ସମ୍ପାଦକୀୟ |

ରାସ୍ତାରେ ଆଭିଜାତ୍ୟ

ରାସ୍ତାରେ ଆଭିଜାତ୍ୟ
ଅରୁଣ ଦାସ/ ଭୁବନେଶ୍ୱରର ଏକ ଜଣାଶୁଣା ଇଂଲିଶ ମାଧ୍ୟମ ବିଦ୍ୟାଳୟ ସାମ୍ନାରେ ସେଦିନ ଭାରି ଭିଡ ଜମିଥାଏ। କାରଣ ଅଭିଭାବକମାନେ ବିଦ୍ୟାଳୟ ଛୁଟି ସମୟରେ ସେମାନଙ୍କ ପିଲାମାନଙ୍କୁ ଘରକୁ ନେବା ପାଇଁ ଆସିଥାଆନ୍ତି। ଏତିକିବେଳେ ଦୁଇଜଣ ଯୁବକ ଏକ ମୋଟରସାଇକେଲରେ ଜଣେ ବୃଦ୍ଧା ମହିଳାଙ୍କୁ ସେଇ ବାଟ ଦେଇ ମେଡିକାଲ ନେଇ ଯାଉଥାଆନ୍ତି। ଏକ ଇନୋଭା ଗାଡିରେ ଆସିଥିବା ଜଣେ ବ୍ୟକ୍ତି ମଝି ରାସ୍ତାରେ ଗାଡି ଅଟକାଇଥିବାରୁ ଏଇ ଦୁଇ ଯୁବକଙ୍କ ସହିତ ତାଙ୍କର ବଚସା ହେଲା। ହଠାତ୍‌ ଇନୋଭା ଗାଡି ଚଲାଉଥିବା ବ୍ୟକ୍ତି ଜଣକ ବାହାରକୁ ଚାଲିଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲେ। କିଛି ସମୟ ସେ ସ୍ଥାନର ପରିସ୍ଥିତି ଅସମ୍ଭାଳ ହେଲା ପରେ ପାଖରେ ଥିବା ଅନ୍ୟ ବ୍ୟକ୍ତିଗଣ ପରସ୍ପରଙ୍କୁ ବୁଝାଶୁଝା କରି ଏହାର ସମାଧାନ କରିଥିଲେ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଜଣେ ପିଲାକୁ ଘରକୁ ନେବା ପାଇଁ ଏତେବଡ ଇନୋଭା ଗାଡି ଆଣିବା କ’ଣ ନିହାତି ଦରକାର? ଏ କାର୍ଯ୍ୟ ସ୍କୁଟିଟିଏ କିମ୍ବା ମୋଟରସାଇକେଲ ସାହାଯ୍ୟରେ ବି ସୁରୁଖୁରୁରେ କରାଯାଇପାରେ। ସେହିପରି ଆଉ ଏକ ଘଟଣା, ଏକ ଚା’ଦୋକାନ ପାଖରେ ଦୁଇବନ୍ଧୁଙ୍କ ଭିତରେ ଜୋରରେ ଯୁକ୍ତିତର୍କ ଚାଲିଥାଏ। ଜଣେ କହୁଥାଏ ସେ ବାବୁଙ୍କର ଚାରିଟା କାର୍‌ ଓ ଛଅଟା ଦାମିକା ମୋଟରସାଇକେଲ। ଆଉ ଜଣେ କହୁଥାଏ ୟେ ବାବୁଙ୍କର ଛଅଟା କାର୍‌ ଓ ଆଠଟା ମୋଟରସାଇକେଲ। ଜଣେ କହୁଥାଏ ସେ ବାବୁଙ୍କର ଅଡ୍ଡି, ମର୍ସିଡିଜ ଅଛି। ଏମାନଙ୍କ କଥା ଶୁଣି ଜଣେ ବୟସ୍କ ଭଦ୍ରବ୍ୟକ୍ତି ମୁରୁକି ହସୁଥାଆନ୍ତି। ବାସ୍ତବିକ ଭାବେ ଚିନ୍ତାକଲେ ଯାହା ଜଣାପଡୁଛି, ଗୋଟିଏ ମଣିଷ ପାଇଁ ଏତେସବୁ ଗାଡିର କୌଣସି ଆବଶ୍ୟକତା ନାହିଁ। ତେବେ ଏତେ ଗାଡି ଗୋଟିଏ ମଣିଷ କିଣେ କାହିଁକି? କାରଣ ନିଜ ସୌଖୀନ ଅଭୀପ୍ସା ପୂରଣ କରିବା ସହ ଆଭିଜାତ୍ୟ ଦେଖାଇବା। କିଏ କେଉଁ ଗାଡି ଚଢିଲା ଓ କେତୋଟି ଗାଡି ଚଢିଲା, ସେ ନେଇ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ଗାଡି ଚଢିବା ଆଳରେ ଯେବେ ସର୍ବସାଧାରଣ ଜୀବନରେ ବ୍ୟାଘାତ ସୃଷ୍ଟି କରାଯାଏ, କ୍ଷତି ପହଞ୍ଚାଯାଏ ତା’ହେଲେ ସେଥିପାଇଁ ଦାୟୀ କିଏ? ଏବେ ସହରର ମୁଖ୍ୟ ରାସ୍ତା ହେଉ କିମ୍ବା ଗଳିକନ୍ଦି ହେଉ କିଛି ଯୁବକ ଦ୍ରୁତ ବେଗରେ ମୋଟରସାଇକେଲ ଚଳାଇ ଯାଉଥିବାର ଦେଖିବାକୁ ମିଳୁଛି। ବେଳେବେଳେ ଏମାନେ ବେଖାତିର ଢଙ୍ଗରେ ଗାଡି ଚଳେଇ ଅନ୍ୟମାନଙ୍କ ଦେହରେ ଧକ୍କା ଦେବା ଫଳରେ ଦୋଷ ନ ଥିବା ମଣିଷଟି ମୃତାହତ ହେଉଛି। ସର୍ବେକ୍ଷଣରୁ ଜଣାପଡ଼େ, ପ୍ରାୟ ପ୍ରତି ଚାରି ମିନିଟରେ ଜଣେ ଲୋକ ଭାରତରେ ସଡକ ଦୁର୍ଘଟଣା କାରଣରୁ ମୃତ୍ୟୁବରଣ କରୁଛନ୍ତି। ଯେଉଁ ହାରରେ ଜନସଂଖ୍ୟା ବଢୁଛି ସେଇ ହାରରେ ଯାନବାହନ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସହରମାନଙ୍କରେ ଆଗରୁ ଯିବା ଆସିବା ପାଇଁ ଗୋଟିଏ ରାସ୍ତା ରହୁଥିଲା। ସମୟ କ୍ରମେ ଦୁଇଟି ରାସ୍ତା ହେଲା। ଏଇ ଦୁଇପାଖ ରାସ୍ତାରେ ଯିବା ଆସିବା ଅସମ୍ଭାଳ ହୋଇପଡିବାରୁ କିଛି ଜାଗାରେ ଚାରିଟିକିଆ ରାସ୍ତା ବି ନିଅଣ୍ଟ ପଡୁଛି। ସେଥିପାଇଁ ବିଭିନ୍ନ ଜାଗାରେ ଭୂତଳ ରାସ୍ତା ଓ ହାଇଓ୍ବେ ବ୍ରିଜ୍‌ ମଧ୍ୟ ନିର୍ମାଣ କରାଯାଉଛି। ତେବେ ଭବିଷ୍ୟତରେ ଲୋକମାନଙ୍କର ଆବଶ୍ୟକତାକୁ ଦେଖି ଏହିପରି ଅଧିକରୁ ଅଧିକ ରାସ୍ତା ନିର୍ମାଣ ହୋଇଚାଲିଲେ ଏହାର ପ୍ରଭାବ ଆମ ପୃଥିବୀ ଉପରେ ପଡିବ। ଆଜିର ଏଇ ପରିବର୍ତ୍ତିତ, ଗତିଶୀଳ ଓ ପ୍ରତିଯୋଗିତାପୂର୍ଣ୍ଣ ଜୀବନଶୈଳୀ ବିତେଇବାକୁ ଯାନବାହନ ଦରକାର। କିନ୍ତୁ ଆମେ ସାଧାରଣ ଆବଶ୍ୟକତାଠାରୁ ଅଧିକ ବିଳାସୀ ହେବା ଠିକ୍‌ ନୁହେଁ। ସେହିପରି ଏବେ ପେଟ୍ରୋଲ ଓ ଡିଜେଲ ପରି ପ୍ରାକୃତିକ ତୈଳର ହ୍ରାସଜନିତ କାରଣ ନିଶ୍ଚିତ ଭାବରେ ଚିନ୍ତାର ବିଷୟ। ଉତ୍ତରସାଗରରେ ଗଚ୍ଛିତ ଥିବା ତୈଳସମ୍ବଳର ଦ୍ରୁତ ହ୍ରାସ ନେଇ ନରଓ୍ବେ ଓ ରୁଷ୍‌ ମଧ୍ୟରେ ବିବାଦ ଲାଗିବା କଥା ଆଗକୁ ଏକ ବଡ ସଙ୍କଟର ସମ୍ଭାବନା ସୃଷ୍ଟି କରୁଛି। ସେହିପରି ଯାନବାହନର ବହୁଳ ଚଳାଚଳ ପାଇଁ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ହେଲାଣି। ସବୁଠାରୁ ବେଶି ପ୍ରଦୂଷିତ ବିଶ୍ୱର କୋଡିଏଟି ସହର ମଧ୍ୟରେ ଭାରତର ତେରଟି ସହର ଅଛି। ରାଜଧାନୀ ଦିଲ୍ଲୀର ଧୂଆଁଳିଆ ଓ ଧୂସର ବାୟୁମଣ୍ଡଳ ଭାରତର ସବୁଠାରୁ ଅସ୍ବାସ୍ଥ୍ୟକର ପରିବେଶ କହିଲେ ଭୁଲ୍‌ ହେବନାହିଁ। ରାସ୍ତାଘାଟରେ ସଉକ ଦେଖାଇବା ପାଇଁ ବୀରଦର୍ପରେ ଆମେ ବିଭିନ୍ନ ଗାଡି ମୋଟର ଚଢି ବୁଲୁଛେ। କିନ୍ତୁ ଆମେ ଏହାର ସମ୍ଭାବ୍ୟ ପରିଣାମ ଓ ଅନ୍ୟମାନଙ୍କ ଉପରେ ଏହାର ପ୍ରଭାବକୁ ଭୁଲିଯାଉଛେ। ନିଜକୁ ଧନୀ ବ୍ୟକ୍ତିର ପରିଚୟ ଦେବାକୁ ଯାଇ ରାସ୍ତାଘାଟରେ ଯାନବାହନର ଆଭିଜାତ୍ୟ ଦେଖାଇଲାବେଳେ ଥରୁଟିଏ ଆମେ ପ୍ରକୃତି କଥା ଓ ଅନ୍ୟମାନଙ୍କ କଥା ଚିନ୍ତା କରିବା ଉଚିତ ନୁହେଁ କି? (ପତରପଡ଼ା, ବରମୁଣ୍ଡଳୀ, ଜଗତ୍‌ସିଂହପୁର, ମୋ-୭୮୭୩୭୧୯୦୫୬)
All Right Reserved By

ସମ୍ପାଦକୀୟ |

ହାଇକମାଣ୍ଡ

ହାଇକମାଣ୍ଡ

ଆକାର ପଟେଲ

ଯେତେବେଳେ ମୋତେ ୧୮ ବର୍ଷ ହେଲା ଓ ଭୋଟ ଦେବାର ଅଧିକାର ପ୍ରାପ୍ତ ହେଲି, ସେତେବେଳେ ସୁରତରୁ ପାର୍ଲାମେଣ୍ଟ ସଦସ୍ୟ ଥିଲେ ଭାଜପାର କାଶୀରାମ ରାଣା।  ମୋତେ ୪୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ସୁରତର ଏମ୍‌ପି ଥିଲେ। ତୃଣମୂଳସ୍ତରରୁ ସେ ଜଣେ ଲୋକପ୍ରିୟ ନେତା ଥିଲେ, ଛଅଥର ଜିତିଥିଲେ ଏବଂ କେବେ ବି ହାରି ନ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ସେ ଜଣେ ମନ୍ତ୍ରୀ ମଧ୍ୟ ଥିଲେ। ବିନା କାରଣରେ ୨୦୦୮ରେ ତାଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଗଲା ଏବଂ ତା’ର କିଛିବର୍ଷ ପରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ବିଷୟରେ ଏଠାରେ ଉଲ୍ଲେଖ କରିବାର କାରଣ ଟିକିଏ ପରେ କହିବି। ..

ମଣିଷରୁ ଅମଣିଷ

ମଣିଷରୁ ଅମଣିଷ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ନିଜର ସକଳ ସୃଷ୍ଟି ମଧ୍ୟରେ କେବଳ ମଣିଷ ଭିତରେ ଦିବ୍ୟ ଚେତନା ସଞ୍ଚାର କରି ସେ ଦିନ ସ୍ରଷ୍ଟା ବେଶ୍‌ ସନ୍ତୋଷ ପ୍ରକାଶ କରିଥିଲେ। ସେ ଦିନରୁ ଏ ଯାଏ ସମଗ୍ର ପ୍ରାଣିଜଗତ ମଧ୍ୟରେ ମଣିଷ ନିଜ ବୌଦ୍ଧିକ ବିକାଶ ତଥା ଚେତନାର ପରିପକ୍ୱ ପରିସ୍ଫୁଟନ ପାଇଁ ଶ୍ରେଷ୍ଠଜୀବ ଭାବେ ପରିଗଣିତ ହୋଇଆସୁଛି। ନିଜ ବୋଧଶକ୍ତି ମାଧ୍ୟମରେ ଅତୀତର ମଧୁର ସ୍ମୃତି ରୋମନ୍ଥନ କରି ରୋମାଞ୍ଚିତ ହେଉଛି ତ ଭବିଷ୍ୟତର ଅନାଗତ ଆଶଙ୍କାରେ ବି ଆତଙ୍କିତ ହେଉଛି। ଅଶ୍ରୁଳ ଅତୀତକୁ ମନେପକାଇ ନୀରବରେ ବାହୁନୁଛି ତ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖି ମୁଗ୍ଧବିଭୋର ଅନୁଭବରେ ଜଡସଡ ହେଉଛି। ପୁଣି କେତେବେଳେ ଦାନବ ସାଜି ଅନ୍ୟ ତୁଣ୍ଡରୁ ...

 ସାମ୍ବାଦିକରୁ ସାହିତି୍ୟକ

ସାମ୍ବାଦିକରୁ ସାହିତି୍ୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଜ୍ଞାନପୀଠ ପକ୍ଷରୁ ପ୍ରତିବର୍ଷ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୧୯୬୧ ମସିହାଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ଚଳିତଥର ଇଂଲିଶ୍‌ ଭାଷାରେ ପ୍ରଥମ ଥର ପାଇଁ ଅମିତାଭ ଘୋଷଙ୍କ ନାମ ଘୋଷଣା ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟକୃତି ଚର୍ଚ୍ଚାକୁ ଆସିଛି। ..

ଏଇ ଭାରତରେ

ଏଇ ଭାରତରେ


ଆମ ଦେଶର ଅନେକ ଲୋକ ପ୍ରକୃତିକୁ ଦେବତା ଭାବି ପୂଜା କରିଥାଆନ୍ତି। ଲୋକଙ୍କ ଧର୍ମୀୟ ଭାବନା ଏତେ ଦୃଢ଼ ଯେ, ଏଠାରେ ପଥରକୁ ପୂଜା କଲେ ବି ସେ ଦେବତା ପାଲଟି ଯାଆନ୍ତି।  ତେବେ ମନୋବାଞ୍ଛା କେତେଦୂର ପୂରଣ ହୁଏ କେବଳ ସମ୍ପୃକ୍ତ ବ୍ୟକ୍ତି ହିଁ କହିପାରେ। ଗୋବରରେ ପ୍ରଭୁ ଗଣେଶଙ୍କ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ..

ଆର୍‌ବିଆଇ ଅଡ଼ୁଆ

ଆର୍‌ବିଆଇ ଅଡ଼ୁଆ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାଡ଼ ଖାଇଯାଇଥିବା ମୋଦି ସରକାର ଉର୍ଜିତ ପଟେଲ ଯୁଗର ଅବସାନ ଘଟାଇବାକୁ ଉଚିତ ମଣିଛନ୍ତି। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଉର୍ଜିତ ଇସ୍ତଫା ଦେବାର ଦିନଟିଏ ନ ପୂରୁଣୁ ସରକାର ପୂର୍ବତନ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହଠାତ୍‌ ପଟେଲଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା, ଯଦିଚ କିଛିଦିନ ହେଲା ଆର୍‌ବିଆଇ ସହିତ ନର୍ଥ ବ୍ଲକ୍‌ର ମତପାର୍ଥକ୍ୟ ଓ ମୁହାଁମୁହିଁ ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ପଟେଲ ତାଙ୍କ ଇସ୍ତଫା ବିଷୟରେ ସର୍ବସାଧାରଣରେ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ହିଁ ସରକାର ଏ ବିଷୟରେ ଜାଣିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ବିଦାୟ ମଧ୍ୟ ସରକାରଙ୍କ ଅଡ଼ୁଆକୁ ବଢ଼ାଇଦେଇଛି। ...

ଇତିହାସର ସେଇ ବିରଳ ଅଧ୍ୟାୟ

ଇତିହାସର ସେଇ ବିରଳ ଅଧ୍ୟାୟ

ଶରତ ଚନ୍ଦ୍ର ମିଶ୍ର

ଭାରତକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପରିଚାଳନା କରିବା ନିମନ୍ତେ ୧୯୪୭ ମସିହା ପ୍ରାରମ୍ଭରେ ବ୍ରିଟିଶ ସରକାର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ନିଯୁକ୍ତ କଲେ। ଲଣ୍ଡନସ୍ଥିତ ଭାରତ ଅଫିସ ତାଙ୍କୁ ପରାମର୍ଶ ଦେଇଥିଲା ଯେ, ଚାରିଜଣ ମୁଖ୍ୟ ଭାରତୀୟଙ୍କୁ ସେ ସହମତ କରାଇପାରିଲେ, ଭାରତରେ ତାଙ୍କ ଲକ୍ଷ୍ୟରେ ସଫଳ ହେବେ। ଏହି ଚାରି ବିଶିଷ୍ଟ ଭାରତୀୟମାନେ ହେଲେ ମହାତ୍ମା...

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

କମଳାକାନ୍ତ ଜେନା

ଯେତେବେଳେ ଆକାଶର ରୁପାଜହ୍ନକୁ ଦେଖେଇ ମା’ କହେ- ‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡରେ ଖସି’ ସେତେବେଳେ ଶିଶୁଟି ଆକାଶକୁ ଅନେଇ ଜହ୍ନକୁ ଛୁଇଁବାର ସ୍ବପ୍ନ ଦେଖେ। ସେଇ ମୁହୂର୍ତ୍ତରୁ ଚନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଜାରିରହେ। କିଏ ଦେବତା ରୂପରେ ବନ୍ଦନା କରି ଚନ୍ଦ୍ରକୁ ନିଜର କରିବାକୁ ଉଦ୍ୟମ କରେ, କିଏ ପୁଣି ଏହି ଖଗୋଳୀୟ ପିଣ୍ଡକୁ ଉପଗ୍ରହର ମାନ୍ୟତା ଦେଇ ତା’ ନିକଟରେ ପହଞ୍ଚିବା ପାଇଁ ମହାକାଶଯାନ ନିର୍ମାଣ କରେ। ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ମଣିଷ...

ଏଇ ଭାରତରେ

ଏଇ ଭାରତରେ

ଆମ ସମାଜରେ କିଛି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଭରି ରହିଛି। ପ୍ରାଚୀନ ପରମ୍ପରାକୁ ମାନି ଚଳିଲେ ବିପଦରୁ ରକ୍ଷା ମିଳେ ବା ଗ୍ରହ ଶାନ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏମିତି ଏକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି କୁକୁରକୁ ବିବାହ କରିବାର ପଦ୍ଧତି। ...

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ପଦରୁ ଉର୍ଜିତ ପଟେଲଙ୍କ ଆକସ୍ମିକ ବିଦାୟ ଏବଂ ଅବିଳମ୍ବେ ତାଙ୍କ ସ୍ଥାନରେ ଭୁବନେଶ୍ୱର-ଜନ୍ମିତ ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯିବା ଘଟଣା ପଛରେ କିଛି ରହସ୍ୟ ରହିଛି। କାରଣ ଶକ୍ତିକାନ୍ତ ଅତୀତରେ ମୋଦି ସରକାରଙ୍କ ବହୁ ଆସ୍ଫାଳନଭରା ବିମୁଦ୍ରୀକରଣ କାର୍ଯ୍ୟର ତଦାରଖ କରିଥିଲେ। ତୁଙ୍ଗ ଅଧିକାରୀମାନଙ୍କୁ ଆକସ୍ମିକ ଭାବେ ଅଦଳବଦଳ କରିବା ଏ ସରକାରଙ୍କ ପାଇଁ କିଛି ନୂଆ କଥା ନୁହେଁ। ପଟେଲଙ୍କ ପୂର୍ବରୁ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତଭେଦ ଘଟିବାରୁ ରଘୁରାମ ରାଜନ୍‌ଙ୍କୁ ସରକାରଙ୍କ କ୍ରୋଧର ଶରବ୍ୟ ହେବାକୁ ପଡ଼ିଥିଲା। ତାଙ୍କ ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଇସ୍ତଫା...

ବିରଳ ଗଙ୍ଗାଜଳ

ବିରଳ ଗଙ୍ଗାଜଳ

ଡ. ଗୌରୀଶଙ୍କର ସାହୁ

ଗଙ୍ଗାନଦୀ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।  ଏହା ପାପନାଶିନୀ ଓ ମୋକ୍ଷଦାୟିନୀ ବୋଲି ବିଶ୍ୱାସ ରହିଛି। ଲୋକେ ଗଙ୍ଗାନଦୀ ନୁହେଁ ବରଂ ଗଙ୍ଗାମାତା ବୋଲି କହିଥାନ୍ତି। ଏସବୁ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେ ଗଙ୍ଗାଜଳ ବିରଳ ଏ ସମ୍ବନ୍ଧରେ ଆଲୋଚନା ଖୁବ୍‌ କମ୍‌ ହୁଏ। ଗଙ୍ଗାଜଳର ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ଗବେଷଣାତ୍ମକ ନିଷ୍କର୍ଷ ମଧ୍ୟ ବହୁତ କମ୍‌ ଲୋକ ଜାଣନ୍ତି, ଯଦିଓ ଆମେ ସମସ୍ତେ ଅନୁଭବ କରୁଛେ ଯେ, ଗଙ୍ଗାଜଳ ବାକି ନଦୀର ଜଳଠାରୁ ଭିନ୍ନ। ସାଧାରଣ ନଦୀ, କୂଅ, ପୋଖରୀର ଜଳକୁ ବୋତଲରେ ବନ୍ଦ କରି ରଖିଲେ କିଛିଦିନ ପରେ ସେଥିରୁ ଦୁର୍ଗନ୍ଧ ବାହାରିବ କିନ୍ତୁ ଗଙ୍ଗାଜଳ ବର୍ଷ ବର୍ଷ ଧରି ସତେଜ ରହିଥାଏ। ତେଣୁ ଘରେ ଗଙ୍ଗାଜଳ ରଖି ଆବଶ୍ୟକ ଅନୁସାରେ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ, ...

 ପିଲାଙ୍କ ଖେଳ: କାଲି ଓ ଆଜି

ପିଲାଙ୍କ ଖେଳ: କାଲି ଓ ଆଜି

ରୁଦ୍ର ପ୍ରସନ୍ନ ରଥ

ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖେଳକୁ ନେଇ ପିଲାମାନେ ସବୁବେଳେ ଉତ୍ସାହିତ ଥାଆନ୍ତି। ସୁଯୋଗ ପାଇଲା ମାନେ ଖେଳିବାକୁ ପଳାଇଯାଆନ୍ତି। କେତେବେଳେ ବାଗୁଡ଼ି ତ ଆଉ କେତେବେଳେ ବୋହୂଚୋରି, ପୁଣି କେତେବେଳେ ଡାଳମାଙ୍କୁଡ଼ି। କିଛି ନ ହେଲେ ଡାବଲପୁଆ ଆଉ କାଚବାଟି ମିଳିଗଲେ ପିଲାଙ୍କୁ ରୋକେ କିଏ? ଗାଁ ସଂସ୍କୃତିରେ କ୍ରିକେଟ ପଶିବାର ବହୁ ପୂର୍ବରୁ ଏ ଖେଳ ସବୁ ଆମ ସଭ୍ୟତା ଏବଂ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇ ରହିଥିଲା। ସ୍କୁଲ ଯିବା ପୂର୍ବରୁ ଖେଳ, ସ୍କୁଲରେ ଭୋଜନ ବିରତିରେ ଖେଳ, ସ୍କୁଲରୁ ଫେରିଲା ପରେ ବହିବସ୍ତାନି ଫୋପାଡି ଦେଇ ସାଙ୍ଗମାନଙ୍କ ସହ ମାତିଯାଇ ଖେଳ। ଏମିତି ହିଁ ପିଲାମାନଙ୍କର ପିଲାଦିନ କଟିଯାଉଥିଲା ତୋଟା ଆଉ ନଦୀପଠାରେ। ପୁଣି ରଜ ଆଦି ପର୍ବପର୍ବା...

ଏଇ ଭାରତରେ

ଏଇ ଭାରତରେ

ଦୂରରେ ଥାଇ ଠକେଇ କରିବା ସହଜ। ଏବେ ଅନଲାଇନ୍‌ ଶପିଂ ଦୂରଠକେଇର ଏକ ପ୍ଲାଟଫର୍ମରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଭଳି ଠକେଇ ବିଷୟରେ ପ୍ରାୟତଃ କିଛି ଲୋକ ଅବଗତ ଅଛନ୍ତି। ଏହାଦ୍ୱାରା ଜଣେ ଠକାମିର ଶିକାର ହେଲେ ଆଉଥରେ କୌଣସି ଜିନିଷ ମଗାଇବାକୁ ମନ ବଳା...