଳପତ୍ର ପୋଥି ହେଉଛି ପ୍ରାଚୀନ ଭାରତବର୍ଷର ଆତ୍ମା। ଭାରତୀୟ ସଂସ୍କୃତି ଓ ସଭ୍ୟତାର ମୂକସାକ୍ଷୀ। ଏହି ପୋଥିକୁ ଲକ୍ଷ୍ୟ କଲେ ଭାରତୀୟ ସଂସ୍କୃତି ଓ ସଭ୍ୟତାର ସ୍ପଷ୍ଟଚିତ୍ର ପରିଲକ୍ଷିତ ହୋଇଥାଏ। ଏବେ ବି ଏଥିରେ ବହୁ ଅଂଶ ଲୁକ୍କାୟିତ ଅବସ୍ଥାରେ ରହିଛି। ଯାହାକୁ ଉଦ୍ଧାର ତଥା ସଂଗ୍ରହ କରାଯିବା ଏକାନ୍ତ ଆବଶ୍ୟକ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ କହିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ବିଭାଗ ଓ ଜାତୀୟ ପାଣ୍ଡୁଲିପି ମିଶନ ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କୁଳପତି ଏହା କହିଥିଲେ। ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ବିଭାଗର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଗୁରୁବାର ତାଳପତ୍ର ପୋଥି ସମ୍ପକିର୍ର୍ତ ବକ୍ତୃତାମାଳା ଆୟୋଜିତ ହୋଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଓଡିଶାରେ ତାଳପତ୍ର ପୋଥି: ସଂଗ୍ରହ ଓ ସଂରକ୍ଷଣ’ ଶୀର୍ଷକ ବକ୍ତୃତାମାଳାରେ କୁଳପତି ଦାସ ମୁଖ୍ୟଅତିଥି ଭାବେ ଯୋଗଥିଲେ। ବର୍ତ୍ତମାନ ସ୍ଥିତିରେ ଓଡିଆ ବିଭାଗ ପକ୍ଷରୁ ସଂଗୃହୀତ ଏହି ପୋଥିଗୁଡିକରେ ଲିଖିତ ହୋଇଥିବା ପାଠ୍ୟକ୍ରମକୁ ଉଦ୍ଧାର କରିବା ଓ ତାହାର ସ୍ରଷ୍ଟାଙ୍କ ଅନୁସନ୍ଧାନ କରିବାକୁ ସେ ଆହ୍ବାନ ଦେବା ସହିତ ଏହାକୁ ଜାତୀୟ ଆହ୍ବାନ ଭାବେ ଗ୍ରହଣ କରି ପୋଥିଗୁଡିକୁ ଲୋକଲୋଚନକୁ ଆଣିବା ଦିଗରେ ପ୍ର୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୋଥିର ସଂଗ୍ରହ ଓ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ତାଳପତ୍ର ପୋଥିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ପ୍ରଫେସର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାତୃଭାଷା ଦିବସ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ଛାତ୍ରୀ ସୁମନ୍ତୀ ଶବର ଓ ଛାତ୍ର ସୁବ୍ରତ ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଭାଗ ବରିଷ୍ଠ ପ୍ରାଧ୍ୟାପକ ଡ. ସଦାନନ୍ଦ ନାୟକ ଧନ୍ୟବାଦ ଦେଇଥିଲେ। ବିଭାଗର ଅଧ୍ୟାପକ ଡ. ଦେବୀ ପ୍ରସାଦ ଶତପଥୀ, ଡ. ସମୀର ଭୋଇ ପ୍ରମୁଖ ସହଯୋଗ କରିଥିଲେ।

All Right Reserved By

ବ୍ରହ୍ମପୁର

ବେଆଇନ ବାଲି, ମାଟି ଚାଲାଣ: ୨ ହାଇୱା, ପୋକଲିଂ ମେଶିନ ଜବତ

ବେଆଇନ ବାଲି, ମାଟି ଚାଲାଣ: ୨ ହାଇୱା, ପୋକଲିଂ ମେଶିନ ଜବତ

ଫୁଲବାଣୀ ଅଫିସ, ୨୪।୬-କନ୍ଧମାଳ ଜିଲା କୋଟଗଡ ବ୍ଲକ ଅଞ୍ଚଳରେ କନଷ୍ଟ୍ରକଶନ କାର୍ଯ୍ୟ କରୁଥିବା ଆରକେଡିର ୨ ହାଇୱା ଏବଂ ଗୋଟିଏ ପୋକଲିଂ ମେଶିନକୁ ସ୍ଥାନୀୟ ତହସିଲଦାର ଜବତ କରିଛନ୍ତି। ଜବତ ଗାଡିକୁ କୋଟଗଡ଼ ଥାନା ପରିସରରେ ରଖାଯାଇଛି।

ଛୁରା ମାଡ଼ ଘଟଣା: ୨୦ ଦିନ ପରେ ବି ପୋଲିସ ହାତ ଖାଲି

କୋଟଗଡ, ୨୪।୬(ଡି.ଏନ.ଏ)- କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ୩ ତାରିଖରେ ଓରା କଲୋନୀ ସାହିର ମିହିର ବଳିୟାର ସିଂଙ୍କୁ ଛୁରାମାଡ଼ ହୋଇଥିଲା । ଏ ନେଇ ୪ ତାରିଖରେ ତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ତେବେ ୨୦ ଦିନ ପରେ ବି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିପାରିନାହିଁ।

ଆମ ପୋଲିସ ସମିତି ବୈଠକ

ଆମ ପୋଲିସ ସମିତି ବୈଠକ

ଖଲ୍ଲିକୋଟ,୨୪।୬(ଡି.ଏନ୍‌.ଏ.)- ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଡିଏସ୍‌ପି ଛତ୍ରପୁର ହେଡକ୍ୱାର୍ଟର ଦିଲିପ କୁମାର ଦାସ ମୁଖ୍ୟଅତିଥି, ତୁଳସୀପୁର ସରପଞ୍ଚ ଛବିତା ପାଣ୍ଡି, ସମିତିସଭ୍ୟା

ନିଖୋଜ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ନିଖୋଜ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ଖଜୁରିପଡା,୨୪ା୬(ଡି.ଏନ୍‌.ଏ)- କନ୍ଧମାଳ ଜିଲା ଖଜୁରିପଡା ଥାନା ସଦର ମହକୁମା ଅଞ୍ଚଳ ବ୍ରଡିଗୁଡା ଜଙ୍ଗଲରୁ ଗଛରେ ଝୁଲୁଥିବା ମହିଳାଙ୍କ ଗଳିତ ଶବକୁ ଶନିବାର ପୋଲିସ ଜବତ କରିଛି। ମୃତ ମହିଳା ଜଣକ ହେଲେ ଦୁତୀପଡା ପଞ୍ଚାୟତ ରାଇଖୋଲ ଗ୍ରାମର ମଦନ ଜାନୀ। ସେ ୧୩ଦିନ ହେଲା ନିଖୋଜ ଥିଲେ।

ମୋ ବୁଥ ମଜଭୁତ୍‌ ସମ୍ପର୍କିତ ବୈଠକ

ମୋ ବୁଥ ମଜଭୁତ୍‌ ସମ୍ପର୍କିତ ବୈଠକ

ବେଗୁନିଆପଡ଼ା,୨୪।୬(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ କୁମ୍ଭାରଗାଁସ୍ଥତ ବଟେଶ୍ୱର ମନ୍ଦିରଠାରେ ଭାଜପାର ମୋ ବୁଥ ସବୁଠୁ ମଜଭୁତ୍‌ ସମ୍ପର୍କିତ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଅଙ୍ଗାରଗାଁ ମଣ୍ଡଳର ସଭାପତି ସତ୍ୟବାଦୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କର୍ମକର୍ତ୍ତା ଚୟନ କରି ପ୍ରତ୍ୟେକ ବୁଥକୁ ମଜଭୁତ କରିବା ଓ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପ୍ରତ୍ୟେକ ବୁଥରେ ପହଞ୍ଚାଇବା ପାଇଁ ଆଲୋଚନା ହୋଇଥିଲା।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଧରାକୋଟ,୨୪।୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ଗୋଲା ଦାମୋଦରପଲ୍ଲୀ ସେବା ସମବାୟ ସମିତି ଆନୁକୂଲ୍ୟରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ତଥା ସମବାୟ ସଭାପତି ଏମ୍‌. ରାମମୂର୍ତ୍ତି ରେଡ୍ଡୀ ସଭାପତିତ୍ୱ କରିଥିବା ବେଳେ ସମବାୟ ଅତିରିକ୍ତ ରେଜିଷ୍ଟ୍ରାର ସୁଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ସମବାୟ ଏଜିଏମ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଗ୍ରାମ୍ୟ ପରିଚାଳନା କମିଟି ଗଠିତ

ପୋଲସରା,୨୪।୬(ଡି.ଏନ.ଏ.)-ପୋଲସରା ବ୍ଲକ ସାନବରଗାଁରେ ଶନିବାର ଗ୍ରାମ୍ୟ ପରିଚାଳନା କମିଟି ଗଠିତ ହୋଇଯାଇଛି । ଗ୍ରାମର ଉନ୍ନୟନ କାର୍ଯ୍ୟ ଏବଂ ଶୃଙ୍ଖଳିତ ଗ୍ରାମ ଗଠନ ନିମନ୍ତେ ଏହି ଗ୍ରାମ୍ୟ ଉନ୍ନୟନ କମିଟି ଚୟନ କରାଯାଇଛି।

ମନ୍ଦିର ପ୍ରତିଷ୍ଠା ଲାଗି ଶୁଭଖୁଣ୍ଟି ସ୍ଥାପନ

ପୋଲସରା,୨୪।୬(ଡି.ଏନ.ଏ.)-ପୋଲସରା ବ୍ଲକ ବୁଢ଼େଇଶୁଣି ପଞ୍ଚାୟତ ଲକ୍ଷ୍ମଣପଲ୍ଳୀ ଗ୍ରାମରେ ସୂର୍ଯ୍ୟ ନାରାୟଣ ମନ୍ଦିର ପ୍ରତିଷ୍ଠା ଲାଗି ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ପୁରୋହିତ ପ୍ରଭାକର ତ୍ରିପାଠୀ ପୂଜାର୍ଚ୍ଚନା କରିବା ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା।

ଦୋକାନରେ ପଶିଲା ପିକ୍‌ଅପ୍‌ ଭ୍ୟାନ:ବାପ,ପୁଅ ଗୁରୁତର

ଦୋକାନରେ ପଶିଲା ପିକ୍‌ଅପ୍‌ ଭ୍ୟାନ:ବାପ,ପୁଅ ଗୁରୁତର

ଦାରିଙ୍ଗବାଡ଼ି,୨୪ା୬(ଡି.ଏନ୍‌.ଏ.) ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ଡଙ୍ଗେରୀ ନିକଟରେ ଥିବା ଏକ ଦୋକାନ ଭିତରେ ଶନିବାର ପିକ୍‌ଅପ୍‌ଭ୍ୟାନ (ଓଡି୦୭-ଭି-୩୬୭୬) ଭାରସାମ୍ୟ ହରାଇ ପଶିଯିବାରୁ ବାପ, ପୁଅ ଗୁରୁତର ହୋଇଛନ୍ତି।

ବାଲି ଚାଲାଣ ଉପରେ ଚଢାଉ

ବାଲି ଚାଲାଣ ଉପରେ ଚଢାଉ

ବାଲିଗୁଡ଼ା, ୨୪ା୬(ଡି.ଏନ୍‌.ଏ.): ବାଲିଗୁଡ଼ା ଅଞ୍ଚଳରେ ବାଲି,ପଥର ଓ ଚିପ୍ସ ଚୋରାଚାଲାଣ ଦିନକୁଦିନ ବୃଦ୍ଧି ପାଉଛି। ବେଆଇନ୍‌ ଚାଲଣକୁ ରୋକିବା ପାଇଁ ତହସିଲଦାର ସ୍ବତନ୍ତ୍ର ଟିମ୍‌ ଗଠନ କରି ଦୁଇଦିନ ହେଲା ଚଢାଉ ଜାରି ରଖିଛନ୍ତି।

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ବ୍ରହ୍ମପୁର ଅଫିସ,୨୪ା୬- ଗୋପାଳପୁର ସମବାୟ ପରିଚାଳନା ପ୍ରତିଷ୍ଠାନକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି।

ଏସ୍‌ଏଚ୍‌ଜିକୁ ଶୌଚାଳୟ ପରିଚାଳନା ଦାୟିତ୍ୱ

ଏସ୍‌ଏଚ୍‌ଜିକୁ ଶୌଚାଳୟ ପରିଚାଳନା ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨୪ା୬- ବାହ୍ୟ ମଳମୁକ୍ତ ହେବ ବ୍ରହ୍ମପୁର। ଏ ନେଇ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗତ ମେ ୧୩ ତାରିଖରୁ ବାହ୍ୟ ମଳମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନକୁ ସଫଳ କରିବା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

Model This Week

ଆହାନା