ରାଜ୍ୟ |

ନୂଆପଡ଼ା ଏନ୍‌ଏସି ନିର୍ବାଚନ ଉପରେ ରହିତାଦେଶ: ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ

ନୂଆପଡ଼ା ଏନ୍‌ଏସି ନିର୍ବାଚନ ଉପରେ ରହିତାଦେଶ: ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ

କଟକ ଅଫିସ, ୮।୩- ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ନିର୍ବାଚନ ଉପରେ ଲାଗିଲା ରୋକ୍‌। ଜିଲାପାଳଙ୍କ ପକ୍ଷରୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ବିଜ୍ଞପ୍ତି ଉପରେ ଗୁରୁବାର ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ୱାର୍ଡ ସଂରକ୍ଷଣ ତ୍ରୁଟିପୂର୍ଣ୍ଣ ହୋଇଥିବା ଦର୍ଶାଇ ଏନ୍‌ଏସିର ଜଣେ ଭୋଟର ମହେଶ ନିହାଲ୍‌ଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ, ଆଇନ ବିଭାଗ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ନୂଆପଡ଼ା ଜିଲାପାଳ, ଉପଜିଲାପାଳ ତଥା ନୂଆପଡ଼ା ଏନ୍‌ଏସି ନିର୍ବାଚନ ଅଧିକାରୀଙ୍କୁ ଖଣ୍ଡପୀଠ ନୋଟିସ ଜାରି କରିଛନ୍ତି। ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଆସନ୍ତା ସୋମବାରକୁ ଧାର୍ଯ୍ୟ ହୋଇଛି। ଶୁକ୍ରବାର ଅର୍ଥାତ୍‌ ମାର୍ଚ୍ଚ ୯ରେ ନିର୍ବାଚନ ପ୍ର୍ରକ୍ରିୟା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥାନ୍ତା। ଏହାର ଦିନକ ପୂର୍ବରୁ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ନୂଆପଡ଼ା ଏନ୍‌ଏସି ନିର୍ବାଚନ ହେବା ନେଇ ପ୍ରତିବନ୍ଧକ ଉପୁଜିଛି।
ଆସନ୍ତା ଏପ୍ରିଲ ୩ରେ ନୂଆପଡ଼ା ଏନ୍‌ଏସି ନିର୍ବାଚନ ପାଇଁ ଦିନଧାର୍ଯ୍ୟ ହୋଇଛି। ମାତ୍ର ରାଜ୍ୟ ନିର୍ବାଚନ କମିଶନ ଏନ୍‌ଏସି ପାଇଁ ଯେଉଁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଥିଲେ ତାହା ପୁରୁଣା ଆଇନ ଅନୁଯାୟୀ ହୋଇଥିବା ଦର୍ଶାଇ ଆବେଦନକାରୀ ନିହାଲ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କ ପିଟିଶନରେ ଉଲ୍ଲେଖ କରିଥିଲେ ଯେ, ପୁରୁଣା ନିୟମ ଅନୁଯାୟୀ କୌଣସି ଅଞ୍ଚଳରେ ନିର୍ବାଚନ ହେଲେ ଏହାର ୱାର୍ଡ ସଂରକ୍ଷଣ ତାଲିକା ପ୍ରତି ୨ଟି ସାଧାରଣ ନିର୍ବାଚନ ବ୍ୟବଧାନରେ ପରିବର୍ତ୍ତନ ହୋଇଥାଏ। କିନ୍ତୁ ରାଜ୍ୟ ସରକାର ୨୦୧୮ ଜାନୁୟାରୀ ୧୦ରେ ପୌର ନିର୍ବାଚନ ନିୟମରେ ସଂଶୋଧନ ଆଣିଥିଲେ। ଏହି ସଂଶୋଧିତ ନିୟମରେ ପ୍ରତିଥର ସାଧାରଣ ନିର୍ବାଚନରେ ସଂରକ୍ଷଣ ତାଲିକା ବଦଳିବ ବୋଲି ଉଲ୍ଲେଖ ରହିଥିଲା। ଏହି ଆଧାରରେ ନୂଆପଡ଼ା ଏନ୍‌ଏସିର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏକ ପତ୍ର ଲେଖାଯାଇଥିଲା। ହେଲେ ନିର୍ବାଚନ କମିଶନ ନୂଆପଡ଼ା ଏନ୍‌ଏସିର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାଲିକା ପୁରୁଣା ନିୟମ ଅନୁସାରେ ପ୍ରସ୍ତୁତ କରିଥିଲେ। ଏହାବାଦ୍‌ ୨୦୧୧ ଜନଗଣନା ପରିବର୍ତ୍ତେ ୨୦୦୧ ଆଧାରରେ ଏନ୍‌ଏସିର ୱାର୍ଡ ପୁନର୍ଗଠନ କରାଯାଇଥିବା ଆବେଦନକାରୀ ଅଭିଯୋଗ ଆଣିଥିଲେ। ଏଭଳି ପରିସ୍ଥିତିରେ ରାଜ୍ୟ ନିର୍ବାଚନ କମିଶନଙ୍କ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାଲିକା ବେଆଇନ। ଏଥିସହିତ ଜିଲାପାଳଙ୍କ ପକ୍ଷରୁ ୨୦୧୭ ଅକ୍ଟୋବର ୩୧ରେ ଜାରି ହୋଇଥିବା ଏ ସମ୍ପର୍କିତ ବିଜ୍ଞପ୍ତି ସହିତ ପ୍ରସ୍ତୁତ ହୋଇଥିବା ତାଲିକାକୁ ରଦ୍ଦ କରିବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କୁ ନିବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଏହି ମାମଲା ପରିଚାଳନା କରୁଥିବାବେଳେ ତାଙ୍କୁ ତରଣୀକାନ୍ତ ବିଶ୍ୱାଳ ଓ ପୁଷ୍ପରାଜ ଭରଦ୍ୱାଜ ସହାୟତା କରୁଥିଲେ।

All Right Reserved By

ରାଜ୍ୟ |

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଜୁନାଗଡ,୨୨।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁାରେ ନିର୍ମାଣାଧୀନ ବାଗଡିସର ପୋଲ କାମ ଅଧାପନ୍ତରିଆ କରି ଠିକାଦାର ଚମ୍ପଟ ମାରିଥିବା ଜଣାପଡିଛି।

ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୨।୬(ବ୍ୟୁରୋ)- ୨୦୧୮ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର। ଭାରତବର୍ଷର ମୋଟ ୨୨ଟି ଭାଷାରେ ଚଳିତବର୍ଷ ଏହି ସମ୍ମାନଜନକ ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଥିବା ବେଳେ ଏଥର ଓଡ଼ିଶାରୁ ଦୁଇଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ,୨୨।୬- ଢେଙ୍କାନାଳ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ପରିସରରେ ଶୁକ୍ରବାର ଢେଙ୍କାନାଳ ଖଣ୍ଡିୟ ପରିଚାଳନା ଏକକ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ରୁ ୨୫ଟି ବନ ସୁରକ୍ଷା ସମିତିର ୫୦ଜଣ ଗ୍ରାମ୍ୟ ବନ ସହାୟକ ଓ ସହାୟିକାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ଗଞ୍ଜେଇ, ବ୍ରାଉନ୍‌ସୁଗାର ପେଣ୍ଠସ୍ଥଳୀ ବାଲେଶ୍ୱର ଚଢାଉ ଚାଲିଛି, ଖସିଯାଉଛନ୍ତି ଅସଲ ବେପାରୀ

ଗଞ୍ଜେଇ, ବ୍ରାଉନ୍‌ସୁଗାର ପେଣ୍ଠସ୍ଥଳୀ ବାଲେଶ୍ୱର ଚଢାଉ ଚାଲିଛି, ଖସିଯାଉଛନ୍ତି ଅସଲ ବେପାରୀ

ବାଲେଶ୍ୱର ଅଫିସ,୨୨।୬-ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ, ବ୍ରାଉନ୍‌ସୁଗାର ଓ ମଦ ଜବତ କରାଯାଉଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ।

ନିପା ରୋଗ ଭୟ

ନିପା ରୋଗ ଭୟ

ଚମ୍ପୁଆ,୨୨ା୬(ଡି.ଏନ.ଏ): ଭୂତାଣୁ ସଂକ୍ରମିତ ରୋଗ ନିପା ଏବେ ଭାରତରେ ଆତଙ୍କ ଖେଳାଇଛି। ବାଦୁଡି ଦ୍ୱାରା ଏହି ରୋଗ ବ୍ୟାପୁଥିବାରୁ ତାହାର ପ୍ରଭାବ ଦ୍ୱାରା ଦେଶୀ ଫଳ ଲୋକଙ୍କ ପାଇଁ ଅଲୋଡା ହୋଇ ପଡିଛି।

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

ଭୁବନେଶ୍ୱର,୨୨।୬(ବ୍ୟୁରୋ): କୋରାପୁଟ ଜିଲାର ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକା ବଳାତ୍କାର ଘଟଣାର ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଶୁକ୍ରବାର ଆଉ ତିନି ମାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।

ଚିଲିକା ଡଙ୍ଗା ବୁଡ଼ି ଘଟଣା ତଦନ୍ତ ରିପୋର୍ଟ: ସବୁ ଦୋଷ ପବନର

ଚିଲିକା ଡଙ୍ଗା ବୁଡ଼ି ଘଟଣା ତଦନ୍ତ ରିପୋର୍ଟ: ସବୁ ଦୋଷ ପବନର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଚିଲିକା ଡ଼ଙ୍ଗା ବୁଡି ଘଟଣାର ତଦନ୍ତ ରିପୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି। ଆନ୍ତଃଜଳପଥ ନିର୍ଦ୍ଦେଶକ ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ପବନକୁ ସମ୍ପୂର୍ଣ୍ଣ ଦୋଷ ଦିଆଯାଇଛି।

୨୫ ମଧ୍ୟରାତ୍ରରୁ ପୁରୀରେ ଜଳଯୋଗାଣ ବନ୍ଦ

୨୫ ମଧ୍ୟରାତ୍ରରୁ ପୁରୀରେ ଜଳଯୋଗାଣ ବନ୍ଦ

ପୁରୀ ଅଫିସ,୨୨।୬: ଜୁନ୍‌ ୨୫ ମଧ୍ୟରାତ୍ରରୁ ପୁରୀ ସହରରେ ଜଳଯୋଗାଣ ବନ୍ଦ ରହିବ। ଏଭଳି ଚେତାବନୀ ଦେଇଛି ଶ୍ରୀକ୍ଷେତ୍ର ଜନସ୍ବାସ୍ଥ୍ୟ ଶ୍ରମିକ ସଂଘ। ଶନିବାର ଜନସ୍ବାସ୍ଥ୍ୟ ଶ୍ରମିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତିସଂଘ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦିକ୍ଷୀତ । ସେ କହିଛନ୍ତି ଯେ, ନିଖିଳ ଓଡ଼ିଶା ଜଳଯୋଗାଣ,ପରିମଳ କର୍ମଚାରୀ ସଂଘର ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଜଳଯୋଗାଣ ବନ୍ଦ ରହିବ।

ଖାଦ୍ୟ ଗ୍ରହଣ କରୁନି ମହାବଳ

ଖାଦ୍ୟ ଗ୍ରହଣ କରୁନି ମହାବଳ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ମହାବଳ ବାଘ ଗତକାଲିଠାରୁ ଖାଦ୍ୟ ଗ୍ରହଣ କରି ନ ଥିବା ଜଣାପଡ଼ିଛି। ବାଘ ଖୁଆଡ଼ରେ ଏକ ବାରହା ଛଡ଼ାଯାଇଛି। ଯଦି ବାଘ ନିଜେ ଶିକାର କରି ନ ଖାଏ ତେବେ ବାରାହକୁ ମାରି ତାର ମାଂଶ ଖାଇବାକୁ ଦିଆଯିବ।

ଅଣଦେଖା କରି ପ୍ରାକ୍ଟିକାଲରେ କମ୍‌ ମାର୍କ ମିଳିବା ନେଇ ଅଧ୍ୟକ୍ଷଙ୍କୁ ଫେରାଦ ହେଲେ ଛାତ୍ରୀ: ସମ୍ପୃକ୍ତ ଅଧ୍ୟାପକଙ୍କ ବରଖାସ୍ତ ଦାବି

ଅଣଦେଖା କରି ପ୍ରାକ୍ଟିକାଲରେ କମ୍‌ ମାର୍କ ମିଳିବା ନେଇ ଅଧ୍ୟକ୍ଷଙ୍କୁ ଫେରାଦ ହେଲେ ଛାତ୍ରୀ: ସମ୍ପୃକ୍ତ ଅଧ୍ୟାପକଙ୍କ ବରଖାସ୍ତ ଦାବି

ଶେରଗଡ଼,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ସ୍ଥିତ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟରେ ଗତ ଯୁକ୍ତ ୨ ବାଣିଜ୍ୟ ବିଷୟର ଏକ ପ୍ରାକ୍ଟିକାଲରେ କିଛି ଛାତ୍ରୀଙ୍କୁ ଅଣଦେଖା କରି କମ୍‌ ମାର୍କ ଦିଆଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀ ସୋନାଲୀ ସ୍ବାଇଁ ଓ ନୀଳିମା ମଲ୍ଲିକ ଓ ତାଙ୍କ ଅଭିଭାବକମାନେ କଲେଜ ଅଧ୍ୟକ୍ଷ ଲୋକନାଥ ନାୟକଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ଆଙ୍କୁଲି ଓଭରବ୍ରିଜ୍‌ ନିକଟରେ ଟ୍ରକ୍‌ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଆଙ୍କୁଲି ଓଭରବ୍ରିଜ୍‌ ନିକଟରେ ଟ୍ରକ୍‌ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ,୨୨।୬: ସ୍ଥାନୀୟ ୧୬ ନଂ ଜାତୀୟ ରାଜପଥସ୍ଥିତ ଆଙ୍କୁଲି ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ସହ ବାଇକ୍‌ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଯୁବ ପୁରସ୍କାର-୨୦୧୮ ପାଇଁ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଜୟନ୍ଦ୍ରଥ ସୁନା। ତାଙ୍କର ପ୍ରଥମ କବିତା ସଙ୍କଳନ ହେଉଛି ‘ଶୋଷ’। ଯାହାକିି ୨୦୧୭ରେ ପ୍ରକାଶିତ ହୋଇଥିଲା।

Model This Week

ପ୍ରଭାତ