ବାଲେଶ୍ୱର

ହସ୍ତଶିଳ୍ପ ମେଳାରେ ଅସ୍ବାସ୍ଥ୍ୟକର ପରିବେଶ

କେନ୍ଦୁଝର, ୮।୩(ସ୍ବ.ପ୍ର.): ସ୍ଥାନୀୟ କାଳୀପଡ଼ିଆଠାରେ ଘରୋଇ ସଂସ୍ଥା ପକ୍ଷରୁ ହସ୍ତଶିଳ୍ପ ମେଳା ଚାଲିଛି। ସେଠାରେ ଉପୁଜିଥିବା ଅସ୍ବାସ୍ଥ୍ୟକର ଓ ଅସୁରକ୍ଷିତ ପରିବେଶକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ପାଖାପାଖି ୯୭୫୦ ବର୍ଗଫୁଟ ଜାଗା ସହ ଅର୍ଦ୍ଧଗୋଲାକାର ଟେଣ୍ଟ ମଧ୍ୟରେ ମେଳା ଚାଲିଛି। ତେଣୁ ବିପଦ ଆଶଙ୍କା ରହିଛି। ହଠାତ ଅଘଟଣ ଘଟିଲେ ବାହାରକୁ ବାହାରିବା ନେଇ ସୁବିଧା ବ୍ୟବସ୍ଥା ନାହିଁ। ଅଗ୍ନିନିର୍ବାପକ ବ୍ୟବସ୍ଥା ଗ୍ରହଣ କରାଯାଇନି। ଦମକଳ ଗାଡି ରହୁ ନ ଥିବାରୁ ନିଆଁଲାଗିଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ଉକ୍ତ ସଂସ୍ଥାକୁ ଯୋଗାଇଦିଆଯାଇଥିବା ବିଦ୍ୟୁତ୍‌ ସଂଯୋଗକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ବହୁ ଅଧିକ ବିଦ୍ୟୁତ୍‌ ବ୍ୟବହାର ହେଉଥିବା ବେଳେ କମ ବିଲ୍‌ ଦାଖଲ କରାଯାଇଛି। ମେଳା ଯୋଗୁ ମଇଳା ଆବର୍ଜନା ଏଣେତେଣେ ପଡୁଛି। ସେ ସବୁ ସଫେଇ ନେଇ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ପୌରପାଳିକା ପକ୍ଷରୁ ଜମି ମାଲିକ ବାଲୁଙ୍କେଶ୍ୱର ମହେଶ ଟ୍ରଷ୍ଟର ସମ୍ପାଦକଙ୍କୁ ଚିଠି କରାଯାଇଥିବା ଜଣାପଡିଛି। ମେଳା ପାଇଁ ଅନୁମତି ଲୋଡାଯାଇ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ମଇଳା ଆବର୍ଜନା ବାବଦକୁ ଚିଠି ନମ୍ବର ୩୬୯୭ ତା ୬।୩।୨୦୧୮ରେ ଟ୍ରଷ୍ଟକୁ ଚିଠି କରାଯାଇ ୫ ଲକ୍ଷ ଜରିମାନା ଦାଖଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି।
All Right Reserved By

ବାଲେଶ୍ୱର

‘ଦେଶର ସ୍ବାର୍ଥ ଲାଗି ଆଗେଇ ଆସ’

ସିମୁଳିଆ, ୧୫ା୧୨(ଡି.ଏନ.ଏ.)-ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ‘ଓଷ୍ଟା’ ଦ୍ୱାରା ଶନିବାର ଦିବସ ବ୍ୟାପୀ ରଘୁନାରାୟଣ ବିଦ୍ୟାଳୟ ପରିସରରେ ୩୭ତମ ‘ବ୍ଲକସ୍ତରୀୟ ଶିଶୁ ଉତ୍ସବ’ ଅନୁଷ୍ଠିତ ହୋଇଥିଲା ା 

ଜ୍ୟୋତ୍ସ୍ନାରାଣୀ ହେଲେ ‘ଆମ ଗାଁ ଲକ୍ଷ୍ମୀ’

ଜ୍ୟୋତ୍ସ୍ନାରାଣୀ ହେଲେ ‘ଆମ ଗାଁ ଲକ୍ଷ୍ମୀ’

ତିହିଡ଼ି, ୧୫।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଭାଟପଡ଼ା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ‘ଆମ ଗାଁ ଲକ୍ଷ୍ମୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦଧିବାମନ ଜୀଉ ଯୁବ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ୬୦ ମହିଳା ଅଂଶଗ୍ରହଣ କରିଥିଲେ।

ରୋଗିଣା ମା’ର ସାହାରା ପାଲଟିଛି ୪ବର୍ଷର ଝିଅ: ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ରୋଗିଣା ମା’ର ସାହାରା ପାଲଟିଛି ୪ବର୍ଷର ଝିଅ: ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ସଜନାଗଡ଼, ୧୫।୧୨(ଡି.ଏନ.ଏ.)-ଯେଉଁ ବୟସରେ ସାଙ୍ଗସାଥୀମାନଙ୍କ ସହ ଖେଳି ଦିନ କାଟିବା କଥା, ସେ ବୟସରେ ରୋଗିଣା ମା’ର ସାହାରା ପାଲଟିଛି। ମା’ ପାଖେ ପାଖେ ରହି ୪ ବର୍ଷର ଝିଅ ତାର କୁନି କୁନି ହାତରେ ମା’ର ସେବା କରି ଆଜି ଯକ୍ଷ୍ମାରେ ପୀଡିତ ହୋଇଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି, ବାଲେଶ୍ୱର ଜିଲା ନୀଳଗିରି ଡାକ୍ତରଖାନାର ଯକ୍ଷ୍ମା ୱାର୍ଡ଼ରେ। 

ଅନ୍ତର୍ଜାତୀୟ ଚା ଦିବସ

ଅନ୍ତର୍ଜାତୀୟ ଚା ଦିବସ

ବାରିପଦା ଅଫିସ,୧୫।୧୨-ପ୍ରତିବର୍ଷ ଡିସେମ୍ବର  ୧୫ ତାରିଖକୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଶନିବାର ବାରିପଦା ଶହୀଦ ପଡିଆସ୍ଥିତ କୁନୁ ଭାଇ ଟି ଷ୍ଟଲରେ  ଏହି ଦିବସ ପାଳିତ ହୋଇଯାଇଛି।

ଭୋଗରାଇରେ ‘ପିଠା’ ଯୋଜନା ଶୁଭାରମ୍ଭ

ଭୋଗରାଇରେ ‘ପିଠା’ ଯୋଜନା ଶୁଭାରମ୍ଭ

ଭୋଗରାଇ, ୧୫।୧୨(ଡି.ଏନ.ଏ.)-ମୁଖ୍ୟମନ୍ତ୍ରୀଙ୍କ ‘ପିଠା’ ଯୋଜନାକୁ ଉଚ୍ଚଶିକ୍ଷା ଓ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଭୋଗରାଇରେ ଶୁଭାରମ୍ଭ କରିଛନ୍ତି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୫୦ପଞ୍ଚାୟତ ମଧ୍ୟରୁ ଶନିବାର କମର୍ଦ୍ଦା, ମହାଗବ, ମନ୍ଦାରସାହି, ଦେଉଳା ଓ ଅନଳିଆ ପଞ୍ଚାୟତରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ପଞ୍ଚାୟତରେ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ ‘ପିଠା’ ଯୋଜନାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସଚେତନ ସଭା, ବିଭିନ୍ନ ଷ୍ଟଲ ପ୍ରଦର୍ଶନ କରାଯାଇଛି।

ଶାରୀରିକ ସୁସ୍ଥତା ସହ ମାନସିକ ବିକାଶ କରେ କ୍ରୀଡା

ଶାରୀରିକ ସୁସ୍ଥତା ସହ ମାନସିକ ବିକାଶ କରେ କ୍ରୀଡା

ବାଲେଶ୍ୱର ଅଫିସ,୧୫।୧୨-ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଅନୁସାରେ ୩୧ତମ ତ୍ରିଦିବସୀୟ ପ୍ରାଦେଶିକ ଖେଳକୁଦ ସମାରୋହ ବାଲେଶ୍ୱର ମାଣିଖମ୍ବ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ପରମିଟ୍‌ ପଡ଼ିଆରେ ଶନିବାର ଉଦ୍‌ଯାପିତ ହୋଇଯାଇଛି। 

ମନ୍ତ୍ରୀଙ୍କ ପ୍ରତିନିଧି ବିମଳରାୟଙ୍କ ପରଲୋକ

ମନ୍ତ୍ରୀଙ୍କ ପ୍ରତିନିଧି ବିମଳରାୟଙ୍କ ପରଲୋକ

ବାସୁଦେବପୁର,୧୫।୧୨(ଡି.ଏନ୍‌.ଏ.): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ବାସୁଦେବପୁର ବ୍ଲକ ପ୍ରତିନିଧି ତଥା ବିଶିଷ୍ଟ ଶିକ୍ଷାବିତ ବିମଳ କୁମାର ରାୟ(୭୩)ଙ୍କ ଶନିବାର ପରଲୋକ ଘଟିଛି।

ଭଦ୍ରକର ୨୮ ସ୍ଥାନରେ ପିଠା କାର୍ଯ୍ୟକ୍ରମ

ଭଦ୍ରକର ୨୮ ସ୍ଥାନରେ ପିଠା କାର୍ଯ୍ୟକ୍ରମ

ଭଦ୍ରକ ଅଫିସ,୧୫।୧୨: ଭଦ୍ରକ ଜିଲାର ସମସ୍ତ ବ୍ଲକର ୨୮ ପଞ୍ଚାୟତରେ ଶନିବାର ପୀଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାସୁଦେବପୁରର ୬ଟି, ଭଦ୍ରକର ୬ଟି, ଭଣ୍ଡାରିପୋଖରୀର ୪ଟି, ବନ୍ତର ୪ଟି, ଚାନ୍ଦବାଲିର ୪ଟି, ଧାମନଗରର ୭ଟି ଓ ତିହିଡ଼ିର ୫ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। 

ଭଦ୍ରକରେ ଜିଲାସ୍ତରୀୟ ବିଜ୍ଞାନମେଳା, ସ୍ଥାନ ପାଇଲା ୧୪୦ ମଡେଲ

ଭଦ୍ରକରେ ଜିଲାସ୍ତରୀୟ ବିଜ୍ଞାନମେଳା, ସ୍ଥାନ ପାଇଲା ୧୪୦ ମଡେଲ

ଭଦ୍ରକ ଅଫିସ,୧୫।୧୨: ଭଦ୍ରକ ଜିଲା ସ୍କୁଲ ପରିସରରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୪୦ଟି ମଡେଲ ସ୍ଥାନ ପାଇଥିଲା। ଜିଲାପାଳ ଜ୍ଞାନ ରଞ୍ଜନ ଦାସ, ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। 

ତିହିଡିର ୨ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ତିହିଡିର ୨ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ତିହିଡି,୧୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧା ଓ ଅଚକ ପଞ୍ଚାୟତରେ ଶନିବାର ମଧ୍ୟାହ୍ନରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ପାଟଣା,୧୫।୧୨(ସ୍ବ.ପ୍ର.): କେନ୍ଦୁଝର  ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ ବମ୍ବେ-କଲିକତା  ଜାତୀୟ ରାଜପଥର ଖିରିଇଟାଙ୍ଗିରି ଛକ ଉପରେ  ଶନିବାର ଭୋର ୩ଟା ସମୟରେ  ଏକ ୧୨  ଚକିଆ   ଟ୍ରକ(ଡବ୍ଲୁବି୧୧ସି୧୩୪)ରେ  କୌଣସି କାରଣରୁ   ହଠାତ ନିଆଁ ଲାଗିଯାଇଥିଲା।

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଝୁମ୍ପୁରା, ୧୫।୧୨(ଡି.ଏନ.ଏ.): ସ୍ବାସ୍ଥ୍ୟସେବା ଲୋକଙ୍କୁ ଯୋଗାଇ ଦେବା ପାଇଁ ସରକାରଙ୍କ ବହୁ ଯୋଜନା ରହିଛି। ଏ ନେଇ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ସବୁ ଯୋଜନା ସତ୍ତ୍ୱେ ଗ୍ରାମ ଓ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦା ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହିପରି ପୁଣି ଏକ ଘଟଣା ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ବସନ୍ତପୁର ପଞ୍ଚାୟତର ତଳି ସାହିରେ ଦେଖିବାକୁ ମିଳିଛି। ସେହି ସାହିରେ ଝାଟିମାଟି ଘରେ ଗୋବିନ୍ଦ ମୁଣ୍ଡା ରହୁଛନ୍ତି।