ସମ୍ପାଦକୀୟ |

ସରକାରୀ ସମ୍ବଳର ଧାର୍ମିକ ଉପଯୋଗ

ସରକାରୀ ସମ୍ବଳର ଧାର୍ମିକ ଉପଯୋଗ
ସରଳ କୁମାର ଦାସ/ ହଜ୍‌ ଯାତ୍ରା ପାଇଁ ଦିଆଯାଉଥିବା ସବ୍‌ସିଡିକୁ ୨୦୧୮ରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଏ ନେଇ ବିତର୍କ ସୃଷ୍ଟି ହୋଇଛି। ମୁସଲିମ୍‌ ସଂଗଠନ ଓ ନେତାମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ହଜ୍‌ ଯାତ୍ରା ପାଇଁ କେବେ ବି ଲୋକଙ୍କୁ ସବ୍‌ସିଡି ମିଳିନାହିଁ ବରଂ ସବ୍‌ସିଡିର ପ୍ରକୃତ ଲାଭ ପାଇଛି ଏୟାର ଇଣ୍ଡିଆ। ସେମାନଙ୍କ ମତରେ ସରକାର ବିମାନଯାତ୍ରା ଖର୍ଚ୍ଚର କିଛି ଅଂଶ ସବ୍‌ସିଡି ଆକାରରେ ଦିଅନ୍ତି ଓ ହଜ୍‌ ଯାତ୍ରୀଙ୍କ ପରିବହନରେ ଏକଚାଟିଆ ଅଧିକାର ଥିବା ଏୟାର ଇଣ୍ଡିଆ ବିମାନ ଟିକେଟର ମୂଲ୍ୟକୁ ହଜ୍‌ ସମୟରେ ବଢାଇ ଦେଉଥିବାରୁ ଯାତ୍ରୀଙ୍କ ପାଇଁ ସବ୍‌ସିଡିର କିଛି ମାନେ ହୁଏ ନାହିଁ। ସରକାରଙ୍କର ଏହି ପଦକ୍ଷେପରେ ତୁଷ୍ଟୀକରଣ ରାଜନୀତିର ଗନ୍ଧ ପାଇ କିଛି ନେତା ପ୍ରଶ୍ନ ଉଠାଇଛନ୍ତି ମାନସରୋବର ଯାତ୍ରା ଓ କୁମ୍ଭମେଳା ଭଳି ଧର୍ମୀୟ କାର୍ଯ୍ୟ ପାଇଁ ଦିଆଯାଉଥିବା ଅନୁଦାନ ବନ୍ଦ ହେବ କି? ତେଣୁ ଆଗାମୀ ଦିନରେ ହଜ୍‌ ସବ୍‌ସିଡି ପ୍ରତ୍ୟାହାର ନିଷ୍ପତ୍ତିର ଅନ୍ୟ ଧାର୍ମିକ ଗତିବିଧିରେ ହେଉଥିବା ସରକାରୀ ଅର୍ଥ ଓ ସମ୍ବଳର ବିନିଯୋଗ ଉପରେ କି ପ୍ରଭାବ ପଡିପାରେ ତାହା ବିତର୍କର ଅପେକ୍ଷା ରଖେ। ଇସଲାମ୍‌ର ପ୍ରମୁଖ ୫ଟି ସ୍ତମ୍ଭ ହେଉଛି ସାହାଦା, ସାଲତ, ଜକାତ, ସମ୍‌ ଓ ହଜ। ଇସଲାମ ବିଶ୍ୱାସ ଅନୁଯାୟୀ ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ ସକ୍ଷମ ପ୍ରତ୍ୟେକ ମୁସଲମାନଙ୍କ ପାଇଁ ଜୀବନରେ ଅନ୍ତତଃ ଥରେ ସୌଦି ଆରବର ପବିତ୍ର ମକ୍କା ସହରକୁ ହଜ୍‌ କରିବାକୁ ଯିବା ଏକ ଅବଧାରିତ ଧାର୍ମିକ କର୍ତ୍ତବ୍ୟ। ପ୍ରତି ଦେଶର ମୁସଲମାନ ଜନସଂଖ୍ୟା ଆଧାରରେ ସେହି ଦେଶରୁ କେତେ ଜଣଙ୍କୁ ହଜ୍‌ ଯାତ୍ରା ପାଇଁ ସୁଯୋଗ ମିଳିବ, ତାହା ସୌଦି ଆରବ ସ୍ଥିର କରିଥାଏ। ସେହି ସୂତ୍ରରେ ଭାରତରୁ ପ୍ରତିବର୍ଷ ଲକ୍ଷାଧିକ ମୁସଲମାନ ହଜ୍‌ ଯାତ୍ରାରେ ଯାଇଥାନ୍ତି। ଆର୍ଥିକ ଦୃଷ୍ଟିରୁ ଅକ୍ଷମଙ୍କ ପାଇଁ ଏହି ଯାତ୍ରା ବାଧ୍ୟତାମୂଳକ ନ ହେଲେ ମଧ୍ୟ ହଜ୍‌ ଯାତ୍ରା ସବୁ ମୁସଲମାନଙ୍କ ପାଇଁ ବହୁ ଆକାଂକ୍ଷିତ ହୋଇଥିବାରୁ ସେମାନଙ୍କୁ ଏହି ଧାର୍ମିକ କାର୍ଯ୍ୟରେ ସହାୟତା କରିବା ଲାଗି ସରକାର ସବ୍‌ସିଡି ଦେଇ ଆସୁଥିଲେ। ଦୀର୍ଘ ଦିନ ଧରି ହଜ୍‌ ସବ୍‌ସିଡି ଏକ ବିତର୍କର ବିଷୟ ହୋଇ ରହିଆସିଛି। ୨୦୧୨ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ସରକାର ହାରାହାରି ୬୫୦ କୋଟି ଟଙ୍କା ହଜ୍‌ ସବ୍‌ସିଡି ଆକାରରେ ପ୍ରଦାନ କରୁଥିଲେ। ସେହି ବର୍ଷ ସୁପ୍ରିମ୍‌କୋର୍ଟ ଏକ ମାମଲାରେ କହିଥିଲେ- ”ଏକ ଧର୍ମନିରପେକ୍ଷ ରାଷ୍ଟ୍ର ନାଗରିକଙ୍କ ଧର୍ମୀୟ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବ କି ଓ ଏହି ଧରଣର ଧର୍ମୀୟ କାର୍ଯ୍ୟ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆର୍ଥିକ ସହାୟତା ପ୍ରଦାନ କରିପାରିବ କି?“ ତେଣୁ ଧୀରେ ଧୀରେ ହଜ୍‌ ସବ୍‌ସିଡିକୁ କମାଇ ଆଗାମୀ ୧୦ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ସଙ୍ଗେ ସଙ୍ଗେ ସେହି ଅର୍ଥକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷା ଓ ଅନ୍ୟ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରିବାକୁ ଆଦେଶ ଦେଇଥିଲେ। ସେହି ଅନୁସାରେ ଗତ ୫ ବର୍ଷ ଧରି ପ୍ରତି ବର୍ଷ ହଜ୍‌ ସବ୍‌ସିଡିର ପରିମାଣ କମ୍‌ ହେଉଥିଲା, ଯାହା ଏ ବର୍ଷ ସମ୍ପୂର୍ଣ୍ଣ ଉଚ୍ଛେଦ କରାଗଲା। ତେଣୁ ଏହି ନିଷ୍ପତ୍ତି ସୁପ୍ରିମ୍‌କୋର୍ଟଙ୍କର, ତାକୁ ସରକାର କାର୍ଯ୍ୟକାରୀ କରିଛନ୍ତି ଯାହା। ସମିଧାନର ଧାରା ୨୭ ଅନୁଯାୟୀ, କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ଧର୍ମୀୟ ଅନୁଷ୍ଠାନର ପ୍ରସାର ଓ ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ଖର୍ଚ୍ଚ ପାଇଁ କୌଣସି ବ୍ୟକ୍ତିଙ୍କୁ ଟିକସ ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ। ଅର୍ଥାତ୍‌, ଟିକସଦାତାଙ୍କଠାରୁ ସଂଗୃହୀତ ଟିକସ ରାଶିକୁ ଧାର୍ମିକ ଗତିବିଧି ଓ ମନ୍ଦିର, ମଠ, ଆଶ୍ରମ, ମସ୍‌ଜିଦ, ଦରଘା, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଧର୍ମୀୟ ଅନୁଷ୍ଠାନର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ବ୍ୟୟ କରିହେବ ନାହିଁ। ତେବେ ଅନେକ ନିରୁତା ଧାର୍ମିକ ଗତିବିଧିରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସରକାରୀ ଅର୍ଥ ଓ ସମ୍ବଳ ବିନିଯୋଗ ହେଉଥିବା କଥାକୁ ଅଣଦେଖା କରିହେବ ନାହିଁ। ଆଶ୍ଚର୍ଯ୍ୟର ବିଷୟ, ହଜ୍‌ ବ୍ୟତୀତ ଅନ୍ୟ ତୀର୍ଥଯାତ୍ରା ପାଇଁ ହେଉଥିବା ଖର୍ଚ୍ଚ ଉପରେ ମିତବ୍ୟୟିତା ଏବଂ ଧର୍ମନିରପେକ୍ଷତା ଆଧାରରେ କେବେ କୌଣସି ଉଦ୍‌ବେଗ ପ୍ରକାଶ ପାଏନାହିଁ। ଉଦାହରଣ ସରୂପ, କୈଳାସ ମାନସରୋବର ଯାତ୍ରା ପାଇଁ ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ ସରକାର ୧ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେଉଥିବା ବେଳେ, ତାମିଲନାଡୁ, କର୍ନାଟକ, ହରିୟାଣା, ଗୁଜରାଟ, ଦିଲ୍ଲୀ ଓ ଅନ୍ୟ ସରକାରମାନେ ମଧ୍ୟ ଅନୁଦାନ ଦେଇଥାନ୍ତି। ଏତଦ୍‌ଭିନ୍ନ ମଧ୍ୟପ୍ରଦେଶ, ତାମିଲନାଡୁ, କର୍ନାଟକ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜରାଟ, ଆସାମ ଆଦି ସରକାର ତୀର୍ଥ ଦର୍ଶନ ଯୋଜନା ଜରିଆରେ ତୀର୍ଥଯାତ୍ରା ପାଇଁ ସହାୟତା ପ୍ରଦାନ କରୁଛନ୍ତି। ଏପରି କି ଖ୍ରୀଷ୍ଟିଆନମାନଙ୍କୁ ଜେରୁଜେଲମ୍‌ ଯାତ୍ରା ପାଇଁ ତାମିଲନାଡୁ ସରକାର ସହାୟତା ପ୍ରଦାନ କରୁଛନ୍ତି। କୁମ୍ଭମେଳା ଓ ଅନ୍ୟାନ୍ୟ ମେଳା ପାଇଁ ମଧ୍ୟ ଶହ ଶହ କୋଟି ଟଙ୍କାର ଅନୁଦାନ ଦିଆଯାଉଛି। ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପ୍ରତିବର୍ଷ ୩ ହଜାର ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ବୁଲାଇ ନେବା, ପୁରୀରେ ହବିଷିଆଳିଙ୍କ ପାଇଁ ପ୍ରସାଦ ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରିବା, ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଆଦିରେ ରାଜକୋଷରୁ ଅର୍ଥ ବ୍ୟୟ ହେଉଛି। ବିଭିନ୍ନ ସ୍ଥାନରେ ଏମ୍‌ପି, ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଧର୍ମୀୟ ଅନୁଷ୍ଠାନମାନଙ୍କରେ ଟଙ୍କା ଖର୍ଚ୍ଚ ହେଉଛି। ଏ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବିଧାନ ଓ ସୁପ୍ରିମ୍‌କୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରୁନାହିଁ କି? ଅବଶ୍ୟ ତୀର୍ଥସ୍ଥଳୀମାନଙ୍କରେ ପ୍ରବଳ ଜନସମାଗମ ହେଉଥିବାରୁ ତୀର୍ଥଯାତ୍ରୀଙ୍କ ପାଇଁ ଆଇନଶୃଙ୍ଖଳା ବ୍ୟବସ୍ଥା, ସ୍ବାସ୍ଥ୍ୟସେବା, ପାନୀୟଜଳ, ଗମନାଗମନ ଆଦିର ସୁବନ୍ଦୋବସ୍ତ କରିବା ସରକାରଙ୍କ ଦାୟିତ୍ୱ। ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ସରକାରୀ ନିୟନ୍ତ୍ରଣାଧୀନ ହୋଇଥିବାରୁ ସରକାର ମନ୍ଦିର ପାଇଁ ପ୍ରତି ବର୍ଷ ବଜେଟରେ ଅର୍ଥ ବରାଦ କରିଥାନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ବାବଦକୁ ୨୦୧୭-୧୮ରେ ୨୯୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି ଓ ତନ୍ମଧ୍ୟରୁ ରାଜ୍ୟ ସରକାର ୯୩ କୋଟି ଟଙ୍କା ଅନୁଦାନ ଆକାରରେ ଦେଉଛନ୍ତି। ଏତଦ୍‌ଭିନ୍ନ କମିଶନର ସ୍ତରର ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ମନ୍ଦିରର ପ୍ରଶାସକ ଭାବେ ଅବସ୍ଥାପିତ ଥିବାବେଳେ ଅନେକ ସରକାରୀ କର୍ମଚାରୀ ମନ୍ଦିର ପ୍ରଶାସନରେ କାର୍ଯ୍ୟରତ। ଅର୍ଥାତ୍‌ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ଉଭୟ ସରକାରୀ ଅର୍ଥ ଓ ମାନବ ସମ୍ବଳ ନିୟୋଜିତ ହେଉଥିବାରୁ ଭବିଷ୍ୟତରେ ଏହା ଉପରେ ମଧ୍ୟ ପ୍ରଶ୍ନ ଉଠିପାରେ। ଅନ୍ୟପକ୍ଷରେ ତିରୁପତି ମନ୍ଦିରର ପରିଚାଳନା ଭାର ସରକାରୀ ନିୟନ୍ତ୍ରଣ ବାହାରେ ଏକ ଟ୍ରଷ୍ଟ ହାତରେ ନ୍ୟସ୍ତ। ବାର୍ଷିକ ପ୍ରାୟ ୨୯୦୦ କୋଟି ଟଙ୍କାର ମନ୍ଦିର ବଜେଟରେ ସରକାର କୌଣସି ଅନୁଦାନ ଦେବା ତ ଦୂରର କଥା, ବରଂ ମନ୍ଦିର ତରଫରୁ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସାଧାରଣ ହିତ ପାଣ୍ଠିକୁ କୋଟି କୋଟି ଟଙ୍କା ରାଜସ୍ବ ଆସିଥାଏ। ତେଣୁ ଜଗନ୍ନାଥ ମନ୍ଦିରର ପେସାଦାର ପରିଚାଳନା ଉପରେ ମଧ୍ୟ ବିଚାର ବିମର୍ଶ ହେବା ଉଚିତ। ୨୦୧୭ର ଅନ୍ୟ ଏକ ମାମଲାରେ ସୁପ୍ରିମ୍‌କୋର୍ଟ ଗୁଜରାଟ ଦଙ୍ଗାରେ କ୍ଷତିଗ୍ରସ୍ତ ମସ୍‌ଜିଦ, ଦରଘାଗୁଡିକର ପୁନରୁଦ୍ଧାର ଉଦ୍ଦେଶ୍ୟରେ ସରକାରଙ୍କୁ ସମ୍ପୂର୍ଣ୍ଣ ଆର୍ଥିକ କ୍ଷତିପୂରଣ ଦେବା ପାଇଁ ଗୁଜରାଟ ହାଇକୋର୍ଟ ଦେଇଥିବା ଆଦେଶକୁ ଖାରଜ କରି ସବୁ କ୍ଷତିଗ୍ରସ୍ତ ଧର୍ମାନୁଷ୍ଠାନକୁ କ୍ଷତିଗ୍ରସ୍ତ ସାଧାରଣ ଘରକୁ ଦିଆଯାଉଥିବା କ୍ଷତିପୂରଣ ଭଳି ସମାନ ପରିମାଣର ଅର୍ଥରାଶି ଦେବାକୁ ଆଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୨୭ ଅନୁଯାୟୀ ଟିକସଦାତାଙ୍କ ଅର୍ଥର ବହୁଳ ଭାଗକୁ ଧର୍ମାନୁଷ୍ଠାନଗୁଡିକର ମରାମତିରେ ବିନିଯୋଗ କରାଯାଇପାରିବ ନାହିଁ। ଏହି ଧରଣର ବିଭିନ୍ନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ କ୍ରମାଗତ ରାୟକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ଯେ ବିଭିନ୍ନ ଧାର୍ମିକ ଗତିବିଧି ପାଇଁ ସରକାରୀ ସମ୍ବଳର ବିନିଯୋଗ ସମ୍ବିଧାନସମ୍ମତ ନୁହେଁ ଓ ଏହାକୁ କୋର୍ଟ ଅନୁମୋଦନ କରୁନାହାନ୍ତି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସରକାର କୌଣସି ଧର୍ମ ବା ଧର୍ମୀୟ ଅନୁଷ୍ଠାନର କାର୍ଯ୍ୟ ସହ ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ ହେବାରୁ ବିରତ ରହିବା ସହିତ ରାଷ୍ଟ୍ରର ଅର୍ଥ ଓ ସମ୍ବଳ ଯେପରି ଧାର୍ମିକ ଗତିବିଧିରେ ବିନିଯୋଗ ନ ହୁଏ, ତାହା ସୁନିଶ୍ଚିତ କରିବା ଆବଶ୍ୟକ। ଧାର୍ମିକ ଗତିବିଧି ପାଇଁ ଦିଆଯାଉଥିବା ସବ୍‌ସିଡି, ଅନୁଦାନ ପ୍ରତ୍ୟାହାର ହେବା ବାଞ୍ଛନୀୟ। ଯଦି ଦୀର୍ଘଦିନରୁ ଚାଲି ଆସିଥିବା ହଜ୍‌ ସବ୍‌ସିଡି ଉପରେ ପ୍ରଶ୍ନ ଉଠି ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ତାହା ପ୍ରତ୍ୟାହାର କରିବାକୁ ହେଲା, ତେବେ ଆଗାମୀ ଦିନରେ ଅନ୍ୟ ଧାର୍ମିକ ଗତିବିଧିରେ ସରକାରଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ଉପରେ ପ୍ରଶ୍ନ ଉଠିଲେ କୋର୍ଟ ହସ୍ତକ୍ଷେପ କରି ସରକାରଙ୍କୁ ସେଥିରୁ ବିରତ ରହିବା ପାଇଁ ଆଦେଶ ନ ଦେବେ ବା କାହିଁକି? (୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ, ଭୁବନେଶ୍ୱର, ମୋ-୯୪୩୭୦୩୮୦୧୫)
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...

ଶହୀଦ ଇମାମ ହୁସେନ

ଶହୀଦ ଇମାମ ହୁସେନ

ଇଂ. ରୌଶନ ଖାନ୍‌

ମାନବିକତାର ସୁରକ୍ଷା ପାଇଁ ଯେଉଁମାନେ ଈଶ୍ୱରଙ୍କ ପଥରେ ଜୀବନ ଉତ୍ସର୍ଗ କରନ୍ତି ଓ ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ କରି ପ୍ରାଣବଳି ଦେଇଥାନ୍ତି, ସେମାନଙ୍କୁ ‘ଶହୀଦ’ କୁହାଯାଏ। ସେହିପରି ଜଣେ ଦେବପୁରୁଷ ଥିଲେ ହଜରତ ଇମାମ୍‌ ହୁସେନ। ସେ ଇରାକର କରବଲା ମୈଦାନରେ ଯୁଦ୍ଧ କରି ୬୧ ହିଜିରିି ମହରମ ୧୦ ଦିନ ଶହୀଦ ହୋଇଥିଲେ। ସେ ହେଉଛନ୍ତି ହଜରତ ମହମ୍ମଦଙ୍କ ନାତି ଓ ଚତୁର୍ଥ ଖଲିଫା ହଜରତ ଅଲ୍ଲିଙ୍କ ପୁତ୍ର।...

ଏଇ ଭାରତରେ

ଏଇ ଭାରତରେ

କୌଣସି ବ୍ୟକ୍ତିକୁ ଶାରୀରିକ ନିର୍ଯାତନା ଦେଲେ ତାହାର ପରିଣତି ଭୋଗିବାକୁ ପଡ଼େ। ଜଣେ ୫୦ବର୍ଷୀୟ ମହିଳାଙ୍କୁ ତାଙ୍କ ଭାଇ ଓ ଭାଉଜ ୨ବର୍ଷ ଧରି ଘରେ ଅଟକ ରଖିବା ସହିତ ଭୋକ ଉପାସରେ ବଞ୍ଚତ୍ବାକୁ ଦେଉଥିଲେ। ଏହାର ପରିଣାମ ସ୍ବରପ ୨ଜଣଙ୍କୁ ଗିରଫ ,...

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...