ବାଣିଜ୍ୟ |

ଆୟକର ନଜରରେ ଓଡିଶାର ୧୩୭ ଟିକସଦାତା

ଆୟକର ନଜରରେ ଓଡିଶାର ୧୩୭ ଟିକସଦାତା
ଭୁବନେଶ୍ୱର, ୮-୩ ଜାଣିଶୁଣି ଟିକସ ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆୟକର ବିଭାଗ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋଜନା କରୁଛି। ମିଳିଥିବା ସୂଚନା ଅନୁସାରେ ୨୦୧୬ ନଭେମ୍ବର ୮ର ବିମୁଦ୍ରୀକରଣ ପରଠାରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ସାରା ଦେଶରେ ୧୦,୨୩୮ ବ୍ୟକ୍ତି, କମ୍ପାନୀ ତଥା ଫାର୍ମ ବ୍ୟାଙ୍କ ଖାତାରେ ଜଣେକା ୧ କୋଟିରୁ ଊର୍ଦ୍ଧ୍ୱ ନଗଦ ଜମା କରିଛନ୍ତି। କିନ୍ତୁ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସାଧାରଣ ଆୟକର ରିଟର୍ନ ଫାଇଲ୍‌ କରିବା ସମୟ ଶେଷ ହୋଇଥିଲେ ମଧ୍ୟ ଏମାନେ ଏ ପର୍ଯ୍ୟନ୍ତ ରିଟର୍ନ ଫାଇଲ କରି ନାହାନ୍ତି। ସେହିପରି ବିଳମ୍ବିତ ରିଟର୍ନ ଫାଇଲ୍‌ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୩୧ରେ ସମୟ ଶେଷ ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଉପରୋକ୍ତ ଟିକସଦାତା ରିଟର୍ନ ଫାଇଲ କରିନାହାନ୍ତି। ଆୟକର ବିଭାଗ ପକ୍ଷରୁ ଏକ ବିବୃତ୍ତି ମାଧ୍ୟମରେ ଏଭଳି ସୂଚନା ଦିଆଯାଇଛି। ଖବର ଅନୁସାରେ ଏହି ୧୦,୨୩୮ ଜଣ ଟିକସଦାତାଙ୍କ ମଧ୍ୟରୁ ୧୩୭ ଜଣ ଓଡିଶର ଅଛନ୍ତି। ସେହିପରି ୨୦ ଲକ୍ଷରୁ ଅଧିକ ନଗଦ ଜମା କରିଥିବା ଟିକସଦାତାଙ୍କ ମଧ୍ୟରେ ଓଡିଶାରୁ ୩୫୯୩ଜଣ ଟିକସଦାତା ଅଛନ୍ତି। ଯଦି ଏମାନେ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ରିଟର୍ନ ଫାଇଲ ନ କରନ୍ତି ତେବେ ସେମାନେ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ଆୟକର ବିଭାଗର ଓଡିଶା ଶାଖା ପକ୍ଷରୁ ଏଭଳି ସତର୍କ କରାଯାଇଛି। ଏ ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ ମଧ୍ୟ ଉପରୋକ୍ତ ବ୍ୟକ୍ତି ତଥା ସଂସ୍ଥାଙ୍କ ପାଖରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ରହିଛି। ଏହି ଅବଧି ମଧ୍ୟରେ ସେମାନେ ରିଟର୍ନ ଫାଇଲ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଜରିମାନା ଓ ଅତିରିକ୍ତ ସୁଧ ମିଶିଲେ ଜମା ପରିମାଣଠାରୁ ଢେର ଅଧିକ ଅର୍ଥ ସେମାନଙ୍କୁ ପୈଠ କରିବାକୁ ପଡିବ। କେବଳ ସେତିକି ନୁହେଁ, ଜେଲ୍‌ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ଓଡିଶାର ଥିବା ୧୩୭ କରଦାତାଙ୍କ ମଧ୍ୟରେ ମଧ୍ୟରେ ବଡବଡ ଶିଳ୍ପପତି, ଖଣି ଲିଜ୍‌ଧାରୀ, ନିର୍ମାଣ ଶିଳ୍ପର ମାଲିକ ରହିଛନ୍ତି ବୋଲି ଅଧିକାରୀ ଜଣକ ନାମ ଗୋପନ ରଖି କହିଛନ୍ତି।
All Right Reserved By

ବାଣିଜ୍ୟ |

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ରାଜ୍ୟ ସରକାରଙ୍କୁ ଡିଓଟିର ଅନୁରୋଧ;ବିଏସ୍‌ଏନ୍‌ଲ୍‌,ଏମ୍‌ଟିଏନ୍‌ଏଲର ବିଦ୍ୟୁତ ସଂଯୋଗ କାଟନି

ନୂଆଦିଲ୍ଲୀ,୨୫-୩: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ର ବିଦ୍ୟୁତ ସଂଯୋଗ ନ କାଟିବାକୁ ଟେଲିକମ ବିଭାଗ(ଡିଓଟି) ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଅନୁରୋଧ କରାଯାଇଛି।

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ବ୍ରାଜିଲ,ମେକ୍ସିକୋରୁ ଭାରତ ତେଲ ଆମଦାନୀ ବଢ଼ାଇବ

ନୂଆଦିଲ୍ଲୀ,୨୫-୩: ଆମେରିକା କଟକଣା ଯୋଗୁ ଭେନେଜୁଏଲାରୁ ଭାରତ ଅଶୋଧିତ ତୈଳ ଆମଦାନୀ କରିପାରୁନି। ବ୍ରାଜିଲ ଓ ମେକ୍ସିକୋରୁ ଅଧିକ ତୈଳ ଆମଦାନୀ କରି ଭାରତ ଏହାର ଭରଣା କରିବାକୁ ଚାହୁଁଛି। 

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ରାଜ୍ୟସରକାରଙ୍କ ଠାରୁ ମିଳୁନି ବକେୟା ବିଜୁଳି ବିଲ୍‌;ଏନ୍‌ପିଏ ହୋଇପାରେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨୫-୩: ରାଜ୍ୟ ସରକାରଗୁଡ଼ିକ ବିଜୁଳି ବିଲ୍‌ ବାବଦରେ ବକେୟା ପ୍ରଦାନ କରୁ ନଥିବାରୁ ପ୍ରାୟ ଏକ ଡଜନ ବିଦ୍ୟୁତ ପ୍ରକଳ୍ପରେ ୩ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଏବେ ସଙ୍କଟଗ୍ରସ୍ତ ହୋଇଛି। ଏହି ପରିମାଣ ଅର୍ଥ ଏବେ ଏନ୍‌ପିଏ ବା ଅନାଦାୟ ଋଣ ହେବାକୁ ବସିଛି, ଯାହା ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ପାଇଁ ଶୁଭଙ୍କର ନୁହେଁ।

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ତାଲିକାଭୁକ୍ତ କମ୍ପାନୀଙ୍କ ଯାଞ୍ଚ;ଅଧିକ କ୍ଷମତା ଚାହୁଁଛି ସେବି

ମୁମ୍ବାଇ,୨୫-୩: ଷ୍ଟକ୍‌ ମାର୍କେଟ ନିୟନ୍ତ୍ରକ ଭାରତୀୟ ପ୍ରତିଭୁତି ଏବଂ ବିନିମୟ ବୋର୍ଡ(ସେବି) ଆର୍ଥିକ ଠକେଇ ରୋକିବା ଲାଗି କେନ୍ଦ୍ର ସରକାରଙ୍କଠାରୁ ଅଧିକ କ୍ଷମତା ଚାହୁଁଛି। 

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା;ଏପ୍ରିଲ ସୁଦ୍ଧା ୧ କୋଟି ପଞ୍ଜୀକରଣ ସମ୍ଭାବନା

ନୂଆଦିଲ୍ଲୀ,୨୫-୩: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଏପ୍ରିଲ ସୁଦ୍ଧା ୧ କୋଟି ଶ୍ରମିକ ପଞ୍ଜୀକରଣ କରିସାରିଥିବେ ବୋଲି କେନ୍ଦ୍ର ସରକାର ଅନୁମାନ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ଛୁଟି ପାଳନ, ମହଙ୍ଗା ଟୁର୍‌ ଯିବାରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ,୨୫-୩: ଛୁଟି ପାଳନ ଓ ମହଙ୍ଗା ଟୁର୍‌ ଯିବା କଥା ଉଠିଲେ ଭାରତ ବିଶ୍ୱରେ ସର୍ବାଗ୍ରେ ରହିଛି। ଭାରତ ମହଙ୍ଗା ଟୁର୍‌ ଯିବାରେ ମେକ୍ସିକୋ, ଥାଇଲାଣ୍ଡ, ସ୍ପେନ, ତୁର୍କି, ଆମେରିକା ଓ ଚାଇନା ସମେତ ବିଶ୍ୱର ଅନ୍ୟ ଦେଶକୁ ପଛରେ ପକାଇ ଦେଇଛି। 

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ସାଧାରଣ ନିର୍ବାଚନରେ ବେଆଇନ ଅର୍ଥ କାରବାର ରୋକିବା ଉପରେ ନଜର

ନୂଆଦିଲ୍ଲୀ,୨୫-୩: ଦେଶରେ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେଉଛି। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାର,ମଦ ଏବଂ ସୁନା ବ୍ୟବହାର ଉପରେ ରୋକ ଲଗାଇବା ଲାଗି ପଦକ୍ଷେପ ନିଆଯାଇଛି।

ସୁନା ଆମଦାନୀ ୫.୫% ହ୍ରାସ

ସୁନା ଆମଦାନୀ ୫.୫% ହ୍ରାସ

ନୂଆଦିଲ୍ଲୀ,୨୫-୩: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ଦେଶରେ ସୁନା ଆମଦାନୀ ୫.୫% ହ୍ରାସ ପାଇ ୨୯.୫ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ଏଲ୍‌ଆଇସିର ନୂଆ ନବଜୀବନ ପ୍ଲାନ

ମୁମ୍ବାଇ,୨୫-୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପକ୍ଷରୁ ନୂଆ ନବଜୀବନ ପ୍ଳାନର ଶୁଭାରମ୍ଭ ହୋଇଛି। 

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ଏସ୍‌ବିଆଇ ନ୍ୟୁମେରୋ ୟୋନୋର ବିଜେତା ପୁରସ୍କୃତ

ମୁମ୍ବାଇ,୨୫-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର କ୍ୱିଜ ପ୍ରତିଯୋଗିତା ‘ନ୍ୟୁମେରୋ ୟୁନୋ ୨୦୧୯’ର ବିଜେତା ପୁରସ୍କୃତ କରାଯାଇଛି। 

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ହ୍ୟୁଣ୍ଡାଇର ମେଗା ଏକ୍ସପେରିଏନ୍ସ କ୍ୟାମ୍ପ

ନୂଆଦିଲ୍ଲୀ,୨୫-୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ମେଗା ଏକ୍ସପେରିଏନ୍ସ ହ୍ୟୁଣ୍ଡାଇ କ୍ୟାମ୍ପ ଆୟୋଜିତ ହୋଇଯାଇଛି। 

ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଚୋକ୍‌ସିଙ୍କ ଆବେଦନ

ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଚୋକ୍‌ସିଙ୍କ ଆବେଦନ

ମୁମ୍ବାଇ,୨୪-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ) ଖାରଜ କରିବା ଲାଗି ସ୍ଥାନୀୟ ପିଏମ୍‌ଏଲ୍‌ଏ କୋର୍ଟରେ ଆବେଦନ କରିଛନ୍ତି। 


Model This Week

ରଶ୍ମି
Why Dharitri