ବ୍ରହ୍ମପୁର

କୀଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି,୮ା୩(ଡି.ଏନ.ଏ.)- ସିମନବାଡ଼ି ଅଞ୍ଚଳରେ ଜନୈକ ଯୁବକ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଭୋଳେଶ୍ୱର ଡାକୁଆ। ଏହା ଘରୋଇ ଆଶାନ୍ତିରୁ ହୋଇଥିବା ତଦନ୍ତକାରୀ ଅଧିକାରୀ ଆର.ଭୀମାରାଓ ରେଡ୍ଡୀ କହିଛନ୍ତି। ଦୀର୍ଘଦିନ ଧରି ଭୋଳେଶ୍ୱର ବାହାର ରାଜ୍ୟରେ ରହୁଥିଲେ। ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଗତ କିଛି ମାସ ହେଲା ଗ୍ରାମକୁ ଆସି ସେଲୁନ ଖୋଲି ରୋଜଗାର କରୁଥିଲେ। ତେବେ ମଙ୍ଗଳବାରରୁ ଘରେ ଅଶାନ୍ତି ହେବାରୁ ବାହାରକୁ ପଳାଇଥିଲେ। ବୁଧବାର ତାଙ୍କ ମା’ ଫୋନ ଯୋଗେ ଘରକୁ ଆସିବା ପାଇଁ କହିଥିଲେ। ମୁଁ ଘରୁକୁ ଆସିଲେ ତୁମେ ମୋତେ ଦେଖିପାରିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏଥିରେ ତାଙ୍କ ବାପା ଏବଂ ମା’ ପୁଅ ଥଟାରେ ଏଭଳି କହୁଥିବା ଭାବିଥିଲେ। ଭୋଳେଶ୍ୱର ଗୁରୁବାର ଅପରାହ୍ନ ପ୍ରାୟ ୧ଟା ରେ ଏକ ଥଣ୍ଡାପାନୀୟ ବୋତଲରେ କୀଟନାଶକ ମିଶାଇ ଘରକୁ ଆଣି ସମସ୍ତଙ୍କ ସମ୍ମୁଖରେ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
All Right Reserved By

ବ୍ରହ୍ମପୁର

ପିଠା ଯୋଜନାରେ ପିସି ପୁର ଦିଆଯାଇଛି: ଧର୍ମେନ୍ଦ୍ର

ପିଠା ଯୋଜନାରେ ପିସି ପୁର ଦିଆଯାଇଛି: ଧର୍ମେନ୍ଦ୍ର

ଦିଗପହଣ୍ଡି,୧୫।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭୀଷ୍ମଗିରିରେ ଶନିବାର ଭାଜପା ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଆୟୋଜିତ ଜନପରାମର୍ଶ ପଦଯାତ୍ରା ଓ ଜନସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଚିଟ୍‌ଫଣ୍ଡ ଓ ଖଣି ଭଳି ବିଭିନ୍ନ ଦୁର୍ନୀତିରେ ରାଜ୍ୟ ସରକାର ଜଡିତ ଅଛନ୍ତି। ନବୀନ ସରକାରଙ୍କ ନୂତନ ଯୋଜନା ପିଠାରେ ପିସିର ପୁର ଦିଆଯାଇଛି। ଗଞ୍ଜାମ ଜିଲାର ଜନସାଧାରଣ ବାସି ପିଠାର ପୁରକୁ ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଟାଙ୍ଗିଆ ଚୋଟରେ ଜଣେ ମୃତ: ୨ ଗିରଫ

ଟାଙ୍ଗିଆ ଚୋଟରେ ଜଣେ ମୃତ: ୨ ଗିରଫ

କବିସୂର୍ଯ୍ୟନଗର,୧୫।୧୨- କବିସୂର୍ଯ୍ୟନଗର ଥାନା ଖଇରାପଲ୍ଲୀ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ୍ୟପାନ କରି ଗଁାକୁ ଫେରିବା ବାଟରେ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପୋଲିସ ମୃତଦେହ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

କାମବେଳେ ମାଟି ଅତଡା ଧସି କର୍ମଚାରୀ ଗୁରୁତର

କାମବେଳେ ମାଟି ଅତଡା ଧସି କର୍ମଚାରୀ ଗୁରୁତର


ହିଞ୍ଜିଳିକାଟୁ,୧୫।୧୨(ଡି.ଏନ୍‌.ଏ.)- ଜାନିବିଲି-ବ୍ରହ୍ମପର ମେଗା ପାଇପ ଲାଇନ କାମ ଚାଲିଥିବାବେଳେ ଶନିବାର ହିଞ୍ଜିଳି ଥାନା ପିତଳ ନିକଟରେ ମାଟି ଅତଡା ଧସି ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳର ଜି. କବିରାଜ ଦୋରା(୩୨)। ସେ ୱେଲ୍‌ଡର ଭାବେ ନିୟୋଜିତ ଥିଲେ। ଶନିବାର ମଧ୍ୟାହ୍ନରେ କାମ କରୁଥିବା ବେଳେ ତାଙ୍କ ଉପରେ ମାଟି ଅତଡା ଧସି ପଡିଥିଲା। ଅନ୍ୟ ଶ୍ରମିକ ମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଧାନଗଦା ଜଳିଗଲା

ଧାନଗଦା ଜଳିଗଲା

କବିସୂର୍ଯ୍ୟନଗର,୧୫।୧୨-କବିସୂର୍ଯ୍ୟନଗର ସାନଚଢ଼ିଆପଡ଼ାରେ ଶନିବାର ଅପରାହ୍ନ ପ୍ରାୟ ୨ଟାରେ ନିଅଁା ଲାଗି ହୀନ ଜେନାଙ୍କ ୨ଟି ଧାନଗଦା ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ହୀନ ୨୦ ଭରଣ ଜମିର ଧାନ ଗଦା କରି ରଖିଥିଲେ। ଦମକଳ ବାହିନୀକୁ ଖବର ଦେଇଥିଲେ ସୁଦ୍ଧା୨ ଘଣ୍ଟା ବିଳମ୍ବରେ ପହଞ୍ଚତ୍ଥିବା ଲୋକେ କହିଛନ୍ତି। ଏନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା।

ସୋରଡ଼ାରେ ୨ ଧାନ ମଣ୍ଡି ଉଦ୍‌ଘାଟିତ

ସୋରଡ଼ାରେ ୨ ଧାନ ମଣ୍ଡି ଉଦ୍‌ଘାଟିତ

ସୋରଡ଼ା,୧୫।୧୨(ଡି.ଏନ୍‌.ଏ.)- ସରକାରଙ୍କ ନିର୍ଦ୍ଦେଶରେ ସୋରଡ଼ା ବ୍ଲକର ସୁରମଣି, ହୁକୁମାରେ ଶନିବାର ୨ଟି ଧାନ ମଣ୍ଡି ଉଦ୍‌ଘାଟନ ହୋଇଯାଇଛି। ସୁରମଣି ସେବା ସମବାୟ ସମିତିର ଧାନ ମଣ୍ଡି ଉଦ୍‌ଘାଟନୀରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଅମର କୁମାର ବସନ୍ତରାୟ, ସମ୍ମାନିତ ଅତିଥି ଏବିଡିଓ ସୁଶୀଲ କୁମାର ପଟ୍ଟନାୟକ ଯୋଗ ଦେଇ ଧାନ କିଣା ନିୟମ, ସରକାରୀ ଦେୟ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।

ଦାରିଙ୍ଗବାଡ଼ିର  ପାଞ୍ଚ ପଞ୍ଚାୟତରେ‘ପିଠା’ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଦାରିଙ୍ଗବାଡ଼ିର ପାଞ୍ଚ ପଞ୍ଚାୟତରେ‘ପିଠା’ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଦାରିଙ୍ଗବାଡ଼ି,୧୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ପାଞ୍ଚୋଟି ପଞ୍ଚାୟତ କାର୍ଯ୍ୟାଳୟରେ ‘ପିଠା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ୍‌ସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ

ବ୍ଲକ୍‌ସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ

ବାଲିଗୁଡ଼ା,୧୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ଶନିବାର ପାଳିତ ହୋଇଯାଇଛି। 

ଲକ୍ଷ୍ମୀପୁରରେ ପିଠା କାର୍ଯ୍ୟକ୍ରମ

ଲକ୍ଷ୍ମୀପୁରରେ ପିଠା କାର୍ଯ୍ୟକ୍ରମ

ଛତ୍ରପୁର, ୧୫।୧୨(ଡିଏନଏ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲକ୍ଷ୍ମୀପୁରରେ ପଞ୍ଚୟତସ୍ତରୀୟ ପିଠା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। 

ସରକାରୀ ଅଧିକାରୀଙ୍କୁ ଟ୍ରାକିଂ କରିବ ଟେଲିଫୋନ୍‌

ଛତ୍ରପୁର,୧୫ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ୍‌ ଟେଲିଫୋନ୍‌ ଏଣିକି ଅଧିକାରୀମାନଙ୍କୁ ଟ୍ରାକିଂ କରିବ। ଶୁକ୍ରବାର ଛତ୍ରପୁରସ୍ଥିତ  ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏକ ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି। 

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ବାଲିଗୁଡ଼ା,୧୫ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଏକ ଶିଶୁ କନ୍ୟାକୁ ୧୦ ତାରିଖରେ ବଳାତ୍କାର କରାଯାଇଥିଲା। ଶିଶୁକନ୍ୟା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ  ଗିରଫ କରିପାରି ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। 

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ୍‌

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ୍‌

ଫୁଲବାଣୀ ଅଫିସ, ୧୫ା୧୨-ଫୁଲବାଣୀ କରୋନେଶନ ପଡିଆରେ ଚାଲିଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ ଦ୍ୱିତୀୟ ଦିନରେ ପହଞ୍ଚଛି। ଅବସର ଥିଲା କନ୍ଧମାଳ ବାଳିକା ଟିମ୍‌ ବିପକ୍ଷ ଭୁବନେଶ୍ୱର। 

ବାଇକ୍‌ ଡିକି ଭାଙ୍ଗି ୨ ଲକ୍ଷ ଲୁଟ

ପୁରୁଷୋତ୍ତମପୁର,୧୫ା୧୨(ଡି.ଏନ୍‌.ଏ.):  ପୁରୁଷୋତ୍ତମପୁର ସହର ବଡ଼ବଜାରରେ ଶୁକ୍ରବାର ବାଇକ୍‌ ଡିକି ଭାଙ୍ଗି  ଦୁର୍ବତ୍ତମାନେ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। କୋଦଳା ଥାନା ଫାସି ଗ୍ରାମର ସତ୍ୟବାନ ପାଳ ପୁରୁଷୋତ୍ତମପୁର ଷ୍ଟେଟ୍‌ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ବଡ଼ବଜାରରେ ଥିବା ଏକ ଜୁଏଲର୍ସକୁ ଆସିଥିଲେ।