ବାଣିଜ୍ୟ |

ସିବିଆଇକୁ ଚୋକ୍‌ସୀଙ୍କ ଉତ୍ତର,ଭାରତ ଫେରିବା ସମ୍ଭବ ନୁହେଁ

ସିବିଆଇକୁ ଚୋକ୍‌ସୀଙ୍କ ଉତ୍ତର,ଭାରତ ଫେରିବା ସମ୍ଭବ ନୁହେଁ
ନୂଆଦିଲ୍ଲୀ,୮-୩(ପି.ଟି.) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୨,୬୦୦ କୋଟି ଟଙ୍କାର ମହା ଘୋଟାଲା ମାମଲାରେ ଜଡିତ ଥିବା ଗିତାଞ୍ଜଳି ଜେମସ ପ୍ରମୋଟର ମେହୁଲ ଚୋକସୀ ତଦନ୍ତକାରୀ ଏଜେନ୍ସିଗୁଡିକର ନଜରରେ ଥିବା ବେଳେ ସିବିଆଇକୁ ସେ ଉତ୍ତର ରଖିଛନ୍ତି। ବାରମ୍ବାର ସମନ ଜାରି ହେବା ସତ୍ୱେ ଚୋକସୀ ତଦନ୍ତରେ ସହାୟତା କରୁ ନ ଥିବା ଜଣାଯାଇଛି। ବର୍ତ୍ତମାନ ଭାରତ ଫେରିବା ସମ୍ଭ ବ ନୁହେଁ ବୋଲି ଚାକ୍‌ସୀ ସିବିଆଇକୁ କହିଛନ୍ତି। ତାଙ୍କ ପାସପୋର୍ଟ ରଦ୍ଦ ହୋଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଖରାପଥିବା ଯୋଗୁ ଭାରତ ଫେରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସିବିଆଇକୁ ଇ-ମେଲ ଯୋଗେ ଚୋକସୀ ଏହା କହିଛନ୍ତି। ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମଧ୍ୟ କହିଛନ୍ତି। ପାସପୋର୍ଟ ଆଇନ ୧୦(୩) (ସି) ମୁତାବକ ପାସପୋର୍ଟ ରଦ୍ଦ କରାଯାଇଥିବାରୁ ଭାରତ ଫେରିବା କଷ୍ଟକର ବୋଲି ଏକ ୭ ପୃଷ୍ଟା ସମ୍ବଳିତ ଏକ ଚିଠିରେ ଚୋକସୀ ଏହା କହିଛନ୍ତି। ଭାରତର ନିରାପତ୍ତାକୁ ଅସୁବିଧା ଥିବା ଦର୍ଶାଇ ତାଙ୍କ ପାସପୋର୍ଟ ରଦ୍ଦ କରାଯାଇଥିବା ଫେବୃୟାରୀ ୧୬ରେ ଏକ ଇମେଲ ଚୋକସୀଙ୍କୁ ମିଳିଥିଲା। ବମ୍ବେ ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଏ ନେଇ ତାଙ୍କୁ କିଛି ବିବୃତ୍ତି ମଧ୍ୟ ପ୍ରଦାନ କରାଯାଇ ନାହିଁ ବୋଲି ସେ କହିଛନ୍ତି।
All Right Reserved By

ବାଣିଜ୍ୟ |

ଆଉ ଏକ ଆର୍ଥିକ ସଙ୍କଟ ଆଡକୁ ମୁହଁ।ଉଛି ବିଶ୍ୱ

ଆଉ ଏକ ଆର୍ଥିକ ସଙ୍କଟ ଆଡକୁ ମୁହଁ।ଉଛି ବିଶ୍ୱ

ନୂଆଦିଲ୍ଲୀ,୨୩-୯: ଆମେରିକାସ୍ଥିତ ନିବେଶକାରୀ ବ୍ୟାଙ୍କ ଲେହମାନ ବ୍ରଦର୍ସ ଭୁଶୁଡି ପଡ଼ିବା ପରେ ୨୦୦୮ରେ ବିଶ୍ୱରେ ଆର୍ଥିକ ସଙ୍କଟ ଦେଖାଦେଇଥିଲା। ଏହାର ଠିକ୍‌ ୧୦ ବର୍ଷ ପରେ ଏଭଳି ଆଉ ଏକ ଆର୍ଥିକ ସଙ୍କଟ ଆଡ଼କୁ ବିଶ୍ୱ ମୁହାଁଉଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସିଏଡି ବଢ଼ାଉଛନ୍ତି ୧୦ କୋଟି ଧନୀ

ସିଏଡି ବଢ଼ାଉଛନ୍ତି ୧୦ କୋଟି ଧନୀ

ନୂଆଦିଲ୍ଲୀ,୨୩-୯: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶର ଚଳନ୍ତି ଜମା ନିଅଣ୍ଟ(ସିଏଡି) ପରିମାଣ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ରପ୍ତାନି ସାମାନ୍ୟ ବଢ଼ିଥିଲେ ହେଁ ଆମଦାନୀ ତହୁଁ ଅନୁପାତରେ ଢ଼େର ବଢ଼ିଛି। 

ଅନିଲ କୁମାର ଚୌଧୁରୀ ସେଲ୍‌ ଅଧ୍ୟକ୍ଷ

ଅନିଲ କୁମାର ଚୌଧୁରୀ ସେଲ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୩-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଅନୀଲ କୁମାର ଚୌଧୁରୀଙ୍କୁ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ(ସେଲ୍‌)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ କମ୍ପାନୀର ଅର୍ଥ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି। 

ତୃତୀୟ ସପ୍ତାହ ସୁଦ୍ଧା ସେନସେକ୍ସରେ ୧,୨୪୯ ପଏଣ୍ଟ ହ୍ରାସ

ତୃତୀୟ ସପ୍ତାହ ସୁଦ୍ଧା ସେନସେକ୍ସରେ ୧,୨୪୯ ପଏଣ୍ଟ ହ୍ରାସ

ମୁମ୍ବାଇ,୨୩-୯: କ୍ରମାଗତ ତୃତୀୟ ସପ୍ତାହ ସୁଦ୍ଧା ସେନସେକ୍ସ ୧,୨୪୯.୦୪ ପଏଣ୍ଟ ହ୍ରାସ ପାଇ ୩୬ ହଜାର ସ୍ତରରେ ପହଞ୍ଚତ୍ଛି। ଯାହାକି ଦୁଇ ମାସର ସର୍ବନିମ୍ନ ସ୍ତର ରହିଛି। ସେହିପରି ନିଫ୍ଟି ମଧ୍ୟ ଏହି ସମୟରେ ୩୭୨.୧୦ ପଏଣ୍ଟ ହ୍ରାସ ପାଇ ପ୍ରଥମ ଥର ୧୧,୨୦୦ ସ୍ତର ତଳକୁ ଖସି ଆସି ୧୧,୧୪୩.୧୦ରେ ବନ୍ଦ ହୋଇଛି।

ଏଚ୍‌-୪ ଭିଜାଧାରକଙ୍କ ଓ୍ବାର୍କ ପରମିଟ ରଦ୍ଦ ହେବ;ପ୍ରଭାବିତ ହେବେ ୧.୨୫ ଲକ୍ଷ ଭାରତୀୟ

ଏଚ୍‌-୪ ଭିଜାଧାରକଙ୍କ ଓ୍ବାର୍କ ପରମିଟ ରଦ୍ଦ ହେବ;ପ୍ରଭାବିତ ହେବେ ୧.୨୫ ଲକ୍ଷ ଭାରତୀୟ

ଓ୍ବାଶିଂଟନ,୨୩-୯: ଭିଜା ମାମଲାରେ ଡୋନାଲ୍ଡ ଟ୍ରମ୍ପ ସରକାର ଆମେରିକାରେ ବସବାସ କରୁଥିବା ଭାରତୀୟଙ୍କୁ ଆଉ ଏକ ଝଟକା ଦେବାକୁ ଯାଉଛନ୍ତି। ଏଚ୍‌-୪ ଭିଜାଧାରକଙ୍କୁ ଦିଆଯାଉଥିବା ଓ୍ବର୍କ ପରମିଟ୍‌କୁ ଆସନ୍ତା ୩ ମାସ ମଧ୍ୟରେ ରଦ୍ଦ କରାଯିବ ବୋଲି ଟ୍ରମ୍ପ ସରକାର ସ୍ଥାନୀୟ ଏକ ଫେଡେରାଲ କୋର୍ଟଙ୍କୁ ଜଣାଇଛନ୍ତି। 

ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ,୨୩-୯: ଦେଶର ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସ୍ବାସ୍ଥ୍ୟ ବୀମା ଯୋଗାଇବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଝାଡ଼ଖଣ୍ଡରେ ଶୁଭାରମ୍ଭ କରିବେ। ଏହାକୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ

ଜିଏସ୍‌ଟିରେ ସାମିଲ ସତ୍ତ୍ୱେ ତେଲ ଦର କମିବନି

ଜିଏସ୍‌ଟିରେ ସାମିଲ ସତ୍ତ୍ୱେ ତେଲ ଦର କମିବନି

ବେଙ୍ଗାଲୁରୁ,୨୩-୯: ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କଲେ ମଧ୍ୟ ଏହାର ଦର କମିବାର ପ୍ରଶ୍ନ ଉଠୁନି ବୋଲି ବିହାର ଉପ-ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀଗୋଷ୍ଠୀ ଅଧ୍ୟକ୍ଷ ସୁଶୀଲ ମୋଦି ସ୍ପଷ୍ଟ କରିଛନ୍ତି। ଏଥିସହ  ସେ କହିଛନ୍ତି, ଜିଏସ୍‌ଟି କାଉନସିଲର ଆସନ୍ତା ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯିବ ନାହିଁ।

ଭୁବନେଶ୍ୱରରେ ସଫଲର ୧୭ତମ ଷ୍ଟୋର

ଭୁବନେଶ୍ୱରରେ ସଫଲର ୧୭ତମ ଷ୍ଟୋର

ଭୁବନେଶ୍ୱର,୨୩-୯: ସଫଲ ପକ୍ଷରୁ ଭୁବନେଶ୍ୱରରେ ଏହାର ୧୭ତମ ଭିଆଣ୍ଡଏଫ ଷ୍ଟୋର ଭୀମଟାଙ୍ଗିରେ ଶୁଭାରମ୍ଭ ହୋଇଛି। ଏହାକୁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଅଧ୍ୟକ୍ଷ ଦିଲୀପ ମିଶ୍ର ଉଦଘାଟନ କରିଥିଲେ। ନୂଆ ଷ୍ଟୋର ମାଧ୍ୟମରେ ସତେଜ ଫଳ ତଥା ପନିପରିବା ଲାଭ କରବାକୁ ସକ୍ଷମ ହେବେ।

ଆମ୍ରିକନ୍‌ ନ୍ୟୁରୋ ଅପ୍‌ଡେଟ୍‌ ୨୦୧୮

ଆମ୍ରିକନ୍‌ ନ୍ୟୁରୋ ଅପ୍‌ଡେଟ୍‌ ୨୦୧୮

ଭୁବନେଶ୍ୱର,୨୩-୯: ଆମ୍ରି ହସ୍ପିଟାଲ ପକ୍ଷରୁ ଆମ୍ରିକନ୍‌ ନ୍ୟୁରୋ ଅପ୍‌ଟେଡ ୨୦୧୮ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି। ନ୍ୟୁରୋ ବିଜ୍ଞାନରେ ହେଉଥିବା ସଦ୍ୟତମ ଉନ୍ନତୀକରଣ ତଥା ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଚିକିତ୍ସା ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଏଠାରେ ଆଲୋଚନା ହୋଇଥିଲା। 

ଭଦ୍ରକରେ ନୂଆ ଷ୍ଟେଶନ ବିଲଡିଂ, ଫୁଟ ଓଭର ବ୍ରିଜର ଉଦଘାଟନ ଆଜି

ଭଦ୍ରକରେ ନୂଆ ଷ୍ଟେଶନ ବିଲଡିଂ, ଫୁଟ ଓଭର ବ୍ରିଜର ଉଦଘାଟନ ଆଜି

ଭୁବନେଶ୍ୱର,୨୩-୯: ଭଦ୍ରକ ରେଳ ଷ୍ଟେଶନରେ ନୂଆ ବିଲଡିଂ ଓ ଫୁଟ ଓଭର ବ୍ରିଜ୍‌ ରବିବାର ଉଦଘାଟନ ହେବ। କେନ୍ଦ୍ର ପେଟ୍ରୋଲିୟମ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଏହି ସୁବିଧାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଷ୍ଟେଶନ ବିଲଡିଂ ସହ ପ୍ଲାଟଫର୍ମ, ବ୍ୟାରିକେଡ୍‌ ଥିବା ସର୍କୁଲେଟିଂ

 ଫିଟଜୀ ପକ୍ଷରୁ ବିଗ୍‌ ବ୍ୟାଙ୍ଗ ଏଜ୍‌ ଟେଷ୍ଟ

ଫିଟଜୀ ପକ୍ଷରୁ ବିଗ୍‌ ବ୍ୟାଙ୍ଗ ଏଜ୍‌ ଟେଷ୍ଟ

ଭୁବନେଶ୍ୱର,୨୩-୯: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟଜୀ ପକ୍ଷରୁ ବିଗ୍‌ ବ୍ୟାଙ୍ଗ ଏଜ୍‌ ଟେଷ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଦ୍ୱାରା ଛାତ୍ରୀଛାତ୍ର ନିଜର କାର୍ଯ୍ୟଦକ୍ଷତା ଏବଂ ଫିଟଜୀ ମେନ ଆଣ୍ଡ ଆଡଭାନ୍ସ, କେଭିପିଓ୍ବାଇ, ଏନ୍‌ଟିଏସ୍‌ଇ, ସିନିୟର ଏବଂ ଜୁନିୟର ଅଲମ୍ପିଆଡ ପ୍ରସ୍ତୁତି ସମ୍ପର୍କରେ ଜାଣି ପାରିବେ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆ ପରିଚାଳନା ନିର୍ଦ୍ଦେଶକ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର,୨୩-୯: ରାଷ୍ଟ୍ରାୟତ୍ତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପରିଚାଳନା  ନିର୍ଦ୍ଦେଶକ (ଏମ୍‌ଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପଲ୍ଲବ ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଉପ-ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।