ବ୍ରହ୍ମପୁର

ସଚିବଙ୍କ ସମୀକ୍ଷା ବୈଠକ: ଖରାଦିନେ ପାଣିର ସୁଷମ ବଣ୍ଟନ କର

 ସଚିବଙ୍କ ସମୀକ୍ଷା ବୈଠକ: ଖରାଦିନେ ପାଣିର ସୁଷମ ବଣ୍ଟନ କର
ଛତ୍ରପୁର, ୮।୩ (ଡି.ଏନ.ଏ.)- ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ବିଶାଳ କୁମାର ଦେବ ଗୁରୁବାର ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ଉନ୍ନୟନ କାର୍ଯ୍ୟ ତଦାରଖ ପାଇଁ ନୋଡାଲ ସେକ୍ରେଟାରୀ ଭାବେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି। ପୂର୍ବାହ୍ନରେ ସେ ଗଞ୍ଜାମ ବ୍ଲକର ମଠମୁକୁନ୍ଦପୁର ଗାଁକୁ ଯାଇ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ଏବଂ ବିଞ୍ଚଣାପଲ୍ଲୀ ଗାଁରେ ଅଙ୍ଗନୱାଡିକେନ୍ଦ୍ର ଓ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ଟାର୍ଗେଟ ପୂରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାପୂର୍ବରୁ ଖଲ୍ଲିକୋଟ ବ୍ଲକର ବ୍ରଜରାଜପୁର ଗ୍ରାମ ଗସ୍ତ କରି ସେଠାରେ ଅଙ୍ଗନଓ୍ବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଗ୍ରାମର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଅଙ୍ଗନଓାଡି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ଏବଂ ପାନୀୟ ଜଳ ବ୍ୟବସ୍ଥା ସମ୍ପର୍କରେ ମା’ମାନଙ୍କୁ ପଚାରି ବୁଝିଥିଲେ। ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେଠାରେ ଶିକ୍ଷାଦାନ ବ୍ୟବସ୍ଥା ଦେଖିଥିଲେ। ବିଦ୍ୟାଳୟ ପରିବେଶ ଦେଖି ଖୁସି ବ୍ୟକ୍ତ କରିଥିଲେ। ଅପରାହ୍ନରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ସେଠାରେ ରୋଗୀମାନଙ୍କୁ କିପରି ସୁବିଧା ଦିଆଯାଉଛି ଓ ନିରାମୟ ଔଷଧ ବଣ୍ଟନ ଠିକ ଭାବେ ହେଉଛି କି ନାହିଁ ତାହାର ଅନୁଧ୍ୟାନ କରିବା ସହ ମେଡିକାଲ ମ୍ୟାନେଜରଙ୍କ ସହ ମେଡିକାଲର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଅଳ୍ପସଂଖ୍ୟକ ରୋଗୀ ଥିବାବେଳେ ଅନେକ ଶଯ୍ୟା ଖାଲି ପଡିଥିବା ଦେଖିଥିଲେ। କାହିଁକି ରୋଗୀମାନେ ଏଠାରେ ରହୁନାହାନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଅପରାହ୍ନରେ ସଚିବ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏକ ସମୀକ୍ଷା ବୈଠକ କରିଥିଲେ। ଆଗକୁ ଖରାଦିନ ଆସୁଥିବାରୁ ପାନୀୟ ଜଳ ଯୋଗାଣ ଉପରେ ଅଧିକ ଧ୍ୟାନ ଦିଆଯିବା ସହ ଏବଂ ଏହାକୁ ଉନ୍ନତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାର ସମସ୍ତ କୃଷକଙ୍କର ଡାଟାବେସ୍‌ ପ୍ରସ୍ତୁତ କରିବା, ସେମାନଙ୍କୁ କୃଷିଋଣରେ ସାମିଲ୍‌ କରିବା ଏବଂ ସମସ୍ତଙ୍କୁ ବୀମାଭୁକ୍ତ କରିବା ପାଇଁ କହିଥିଲେ। ସମସ୍ତ କୃଷକ ଜିଲାରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିକୁ ନେଇ କୃଷି ଋଣମେଳା କରାଯିବ। ମିଶନ୍‌ ଶକ୍ତି ସହାୟତାରେ ଜିଲାର ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ସହ ବଜାର ବ୍ୟବସ୍ଥା କରିବାକୁ କହିଥିଲେ। ନିର୍ମାଣ ଶ୍ରମିକ ଯୋଜନା, ଗ୍ରାମ୍ୟ ବିଦ୍ୟୁତୀକରଣ, ମା’ ଏବଂ ଶିଶୁଙ୍କ ସ୍ବାସ୍ଥ୍ୟ ଆଦି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବାର୍ଦ୍ଧକ୍ୟ ଭତ୍ତା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଯେଉଁମାନଙ୍କ ମୃତ୍ୟୁ ହେଉଛି ସେହି ସ୍ଥାନରେ ଗ୍ରାମର ସର୍ବାଧିକ ବୟସ୍କ ବ୍ୟକ୍ତିଙ୍କୁ ଭତ୍ତା ଅନ୍ତର୍ଭୁକ୍ତ କରିବା ପାଇଁ କୁହାଯାଇଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ବାଦ୍‌ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
All Right Reserved By

ବ୍ରହ୍ମପୁର

ନିଖୋଜ ଶିଶୁକନ୍ୟା ଉଦ୍ଧାର

ନିଖୋଜ ଶିଶୁକନ୍ୟା ଉଦ୍ଧାର


ବ୍ରହ୍ମପୁର ଅଫିସ,୨୩/୯: ବ୍ରହ୍ମପୁର ଏମକେସିଜି ମେଡିକଲରୁ ଦୁଇଦିନର ଶିଶୁକନ୍ୟା ଚୋରି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସକୁ ମିଳିଛି ସଫଳତା।

ପ୍ଲାଷ୍ଟିକ ବର୍ଜନ ସଚେତନତା

ପ୍ଲାଷ୍ଟିକ ବର୍ଜନ ସଚେତନତା

ବ୍ରହ୍ମପୁର ଅଫିସ, ୨୩।୯:ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଏନଜିଓ ହଲ ସମ୍ମୁଖରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। 

ବିଏମ୍‌ସି ୫ ନଂ. ୱାର୍ଡ: ୩୧ ହିତାଧିକାରୀଙ୍କୁ ରାଜୀବ ଆବାସ ଗୃହ ପ୍ରଦାନ

ବିଏମ୍‌ସି ୫ ନଂ. ୱାର୍ଡ: ୩୧ ହିତାଧିକାରୀଙ୍କୁ ରାଜୀବ ଆବାସ ଗୃହ ପ୍ରଦାନ

ବ୍ରହ୍ମପୁର ଅଫିସ,୨୩।୯- ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଶନିବାର ୫ ନଂ ୱାର୍ଡ ଅନ୍ତର୍ଗତ ନୀଳାଦ୍ରିବିହାରଠାରେ ନିର୍ମିତ ରାଜୀବ ଆବାସ ଗୃହ ହସ୍ତାନ୍ତର କରାଯାଇଛି । ନୀଳାଦ୍ରିବିହାର, ସୋମନାଥ ନଗର, ତ୍ରିନାଥ ନଗର ୩୧ ହିତାଧିକାରୀଙ୍କୁ ନିଳାଦ୍ରୀବିହାର ମୁଖ୍ୟରାସ୍ତା 

ନର୍ସିଂ ହୋମ୍‌ରୁ ଚୋରି

ନର୍ସିଂ ହୋମ୍‌ରୁ ଚୋରି

ବ୍ରହ୍ମପୁର ଅଫିସ୍‌,୨୩।୯-ବ୍ରହ୍ମପୁର ଗାନ୍ଧୀନଗର ଛକରେ ଥିବା ଏକ ନର୍ସିଂ ହୋମରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ରଙ୍ଗନାଥନ୍‌ ଅର୍ଥୋ ନର୍ସିଂ ହୋମ୍‌ କବାଟ ଭାଙ୍ଗି ପଶିଥିଲେ। 

ଫସଲ ବୀମା ଅଗ୍ରଗତି ସମୀକ୍ଷା,ଗାଡିରୁ ଓହ୍ଲାଉ ନାହାନ୍ତି ଅଧିକାରୀ

ଫସଲ ବୀମା ଅଗ୍ରଗତି ସମୀକ୍ଷା,ଗାଡିରୁ ଓହ୍ଲାଉ ନାହାନ୍ତି ଅଧିକାରୀ

ଛତ୍ରପୁର,୨୩।୯(ଡି.ଏନ.ଏ)- ରାଜ୍ୟ ସରକାର କୃଷିକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଜିଲା ପ୍ରଶାସନ ମଧ୍ୟ ସେହି ଅନୁପାତରେ କୃଷି ଓ କୃଷକଙ୍କ ପ୍ରତି ଉତ୍ସର୍ଗୀକୃତ ଭାବେ କାମ କରିବ। ଧାନ ଚାଷ, ଉଦ୍ୟାନ କୃଷି, ଗୋପାଳନ ଏବଂ ମତ୍ସ୍ୟ ଚାଷ ଚାଲିଛି।

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

କୋର୍ଟରେ ହାଜର ହେଲେ ୧୨ ଆନ୍ଦୋଳନକାରୀ

ଛତ୍ରପୁର,୨୩।୯(ଡି.ଏନ.ଏ.)- ବିଭିନ୍ନ ଦାବି ନେଇ ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା (ଆଇଆରଇ) ପ୍ଲାଣ୍ଟର କାର୍ଯ୍ୟ ବନ୍ଦ କରିବା ପ୍ରସଙ୍ଗରେ ୧୨ ଜଣ ଆନ୍ଦୋଳନକାରୀ ଶନିବାର ଛତ୍ରପୁର ସିନିୟର ଡିଭିଜନ୍‌ ସିଭିଲ କୋର୍ଟରେ ହାଜର ହୋଇଥିଲେ ।

ବାଘୁଆ ଜଳ ଭଣ୍ଡାରର ୪ ଗେଟ୍‌ ଖୋଲିଲା

ବାଘୁଆ ଜଳ ଭଣ୍ଡାରର ୪ ଗେଟ୍‌ ଖୋଲିଲା

ବୁଗୁଡ଼ା,୨୨।୯(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ମତାଝରି ନିକଟସ୍ଥ ବାଘୁଆ ଜଳ ଭଣ୍ଡାରରୁ ଶନିବାର ସକାଳ ୭ଟା ୧୫ରେ ସ୍ପିଲୱେର ୪ଟି ଗେଟ ଖୋଲାଯାଇ ବାଘୁଆ ନଦୀରେ ବନ୍ୟା ଜଳ ଛଡ଼ାଯାଇଛି। ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବାଘୁଆ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁ ଓ ଡ୍ୟାମର ସହକାରୀ ଯନ୍ତ୍ରୀ କାଳୀ ଚରଣ ହୋତାଙ୍କ ଉପସ୍ଥିତିରେ ବାଘୁଆ ଜଳ ଭଣ୍ଡାରରୁ ୪ଟି ଗେଟ ଖୋଲାଯାଇଛି।

ମାଲେସିଆରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ମାଲେସିଆରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

କୋଦଳା/ବେଗୁନିଆପଡା,୨୨।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କୋଦଳା ଥାନା ବାଦର୍ଖପଲ୍ଲୀ ଗ୍ରାମର ଜଣେ ଶ୍ରମିକଙ୍କ ମାଲେସିଆରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ସନ୍ତୋଷ ଆଚାରୀ(୨୪)।

ଧରାକୋଟ ବ୍ଲକରେ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ଧରାକୋଟ ବ୍ଲକରେ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ

ଧରାକୋଟ,୨୨।୯(ଡି.ଏନ୍‌.ଏ.)- ଧରାକୋଟସ୍ଥିତ ଅନନ୍ତ ନାରାୟଣ ମହାବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ବାଇକ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ବାଇକ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ଦିଗପହଣ୍ଡି/ପାଟପୁର,୨୨।୯(ଡି.ଏନ.ଏ.)- ଦିଗପହଣ୍ଡି-ତପ୍ତପାଣି ମୁଖ୍ୟରାସ୍ତାର କଂସାମାରି ଗ୍ରାମ ଭାଲିଆ ଛକରେ ୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚୁଡୁଙ୍ଗପୁର ଗ୍ରାମର ଗୋପାଳକୃଷ୍ଣ ମିଶ୍ର (୩୨)। ଆହତମାନେ ହେଲେ ଗଜପତି ଜିଲା ମୋହନା ଥାନା ବେତରସିଂ ଗ୍ରାମର ପୀତାମ୍ବର ସାହୁ, ଲକ୍ଷ୍ମୀ ସାହୁ ଓ ତପସ୍ବିନୀ ସାହୁ।

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ବ୍ରହ୍ମପୁର ଅଫିସ,୨୨।୯: ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ ଶନିବାର ନବଜାତ ଶିଶୁ କନ୍ୟା ଚୋରି ହୋଇଥିବା ବିଏନ୍‌ପୁର ଥାନାରେ ଅଭିଯୋଗ ହୋଇଛି।

ବ୍ରହ୍ମପୁରରେ ରାଜୀବ ଆବାସ ଘର ପ୍ରଦାନ

ବ୍ରହ୍ମପୁରରେ ରାଜୀବ ଆବାସ ଘର ପ୍ରଦାନ

ବ୍ରହ୍ମପୁର ଅଫିସ,୨୨।୯: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୱାର୍ଡ ନଂ. ୫ ଅନ୍ତର୍ଗତ ନିଳାଦ୍ରୀବିହାର, ସୋମନାଥ ନଗର, ତ୍ରିନାଥ ନଗରର ୩୧ ହିତାଧିକାରୀଙ୍କୁ ଶନିବାର ରାଜୀବ ଆବାସ ଗୃହ ହସ୍ତାନ୍ତର କରାଯାଇଛି। ସ୍ଥାନୀୟ କର୍ପୋରେଟର ଆର. ମୁରଲୀମୋହନ ଉପସ୍ଥିତ ରହି ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିଛନ୍ତି।