ବାଲେଶ୍ୱର

ପୃଥକ୍‌ ସ୍ଥାନରେ ଅଗ୍ନିକାଣ୍ଡ: ୧୩ ବଖରା ଜଳିଗଲା

ପୃଥକ୍‌ ସ୍ଥାନରେ ଅଗ୍ନିକାଣ୍ଡ: ୧୩ ବଖରା ଜଳିଗଲା

ଭଣ୍ଡାରିପୋଖରୀ/ବନ୍ତ,୮।୩(ଡି.ଏନ.ଏ./ସ୍ବ.ପ୍ର.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ରଣଜିତ ଗ୍ରାମରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୨ପରିବାରଙ୍କ ୨ ବଖରା ଘର ପୋଡ଼ିଯାଇଛି। ଏଥିରେ ଗ୍ରାମର ବିଧାନ ଦାସଙ୍କ ୧ ଓ ରସାନନ୍ଦ ମଲିକଙ୍କ ୧ ବଖରା ଜଳି ଯାଇଛି। ଚୁଲି ନିଅଁ।ରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଭଣ୍ଡାରିପୋଖରୀ ଦମକଳ ପହଞ୍ଚି ନିଅଁ।କୁ ଆୟତ୍ତ କରିଥିଲା। ସେହିପରି ବନ୍ତ ତହସିଲ ଅଧୀନ ନରାଜପୁର(ହରିପୁର) ଗ୍ରାମରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ୧୧ ବଖରା ଘର ଜଳିଯାଇଛି। ଏଥିରେ ଜଣେ ନାବାଳିକା ଆହତ ହୋଇଥିବା ବେଳେ ଗୋଟିଏ ବାଛୁରୀ ନିଅଁ।ରେ ପୋଡ଼ି ହୋଇ ମୃତ୍ୟୁ ଘଟିଛି। ଉକ୍ତ ଗ୍ରାମର ଉମାକାନ୍ତ ଦାଶ, ରମାକାନ୍ତ ଦାଶ, ମିନତି ଦାଶ ଓ ଶଶୀକାନ୍ତ ଦାଶଙ୍କ ୨ବଖରା ଲେଖାଏଁ ଘର ସମେତ ଗୁହାଳ ମିଶି ୧୧ ବଖରା ପୋଡ଼ି ଯାଇଛି। ରମାକାନ୍ତଙ୍କ ଝିଅ ବାଛୁରୀକୁ ଉଦ୍ଧାର କରୁଥିବା ବେଳେ ତାଙ୍କ ଉପରେ ନିଅଁ। ପଡ଼ିଯିବାରୁ ଆହତ ହୋଇଥିଲେ। ଖବର ପାଇ ଆଗରପଡ଼ାରୁ ଦମକଳ ପହଞ୍ଚି ନିଅଁ।କୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ଆନୁମାନିକ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଆଗରପଡ଼ା ଆର୍‌ଆଇ ତଦନ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି।

All Right Reserved By

ବାଲେଶ୍ୱର

ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ମାମଲା ରୁଜୁ, ୩ ଅଟକ

ଚାନ୍ଦବାଲି,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ନାଲଗଣ୍ଡା ପଞ୍ଚାୟତ ପ୍ରତାପପୁର ଗ୍ରାମରେ ଶନିବାର ରାତିରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଏଥିରେ ୧୩ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବାବେଳେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ରବିବାର ୩ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି।

‘ଆମ ଗାଁ ଆମ ବିକାଶ’ ଲାଗି ପ୍ରସ୍ତୁତି ବୈଠକ

‘ଆମ ଗାଁ ଆମ ବିକାଶ’ ଲାଗି ପ୍ରସ୍ତୁତି ବୈଠକ

ବାସୁଦେବପୁର,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କନ୍‌ଫରେନ୍ସ ହଲ୍‌ ପରିସରରେ ରବିବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ବୀରକିଶୋର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।

ଗୋଷ୍ଠୀ ସଂଘର୍ଷ, ୬ ଆହତ

ଚାନ୍ଦବାଲି,୨୪।୬(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ନାଲଗୁଣ୍ଡା ପଞ୍ଚାୟତ ପ୍ରତାପପୁର ଗାଁରେ ଶନିବାର ରାତି ପ୍ରାୟ ୯ଟା ବେଳେ ଦୁଇ ରାଜନୈତିକ ଦଳ ମଧ୍ୟରେ ସଂଘର୍ଷ ଘଟି ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ଚାନ୍ଦାବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଜମିଜମା ବିବାଦକୁ ନେଇ ଆକ୍ରମଣ: ୬ ଆହତ

ଜମିଜମା ବିବାଦକୁ ନେଇ ଆକ୍ରମଣ: ୬ ଆହତ

ତିହିଡ଼ି,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ବାରସର ପଞ୍ଚାୟତ ଅଧୀନ କେଳାସାହି ଗ୍ରାମରେ ଜମିଜମା ବିବାଦକୁ ନେଇ ଗୋଟିଏ ପରିବାର ସଦସ୍ୟଙ୍କ ଉପରେ ରବିବାର ସକାଳେ ଆକ୍ରମଣ ହୋଇଛି। ଏଥିରେ ପରିବାରର ୬ଜଣ ଆହତ ହୋଇଛନ୍ତି। ଏ ନେଇ ତିହିଡ଼ି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଭାଜପାର ବୁଦ୍ଧିଜୀବୀ ସମ୍ମିଳନୀ

ଭାଜପାର ବୁଦ୍ଧିଜୀବୀ ସମ୍ମିଳନୀ

ଠାକୁରମୁଣ୍ଡା,୨୪।୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ରାଣୀଶକ୍ତି ମନ୍ଦିର ସଭାଗୃହରେ ଶନିବାର ସନ୍ଧ୍ୟାରେ ଭାଜପା ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୋଦି ସରକାରଙ୍କ ୪୮ମାସ ପୂର୍ତ୍ତି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃପାସିନ୍ଧୁ ମହାନ୍ତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଭାଜପା ଉପସଭାପତି ରାଜକିଶୋର ଦାସ, ସାଧାରଣ ସମ୍ପାଦକ ଅନନ୍ତ କୁମାର ନାୟକ, ଜିଲା ସଭାପତି ନବୀନ ରାମ ପ୍ରମୁଖ ଉପସ୍ଥିତ ଥିଲେ।

ଶିମିଳିପାଳରୁ ସାତକୋଶିଆ ଗଲେ ମହେନ୍ଦ୍ର, ରାଜକୁମାର

ଶିମିଳିପାଳରୁ ସାତକୋଶିଆ ଗଲେ ମହେନ୍ଦ୍ର, ରାଜକୁମାର

ବାରିପଦା ଅଫିସ,୨୪।୬: ମୟୂରଭଞ୍ଜ ଜିଲାସ୍ଥିତ ପ୍ରସ୍ତାବିତ ଜାତୀୟ ଉଦ୍ୟାନରେ ଥିବା ଦନ୍ତାହାତୀ ମହେନ୍ଦ୍ର ଓ ରାଜକୁମାର ରବିବାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଯାଇଛନ୍ତି।

ମେଡ଼ିକାଲ କଲେଜରେ ନାମଲେଖା ଆରମ୍ଭ : ପ୍ରଥମ ଦିନରେ ଆସିଲେନି ଛାତ୍ରୀଛାତ୍ର

ମେଡ଼ିକାଲ କଲେଜରେ ନାମଲେଖା ଆରମ୍ଭ : ପ୍ରଥମ ଦିନରେ ଆସିଲେନି ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୪।୬-ବାଲେଶ୍ୱର ସରକାରୀ ମେଡ଼ିକାଲ କଲେଜରେ ମୋଟ ୧୦୦ ସିଟ୍‌ରୁ ଅଲ୍‌ ଇଣ୍ଡିଆ କୋଟାରେ ଅନ୍ୟ ରାଜ୍ୟର ଛାତ୍ରୀଛାତ୍ରଙ୍କ ପାଇଁ ଥିବା ୧୫ଟି ସିଟ୍‌ ପାଇଁ ନାମଲେଖା ଶନିବାରଠାରୁ ଆରମ୍ଭ ହୋଇଛି। ଏହା ୧୦ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରଥମଦିନରେ ବ୍ୟାଙ୍କ ବନ୍ଦ ଥିବାରୁ କୌଣସି ଡ୍ରାଫ୍ଟ କରାଯାଇ ନ ପାରିବା ଏବଂ ଆଲର୍ଟମେଣ୍ଟ ଲେଟର ମିଳି ନ ଥିବାରୁ କୌଣସି ଛାତ୍ର୍ରୀଛାତ୍ର ପହଞ୍ଚତ୍ ପାରି ନ ଥିବା ମେଡ଼ିକାଲ କଲେଜର ଅଧିକାରୀମାନେ ଅନୁମାନ କରିଛନ୍ତି।

ସରିଲା ଭିଜିଲାନ୍ସ ସେଲ୍‌ର ଚଢ଼ାଉ:  ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ଖଣି ଅଞ୍ଚଳବାସୀ

ସରିଲା ଭିଜିଲାନ୍ସ ସେଲ୍‌ର ଚଢ଼ାଉ: ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ଖଣି ଅଞ୍ଚଳବାସୀ

ଖଇରା, ୨୪।୬(ଉତ୍କଳବନ୍ଧୁ ପଣ୍ଡା)- କଟକ ଭିଜିଲାନ୍ସ ସେଲ ପକ୍ଷରୁ ବାଲେଶ୍ୱର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ପଥର ଖଣି ନିଲାମ, ଖଣି ଖୋଳା, ପାହାଡ ପାଦଦେଶରେ ଥବା ୩ କ୍ରଶରରେ ହୋଇଥିବା ଅନିୟମିତତା ଉପରେ ୩ଦିନ ଧରି ତନାଘନା ଚଢାଉ କରାଯାଇଥିଲା।

ଅବାଧ ମୋରମ ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ

ଅବାଧ ମୋରମ ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ

ରୂପ୍‌୍‌ସା, ୨୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ମୌଜାରୁ ବେଆଇନ ମୋରମ ଚାଲାଣ ନେଇ ଉତ୍ତେଜନା ଦେଖାଦେଇଛି। ଟିପ୍ପର ଯୋଗେ ରାତିଦିନ ଅବାଧରେ ମୋରମ ଚାଲାଣ ହେଉଥିବାରୁ ଲଛମନଖୁଣ୍ଟା-ରୂପ୍‌ସା ଏବଂ ଲଛମନଖୁଣ୍ଟା-ରାଉତପଡ଼ା ରାସ୍ତା ମରଣଯନ୍ତା ପାଲଟିଛି।

ପ୍ରେମୀ ଯୁଗଳଙ୍କୁ ନିସ୍ତୁକ ମାଡ  :୩ ଗିରଫ

ପ୍ରେମୀ ଯୁଗଳଙ୍କୁ ନିସ୍ତୁକ ମାଡ :୩ ଗିରଫ

ବାଙ୍ଗିରିପୋଷି.୨୪।୬ (ଡି.ଏନ.ଏ.)-ଫୋନରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଏହାପରେ ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ। ହେଲେ ବାଧକ ସାଜିଲେ ଯୁବତୀଙ୍କ ପରିବାର ଲୋକେ। ସେମାନେ ଉଭୟଙ୍କୁ ଆକ୍ରମଣ କରିବାକୁ ବି ପଛାଇ ନ ଥିଲେ। ହେଲେ ଉଭୟ ସାବାଳକ ହୋଇଥିବାରୁ ଏନେଇ ଯୁବତୀଜଣକ ବାଙ୍ଗିରିପୋଷୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ମାମଲା (ନଂ ୭୫/୧୮) ରୁଜୁ କରି ତାଙ୍କ ବାପା, ମା’ ଓ ଭାଇଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି।

ବିଚାର ବିଭାଗୀୟ ଅଦାଲତ କୋଠାଗୃହ ଉଦ୍‌ଘାଟିତ

ଉଦଳା, ୨୪।୬ (ଡି.ଏନ.ଏ.) -ନ୍ୟାୟ ପ୍ରଦାନ ପୂର୍ବରୁ ସାମ୍ବିଧାନିକ ଧାରାକୁ ତର୍ଜମା କରାଗଲେ ସାଧାରଣ ଲୋକେ ଠିକ୍‌ ନ୍ୟାୟ ପାଇପାରିବେ ା ଖୁବ୍‌ଶୀଘ୍ର ମାମଲାଗୁଡିକ ସମାଧାନ ହୋଇ ରାୟ ପ୍ରକାଶ ପାଇପାରିବ ।

ଶୁଳିଆପଦାରେ ସରକାରୀ କାଗଜ କାରଖାନା ସ୍ଥାପନ ଦାବି

ଶୁଳିଆପଦାରେ ସରକାରୀ କାଗଜ କାରଖାନା ସ୍ଥାପନ ଦାବି

ବାରିପଦା ଅଫିସ,୨୪।୬- ମୟୂରଭଞ୍ଜ ଜିଲାରେ ଆଖିଦୃଶିଆ ଶିଳ୍ପ ନ ଥିବା ବେଳେ ସେମିତି କୌଣସି ବଡ କଳକାରଖାନା ମଧ୍ୟ ନାହିଁ। ଯାହାବି ଥିଲା ସବୁ ବନ୍ଦ ହୋଇସାରିଲାଣି। ତେଣୁ ବେକାରି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

Model This Week

ଆହାନା