ବ୍ରହ୍ମପୁର

ବୁଗୁଡ଼ା ବନାଞ୍ଚଳରେ ୧୩୫୩ କୃଷ୍ଣସାର ମୃଗ

ବୁଗୁଡ଼ା ବନାଞ୍ଚଳରେ ୧୩୫୩ କୃଷ୍ଣସାର ମୃଗ

ବୁଗୁଡ଼ା,୮।୩(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳରେ ୧୩୫୩ ବିରଳ କୃଷ୍ଣସାର ମୃଗ ଥିବା ଗଣନାରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୩୮୪ଟି ଅଣ୍ଡିରା, ୭୮୨ ମାଈ ଓ ୧୮୭ ଶାବକ ରହିଛନ୍ତି। ୨୦୧୫ରେ ହୋଇଥିବା ଗଣନା ବେଳେ ବନାଞ୍ଚଳରେ ୧୨୩୯ କୃଷ୍ଣସାର ମୃଗ ଥିବା ଜଣାପଡିଥିଲା। ଗତଥର ଅପେକ୍ଷା ଚଳିତଥର କୃଷ୍ଣସାରଙ୍କ ସଂଖ୍ୟା ବଢ଼ିଥିବା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଗୁରୁବାର ସୂଚନା ଦେଇଛନ୍ତି। ୨୦୧୮ ଗଣନାରେ ପୂର୍ବାପେକ୍ଷା ୧୧୪ କୃଷ୍ଣସାର ବୃଦ୍ଧି ହୋଇଛି। ଗତ ୨୮ ତାରିଖ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ମୃଗ ଗଣନା ହୋଇଥିଲା। ବନାଞ୍ଚଳ ଅନ୍ତର୍ଗତ ପ୍ରାୟ ୯୦ ଖଣ୍ଡ ଗ୍ରାମକୁ ନେଇ ଏହି ଗଣତି ହୋଇଥିଲା। ଗଣନା ପାଇଁ ଭୁବନେଶ୍ୱରରୁ ଆସିଥିବା ଗୋଟିଏ ଟିମ ପାଇଁ ଗୋଟିଏ ୟୁନିଟ ସହ ମୋଟ ୨୮ ୟୁନିଟ ହୋଇଥିଲା। ଏଥିପାଇଁ ବନପାଳ, ବନରକ୍ଷୀ, ଅନ୍ୟାନ୍ୟ ବନ କର୍ମଚାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, କୃଷ୍ଣସାର ମୃଗ ସଂରକ୍ଷଣ କମିଟି, ବନ ସୁରକ୍ଷା ସମିତିର ସଭ୍ୟମାନଙ୍କୁ ନେଇ ୮୧ ଜଣ ଗଣନାରେ ନିୟୋଜିତ ହୋଇଥିଲେ। ଗଞ୍ଜାମ ଜିଲାର ବୁଗୁଡ଼ା ସମେତ ଆସିକା, ପୋଲସରା, ଖଲ୍ଲିକୋଟ ଅଞ୍ଚଳରେ ବିରଳ କୃଷ୍ଣସାର ମୃଗ ଦେଖିବାକୁ ମିଳୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ସରକାରୀ ସାହାଯ୍ୟ ଯୋଗାଇବା ପାଇଁ ଦାବି ହେଉଛି।

All Right Reserved By

ବ୍ରହ୍ମପୁର

ଦୋକାନରେ ପଶିଲା ପିକ୍‌ଅପ୍‌ ଭ୍ୟାନ:ବାପ,ପୁଅ ଗୁରୁତର

ଦୋକାନରେ ପଶିଲା ପିକ୍‌ଅପ୍‌ ଭ୍ୟାନ:ବାପ,ପୁଅ ଗୁରୁତର

ଦାରିଙ୍ଗବାଡ଼ି,୨୪ା୬(ଡି.ଏନ୍‌.ଏ.) ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ଡଙ୍ଗେରୀ ନିକଟରେ ଥିବା ଏକ ଦୋକାନ ଭିତରେ ଶନିବାର ପିକ୍‌ଅପ୍‌ଭ୍ୟାନ (ଓଡି୦୭-ଭି-୩୬୭୬) ଭାରସାମ୍ୟ ହରାଇ ପଶିଯିବାରୁ ବାପ, ପୁଅ ଗୁରୁତର ହୋଇଛନ୍ତି।

ବାଲି ଚାଲାଣ ଉପରେ ଚଢାଉ

ବାଲି ଚାଲାଣ ଉପରେ ଚଢାଉ

ବାଲିଗୁଡ଼ା, ୨୪ା୬(ଡି.ଏନ୍‌.ଏ.): ବାଲିଗୁଡ଼ା ଅଞ୍ଚଳରେ ବାଲି,ପଥର ଓ ଚିପ୍ସ ଚୋରାଚାଲାଣ ଦିନକୁଦିନ ବୃଦ୍ଧି ପାଉଛି। ବେଆଇନ୍‌ ଚାଲଣକୁ ରୋକିବା ପାଇଁ ତହସିଲଦାର ସ୍ବତନ୍ତ୍ର ଟିମ୍‌ ଗଠନ କରି ଦୁଇଦିନ ହେଲା ଚଢାଉ ଜାରି ରଖିଛନ୍ତି।

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ସମବାୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ

ବ୍ରହ୍ମପୁର ଅଫିସ,୨୪ା୬- ଗୋପାଳପୁର ସମବାୟ ପରିଚାଳନା ପ୍ରତିଷ୍ଠାନକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି।

ଏସ୍‌ଏଚ୍‌ଜିକୁ ଶୌଚାଳୟ ପରିଚାଳନା ଦାୟିତ୍ୱ

ଏସ୍‌ଏଚ୍‌ଜିକୁ ଶୌଚାଳୟ ପରିଚାଳନା ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨୪ା୬- ବାହ୍ୟ ମଳମୁକ୍ତ ହେବ ବ୍ରହ୍ମପୁର। ଏ ନେଇ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗତ ମେ ୧୩ ତାରିଖରୁ ବାହ୍ୟ ମଳମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନକୁ ସଫଳ କରିବା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

ହଂସପୁର ପାଣି ପମ୍ପ ହାଉସ୍‌ରେ ତାଲା

ଛତ୍ରପୁର,୨୪।୬(ଡି.ଏନ୍‌.ଏ.) ଛତ୍ରପୁର ବ୍ଲକ ହଂସପୁର ଜନସ୍ବାସ୍ଥ୍ୟ ବିଭାଗର ପାଣି ପମ୍ପ ହାଉସ ଫାଟକରେ ଶନିବାର ସ୍ଥାନୀୟ ଲୋକେ ତାଲା ପକାଇ ଦେଇଥିଲେ। ଅନ୍ୟ ଗଁାର ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ସେମାନଙ୍କୁ ବାହାର କରି ହଂସପୁର ଗାଁର ଲୋକଙ୍କୁ ନିଯୁକ୍ତି ଦେବା ଦାବିରେ ଫାଟକରେ ତାଲା ପକାଯିବା ସହ ଆନ୍ଦୋଳନ କରାଯାଇଥିଲା।

୩ ଘରୁ ଲୁଟିନେଲେ ଟଙ୍କା, ଅଳଙ୍କାର

୩ ଘରୁ ଲୁଟିନେଲେ ଟଙ୍କା, ଅଳଙ୍କାର

ସୋରଡା, ୨୪ା୬ (ଡି.ଏନ.ଏ.)ଦୀର୍ଘଦିନ ପରେ ସୋରଡା ଅଞ୍ଚଳରେ ଡକାୟତ ଦଳ ସକ୍ରିୟ ହୋଇଥିବା ଜଣାପଡିଛି।

ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା

ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା

ପାଟପୁର,୨୪ା୬(ଡି.ଏନ.ଏ.)ଦୀର୍ଘ ୧୨ ବର୍ଷରେ ଅନୁଷ୍ଠିତ ହୋଇଛି ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା। ଏନେଇ ସାନଖେମୁଣ୍ଡି ବ୍ଲକ କଙ୍କରୋଡା ଗ୍ରାମ ଚଳଚଞ୍ଚଳ ହୋଇ ଉଠିଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ମନମୁଗ୍ଧକର କଳାକୁଞ୍ଜ ଦର୍ଶକଙ୍କ ମନ ମୋହୁଛି।

ଶାଶୁଙ୍କୁୁ ବଳାତ୍କାର ଅଭିଯୋଗ, ଜ୍ୱାଇଁ ଗିରଫ

ଶାଶୁଙ୍କୁୁ ବଳାତ୍କାର ଅଭିଯୋଗ, ଜ୍ୱାଇଁ ଗିରଫ

ବାଲିଗୁଡା, ୨୪ା୬(ଡି.ଏନ୍‌.ଏ.): ବାଲିଗୁଡା ଥାନା ଅଞ୍ଚଳରେ ଶାଶୁଙ୍କୁ ଜ୍ୱାଇଁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଜ୍ୱାଇଁ ବଳାତ୍କାର କରିଥିବା ଶାଶୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ଅଛି, ଜ୍ୱାଇଁ ଗତ କିଛି ଦିନ ଧରି ତାଙ୍କ ଝିଅଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି।

ଗଞ୍ଜାମ ସହରରେ ପୁଣି ଏଟିଏମ ଠକେଇ

ଗଞ୍ଜାମ ସହରରେ ପୁଣି ଏଟିଏମ ଠକେଇ

ଗଞ୍ଜାମ,୨୩ା୬(ଡି.ଏନ.ଏ.)- କିଛିଦିନର ନିରବତା ପରେ ଗଞ୍ଜାମ ସହରରେ ପୁଣି ଏଟିଏମ୍‌ ଠକେଇର ଶୀକାର ହୋଇଛନ୍ତି ଜଣେ ଗ୍ରାହକ। ଗତ ୨ଦିନ ତଳେ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ କୈବର୍ତ୍ତ ସାହିର କୃଷ୍ଣଚନ୍ଦ୍ର ବେହେରା ଗଞ୍ଜାମ ଷ୍ଟେଟବ୍ୟାଙ୍କ ପରିସରରେ ଥିବା ଏଟିଏମରୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଯାଇଥିଲେ।

ପୋଲସରାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ପୋଲସରାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ପୋଲସରା,୨୩ା୬(ଡି.ଏନ.ଏ.)- ପୋଲସରା ବ୍ଲକ ନିକଟସ୍ଥ ଲୁଣିଘାଟି ପଡ଼ିଆରେ ଶନିବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୋଲସରା ଅଞ୍ଚଳର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଭ୍ୟ ଓ ଜନସାଧାରଣ ସିଧାସଳଖ ଅଞ୍ଚଳର ବିକାଶ

ମୋବାଇଲ ଫୋନ୍‌: ତାଗିଦ୍‌ ହେଲା କାଳ

ମୋବାଇଲ ଫୋନ୍‌: ତାଗିଦ୍‌ ହେଲା କାଳ

ଧରାକୋଟ,୨୩ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଧରାକୋଟ ଥାନା କୁଶପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଅଧିକାଂଶ ସମୟ ମୋବାଇଲ ଫୋନ୍‌ ବ୍ୟବହାର କରିବା ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହିବା ନେଇ ପୁଅଙ୍କୁ ବାପାଙ୍କ ତାଗିଦ୍‌ କାଳ ହୋଇଛି। ତାଗିଦ୍‌ ପରେ ପୁଅ ରଶି ଦେଇ ଆତ୍ମହତ୍ୟା କରିବା ଓ ପୁଅର ମୃତଦେହ ଦେଖି ବାପା

ସମବାୟ ଆପଣଙ୍କ ଦ୍ୱାରଦେଶରେ କାର୍ଯ୍ୟକ୍ରମରେ କୃଷକ ସମାବେଶ

ସମବାୟ ଆପଣଙ୍କ ଦ୍ୱାରଦେଶରେ କାର୍ଯ୍ୟକ୍ରମରେ କୃଷକ ସମାବେଶ

ବୁଗୁଡ଼ା,୨୩।୬(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଡ଼ିଆବୋରଦା ପଞ୍ଚାୟତ କାର୍ଯ୍ୟାଳୟରେ ମୋଟାବାଡ଼ି ଓ ଖୋଳଖାଳି ସେବା ସମବାୟ ସମିତିର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସମବାୟ ଆପଣଙ୍କ ଦ୍ୱାରଦେଶରେ କାର୍ଯ୍ୟକ୍ରମରେ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ଗୌଡ଼ିଆବୋରଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ବୁଲୁ ପ୍ରଧାନ ସଭାପତିତ୍ୱ କରିଥିଲେ।

Model This Week

ଆହାନା