ବାଣିଜ୍ୟ |

ଆହୁରି ସରଳ ହେବ ଜିଏସ୍‌ଟି ରିଟର୍ନ ପ୍ରକ୍ରିୟା

ଆହୁରି ସରଳ ହେବ ଜିଏସ୍‌ଟି ରିଟର୍ନ ପ୍ରକ୍ରିୟା

ନୂଆଦିଲ୍ଲୀ,୮-୩(ପି.ଟି.)
ସାମଗ୍ରୀ ଓ ସେବା ଟିକସ(ଜିଏସଟି) ଲାଗି ବ୍ୟବହୃତ ହେଉଥିବା ରିଟର୍ନ ଫର୍ମ ସରଳୀକରଣ କରାଯିବ। ଏ ନେଇ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ଶନିବାର ଜିଏସ୍‌ଟି ପରିଷଦ ବୈଠକ ବସିବାକୁ ଥିବା ବେଳେ ଏହି ବିଷୟ ଉପରେ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଛି। ବିଶେଷ କରି ଜିଏସଟିଆର-୩ବି ଫର୍ମ କ୍ଷେତ୍ରରେ ଏହି ସରଳୀକରଣ କରାଯିବାର ଯୋଜନା ରହିଛି। ଏହି ଭଳି ସରଳୀକୃତ ରିଟର୍ନ ଲାଗି ସମୟ ଅବଧିକୁ ୩ ମାସ ବଢାଯାଇ ପାରେ। ଶନିବାର ବସୁଥିବା ଜିଏସ୍‌ଟି ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଏଥିରେ ରାଜ୍ୟଗୁଡିକରୁ ପ୍ରତିନିଧି ଯୋଗ ଦେବେ। ରିଟର୍ନ ପ୍ରକ୍ରିୟାକୁ ଆହୁରୀ ସରଳୀ କରଣ ଦିଗରେ ବୈଠକରେ ନିଷ୍ପତ୍ତି ହୋଇ ପାରେ ଜଣାଯାଇଛି। ପରିଷଦ ଏହି ନିଷ୍ପତ୍ତି ଉପରେ ସମ୍ମତି ଜଣାଇଲେ ଏହାକୁ ଲାଗୁ କରାଇବା ପାଇଁ ୩ ମାସ ସମୟ ଲାଗି ପାରେ ବୋଲି ଅନୁମାନ କରାଯାଉଛି। ଚଳିତ ମାସ ୧୦ରେ ବସିବାକୁ ଥିବା ବୈଠକ ଜିଏସ୍‌ଟି ପରିଷଦର ୨୬ତମ ବୈଠକ ହେବ।
ଗତ ବର୍ଷ ଜୁଲାଇ ପହିଲାରେ ସରକାର ସରଳୀକୃତ ଜିଏସଟିଆର ୩ବି ସେଲସ ରିଟର୍ନ ଫର୍ମ ଶୁଭାରମ୍ଭ କରିଥିଲେ। ବାଣିଜ୍ୟ ସଂସ୍ଥାଗୁଡିକ କିଭଳି ଭାବେ ସହଜରେ ରିଟର୍ନ ପୈଠ କରି ପାରିବେ ସେ ଲକ୍ଷ୍ୟ ନେଇ ସରକାର ବ୍ୟବସ୍ଥା କରିଥିଲେ। ଜିଏସ୍‌ଟିଆର ୧, ୨ ଏବଂ ୩ ଭଳି ଭାବେ ବିଭିନ୍ନ ରିଟର୍ନ ପ୍ରକ୍ରିୟା ବାଣିଜ୍ୟ ସଂସ୍ଥାଗୁଡିକ ଲାଗି ବ୍ୟବସ୍ଥା କରାଯାଇଥିଲା ଅନ୍ତିମ ରିଟର୍ନ ପୈଠ ସମୟରେ ଇନଭଏସ ମିଳାଇବା ବେଳେ ଅନେକ ଅସୁବିଧା ଉପୁଜୁଥିବା ସଂସ୍ଥାଗୁଡିକ ଅଭିଯୋଗ କରୁଛନ୍ତି। ସେହିଭଳି ଜିଏସଟି ନେଟଓ୍ବର୍କ ବ୍ୟବସ୍ଥାରେ ଅନେକ ଜଟିଳତା ରହୁଥିବା ଅଭିଯୋଗ ଆସିଛି। ବିଭିନ୍ନ ଅସୁବିଧାକୁ ଧ୍ୟାନରେ ରଖି ଜିଏସ୍‌ଟିଆର୩ବି ରିଟର୍ନ ଫାଇଲିଂ ସମୟକୁ ଚଳିତ ବର୍ଷ ମାର୍ଚ୍ଚ ଯାଏ ବୃଦ୍ଧି ନିଷ୍ପତ୍ତି ହୋଇଥିଲା। ଗତ ବର୍ଷ ନଭେମ୍ବରରେ ଜିଏସଟି ପରିଷଦ ଏହି ଭଳି ନିଷ୍ପତ୍ତି ନେଇଛି।
ରିଟର୍ନ ଫାଇଲିଂ ପ୍ରକ୍ରିୟାକୁ ସରଳୀକରଣ କରିବା ଲାଗି ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ହାତରେ କାର୍ଯ୍ୟଭାର ନ୍ୟସ୍ତ ହୋଇଥିଲା। ଗୋଟିଏ ଫର୍ମରେ ରିଟର୍ନ ଫାଇଲ ଲାଗି କାର୍ଯ୍ୟକ୍ରମ ଜାରି ରହିଛି। ପ୍ରକ୍ରିୟା ସରଳୀକରଣ ଲାଗି କେନ୍ଦ୍ର ଏବଂ ରାଜ୍ୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇ ସାରିଛି। ଏହା ଉପରେ ନନ୍ଦନ ନିଲେକାନୀ ଏକ ଉପସ୍ଥାପନା କରିଥିଲେ। ପ୍ରତି ମାସରେ ଅନ୍ତତଃ ପକ୍ଷେ ଗୋଟିଏ ରିଟର୍ନ ପୈଠ ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ମୋଦି କହିଛନ୍ତି।
ଜିଏସଟି ଲାଗୁ ହେବା ପର ଠାରୁ ଜିଏସଟି ନେଟଓ୍ବର୍କ ପୋର୍ଟାଲରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ କୋଟି ରିଟର୍ନ ଫାଇଲ କରାଯାଇଛି। ଏଥିରେ ଟିକସ ଫାଙ୍କି ରୋକିବା ତଥା ଇନଭଏସ ମିଳାଇବା ଲାଗି ବିଶେଷ ବ୍ୟବସ୍ଥା ନ ଥିବାରୁ ଜିଏସଟି ରାଜସ୍ବ ହ୍ରାସ ହେଉଛି। ସୂଚନା ମୁତାବକ ୫୭.୭୮ ଲକ୍ଷ ଜିଏସଟିଆର-୩ବି ରିଟର୍ନ ଫାଇଲ କରାଯାଇଛି। ଏଥିରୁ ରାଜକୋଷକୁ ୮୬,୩୧୮ କୋଟି ଟଙ୍କା ରାଜସ୍ବ ଆସିଛି। ଡିସେମ୍ବର ମାସ ଲାଗି ୫୬.୩୦ ଲକ୍ଷ ଜିଏସଟିଆର ୩ବି ରିଟର୍ନ ପୈଠ ହୋଇଥିବା ବେଳେ ରାଜକୋଷକୁ ୮୬,୭୦୩ କୋଟି ରାଜସ୍ବ ଆସିଛି। ସେହିଭଳି ନଭେମ୍ବରରେ ୫୩.୦୬ ଲକ୍ଷ ରିଟର୍ନ ଫାଇଲ ହୋଇଥିବା ବେଳେ ରାଜସ୍ବ ପରିମାଣ ୮୦,୮୦୮ କୋଟି ଟଙ୍କା ରହିଥିଲା।

All Right Reserved By

ବାଣିଜ୍ୟ |

୨ ଦିନରେ ମୁକେଶଙ୍କ ସମ୍ପତ୍ତି ବଢିଲା ୯,୪୦୦ କୋଟି

୨ ଦିନରେ ମୁକେଶଙ୍କ ସମ୍ପତ୍ତି ବଢିଲା ୯,୪୦୦ କୋଟି

ନୂଆଦିଲ୍ଲୀ, ୨୩-୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଦୁଇ ଦିନରେ ୯,୪୦୦ କୋଟି ଟଙ୍କା ବୃଦ୍ଧି ଘଟିଛି। ଶନିବାର କମ୍ପାନୀର ଶେୟାର ମୂଲ୍ୟ ବୃଦ୍ଧି ହେବା ଯୋଗୁ ସମ୍ପତ୍ତିରେ ଏପରି ବୃଦ୍ଧି ଘଟିଥିବା ଜଣା ଯାଇଛି।

ବ୍ୟାଗେଜ୍‌ ଚାର୍ଜ ବଢାଇଲେ ବିମାନ କମ୍ପାନୀ

ବ୍ୟାଗେଜ୍‌ ଚାର୍ଜ ବଢାଇଲେ ବିମାନ କମ୍ପାନୀ

ନୂଆଦିଲ୍ଲୀ, ୨୩-୬: ଦେଶ ମଧ୍ୟରେ ବିମାନ ଯାତ୍ରା କରୁଥିଲେ ସାଙ୍ଗରେ ୧୫ କିଲୋରୁ ଅଧିକ ବ୍ୟାଗେଜ୍‌ ନେବା ମହଙ୍ଗା ହେବ। ଘରୋଇ ବିମାନ ସେବା ସଂସ୍ଥାଗୁଡିକ ଅଧିକ ଓଜନର ବ୍ୟାଗେଜ୍‌ ଉପରେ ପ୍ରି-ବୁକିଂ ଚାର୍ଜ ଏବଂ ବୁକିଂ ନ ହୋଇଥିଲେ ବିମାନ ବନ୍ଦର ଚାର୍ଜରେ ବୃଦ୍ଧି ଘୋଷଣା କରିଛନ୍ତି। ଏକ ମାତ୍ର ବିମାନ କମ୍ପାନୀ ଭାବେ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆରେ ଯାତ୍ରୀମାନେ ବିନା କୌଣସି ଚାର୍ଜରେ ୨୫ କିଲୋ ପର୍ଯ୍ୟନ୍ତ ବ୍ୟାଗେଜ୍‌ ସାଙ୍ଗରେ ନେଇ ପାରିବେ ବୋଲି ଜଣାଯାଇଛି।

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବିଶ୍ୱର ଅନ୍ୟତମ ଅଗ୍ରଣୀ ଚିପ୍‌ ନିର୍ମାତା ଇଣ୍ଟେଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ବ୍ରିଆନ୍‌ କ୍ରାଜାନିକ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀର ନିୟମ ଉଲ୍ଲଂଘନ କରି କ୍ରାଜାନିକ୍‌ କମ୍ପାନୀର ଜଣେ କର୍ମଚାରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ତାଙ୍କୁ ପଦରୁ ଓହରିବାକୁ ପଡିଛି।

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ଭୁବନେଶ୍ୱର,୨୩। ୬(ବ୍ୟୁରୋ): ବିଶ୍ୱ କେମିକାଲ ବଜାରକୁ ଘରୋଇ ବଜାରର ଅଂଶ ୨୦୨୦ ସୁଦ୍ଧା ୫%କୁ ବୃଦ୍ଧି ଲାଗି ଯୋଜନା ରହିଛି।

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୂଆଦିଲ୍ଲୀ, ୨୩-୬(ପି.ଟି.) ନୀରବ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ୍‌ ଖୁବ୍‌ ଶୀଘ୍ର ରେଡ୍‌ କର୍ନର ନୋଟିସ୍‌ ଜାରି କରିପାରେ।

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ନୂଆଦିଲ୍ଲୀ, ୨୩-୬(ପି.ଟି.) ସର୍ବଭାରତୀୟ ଟ୍ରକ ମାଲିକ ମହାସଂଘ (ଏସିଓଜିଓଏ) ଶୁକ୍ରବାର ସାମୟିକ ଭାବେ ଆନ୍ଦୋଳନରୁ ଓହରିଛି।

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଆଇସିଆଇସିଆଇ ବ୍ୟାଙ୍କ ପାଖକୁ ୩୧ଟି ଲୋନ୍‌ ଆକାଉଣ୍ଟ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ବ୍ୟାଙ୍କ ପକ୍ଷରୁ ତଦନ୍ତ ହୋଇଥିବା ବେଳେ ଏହାର ଅନ୍ତରିଣ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ନୂଆଦିଲ୍ଲୀ, ୨୩-୬(ପି.ଟି.) ୨୦୧୮ ଅକ୍ଟୋବର ୨ ସୁଦ୍ଧା ଦେଶର ସମସ୍ତ ରେଳ ଷ୍ଟେଶନରେ ଥିବା ଶୌଚାଳୟଗୁଡିକୁ ଉନ୍ନତ କରାଯିବ। ଏଥିପାଇଁ ରେଳ ବୋର୍ଡ ସମସ୍ତ ରେଳ ଜୋନ୍‌କୁ ଚିଠି ଲେଖିଛି। ଦିବ୍ୟାଙ୍ଗ, ପୁରୁଷ ଏବଂ ମହିଳା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବାଧ୍ୟତାମୂଳ ଭାବେ ରହିବ।

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ନୂଆଦିଲ୍ଲୀ, ୨୩-୬(ପି.ଟି.) ସାମାନ୍ୟ ଅସାବଧାନତା ବା ଅନ୍ୟମନସ୍କ ପାଇଁ ଜଣେ ବ୍ୟାଙ୍କ ହିତାଧିକାରୀଙ୍କୁ ନିଜର ବର୍ଷକ ଯାକର କଷ୍ଟ ଅର୍ଜିତ ଅର୍ଥ ହରାଇବାକୁ ପଡିଛି।

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ବମ୍ବେ/ନୂଆଦିଲ୍ଲୀ, ୨୩-୬(ପି.ଟି.) ପଳାତକ ଆର୍ଥିକ ଅପରାଧୀ ଅଧୀନିୟମ ଆଧାରରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଉ। ଏଥି ସହିତ ତାଙ୍କର ପ୍ରାୟ ୧୨୫୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଉ।

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

ନୂଆଦିଲ୍ଲୀ, ୨୩-୬(ପି.ଟି.) ଏୟାର କଣ୍ଡିସନର(ଏସି)ରେ ସର୍ବନିମ୍ନ ୨୪ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତାପମାତ୍ରା ରଖାଯିବ। ଏହାଠାରୁ ଆଉ ତଳକୁ ହ୍ରାସ କରାଯାଇ ପାରିବ ନାହିଁ। ଏହି ବ୍ୟବସ୍ଥାକୁ ଏସି ନିର୍ମାତାମାନେ ବାଧ୍ୟତାମୂଳକ ଭାବେ ପାଳନ କରିବେ।

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଭାରତକୁ ଖୁବ୍‌ ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ସେହିପରି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦% ହାରରେ ବୃଦ୍ଧି ପାଇବ। ଫଳରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତର ଅଂଶ ଦ୍ୱିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଏହି ସ୍ବପ୍ନକୁ ଶୁକ୍ରବାର ପୁଣି ଥରେ ଦୋହରାଇଛନ୍ତି।

Model This Week

ପ୍ରଭାତ