ସମ୍ପାଦକୀୟ |

ଆଜିର ଅର୍ଥନୀତି/କୋଇଲା ସତର୍କତା

ଆଜିର ଅର୍ଥନୀତି/କୋଇଲା   ସତର୍କତା
ଗତ ମାସରେ କେନ୍ଦ୍ର ସରକାର କୋଇଲା ଉପରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌) ଓ ଏହାର ସହାୟକ କମ୍ପାନୀଗୁଡ଼ିକର ୪୫ ବର୍ଷର ଏକଚାଟିଆ ଅଧିକାରର ଅନ୍ତ ଘଟାଇ ଏହାକୁ ଦେଶ ଓ ବିଦେଶର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ଉନ୍ମୁକ୍ତ କରିଦେଇଛନ୍ତି। ୧୯୭୩ ମସିହାରେ କୋଇଲାର ଜାତୀୟକରଣ ହେବା ପରେ କେବଳ ରାଷ୍ଟ୍ରାୟତ୍ତ ସିଆଇଏଲ୍‌କୁ ଖଣି ଖନନ ଓ କୋଇଲା ବିକ୍ରି କରିବାର ଅଧିକାର ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ କୋଇଲା ଉତ୍ପାଦନ ଏହି ରାଷ୍ଟ୍ରାୟତ୍ତ ସଂସ୍ଥା ହାତରେ ରହିଛି। କୋଇଲା ଖଣି (ଜାତୀୟକରଣ) ଆଇନ ୧୯୭୩ ଅନୁସାରେ ୧୯୯୩ରୁ ବିଭିନ୍ନ ସରକାରୀ ଓ ବେସରକାରୀ କମ୍ପାନୀକୁ ଆବଣ୍ଟିତ ୨୦୪ ଖଣିକୁ ୨୦୧୪ରେ ସୁପ୍ରିମ୍‌କୋର୍ଟ ରଦ୍ଦ କରିଦେଇଥିଲେ। ଗଚ୍ଛିତ କୋଇଲାର ପରିମାଣ ଅନୁସାରେ ଭାରତ ହେଉଛି ପୃଥିବୀର ତୃତୀୟ ବୃହତ୍ତମ ଦେଶ ଏବଂ ଭାରତରେ ଯେତିକି କୋଇଲା ଅଛି, ତା’ର ପ୍ରାୟ ୫୫ ପ୍ରତିଶତ ଅଛି କେବଳ ଓଡ଼ିଶା ଓ ଝାଡ଼ଖଣ୍ଡରେ। ଓଡ଼ିଶାରେ ୨୪.୫୮ ପ୍ରତିଶତ କୋଇଲା ଥିବାବେଳେ ଝାଡ଼ଖଣ୍ଡରେ ଅଛି ୨୯.୨୯ ପ୍ରତିଶତ। ଦେଶର ୬୬ ପ୍ରତିଶତ ବିଦ୍ୟୁତ୍‌ଶକ୍ତି କୋଇଲାରୁ ଉତ୍ପନ୍ନ ହୋଇଥାଏ। ଆମ ଅର୍ଥନୀତି ଉପରେ ଜୀବାଶ୍ମ ଇନ୍ଧନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କେବେହେଲେ ଅଣଦେଖା କରାଯାଇ ନ ପାରେ। ଏବେ କୋଇଲା କ୍ଷେତ୍ରର ପରିଚାଳନାରେ ଦକ୍ଷତାର ଅଭାବ ପରିଲକ୍ଷିତ ହେଉଛି। ବିଭିନ୍ନ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଗଚ୍ଛିତ କୋଇଲା ପ୍ରାୟ ସରି ସରି ଆସୁଥିବା ବେଳେ କୋଇଲା କ୍ଷେତ୍ର ଅଧୁନା ନାନା ସଂକଟ ଦେଇ ଗତି କରୁଛି। ମିଳିଥିବା ରିପୋର୍ଟ ଅନୁସାରେ ଓଡ଼ିଶାରେ ସବୁଠାରୁ ଅଧିକ କୋଇଲା ବ୍ୟବହାର କରୁଥିବା ଏନ୍‌ଟିପିସି ଓ ନାଲ୍‌କୋ କୋଇଲା ଅଭାବ ଯୋଗୁ ସେମାନଙ୍କ କାର୍ଯ୍ୟକଳାପ ଆଂଶିକ ବା ପୂର୍ଣ୍ଣରୂପେ ବନ୍ଦ କରିବାକୁ ଯାଉଛନ୍ତି। କମ୍‌ କୋଇଲା ଯୋଗାଣ ଯୋଗୁ ଷ୍ଟିଲ୍‌, ସିମେଣ୍ଟ, ସାର ଓ ଶକ୍ତି ପ୍ରଭୃତି ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ କମ୍ପାନୀ କାରଖାନା ବନ୍ଦ କରିବା ବା ନିଜର କ୍ଷମତାଠାରୁ କମ୍‌ ଉତ୍ପାଦନ କରିବା ଦେଖାଯାଉଛି। ଏହି ସମସ୍ୟା ଅନେକ ଆଗରୁ ଦୂର କରାଯିବା କଥା। ପୂର୍ବରୁ କରାଯାଇଥିବା ସଂସ୍କାର ଅନୁସାରେ ବିଶେଷତଃ ଶକ୍ତି, ସିମେଣ୍ଟ ଓ ଆଲୁମିନିୟମ୍‌ ପରି କ୍ଷେତ୍ରର ଘରୋଇ କମ୍ପାନୀଗୁଡ଼ିକୁ କୋଇଲା ଖଣି ଆବଣ୍ଟନ କରାଯାଇ ଖଣି ଖୋଳିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ସେହି ଅନୁମତି ଥିଲା କେବଳ ସୀମିତ ବ୍ୟବହାର ପାଇଁ। ବର୍ତ୍ତମାନ ସରକାର ସବୁ କଟକଣା ଦୂର କରି ଘରୋଇ ସଂସ୍ଥାଗୁଡ଼ିକୁ ଖଣି ଖୋଳିବାକୁ ଓ କୋଇଲାର ମନଇଚ୍ଛା ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଆଶା କରାଯାଉଛି ଏହି କ୍ଷେତ୍ରକୁ ଏବଂ ଆଧୁନିକ ପ୍ରଯୁକ୍ତି ଓ ବିଶ୍ୱ ନିର୍ମାଣ କ୍ଷେତ୍ରକୁ ମଧ୍ୟ ପୁଞ୍ଜିନିବେଶ ବୃଦ୍ଧି ପାଇବ। ସରକାରଙ୍କ ଏହି ପଦକ୍ଷେପ କୋଇଲା ଯୋଗାଣରେ ପ୍ରତିଯୋଗିତା ବଢ଼ାଇବା ସହ କୋଇଲା ଆମଦାନି ହ୍ରାସ କରିବ ଏବଂ ଚାପଗ୍ରସ୍ତ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ କୋଇଲା ଯୋଗାଣରେ ଉତ୍ତମ ପରିଚାଳନା ମାଧ୍ୟମରେ ଉନ୍ନତି କରିବାରେ ସାହାଯ୍ୟ କରିବ। ଏହି ସଂସ୍କାର ପରେ ସିଆଇଏଲ୍‌ ଆତ୍ମସନ୍ତୁଷ୍ଟି ତ୍ୟାଗ କରି ଅଧିକ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବ। ଯେହେତୁ ପୂର୍ବ ଭାରତରେ ଅଧିକ କୋଇଲା ମହଜୁଦ ଅଛି, ତେଣୁ କେନ୍ଦ୍ର ସରକାର ଘରୋଇ ଖଣି ଖନନରୁ ଯେଉଁ ରାଜସ୍ବ ସଂଗୃହୀତ ହେବ, ସେଥିର ଏକ ବୃହତ୍‌ ଭାଗ ପୂର୍ବାଞ୍ଚଳରେ ଥିବା ପଛୁଆ ରାଜ୍ୟଗୁଡ଼ିକର ବିକାଶରେ ବିନିଯୋଗ କରିବା ଦରକାର। କିନ୍ତୁ କୋଇଲା କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ କୋଇଲା ଖଣିଗୁଡ଼ିକୁ ମନଇଚ୍ଛା ଖନନ ପାଇଁ ଘରୋଇ ସଂସ୍ଥାଗୁଡ଼ିକ ହାତରେ ଟେକିଦେବା କ’ଣ ବିଜ୍ଞତାର ପରିଚାୟକ? ଏହାଦ୍ୱାରା କ’ଣ ସବୁ ସମସ୍ୟାର ସମାଧାନ ହୋଇଯିବ? ଏହା କ’ଣ ଅଧିକ କୋଇଲା ଖୋଳି କମ୍‌ ଦର୍ଶାଇବା ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେବ ନାହିଁ? କୋଇଲା ଖନନକୁ ନେଇ ଅନେକ ସମସ୍ୟା ଓ ପ୍ରତିବନ୍ଧକ ରହିଛି, ଯଥା- କୋଇଲା ଖୋଳି ବ୍ୟବହାରକାରୀଙ୍କୁ ଯୋଗାଇବା, କୋଇଲା ଥିବା ସ୍ଥାନରେ ଜନବସତି ଥିଲେ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ସେଠୁ ବିସ୍ଥାପିତ କରି ଅନ୍ୟତ୍ର ଥଇଥାନ କରିବା, ପରିବେଶ ଉପରେ କୁପ୍ରଭାବ ପଡ଼ୁଥିଲେ ତା’ର ନିରାକରଣ ପାଇଁ ଚେଷ୍ଟା କରିବା, ବିନିୟମନରେ ଥିବା ସମସ୍ୟା ଇତ୍ୟାଦି। କୋଇଲା ଖଣିକୁ ରେଳ ସଂଯୋଗ ଅଭାବ, ଯେଉଁଠି ରେଳ ସଂଯୋଗ ଅଛି, ସେଠି ରେଳ ରେକ୍‌ର ଅଭାବ ଇତ୍ୟାଦି ଯୋଗାଣରେ ବାଧା ପହଞ୍ଚାଇଥାଏ। ସରକାର ଏହି ସମସ୍ୟାଗୁଡ଼ିକୁ ଜରୁରିକାଳୀନ ଭିତ୍ତିରେ ସମାଧାନ କରିବା ଦରକାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୀବାଶ୍ମ ଇନ୍ଧନ ଏକ ସୀମିତ ଜାତୀୟ ସମ୍ପଦ ହୋଇଥିବାରୁ ଘରୋଇ ସଂସ୍ଥାଗୁଡ଼ିକ ହାତରେ ଏହାକୁ ଟେକିଦେବା ପୂର୍ବରୁ ସରକାର ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ। ସମ୍ପୂର୍ଣ୍ଣ ପ୍ରକ୍ରିୟା ଅତ୍ୟନ୍ତ ସ୍ବଚ୍ଛଭାବରେ ଏବଂ ଜନ-କୈନ୍ଦ୍ରିକ ପଦ୍ଧତିରେ କରାଯିବା ଦରକାର। ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ବିସ୍ଥାପିତମାନଙ୍କ ପୁନଃଥଇଥାନକୁ ସର୍ବପ୍ରାଥମିକତା ଦିଆଯିବା ଆବଶ୍ୟକ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ଭଳି କୋଇଲା ସମ୍ପଦ-ବହୁଳ ରାଜ୍ୟରେ ଅନେକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରାଥମିକତା ଦେବା ଏବଂ ସମ୍ପୃକ୍ତ ଅଞ୍ଚଳର ଅର୍ଥନୈତିକ ବିକାଶ ଲାଗି ଗୁରୁତ୍ୱ ଦିଆଯିବା ବାଞ୍ଛନୀୟ।
All Right Reserved By

ସମ୍ପାଦକୀୟ |

ମ୍ୟାଗଟ୍‌ ସଂକ୍ରମଣ

ମ୍ୟାଗଟ୍‌ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପିପୁଲ ଫର୍‌ ଆନିମଲ୍‌ସ, ମହୀଶୂର ଶାଖାର କର୍ମୀମାନେ ଏକ ଘୋଡ଼ା ଉଦ୍ଧାର କରିଥିଲେ, ଯାହାର ମୁଣ୍ଡକୁ ପରଜୀବୀ (ପାରାସାଇଟ୍‌)ମାନଙ୍କ ଦ୍ୱାରା ଅଧା ଖିଆଯାଇ ସାରିଥିଲା। ମୁଁ ତା’ର ପୂର୍ବ ଓ ପର ଅବସ୍ଥାର ଛବି ଏଥିରେ ପ୍ରଦାନ କରୁଛି। ଏହା ଏକ ସଫଳତାର କାହାଣୀ, ମାତ୍ର ଅନେକ ପ୍ରାଣୀଙ୍କ ଦେହରେ ପରଜୀବୀ ପୂରା ଭିତରକୁ ପ୍ରବେଶ କରିସାରିଥିବାରୁ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇପଡ଼ୁଛି। ଏଭଳି ରୋଗ ସଂକ୍ରମଣ ହେଲେ ମଣିଷଙ୍କଠାରୁ ପ୍ରାଣୀମାନେ ବେଶି କଷ୍ଟ ପାଇଥାନ୍ତି, କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନ ଥାଏ। ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ନ ଥାନ୍ତି। ରୋଗଗ୍ରସ୍ତ ହୋଇପଡ଼ିଲେ ଅଧିକାଂଶ ମାଲିକ ଏପରି ପ୍ରାଣୀମାନଙ୍କୁ ପରିତ୍ୟାଗ କରିଥାନ୍ତି। ...

ଆର୍ଥିକ ଉପନିବେଶବାଦ ଓ ଭାରତ

ଆର୍ଥିକ ଉପନିବେଶବାଦ ଓ ଭାରତ

ଅରୁଣ କୁମାର ପଣ୍ଡା

ସ୍ବାଧୀନତାକୁ ୭୨ବର୍ଷ ହେବା ପରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ସିଦ୍ଧାନ୍ତ ରୂପରେ ଉପନିବେଶବାଦ ଟ୍ରାକ୍‌ରୁ ଓହ୍ଲାଇ ନୂଆ ମାର୍ଗରେ ଚାଲିବା ପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଦୀର୍ଘ ଦିନର ଗୋଲାମି କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଲମ୍ବା ସମୟ ଧରି ଘୁଷୁଡ଼ି ଘୁଷୁଡି ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ଆର୍ଥିକ ପ୍ରଗତିର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ୭୨ବର୍ଷରେ ଦେଶରେ ଅର୍ଥ ବ୍ୟବସ୍ଥାର ବିସ୍ତାର ନିଶ୍ଚିତ ଭାବରେ ହୋଇଛି। ପରନ୍ତୁ ଆମକୁ ଅପେକ୍ଷିତ ସଫଳତା ମିଳିପାରିନାହିଁ।...

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ଡ. ଜ୍ୟୋତିର୍ମୟୀ ମହାନ୍ତି

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ସିଦ୍ଧ ସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ପଞ୍ଚସଖାଙ୍କର ଆବିର୍ଭାବ ଘଟିଥିଲା। ଯେଉଁମାନେ କି ନିଜ ନିଜର ସାଧନା ବଳରେ ଓଡ଼ିଶାରେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବନାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ମାନବ ଜୀବନ ଦର୍ଶନ ସମ୍ପର୍କରେ ବିଶ୍ଳେଷଣ କରି ତତ୍କାଳୀନ ସମାଜରେ ଏକ ଯୁଗାନ୍ତକାରୀ ସ୍ବର ତୋଳିଥିବା ସାଧକଶ୍ରେଷ୍ଠ ଶ୍ରୀଯଶୋବନ୍ତ ଗୋସେଇଁ ଅନ୍ୟତମ। ତାଙ୍କର ଜନ୍ମସ୍ଥାନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମ। ଜନ୍ମ ସମୟ ଓ ପିତାଙ୍କ ନାମ ସମ୍ପର୍କରେ ଉଦୟ କାହାଣୀ, ଭକ୍ତି ଚନ୍ଦ୍ରିକା, ଶୂନ୍ୟସଂହିତା ଆଦି ଗ୍ରନ୍ଥରୁ ବିଭିନ୍ନ ପ୍ରକାର ତଥ୍ୟ ମିଳିଥାଏ। ଆଲୋଚକଗଣ ତାଙ୍କ ଜନ୍ମ ସମୟ ୧୪୭୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ...

ଏଇ ଭାରତରେ

ଏଇ ଭାରତରେ


ଦୁର୍ନୀତି, ଶୋଷଣ, ଅରାଜକତା ପାଇଁ ସାଧାରଣତଃ ରାଜନେତା, ଉଚ୍ଚ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ଦାୟୀ କରାଯାଏ। ଦୁର୍ନୀତି ପ୍ରମାଣିତ ହେଲେ ସେମାନେ ଦଣ୍ଡିତ ହେବା ଅନେକ ନଜିର ରହିଛି। ହେଲେ ଅନେକଙ୍କ ବିରୋଧରେ ପ୍ରମାଣ ମିଳେନାହିଁ କିମ୍ବା ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ଲୋକେ ସାହସ କରନ୍ତି ନାହିଁ। ଏସବୁ ବର୍ତ୍ତମାନ ସମାଜରେ ସାଧାରଣ କଥା ହୋଇଥିଲାବେଳେ ଅନେକ ଲୋକଙ୍କ ମନରେ ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ...

୫ ଫଳ

୫ ଫଳ

ସମ୍ପାଦକୀୟ/ ତଥାଗତ ସତପଥୀ

ନିକଟରେ ଶେଷ ହୋଇଥିବା ନିର୍ବାଚନ କୌଣସି ସାଧାରଣ ନିର୍ବାଚନ ନ ଥିଲା ଏବଂ ଏହାର ଫଳାଫଳରୁ ଯେଉଁ ସୂଚନା ମିଳୁଛି, ତାକୁ ମଧ୍ୟ ଉପେକ୍ଷା କରାଯାଇ ନ ପାରେ। କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୬୫ ଲୋକ ସଭା ଆସନ ଥିବାରୁ ଏହା ଭବିଷ୍ୟତ ପାଇଁ ଭାବିବାର ଖୋରାକ ଯୋଗାଉଛି। ଗୋଟିଏ ବଡ଼କଥା ହେଉଛି, ଏହି ରାଜ୍ୟଗୁଡ଼ିକରୁ ୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୩ଟି ଲୋକ ସଭା ଆସନ ଜିତିଥିଲା। ଆଗକୁ ସାଧାରଣ ନିର୍ବାଚନ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଏହି ଫଳାଫଳରୁ ଜଣାପଡ଼ୁଛି, ସରକାରଙ୍କର ଧନୀ-ସପକ୍ଷବାଦୀ ମନୋଭାବ ଓ ଧନୀ-ସପକ୍ଷବାଦୀ ନୀତି ନିର୍ଦ୍ଧାରଣ କରିବାର ମାନସିକତାକୁ ଜନତା ଗ୍ରହଣ କରୁନାହାନ୍ତି। ଏଥର ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଗ୍ରାମାଞ୍ଚଳ ଲୋକ ଭାଜପା ପ୍ରତି...

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ନାରାୟଣ ପଣ୍ଡା 

ଉତ୍କଳ ପଞ୍ଚସଖାଙ୍କ ମହାପାତ୍ର, ଖୁଣ୍ଟିଆ, ମହାନ୍ତି, ଦାସ ଓ ମୁନି ଇତ୍ୟାଦି ସଂଜ୍ଞା ଥିଲା। ସେମାନେ କିନ୍ତୁ ସମସ୍ତେ ନିଜକୁ ଶୂଦ୍ର ବୋଲି ପରିଚିତ କରାଇଛନ୍ତି। ସନ୍ଥ ଅଚ୍ୟୁତାନନ୍ଦଙ୍କ ଉଦୟ କାହାଣୀ ଗ୍ରନ୍ଥରେ ପଞ୍ଚସଖାମାନଙ୍କର ଜାତି ପ୍ରସଙ୍ଗରେ କୁହାଯାଇଛି, ସେମାନେ ସତ୍ୟଯୁଗରେ ବ୍ରାହ୍ମଣ, ତ୍ରେତୟାରେ କ୍ଷତ୍ରିୟ, ଦ୍ୱାପରରେ ବୈଶ୍ୟ ଓ କଳିଯୁଗରେ ଶୂଦ୍ର। ଭକ୍ତି ଧର୍ମର ବର୍ଣ୍ଣ ହେଉଛି ଶୂଦ୍ର ବର୍ଣ୍ଣ। ସେମାନଙ୍କର ସ୍ବଭାବ ମିଷ୍ଟ, ବିନୟୀ ଓ ସରଳ। ଶୂଦ୍ର ନିଜର ନିର୍ଲିପ୍ତ ସେବା ଦ୍ୱାରା ଈଶ୍ୱର ସାନ୍ନିଧ୍ୟ ଓ ଚତୁର୍ବର୍ଗ ଫଳପ୍ରାପ୍ତ ହୋଇଥାଏ। ପଞ୍ଚଦଶ ଶତାବ୍ଦୀରେ ଜନ୍ମିତ ଉତ୍କଳର ପଞ୍ଚସଖା- ବଳରାମ ଦାସ ୧୪୮୨, ଯଶୋବନ୍ତ ଦାସ ୧୪୮୨, ଅଚ୍ୟୁତାନନ୍ଦ ଦାସ ୧୪୮୫, ଶିଶୁ ଅନନ୍ତ ୧୪୮୫ ଓ ଜଗନ୍ନାଥ ଦାସ ୧୪୯୦- ସାହିତ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅମଳିନ ସ୍ବାକ୍ଷର ରଖି...

ଅସୁରକ୍ଷିତ ଆଶ୍ରମ ଗୃହ

ଅସୁରକ୍ଷିତ ଆଶ୍ରମ ଗୃହ

ପ୍ରୀତିଛନ୍ଦା ଧଳ

ନିକଟରେ ହଇଚଇ ସୃଷ୍ଟି କରିଛି ବେଲ୍‌ଟିକିରି ସେଲ୍‌ଟର ହୋମ୍‌ କାରନାମା। ‘ହାପି ଆଣ୍ଡ ହୋଲି ହୋମ୍‌’ ନାମକ ଆଶ୍ରମରେ ନାବାଳିକାମାନଙ୍କୁ ଯୌନ ନିର୍ଯାତନାର କଥା ଶୁଣି ସାଧାରଣ ଜନତାଙ୍କ ଲୋମ ଟାଙ୍କୁରି ଉଠୁଛି। କେତେ ଅସୁରକ୍ଷିତ ଆମର ଆଶ୍ରମ ଉଭୟ ଝିଅ ଓ ପୁଅମାନଙ୍କ ପାଇଁ ଏବେ ଏଠାରେ ଏକ ବଡ଼ ପ୍ରଶ୍ନ। ପ୍ରକୃତରେ ଦେଖିବାକୁ ଗଲେ ଲାଜ ଲାଗେ ଯେ ଏତେସବୁ ହୋଇଥାଏ ଆଶ୍ରମ ଗୃହରେ କିନ୍ତୁ ଆମର ପ୍ରଶାସନ ପାଖରେ କିଛି ଖବର ନ ଥାଏ। ଏହାର ଉତ୍ତର କିଏ ଦେବ ଏବଂ ଏହାର ଗୁରୁଦାୟିତ୍ୱ କାହାର? ...

ଏଇ ଭାରତରେ

ଏଇ ଭାରତରେ

ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହାକୁ ସ୍ଥାନୀୟ ଲୋକେ ମାନି ଚଳିଥାଆନ୍ତି। ପରମ୍ପରାକୁ ଅମାନ୍ୟ କଲେ ଅମଙ୍ଗଳ ହୁଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ତେଣୁ ସେଠାରେ ପ୍ରଥା-ପରମ୍ପରାକୁ ମାନି ଲୋକେ ଜୀବନଯାପନ କରନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡରେ ଏପରି ଏକ ନିଆରା ପରମ୍ପରା ରହିଛି ଯାହା ଅବିଶ୍ୱାସ ଲାଗିଲେ ମଧ୍ୟ ସତ। ଏହି ଦୁଇ ରାଜ୍ୟରେ ବାସ କରୁଥିବା ଗୋଣ୍ଡ ଜନଜାତିର ଲୋକମାନେ ଏହି ଅଜବ ପରମ୍ପରାକୁ ମାନିଥାଆନ୍ତି। ଉକ୍ତ ଜନଜାତିରେ ବିବାହ ପୂର୍ବରୁ ବରକୁ ରକ୍ତପାନ କରିବାକୁ ପଡିଥାଏ। ଏଥିପାଇଁ ବରକୁ ଘୁଷୁରି ମାରିବାକୁ ଦିଆଯାଏ। ପରେ ବ...

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସାଧାରଣ ନିର୍ବାଚନ ପ୍ରାୟ ୫ ମାସ ଥିବାବେଳେ ଏବେଠାରୁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରକୁ ଟକ୍କରଦେବା ଲାଗି ବିରୋଧୀ ଦଳଗୁଡ଼ିକ ଡିସେମ୍ବର ୧୦ରେ ନୂଆଦିଲ୍ଲୀଠାରେ ଏକତ୍ରିତ ହୋଇଛନ୍ତି। ବିଜୁ ଜନତା ଦଳ (ବିଜେଡି), ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ଛାଡ଼ିଦେଲେ ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଏଭଳି ସମୟରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ସଭାପତି ଉପେନ୍ଦ୍ର କୁଶ୍‌ଓ୍ବାହା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଭାଜପା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୋଦି ସରକାର ତାଙ୍କୁ ଧୋକାଦେବା ସହ ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବାରେ ଅସମର୍ଥ ହେବାରୁ ଇସ୍ତଫା...

 ଆଜିର ଯୁବବର୍ଗ କ୍ରୋଧିତ କାହଁକି

ଆଜିର ଯୁବବର୍ଗ କ୍ରୋଧିତ କାହଁକି

ସହଦେବ ସାହୁ

ଭାରତ ଏକ ପ୍ରାଚୀନ ସଭ୍ୟତା କିନ୍ତୁ ଏକ ଯୁବରାଷ୍ଟ୍ର। ଚାଇନା ବି ଏକ ପ୍ରାଚୀନ ସଭ୍ୟତା, କିନ୍ତୁ ସେଠାକାର କମ୍ୟୁନିଷ୍ଟ ସରକାର ପରିବାର ନିୟନ୍ତ୍ରଣ କଡ଼ାକଡ଼ି ଲାଗୁ କରିଥିବାରୁ ତାହାର ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା କାଳକ୍ରମେ ବଢ଼ିଚାଲିଲା। ଚାଇନାରେ କାମିକା ଲୋକ (୨୦ରୁ ୫୦ ବର୍ଷ)ଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୨ରେ ଦେଶରେ କାମକରିପାରିବା ଲୋକଙ୍କ ସଂଖ୍ୟା ୩୦ ଲକ୍ଷ କମିଯିବା ଦେଖି ଚାଇନା ସରକାର ଚିନ୍ତିତ ହୋଇପଡ଼ିଲେ। ଏ ଦୃଷ୍ଟିରୁ ଭାରତ ଉତ୍ତମ ସ୍ଥିତିରେ ଅଛି ବୋଲି ବିଲାତର ପ୍ରସିଦ୍ଧ ପତ୍ରିକା ‘ଦି ଇକୋ...

ଦେଶ, ରାଜନୀତି ଓ ଆଜିର ଶିକ୍ଷା

ଦେଶ, ରାଜନୀତି ଓ ଆଜିର ଶିକ୍ଷା


ଡ. ଶରତ ଚନ୍ଦ୍ର ରଥ

ଦେଶର ଅଛି ଅର୍ଥ ସମସ୍ୟା। ଅତୀତରେ ସମସ୍ୟା ଥିଲା ଆଜି ମଧ୍ୟ ଅଛି। ପ୍ରଥମେ ସମସ୍ୟାଗୁଡ଼ିକର ତାଲିକା କରିବା ଦରକାର। ତା’ପରେ ସମାଧାନର ସୂତ୍ର ବିଷୟରେ ଚିନ୍ତା, ଆଲୋଚନା ଓ ପଦକ୍ଷେପ ଗ୍ରହଣର ବ୍ୟବସ୍ଥା। ଯେହେତୁ ଆଜିକାଲି ସମସ୍ତ କ୍ଷମତା ରାଜନେତାମାନଙ୍କ ହାତରେ ଠୁଳ, ସେମାନଙ୍କର ଏସବୁ ସର୍ବାଦୌ କରଣୀୟ। ସେମାନଙ୍କୁ ବୁଦ୍ଧିଜୀବୀମାନେ ସହଯୋଗ କରିପାରନ୍ତି।...

ଏଇ ଭାରତରେ

ଏଇ ଭାରତରେ

ସବୁ ମାତାପିତା ପରିଣତ ବୟସରେ ପୁତ୍ର  ସନ୍ତାନର ମୁହଁ ଦେଖି ଖୁସି ହୁଅନ୍ତି। କିନ୍ତୁ ଯେଉଁ ମାତାପିତା ଏହି ସୁଖରୁ ବଞ୍ଚତ୍ତ ସେମାନେ ଦୁଃଖ ଅନୁଭବ କରନ୍ତି। ଏହି ପରିସ୍ଥିତିର ସାମ୍‌ନା କରିଛନ୍ତି ୬୨ବର୍ଷର ଜଣେ ମହିଳା। ଗୁଜରାଟର ସୁରତ ନଗରୀରେ ବାସ କରୁଥିବା ମଧୁବେନ ଗେହଲଟ୍‌ ନାମ୍ନୀ ଏହି ମହିଳା ୬୨ବର୍ଷ ...