ବାଣିଜ୍ୟ |

ଟିଡିଏସ୍‌ ଖିଲାପକାରୀ, ଓଡିଶାରେ ୧୨୦ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ

ଟିଡିଏସ୍‌ ଖିଲାପକାରୀ, ଓଡିଶାରେ ୧୨୦ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮-୩
କର୍ମଚାରୀଙ୍କୁ ଦରମା ଦେବା ସମୟରେ ସଂସ୍ଥା ଟିକସ କାଟି ରଖିଥାଏ। ଏହାକୁ ଟାକ୍ସ ଡିଡକ୍‌ଟେଡ୍‌ ଆଟ୍‌ ସୋର୍ସ ବା ଟିଡିଏସ୍‌ ବୋଲି କୁହାଯାଏ। ଟିଡିଏସ୍‌ କାଟିବାର ୭ ଦିନ ମଧ୍ୟରେ ଆୟକର ବିଭାଗ ପାଖରେ ଏହାକୁ ପୈଠ କରିବା ପାଇଁ ନିୟମ ରହିଛି। କିନ୍ତୁ କେତେକ ବେସରକାରୀ ଏବଂ ସରକାରୀ ସଂସ୍ଥା ଏହି ନିୟକୁ ଉଲଂଘନ କରିଆସୁଛନ୍ତି। ଆୟକର ବିଭାଗ ଓଡିଶା ରିଜିଅନ୍‌ର ଟିଡିଏସ୍‌ ବିଭାଗ ପକ୍ଷରୁ ଏଭଳି ସୂଚନା ମିଳିଛି। ଏ ସମ୍ପର୍କରେ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୧୩-୧୪ ରୁ ୨୦୧୬-୧୭ ଆର୍ଥିକ ବର୍ଷ ମଧ୍ୟରେ ଏହି ନିୟମକୁ ଉଲଂଘନ କରିଥିବା ୧୨୦ଟି ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ୫୦୦ରୁ ଊର୍ଦ୍ଧ୍ୱ ସଂସ୍ଥାକୁ ନୋଟିସ୍‌ ଜାରି ହୋଇଛି। ବିଶେଷ କରି କେତେକ ଇସ୍ପାତ କମ୍ପାନୀ, କଣ୍ଟ୍ରାକ୍‌ଟର, ମଜିବାଡି ତଥା ଘର କିଣାବିକା ବ୍ୟବସାୟ କରୁଥିବା କମ୍ପାନୀ ଏହି ଟିଡିଏସ୍‌ ଦୁର୍ନୀତିରେ ଜଡିତ ଅଛନ୍ତି। କେବଳ ସେତିକି ନୁହେଁ ଟିଡିଏସ୍‌ କାଟି ରଖି ଆୟକର ବିଭାଗ ପାଖରେ ଜମା ନ କରିବା ସହିତ ଏମାନେ ତ୍ରୟମାସିକ ରିଟର୍ନ ଫାଇଲ ମଧ୍ୟ କରୁନାହାନ୍ତି। ଏଭଳି ଦୁର୍ନୀତିରେ ଲିପ୍ତ ସଂସ୍ଥାଙ୍କ ବିରୋଧରେ ଆୟକର ଅଧିନୀୟମ ୧୯୬୧ର ଧାରା ୨୭୬ଖ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ସାରିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଏଥିରେ ଦୋଷୀ ସାବ୍ୟସ୍ଥ ହେଲେ ସେମାନଙ୍କୁ ଜରିମାନା ସହିତ ୩ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଓଡିଶାର ୧୨୦ ସଂସ୍ଥା ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରୁ ମୁକୁଳିବା ପାଇଁ ୩୦ରୁ ଊର୍ଦ୍ଧ୍ୱ ସଂସ୍ଥା ଅତିରିକ୍ତ ୩ ରୁ ୫ ପ୍ରତିଶତ ଜୋରିମାନା ଦେବା ପାଇଁ ରାଜି ହୋଇଛନ୍ତି। କିନ୍ତୁ ଯେଉଁମାନେ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇ ନାହାନ୍ତି ତଥା ନିୟମ ଉଲ୍ଲଘଂନ କରିଛନ୍ତି ବିଭାଗ ସେମାନଙ୍କ ବ୍ୟାଙ୍କ ଖାତା ଜବତ କରିବ ବୋଲି ସେ କହିଛନ୍ତି। ସେହିପରି ଟିଡିଏସ୍‌ ନ କାଟିବା ପାଇଁ କେତେକ ସଂସ୍ଥା ଆୟକର ବିଭାଗକୁ ଭୁଲ୍‌ ତଥ୍ୟ ମଧ୍ୟ ଦେଖାଇଛନ୍ତି। ଏହା ସର୍ଭେରୁ ଜଣା ପଡିଛି ବୋଲି ସେ କହିଛନ୍ତି। ସେହିପରି ଟିଡିଏସ୍‌ ଖିଲାପକରିଥିବା ଦୁଇଟି ସରକାରୀ ସଂସ୍ଥାର ନିର୍ଦ୍ଦିଷ୍ଟ ବିଭାଗକୁ ମଧ୍ୟ ଚିଠି କରାଯାଇଛି। କିନ୍ତୁ ବିଭାଗର ନାମ ଅଧିକାରୀଜଣକ ପ୍ରକାଶ କରିନାହାନ୍ତି।

All Right Reserved By

ବାଣିଜ୍ୟ |

୨ ଦିନରେ ମୁକେଶଙ୍କ ସମ୍ପତ୍ତି ବଢିଲା ୯,୪୦୦ କୋଟି

୨ ଦିନରେ ମୁକେଶଙ୍କ ସମ୍ପତ୍ତି ବଢିଲା ୯,୪୦୦ କୋଟି

ନୂଆଦିଲ୍ଲୀ, ୨୩-୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଦୁଇ ଦିନରେ ୯,୪୦୦ କୋଟି ଟଙ୍କା ବୃଦ୍ଧି ଘଟିଛି। ଶନିବାର କମ୍ପାନୀର ଶେୟାର ମୂଲ୍ୟ ବୃଦ୍ଧି ହେବା ଯୋଗୁ ସମ୍ପତ୍ତିରେ ଏପରି ବୃଦ୍ଧି ଘଟିଥିବା ଜଣା ଯାଇଛି।

ବ୍ୟାଗେଜ୍‌ ଚାର୍ଜ ବଢାଇଲେ ବିମାନ କମ୍ପାନୀ

ବ୍ୟାଗେଜ୍‌ ଚାର୍ଜ ବଢାଇଲେ ବିମାନ କମ୍ପାନୀ

ନୂଆଦିଲ୍ଲୀ, ୨୩-୬: ଦେଶ ମଧ୍ୟରେ ବିମାନ ଯାତ୍ରା କରୁଥିଲେ ସାଙ୍ଗରେ ୧୫ କିଲୋରୁ ଅଧିକ ବ୍ୟାଗେଜ୍‌ ନେବା ମହଙ୍ଗା ହେବ। ଘରୋଇ ବିମାନ ସେବା ସଂସ୍ଥାଗୁଡିକ ଅଧିକ ଓଜନର ବ୍ୟାଗେଜ୍‌ ଉପରେ ପ୍ରି-ବୁକିଂ ଚାର୍ଜ ଏବଂ ବୁକିଂ ନ ହୋଇଥିଲେ ବିମାନ ବନ୍ଦର ଚାର୍ଜରେ ବୃଦ୍ଧି ଘୋଷଣା କରିଛନ୍ତି। ଏକ ମାତ୍ର ବିମାନ କମ୍ପାନୀ ଭାବେ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆରେ ଯାତ୍ରୀମାନେ ବିନା କୌଣସି ଚାର୍ଜରେ ୨୫ କିଲୋ ପର୍ଯ୍ୟନ୍ତ ବ୍ୟାଗେଜ୍‌ ସାଙ୍ଗରେ ନେଇ ପାରିବେ ବୋଲି ଜଣାଯାଇଛି।

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବିଶ୍ୱର ଅନ୍ୟତମ ଅଗ୍ରଣୀ ଚିପ୍‌ ନିର୍ମାତା ଇଣ୍ଟେଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ବ୍ରିଆନ୍‌ କ୍ରାଜାନିକ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀର ନିୟମ ଉଲ୍ଲଂଘନ କରି କ୍ରାଜାନିକ୍‌ କମ୍ପାନୀର ଜଣେ କର୍ମଚାରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ତାଙ୍କୁ ପଦରୁ ଓହରିବାକୁ ପଡିଛି।

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ଭୁବନେଶ୍ୱର,୨୩। ୬(ବ୍ୟୁରୋ): ବିଶ୍ୱ କେମିକାଲ ବଜାରକୁ ଘରୋଇ ବଜାରର ଅଂଶ ୨୦୨୦ ସୁଦ୍ଧା ୫%କୁ ବୃଦ୍ଧି ଲାଗି ଯୋଜନା ରହିଛି।

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୂଆଦିଲ୍ଲୀ, ୨୩-୬(ପି.ଟି.) ନୀରବ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ୍‌ ଖୁବ୍‌ ଶୀଘ୍ର ରେଡ୍‌ କର୍ନର ନୋଟିସ୍‌ ଜାରି କରିପାରେ।

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ନୂଆଦିଲ୍ଲୀ, ୨୩-୬(ପି.ଟି.) ସର୍ବଭାରତୀୟ ଟ୍ରକ ମାଲିକ ମହାସଂଘ (ଏସିଓଜିଓଏ) ଶୁକ୍ରବାର ସାମୟିକ ଭାବେ ଆନ୍ଦୋଳନରୁ ଓହରିଛି।

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଆଇସିଆଇସିଆଇ ବ୍ୟାଙ୍କ ପାଖକୁ ୩୧ଟି ଲୋନ୍‌ ଆକାଉଣ୍ଟ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ବ୍ୟାଙ୍କ ପକ୍ଷରୁ ତଦନ୍ତ ହୋଇଥିବା ବେଳେ ଏହାର ଅନ୍ତରିଣ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ନୂଆଦିଲ୍ଲୀ, ୨୩-୬(ପି.ଟି.) ୨୦୧୮ ଅକ୍ଟୋବର ୨ ସୁଦ୍ଧା ଦେଶର ସମସ୍ତ ରେଳ ଷ୍ଟେଶନରେ ଥିବା ଶୌଚାଳୟଗୁଡିକୁ ଉନ୍ନତ କରାଯିବ। ଏଥିପାଇଁ ରେଳ ବୋର୍ଡ ସମସ୍ତ ରେଳ ଜୋନ୍‌କୁ ଚିଠି ଲେଖିଛି। ଦିବ୍ୟାଙ୍ଗ, ପୁରୁଷ ଏବଂ ମହିଳା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବାଧ୍ୟତାମୂଳ ଭାବେ ରହିବ।

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ନୂଆଦିଲ୍ଲୀ, ୨୩-୬(ପି.ଟି.) ସାମାନ୍ୟ ଅସାବଧାନତା ବା ଅନ୍ୟମନସ୍କ ପାଇଁ ଜଣେ ବ୍ୟାଙ୍କ ହିତାଧିକାରୀଙ୍କୁ ନିଜର ବର୍ଷକ ଯାକର କଷ୍ଟ ଅର୍ଜିତ ଅର୍ଥ ହରାଇବାକୁ ପଡିଛି।

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ବମ୍ବେ/ନୂଆଦିଲ୍ଲୀ, ୨୩-୬(ପି.ଟି.) ପଳାତକ ଆର୍ଥିକ ଅପରାଧୀ ଅଧୀନିୟମ ଆଧାରରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଉ। ଏଥି ସହିତ ତାଙ୍କର ପ୍ରାୟ ୧୨୫୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଉ।

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

ନୂଆଦିଲ୍ଲୀ, ୨୩-୬(ପି.ଟି.) ଏୟାର କଣ୍ଡିସନର(ଏସି)ରେ ସର୍ବନିମ୍ନ ୨୪ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତାପମାତ୍ରା ରଖାଯିବ। ଏହାଠାରୁ ଆଉ ତଳକୁ ହ୍ରାସ କରାଯାଇ ପାରିବ ନାହିଁ। ଏହି ବ୍ୟବସ୍ଥାକୁ ଏସି ନିର୍ମାତାମାନେ ବାଧ୍ୟତାମୂଳକ ଭାବେ ପାଳନ କରିବେ।

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଭାରତକୁ ଖୁବ୍‌ ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ସେହିପରି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦% ହାରରେ ବୃଦ୍ଧି ପାଇବ। ଫଳରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତର ଅଂଶ ଦ୍ୱିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଏହି ସ୍ବପ୍ନକୁ ଶୁକ୍ରବାର ପୁଣି ଥରେ ଦୋହରାଇଛନ୍ତି।

Model This Week

ପ୍ରଭାତ