ସମ୍ପାଦକୀୟ |

ଏଇ ଭାରତରେ

କଥାରେ ଅଛି ‘ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଥାଏ’। ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ମିଳିବା ଅବଶ୍ୟମ୍ଭାବୀ। ଉତ୍ତରପ୍ରଦେଶର ବରେଲୀରେ ଜନ୍ମ ଗ୍ରହଣ କରି ବଢ଼ିଥିବା ଅନୁଜ ତିଓ୍ବାରି ସଂସ୍କୃତ ମାଧ୍ୟମ ସ୍କୁଲରେ ପଢ଼ିଥିଲେ ମଧ୍ୟ ଏବେ ଇଂଲିଶ ଉପନ୍ୟାସ ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ତାଙ୍କ କ୍ୟାରିୟରର ଯାତ୍ରାପଥ ଅତ୍ୟନ୍ତ ପ୍ରେରଣାଦାୟୀ ହୋଇପଡ଼ିଛି। ପିଲାଟି ବେଳୁ ଲେଖକ ହେବା ପାଇଁ ସେ ଇଚ୍ଛା ରଖିଥିଲେ। ସ୍କୁଲ ଜୀବନରେ ସେ ଆଦୌ ଇଂଲିଶ ପଢ଼ି ନ ଥିଲେ। ସେ ପଡ଼ୋଶୀଙ୍କ ପିଲା ରଙ୍ଗୀନ ଇଂଲିଶ ଗପ ବହି ପଢ଼ୁଥିବା କେବଳ ଦେଖିବାକୁ ପାଇଥିଲେ। ସେପରିି ସୁଦୃଶ୍ୟ ପୁସ୍ତକ ପଢ଼ିବାର ସୁଯୋଗ ପାଇ ନ ଥିଲେ ମଧ୍ୟ ସେ ସେହିଭଳି ବହି ଲେଖିବାକୁ ସ୍ବପ୍ନ ଦେଖିଲେ। ଏହା ପରେ ଆରମ୍ଭ ହୋଇଯାଇଥିଲା ତାଙ୍କ ଅଧ୍ୟବସାୟ। ୨୯ ବର୍ଷୀୟ ଅନୁଜଙ୍କ ସ୍ବପ୍ନ ୨୦୧୨ରେ ସାକାର ହୋଇଥିଲା ଯେତେବେଳେ ତାଙ୍କ ‘ଜର୍ନି ଅଫ୍‌ ଟୁ ହାର୍ଟସ୍‌’ ପ୍ରକାଶ ପାଇଥିଲା। ଏହାର ୪ ବର୍ଷ ପରେ ସେ ଆଉ ଦୁଇଟି ଇଂଲିଶ ଉପନ୍ୟାସ ଲେଖିଥିଲେ। ରୁପା ପ୍ରକାଶନୀ ଦ୍ୱାରା ‘ଆଇ ଟାଗ୍‌ଡ୍‌ ହର୍‌ ଇନ୍‌ ମାଇଁ ହାର୍ଟ’ ସଦ୍ୟ ପ୍ରକାଶ ପାଇବା ପରେ ତା’ର କଥାବସ୍ତୁଗୁଡ଼ିକ ବେଶ୍‌ ଆଦୃତି ଲାଭ କରିଛି। ସେ କହିଛନ୍ତି ଯେ ତାଙ୍କ ପୁସ୍ତକ ଜୀବନର ବାସ୍ତବତା ଉପରେ ଆଧାରିତ ହୋଇଥିବାରୁ ପାଠକୀୟ ସ୍ବୀକୃତି ପାଇପାରିଛି। ବାସ୍ତବରେ ସାଧନା ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରିଥାଏ ବୋଲି ଯାହା କୁହାଯାଇଥାଏ, ବୋଧହୁଏ ଅନୁଜ ହେଉଛନ୍ତି ତା’ର ସଦ୍ୟତମ ଉଦାହରଣ।
All Right Reserved By

ସମ୍ପାଦକୀୟ |

ମହିଳାଙ୍କ ପ୍ରତିନିଧିତ୍ୱ

ମହିଳାଙ୍କ ପ୍ରତିନିଧିତ୍ୱ

ଆକାର ପଟେଲ

ପ୍ରତିରକ୍ଷା ସମ୍ବନ୍ଧିତ ଦୁଇଟି ବିଷୟରେ ଏବେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। ଗୋଟିଏ ହେଉଛି ଫ୍ରାନ୍ସଠାରୁ ଭାରତ ରାଫେଲ ଯୁଦ୍ଧବିମାନ କିଣିବା ଏବଂ ଅନ୍ୟଟି ହେଉଛି ଆମେରିକା ସହ ଭାରତର ୨+୨ କଥାବର୍ତ୍ତା। ମୁଁ ଦ୍ୱିତୀୟଟି ଉପରେ ଆଲୋଚନା କରୁଛି। ପ୍ରତିରକ୍ଷା ପ୍ରସଙ୍ଗରେ ସାଧାରଣତଃ ଖୁବ୍‌ କମ୍‌ ଲୋକଙ୍କର ଆଗ୍ରହ ଥାଏ। ବିଶେଷତଃ ଯେଉଁମାନେ ଏହା...

ସ୍କୁଲ ନୁହେଁ ମନ୍ଦିର

ସ୍କୁଲ ନୁହେଁ ମନ୍ଦିର

ପ୍ରକାଶ ତ୍ରିପାଠୀ

ଚଳିତ ମାସ ଦ୍ୱିତୀୟ ଶନିବାର ଦିନ ସକାଳୁ ମନଟା ଚଞ୍ଚଳ ହୋଇ ଉଠୁଥିଲା। ସରକାରୀ ଛୁଟି ସତ୍ତ୍ୱେ  ଅନ୍ୟ ଦିନଗୁଡ଼ିକ ପରି ନିତ୍ୟକର୍ମରେ ମୋର ତତ୍ପରତା ବିସ୍ମୟ ସୃଷ୍ଟି କରୁଥିଲା ଘର ଲୋକଙ୍କ ମନରେ। ମୁଁ କ୍ରମଶଃ ବ୍ୟଗ୍ର ହୋଇପଡୁଥିଲି କେତେ ଶୀଘ୍ର ସେଇ ମନ୍ଦିରରେ ଯାଇ ପହଞ୍ଚତ୍ ପାରିବି। ଏ ସେହି ମନ୍ଦିର, ଯେଉଁଠି ଦୀର୍ଘ ୩୭ ବର୍ଷ ତଳେ ମୋ ଭବିଷ୍ୟତ ପାଇଁ ମୂଳଦୁଆର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏ ସେହି ମନ୍ଦିର, ଯାହା ପାଇଁ ଆଜି ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ସେହି ମନ୍ଦିର, ଯାହାର ଅବଦାନ ମୋର ସ୍ଥିତି, ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଟି ଅଣୁରେ ଭରିରହିଛି। ଏହି ମନ୍ଦିର ହେଉଛି ମୋ ସ୍କୁଲ, ମୋ ନିଜ ସ୍କୁଲ। ମୋ ସ୍କୁଲର ପୁରାତନ ଛାତ୍ର ଅନୁଜମାନଙ୍କ ...

ପରମାଣୁ ବୈଜ୍ଞାନିକ

ପରମାଣୁ ବୈଜ୍ଞାନିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ପରମାଣୁ ଶକ୍ତି ଆୟୋଗ ବା ଆଟମିକ୍‌ ଏନର୍ଜୀ କମିଶନ (ଏଇସି) ପରମାଣୁ ଶକ୍ତି ବିଭାଗ (ଡିଏଇ)ର ପରିଚାଳନା ସଂସ୍ଥା ଭାବେ ପରିଚିତ। ଦେଶର ପରମାଣୁ କାର୍ଯ୍ୟକ୍ରମକୁ ଦେଖାଶୁଣା କରିବା ସକାଶେ ୧୯୪୮ ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା। ଭାରତରେ ପରମାଣୁ ବୈଜ୍ଞାନିକଙ୍କ ଗବେଷଣା କାର୍ଯ୍ୟର ଆୟୋଜନ ଓ ପ୍ରଶିକ୍ଷଣ, ଆୟୋଗର ନିଜସ୍ବ ପରୀକ୍ଷାଗାରରେ ପରମାଣୁ ଗବେଷଣାକୁ ତ୍ୱରାନ୍ବିତ ...

ଏଇ ଭାରତରେ

ଏଇ ଭାରତରେ

ଆନ୍ଧ୍ରପ୍ରଦେଶର ଜଣେ ପୋଲିସ ଇନ୍ସପେକ୍ଟର ନିର୍ବାଚିତ ପ୍ରତିନିଧିଙ୍କ ଜିଭ କାଟିଦେବାକୁ ଧମକ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯଦି କୌଣସି ବିଧାୟକ କିମ୍ବା ସାଂସଦ ପୋଲିସ ବାହିନୀର ମନୋବଳକୁ ଭାଙ୍ଗିଦେବା ଭଳି କିଛି ମନ୍ତବ୍ୟ ଦିଅନ୍ତି ତେବେ ଏଭଳି କରାଯିବ ବୋଲି ସେ କହିଥିଲେ। ଅନନ୍ତପୁର ଜିଲାର କାଦିରି ଥାନା ଇନ୍ସପେକ୍ଟର ମାଧବ ଶାସକ ଦଳର ସାଂ...

ଫାଇଦାରେ କଶ୍ମୀର ବାବୁ

ଫାଇଦାରେ କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ଯୋଗୁ ରାଜ୍ୟ କ୍ୟାଡର ବାବୁମାନେ ବେଶ୍‌ ଫାଇଦାରେ ଅଛନ୍ତି। କାରଣ ପ୍ରଶାସନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଛି। ୧୯୮୬ ବ୍ୟାଚ୍‌ ଜମ୍ମୁ-କଶ୍ମୀର କ୍ୟାଡର ଆଇଏଏସ୍‌ ଅଫିସର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସ ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ପୁନର୍ନିଯୁକ୍ତି ପାଇଛନ୍ତି। ସେହିପରି ରାଜ୍ୟ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଖୁର୍ଶିଦ ଅହମଦ ଗନାଇ ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର କେ. ବିଜୟ କୁମାର ମଧ୍ୟ କ୍ୟାବିନେଟ୍‌ର ସମତୁଲ ...

ଅନ୍ତହୀନ ତିନୋଟି ସମସ୍ୟା

ଅନ୍ତହୀନ ତିନୋଟି ସମସ୍ୟା

ମନ-ମାନଚିତ୍ର / ଡ. ନରହରି ବେହେରା

ପ୍ରାତଃଭ୍ରମଣ ସମୟରେ ଗୋବିନ୍ଦବାବୁ କହିଲେ, ତୁମେ ମହାଭାରତର ଯକ୍ଷ-ଯୁଧିଷ୍ଠିର ସମ୍ବାଦ ପଢ଼ିଛ? ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ- କେଉଁ ବ୍ୟାଧିର ଶେଷ ନାହିଁ? ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ଲୋଭରୂପକ ବ୍ୟାଧିକୁ ଉପଶମ କରିହେବ ନାହିଁ। ଆଚ୍ଛା, ତୁମେ କିଛି ସମୟ ପାଇଁ ଯୁଧିଷ୍ଠିର ହୋଇଯାଅ ଏବଂ ମୁଁ ତୁମକୁ ଯକ୍ଷ ଭାବରେ ଯେଉଁ ପ୍ରଶ୍ନ କରୁଛି ତାହାର ଉତ୍ତର ଦିଅ। ମୁଁ ଦେଖିବି ତୁମର ବୁଦ୍ଧି ...

ଧର୍ମରେ ଖେଚୁଡ଼ି

ଧର୍ମରେ ଖେଚୁଡ଼ି

ନାରାୟଣ ପଣ୍ଡା

ଏକଦା ଭକ୍ତପ୍ରବର ହନୁମାନଙ୍କୁ ଭୀମ ପଚାରିଲେ- ଭାଇ ହନୁମାନ, ତୁମେ କ’ଣ ଶ୍ରୀକୃଷ୍ଣଙ୍କୁ ରାମଙ୍କଠାରୁ ପୃଥକ୍‌ ଜ୍ଞାନ କର? ହନୁମାନ ହସି କହିଲେ,- ”ଶ୍ରୀନାଥେ ଜାନକୀନାଥେ ଅଭେଦଃ ପରମାତ୍ମନି, ତଥାପି ମମ ସର୍ବସ୍ବଃ ରାମଃ କମଳଲୋଚନଃ।“ ଅର୍ଥାତ୍‌ ରାମ ଓ କୃଷ୍ଣଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତଥାପି କମଳଲୋଚନ ଶ୍ରୀରାମ ହେଉଛନ୍ତି ମୋର ଜୀବନସର୍ବସ୍ବ। କାରଣ ରାମଙ୍କ ଭାବ କୃଷ୍ଣଙ୍କ ...

ଏଇ ଭାରତରେ

ଏଇ ଭାରତରେ

ମହିଳାମାନେ ସ୍ବାମୀଙ୍କୁ ସତ୍‌ପଥରେ ଚାଲିବାକୁ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ନିଜର ସୁଖସମୃଦ୍ଧି ପାଇଁ ସ୍ବାମୀଙ୍କୁ ଚୋରି କରିବାକୁ ଉତ୍ସାହିତ କରିବା ଘଟଣା କ୍ୱଚିତ୍‌ ଦେଖାଯାଏ। ଏପରି ଏକ ଘଟଣା ବେଙ୍ଗାଲୁରୁଠାରେ ଘଟିଛି। ମହାଦେବୀ ନାମ୍ନୀ ୨୮ ବର୍ଷୀୟା  ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସୁନାଚେନ୍‌ ଛିଡାଇ ଆଣିବା ଭଳି କୁପ୍ରରୋଚନା ଦେଇଥିବାରୁ ଶେଷରେ ଗିରଫ ହୋଇଛନ୍ତି। ବାଲାରି ଜିଲାର ହୁବିନା ହଡାଗଳି ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। କୁମ୍ବାଲଗୋଡୁର ବାସିନ୍ଦା ଏହି ମହିଳା ଜଣକ ବଦଖର୍ଚ୍ଚ କରି ବେଶ୍‌ ଅୟସରେ ...

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...

ଶହୀଦ ଇମାମ ହୁସେନ

ଶହୀଦ ଇମାମ ହୁସେନ

ଇଂ. ରୌଶନ ଖାନ୍‌

ମାନବିକତାର ସୁରକ୍ଷା ପାଇଁ ଯେଉଁମାନେ ଈଶ୍ୱରଙ୍କ ପଥରେ ଜୀବନ ଉତ୍ସର୍ଗ କରନ୍ତି ଓ ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ କରି ପ୍ରାଣବଳି ଦେଇଥାନ୍ତି, ସେମାନଙ୍କୁ ‘ଶହୀଦ’ କୁହାଯାଏ। ସେହିପରି ଜଣେ ଦେବପୁରୁଷ ଥିଲେ ହଜରତ ଇମାମ୍‌ ହୁସେନ। ସେ ଇରାକର କରବଲା ମୈଦାନରେ ଯୁଦ୍ଧ କରି ୬୧ ହିଜିରିି ମହରମ ୧୦ ଦିନ ଶହୀଦ ହୋଇଥିଲେ। ସେ ହେଉଛନ୍ତି ହଜରତ ମହମ୍ମଦଙ୍କ ନାତି ଓ ଚତୁର୍ଥ ଖଲିଫା ହଜରତ ଅଲ୍ଲିଙ୍କ ପୁତ୍ର।...

ଏଇ ଭାରତରେ

ଏଇ ଭାରତରେ

କୌଣସି ବ୍ୟକ୍ତିକୁ ଶାରୀରିକ ନିର୍ଯାତନା ଦେଲେ ତାହାର ପରିଣତି ଭୋଗିବାକୁ ପଡ଼େ। ଜଣେ ୫୦ବର୍ଷୀୟ ମହିଳାଙ୍କୁ ତାଙ୍କ ଭାଇ ଓ ଭାଉଜ ୨ବର୍ଷ ଧରି ଘରେ ଅଟକ ରଖିବା ସହିତ ଭୋକ ଉପାସରେ ବଞ୍ଚତ୍ବାକୁ ଦେଉଥିଲେ। ଏହାର ପରିଣାମ ସ୍ବରପ ୨ଜଣଙ୍କୁ ଗିରଫ ,...