ରାଜ୍ୟ |

ବଦଳିଲେ ୩୬ ଆଇପିଏସ୍‌ ଅଧିକାରୀ

ବଦଳିଲେ ୩୬ ଆଇପିଏସ୍‌ ଅଧିକାରୀ

ଭୁବନେଶ୍ୱର, ୮।୩(ବ୍ୟୁରୋ)- ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି। ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୩୬ ଆଇପିଏସ୍‌ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ଅଦଳବଦଳ କରିଥିବା ସାଧାରଣରେ ଆଲୋଚନା ହେଉଛି।
ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଉତ୍ତରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଭଦ୍ରକ ଏସ୍‌ପି ଅନୁପ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏହାବ୍ୟତୀତ ଭିଜିଲାନ୍ସ ଡିଆଇଜି ଏ. ଏନ୍‌. ସିହ୍ନାଙ୍କୁ ପୂର୍ବାଞ୍ଚଳ ଡିଆଇଜି ଏବଂ ଗଞ୍ଜାମ ଏସ୍‌ପି ଆଶିଷ କୁମାର ସିଂଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ଅତିରିକ୍ତ ଡିଜି(ପୋଲିସ ପ୍ରଶିକ୍ଷଣ) ଏମ୍‌.କେ. ଚାବ୍ରାଙ୍କୁ ଏସ୍‌ଏପିର ଅତିରିକ୍ତ ଡିଜିପି ଭାବେ ବଦଳି କରାଯାଇଥିବାବେଳେ ଏସ୍‌ଏପିର ଅତିରିକ୍ତ ଡିଜିପି ବି. ରାଧିକାଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଗୋଇନ୍ଦା ବିଭାଗର ଅତିରିକ୍ତ ଡିଜିପି ଅରୁଣ କୁମାର ଷଡଙ୍ଗୀଙ୍କୁ ପୋଲିସ ପ୍ରଶିକ୍ଷଣ ବିଭାଗ ବିପିଏସ୍‌ପିଏର ଅତିରିକ୍ତ ଡିଜିପି ଏବଂ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସମ୍ବଲପୁର ଆଇଜି ଏସ୍‌. କେ. ନାଥଙ୍କୁ ଏସ୍‌ଏଫ୍‌ଏସ୍‌ଏଲ୍‌ ଅତିରିକ୍ତ ଡିଜିପି ତଥା ନିର୍ଦ୍ଦେଶକ, ବାଲେଶ୍ୱର ଆଇଜି ବିନୟତୋଷ ମିଶ୍ରଙ୍କୁ ଆଧୁନିକୀକରଣ ବିଭାଗର ଅତିରିକ୍ତ ଡିଜିପି, ଆଧୁନିକୀକରଣ ବିଭାଗର ଆଇଜି ଅରୁଣ ବୋଥ୍ରାଙ୍କୁ ସିଆଇଡି(କ୍ରାଇମବ୍ରାଞ୍ଚ) ଆଇଜି, ମାଓବାଦୀ ଅପରେଶନର ଆଇଜି ଆର. ପି. କୋଚେଙ୍କୁ ମାଓବାଦୀ ଅପରେଶନର ଅତିରିକ୍ତ ଡିଜିପି, କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଆଇଜି ଆର. କେ. ଶର୍ମାଙ୍କୁ ଗୋଇନ୍ଦା ବିଭାଗ ଆଇଜି ତଥା ଅତିରିକ୍ତ ନିର୍ଦ୍ଦେଶକ, କମିଶନରେଟ ପୋଲିସର ଅତିରିକ୍ତ କମିଶନର ପି. ଏସ୍‌. ରଣପିସେଙ୍କୁ ଆଇଜି(ପୋଲିସ ପର୍‌ସୋନେଲ), ପୋଲିସ ପର୍‌ସୋନେଲ ଆଇଜି ସଞ୍ଜୟ କୁମାର ସିଂଙ୍କୁ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ତାଳଚେର ଏନ୍‌ସିଆର ଆଇଜି, ତାଳଚେର ଏନ୍‌ସିଆର ଆଇଜି ଯତୀନ୍ଦ୍ର କୋଏଲଙ୍କୁ ଭିଜିଲାନ୍ସ ଆଇଜି, ସିଆଇଡି(କ୍ରାଇମବ୍ରାଞ୍ଚ) ଡିଆଇଜି ଏନ୍‌. କେ. କନୋଡିଆଙ୍କୁ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଡିଆଇଜି, କମ୍ପ୍ୟୁଟର ଡିଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଏସ୍‌ସିଏସ୍‌ଟି ସେଲ ତଥା ଏଚ୍‌ଆରପିସିର ଡିଆଇଜି ଭାବେ ନିଯୁକ୍ତି ମିଳିଛି। ବରଗଡ ଏସ୍‌ପି ଜୟନରାୟଣ ପଙ୍କଜଙ୍କୁ ଜଗତସିଂପୁର ଏସ୍‌ପି, ମୟୂରଭଞ୍ଜ ଏସ୍‌ପି ଅନିରୁଦ୍ଧ ସିଂଙ୍କୁ ଏସ୍‌ଓଜି କମାଣ୍ଡାଣ୍ଟ, ୫ମ ବାଟାଲିୟନ କମାଣ୍ଡାଣ୍ଟ ଅବିନାଶ କୁମାରଙ୍କୁ ମୟୂରଭଞ୍ଜ ଏସ୍‌ପି, ବାଲେଶ୍ୱର ଏସ୍‌ପି ନୀତି ଶେଖରଙ୍କୁ ସିଆଇଡି(କ୍ରାଇମବ୍ରାଞ୍ଚ) ଏସ୍‌ପି, ଅନୁଗୋଳ ଏସ୍‌ପି ବ୍ରିଜେଶ କୁମାର ରାଏଙ୍କୁ ଗଞ୍ଜାମ ଏସ୍‌ପି, କନ୍ଧମାଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଅନୁଗୋଳ ଏସ୍‌ପି, ସୁନ୍ଦରଗଡ ଏସ୍‌ପି ପିନାକ ମିଶ୍ରଙ୍କୁ ବ୍ରହ୍ମପୁର ଏସ୍‌ପି, ବାନୋଥ୍‌ ଯୁଗଳ କିଶୋର କୁମାରଙ୍କୁ ବାଲେଶ୍ୱର ଏସ୍‌ପି, ଦେବଗଡ ଏସ୍‌ପି ବତୁଳା ଗଙ୍ଗାଧରଙ୍କୁ ଭଦ୍ରକ ଏସ୍‌ପି, କମିଶନରେଟ ପୋଲିସ କାର୍ଯ୍ୟାଳୟର ଡିସିପି ଅନୁପମା ଜେମ୍ସଙ୍କୁ ଦେବଗଡ ଏସ୍‌ପି, ନବରଙ୍ଗପୁର ଏସ୍‌ପି ମୁକେଶ କୁମାର ଭାମୋଙ୍କୁ ବରଗଡ ଏସ୍‌ପି, ପାନପୋଷ ଏସ୍‌ଡିପିଓ ସୌମ୍ୟା ମିଶ୍ରଙ୍କୁ ସୁନ୍ଦରଗଡ ଏସ୍‌ପି, ବାଲିଗୁଡା ଏସ୍‌ଡିପିଓ ବିବେକାନନ୍ଦ ଶର୍ମାଙ୍କୁ ନବରଙ୍ଗପୁର ଏସ୍‌ପି, ମାଲକାନଗିରି ଏସ୍‌ଡିପିଓ ପ୍ରତୀକ ସିଂଙ୍କୁ କନ୍ଧମାଳ ଏସ୍‌ପି ଏବଂ ଏସଆଇଡବ୍ଲ୍ୟୁ ଏସ୍‌ପି କାର୍ତ୍ତିକେଶ୍ୱର ସାମଲଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଛି। ବାଲେଶ୍ୱର ଅତିରିକ୍ତ ଏସ୍‌ପି ସନ୍ତୋଷ କୁମାର ନାୟକଙ୍କୁ ଢେଙ୍କାନାଳ ଏସ୍‌ପି, ଢେଙ୍କାନାଳ ଏସ୍‌ପି ବି.କେ. ପାଣିଗ୍ରାହୀଙ୍କୁ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଏଆଇଜି ଏବଂ ୟୁପିଡି ଭୁବନେଶ୍ୱରର ଅତିରିକ୍ତ ଡିସିପି ପ୍ରାଣଧନ ମହାପାତ୍ରଙ୍କୁ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଡିସିପି ଭାବେ ନିଯୁକ୍ତି ମିଳିଛି।




All Right Reserved By

ରାଜ୍ୟ |

ହକିକୁ ମାନ୍ୟତା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ହକିକୁ ମାନ୍ୟତା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ହକିକୁ ଜାତୀୟ କ୍ରୀଡାଭାବେ ବିଦ୍ଧିବଧଭାବେ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଦାବିକରି ଲେଖିଛନ୍ତି ଯେ, ହକିକୁ ଜାତୀୟ କ୍ରୀଡାର ମାନ୍ୟତା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ।

ରାଜ୍ୟ ସୀମା ସୁରକ୍ଷା ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲିବାକୁ ଦାବି

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଆନ୍ଧ୍ର ନେତା ଓ ପ୍ରଶାସକମାନେ ବେଆଇନ ଭାବେ ବାରମ୍ବାର କୋଟିଆ ଗ୍ରାମପୁଞ୍ଜକୁ ପ୍ରବେଶ କରିବା ସହିତ ନିକଟରେ ଏହି ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଇଥିବା ଅଭିଯୋଗ ହୋଇଛି।

କୋଇଲା ଖଣିରେ ଟ୍ରକ୍‌ ଧକ୍କାରେ କର୍ମଚାରୀ ମୃତ, କ୍ଷତିପୂରଣ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋଇଲା ଖଣିରେ ଟ୍ରକ୍‌ ଧକ୍କାରେ କର୍ମଚାରୀ ମୃତ, କ୍ଷତିପୂରଣ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଲଖନପୁର, ୨୦।୬(ଡି.ଏନ୍‌.ଏ)- ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କୋଇଲା ଖଣି ପ୍ରୋଜେକ୍ଟ ଅଫିସ୍‌ ନିକଟ ଚର୍ତ୍ତୃମୂଖୀ ଛକରେ ବୁଧବାର ସକାଳ ପ୍ରାୟ ୬ଟା ୪୦ରେ ଏକ ୧୦ଚକିଆ ଖାଲିଟ୍ରକ୍‌ ଏକ ବାଇକ୍‌ ଉପରେ ମାଡିଯାଇଛି। ଫଳରେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ନାବାଳକ ନିଖୋଜ

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ନାବାଳକ ନିଖୋଜ

ଲହୁଣୀପଡ଼ା, ୨୦।୬(ଡି.ଏନ୍‌.ଏ.) ବୁଧବାର ପୂର୍ବାହ୍ନରେ ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀନଦୀର ତୁମକଳା ଘାଟରେ ବୁଡ଼ିଯାଇ ୨ ନାବାଳକ ନିଖୋଜ ହୋଇଛନ୍ତି। ସେମାନେ ହେଲେ ଲହୁଣୀପଡ଼ାର ଶୁଭମ କୁମାର ରାୟ ଓ ସୌରଭ ଜୟସ୍ବାଲ। ଉଭୟ ୧୦ମ ଶ୍ରେଣୀର ଛାତ୍ର। ବୟସ ୧୪/୧୫ ମଧ୍ୟରେ ହେବ ବୋଲି କୁହାଯାଉଛି।

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

କାକଟପୁର,୨୦ା୬(ଡି.ଏନ୍‌.ଏ.): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଧାୟକ ଚ୍ୟାଉ ପଟ୍ଟନାୟକ ବୁଧବାର କାକଟପୁର ମଙ୍ଗଳା ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରରେ ରହିଥିବା ବିଭିନ୍ନ ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ପୁରୀ ଅଫିସ,୨୦ା୬: ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୁଧବାର ପୁରୀ ଜିଲା ଜଜ୍‌ଙ୍କ ଅଦାଲତରେ ସତ୍ୟପାଠ ଦାଖଲ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ବଦ୍ରିନାଥ ପଟ୍ଟନାୟକ ଏହି ସତ୍ୟପାଠ ଦାଖଲ କରିଛନ୍ତି।

ଚାନ୍ଦବାଲିରେ ଡେଙ୍ଗୁ ରୋଗୀ ଚିହ୍ନଟ

ଚାନ୍ଦବାଲିରେ ଡେଙ୍ଗୁ ରୋଗୀ ଚିହ୍ନଟ

ଆରଡ଼ି,୨୦।୬(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁର ଚନ୍ଦନ ବିଶ୍ବାଳ(୨୫) ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଚନ୍ଦନ ବିଶାଖାପାଟଣାରେ କାମ କରୁଥିଲେ। ସେଠାରେ ସେ ଜ୍ୱରରେ ପୀଡିତ ହୋଇଥିବା ବେଳେ ରଜରେ ଘରକୁ ଆସିଥିଲେ।

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପୁରୀ ଅଫିସ,୨୦ା୬: ବର୍ଷା ଋତୁରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ବର୍ଷାର ଦେଖା ନ ଥିବା ବେଳେ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ପୁରୀ ସହରରେ ପାନୀର ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୁରୀର ବିଭିନ୍ନ ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗା ଯାଉଥିବା ପାଣିରୁ ମଇଳା ବାହାରୁଛି। କେତେକ ସ୍ଥାନରେ ଡ୍ରେନ୍‌ ପାଣି ମଧ୍ୟ ପାନୀୟ ଜଳରେ ମିଶୁଛି।

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

ପୁରୀ ଅଫିସ,୨୦ା୬: ଜୁଲାଇ ୧୪ରେ ରଥଯାତ୍ରା। ଏ ନେଇ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ଚାଲିଛି। ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଚାଲିଛି। ଇତିମଧ୍ୟରେ ୨ଟି ରଥ ସମନ୍ବୟ କମିଟି ବୈଠକ ସରିଲାଣି।

ପୁରୀରେ କମିଶନ କାର୍ଯ୍ୟାଳୟ ଖୋଲିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି

ପୁରୀରେ କମିଶନ କାର୍ଯ୍ୟାଳୟ ଖୋଲିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି

ପୁରୀ ଅଫିସ,୨୦ା୬: ୨ଟି ଦାବି ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦାବି ଦୁଇଟି ହେଲା କମିଶନଙ୍କ କାର୍ଯ୍ୟାଳୟ ପୁରୀ ସର୍କିଟ ହାଉସଠାରେ ଖୋଲିବା ଓ ଅନ୍ୟଟି ଏମାର ମଠରୁ ବାହାରିଥିବା ରୁପା ଇଟାକୁ ରତ୍ନଭଣ୍ଡାରକୁ ଫେରାଇ ଆଣିବା।

ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା: ୨୩ ଗିରଫ ପରେ ଗାଁରେ ପହଞ୍ଚିଲେ ଏସ୍‌ପି, ପୋଲିସ ମୁତୟନ

ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା: ୨୩ ଗିରଫ ପରେ ଗାଁରେ ପହଞ୍ଚିଲେ ଏସ୍‌ପି, ପୋଲିସ ମୁତୟନ

ବାସୁଦେବପୁର,୨୦।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଲୁଙ୍ଗା ଗ୍ରାମରେ ମଙ୍ଗଳବାର ରାତିରେ ରଜ ଭସାଣି ଚାଲିଥିବା ବେଳେ ଡିଜେ ଶବ୍ଦକୁ କେନ୍ଦ୍ରକରି ଥାନା ଆଇଆଇସି ନବକୃଷ୍ଣ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ ୩୩ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ବୁଧବାର ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ୨ଟି ଡିଜେ ଗାଡିକୁ ମଧ୍ୟ ଅଟକ ରଖିଛି। ଘଟଣାର ତଦନ୍ତ ପାଇଁ ଭଦ୍ରକ ଏସ୍‌ପି ବାତୁଲ ଗଙ୍ଗାଧର ସଦଳବଳେ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି।

ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପୁରୀ ଅଫିସ,୨୦ା୬: ୮ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜୁନ୍‌ ୨୦ରେ ଦେଶବ୍ୟାପୀ ପ୍ରତିବାଦ ପାଳନ କରାଯାଉଛି। ଏହି ପରିପେକ୍ଷୀରେ ସିପିଆଇ ପୁରୀ ଜିଲାପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Model This Week

ପ୍ରଭାତ