ମେଟ୍ରୋ |

୧୦ରୁ ଅନ୍ତର୍ଜାତୀୟ ଧଉଳି କଳା ଉତ୍ସବ: ଭାଗନେବେ ୧୧ ଦେଶର ଶିଳ୍ପୀ

୧୦ରୁ ଅନ୍ତର୍ଜାତୀୟ ଧଉଳି କଳା ଉତ୍ସବ: ଭାଗନେବେ ୧୧ ଦେଶର ଶିଳ୍ପୀ
ପୁରୁଣା ଭୁବନେଶ୍ୱର, ୮। ୩ (ଡି.ଏନ୍‌.ଏ.) : ଶାନ୍ତିସ୍ତୂପ ଧଉଳିଠାରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟ ପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ ଧଉଳି କଳା ଉତ୍ସବ ଆସନ୍ତା ୧୦ରୁ ଆରମ୍ଭ ହେବ। ମହାବିଦ୍ୟାଳୟ ପରିସରରେ ହେବାକୁ ଥିବା ଏହି ତିନିଦିନିଆ କଳା ଉତ୍ସବରେ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳା ପ୍ରଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଭାରତ ସମେତ ଫ୍ରାନ୍ସ, ଭିଏତ୍‌ନାମ, ଆୟାର୍ଲାଣ୍ଡ, ସିଙ୍ଗାପୁର, ଆମେରିକା, ବାଂଲାଦେଶ, ଦୁବାଇ, କାନାଡା, ପେରୁ ଓ ସ୍କଟ୍‌ଲାଣ୍ଡ ଆଦି ୧୧ଟି ଦେଶର ଶିଳ୍ପୀ ଭାଗନେବେ। ଏହି ପରିପ୍ରେକ୍ଷୀରେ ଗୁରୁବାର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅନ୍ତର୍ଜାତୀୟ କଳା ଉତ୍ସବର ମାସ୍କଟ ଉନ୍ମୋଚିତ ହୋଇଛି। ସୂଚନାନୁସାରେ, ଶିଶୁ ଚିତ୍ର ପ୍ରତିଯୋଗିତା ଓ ପୁରସ୍କାର ଉତ୍ସବ ଏବଂ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ମଲ୍‌ଟି ମିଡ଼ିଆ ପ୍ରଦର୍ଶନୀ ଆାୟୋଜିତ ହେଉଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତି ସନ୍ଧ୍ୟାରେ କଳା ଓ କଳାକାରଙ୍କ ଉପରେ ପର୍ଯ୍ୟବେଶିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଉତ୍ସବର ଉଦ୍‌ଘାଟନ ଅବସରରେ ସକାଳ ୮ଟା ୩୦ରେ ଶିଶୁ ପ୍ରତିଭା ଅନ୍ବେଷଣ ପାଇଁ ‘ଆମ ସଂସ୍କୃତି ଓ ଆମ ପର୍ବପର୍ବାଣୀ’ ବିଷୟବସ୍ତୁକୁ ନେଇ ଏକ ସ୍ପଷ୍ଟ ପେଣ୍ଟିଙ୍ଗ୍‌, ପାରମ୍ପରିକ ଝୋଟି ଓ ମୁରୁଜ ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି ଅବସରରେ ଓଡ଼ିଶାର ପାରମ୍ପରିକ ଗୋବର କଣ୍ଢେଇ, କାଗଜ ମୁଖା ଓ ଆଦିବାସୀ ଚିତ୍ରକଳା ଉପରେ କର୍ମଶାଳା ସହିତ ସର୍ବଭାରତୀୟ ସମସାମୟିକ ଚିତ୍ରକଳାର ଏକ ଶିବିର ଅନୁଷ୍ଠିତ ହେବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ସମ୍ପାଦକ ମିହିରକାନ୍ତ ପ୍ରହରାଜ ଓ କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ. ହୃଷିକେଶ ମିଶ୍ର ଜଣାଇଛନ୍ତି।
All Right Reserved By

ମେଟ୍ରୋ |

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ  ଘଟଣା:  ଲୋ ଭୋଲ୍‌ଟେଜ ପ୍ରତିବାଦରେ  କଂଗ୍ରେସର ଧାରଣା

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ ଘଟଣା: ଲୋ ଭୋଲ୍‌ଟେଜ ପ୍ରତିବାଦରେ କଂଗ୍ରେସର ଧାରଣା

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଗୋପାଳପୁରଠାରେ ଶକ୍ତିବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ୩୩/୧୧ କେଭି ବିଦ୍ୟୁତ୍‌ ସବ୍‌ଷ୍ଟେଶନକୁ ଉଦ୍‌ଘାଟନ କରିବାର ୧ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ମାତ୍ର ଏହା ଲୋକଙ୍କ ସେବାରେ ଲାଗିପାରି ନାହିଁ। 

ପାହାଳ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ନେଇ ଭୂମି ପୂଜା, ଟ୍ରମାକେୟାର ସେଣ୍ଟର ସ୍ଥାପନ ପାଇଁ ଦାବି

ପାହାଳ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ନେଇ ଭୂମି ପୂଜା, ଟ୍ରମାକେୟାର ସେଣ୍ଟର ସ୍ଥାପନ ପାଇଁ ଦାବି

ବାଲିଅନ୍ତା,୧୦।୧୨(ଡି.ଏନ୍‌.ଏ.): ଭୁବନେଶ୍ୱର ମହାନଗର ନିଗମ ୪ ନଂ. ଓ୍ବାର୍ଡ ଅଧୀନ ପାହଳ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜା ଉତ୍ସବ  ସୋମବାର ଅନୁଷ୍ଠିତ ହୋଇଯାଇଛି। 

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ପୁରୀ ଅଫିସ,୧୦।୧୨: ନବ ନିର୍ମାଣ କୃଷକ ସଙ୍ଗଠନ ପୁରୀ ଜିଲା ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

କଟକରୋଡ, ୧୦।୧୨(ଡି.ଏନ.ଏ): ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ଖୁଣ୍ଟୁଣୀ, ୧୦।୧୨(ଡି.ଏନ.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର  ପାର୍ବତୀପୁର ଗ୍ରାମରେ ରବିବାର ଏକ ଭୋଜିରୁ ବଳିଥିବା ବାସି ଖାଦ୍ୟକୁ ସୋମବାର ସକାଳୁ ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଅସୁସ୍ଥ ହୋଇଛନ୍ତି।

କାଇପଦର ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ

କାଇପଦର ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ

ଖୋର୍ଦ୍ଧା ଅଫିସ,୧୦।୧୨: ଖୋର୍ଦ୍ଧା ତହସିଲ ଅନ୍ତର୍ଗତ କାଇପଦର ଗାଁ ମାଳିସାହିରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ପରିବାରର ୪ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।

୮୦ ଲକ୍ଷ ଟଙ୍କା ଅନିୟମିତତା, କର୍ମଚାରୀ ଗିରଫ

୮୦ ଲକ୍ଷ ଟଙ୍କା ଅନିୟମିତତା, କର୍ମଚାରୀ ଗିରଫ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-  ଶହୀଦନଗର ଥାନା ଅନ୍ତର୍ଗତ ଏକ କାର ଶୋରୁମର ଆକାଉଣ୍ଟସ୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ ୮୦ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଛି। 

୭ ଡିଗ୍ରୀରେ ଫୁଲବାଣୀ

୭ ଡିଗ୍ରୀରେ ଫୁଲବାଣୀ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ)- ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ଅଧିକ ଶୀତ ଅନୁଭୂତ ହେଉଛି। ରବିବାର ଫୁଲବାଣୀ ଜିଲାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। 

ଅଭିଭାବକଙ୍କୁ ସରକାର ଦେଲେ ପରାମର୍ଶ: ‘ଏନ୍‌ଓସି ପାଇ ନ ଥିବା ସ୍କୁଲରେ ପିଲାଙ୍କୁ ପଢ଼ାନ୍ତୁ ନାହିଁ’

ଅଭିଭାବକଙ୍କୁ ସରକାର ଦେଲେ ପରାମର୍ଶ: ‘ଏନ୍‌ଓସି ପାଇ ନ ଥିବା ସ୍କୁଲରେ ପିଲାଙ୍କୁ ପଢ଼ାନ୍ତୁ ନାହିଁ’

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ)- ରାଜ୍ୟରେ ଛତୁ ଫୁଟିଲା ଭଳି ଇଂଲିଶ ମିଡିୟମ ସ୍କୁଲ ଖୋଲୁଛି। କିନ୍ତୁ ଅନେକଗୁଡ଼ିଏ ଇଂଲିଶ ମିଡିୟମ ସ୍କୁଲ ସରକାରଙ୍କ ବିନା ଏନ୍‌ଓସିରେ ଚାଲିଛି। ଏସବୁ ପବ୍ଲିକ ସ୍କୁଲ୍‌ରେ ନିଜ ପିଲାଙ୍କୁ ନ ପଢ଼ାଇବାକୁ ରାଜ୍ୟ ସରକାର ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି। ଯଦି ସେଠାରେ ନିଜ ପିଲାମାନଙ୍କୁ ପଢ଼ାଉଛନ୍ତି ତେବେ ତୁରନ୍ତ ଯାଞ୍ଚ କରିନିଅନ୍ତୁ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। 

ନାଚ, ଖେଳକୁଦରେ ଉଛୁଳିପଡ଼ିଲା ଜନପଥ: ଶୀତୁଆ ସକାଳରେ ଏକାଠି ହେଲେ ରାଜଧାନୀବାସୀ

ନାଚ, ଖେଳକୁଦରେ ଉଛୁଳିପଡ଼ିଲା ଜନପଥ: ଶୀତୁଆ ସକାଳରେ ଏକାଠି ହେଲେ ରାଜଧାନୀବାସୀ

ଭୁବନେଶ୍ୱର,୧୦ା୧୨ (ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ଚାଲୁଥିବା ହକି ବିଶ୍ୱକପ୍‌ ପାଇଁ ରାଜଧାନୀରେ ଏକ ପ୍ରକାର ଉତ୍ସବ ଲାଗି ରହିଛି।  ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ, ଫୁଡ୍‌ ଫେଷ୍ଟ୍‌ଠାରୁ ଆରମ୍ଭ କରି ପଥ ଉତ୍ସବ ଆଦି ଏକାଧିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୁରୀରେ ମଡ୍‌ ଫେଷ୍ଟ୍‌ର ଆୟୋଜନ କରାଯାଇଥିଲା। ହେଲେ ରବିବାର ସକାଳେ ଅନୁଷ୍ଠିତ ପଥ ଉତ୍ସବ ଭିନ୍ନ ଆକର୍ଷଣ ପାଲଟିଛି।

ଖୋଲିବ ବଜ୍ରକାପ୍ତା ଚୋରା ଚାଲାଣ ପେଡ଼ି: ବିଦେଶ ଯାଇପାରେ ଏସ୍‌ଟିଏଫ୍‌ ଟିମ୍‌

ଖୋଲିବ ବଜ୍ରକାପ୍ତା ଚୋରା ଚାଲାଣ ପେଡ଼ି: ବିଦେଶ ଯାଇପାରେ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୦।୧୨ (ବ୍ୟୁରୋ)- ଖୋଲିବ ବଜ୍ରକାପ୍ତା ଚୋରା ଚାଲାଣର ବିଦେଶ ଲିଙ୍କ୍‌।  ଏହି ଘଟଣାରେ ଶୁକ୍ରବାର ମୟୂରଭଞ୍ଜ ଜିଲା ଉଦଳାରୁ ଗିରଫ ୪ଜଣଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ଦେବେନ୍ଦ୍ର ଦାଶ ଓ ରଘୁନାଥ ବେହେରାଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। 

ରେଷ୍ଟୁରାଣ୍ଟ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଷ୍ଟୁରାଣ୍ଟ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳରେ ରହୁଥିବା ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କ ଝୁଲନ୍ତା ମୃତଦେହକୁ ରବିବାର ତାଙ୍କ ଭଡ଼ାଘରୁ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ କନ୍ଧମାଳ ଜିଲା ଫୁଲବାଣୀ ଟାଉନ୍‌ ଥାନା ଅଧୀନ ମଙ୍ଗଳାସାହିର ଗୌରୀଶଙ୍କର ଦାସଙ୍କ ପୁଅ ଗିରିଶ କୁମାର ଦାସ (୩୦)। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୧୦୪/୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଛି।