ବାଲେଶ୍ୱର

ଜଳୁଛି ଶାଳ ଜଙ୍ଗଲ

 ଜଳୁଛି ଶାଳ ଜଙ୍ଗଲ
ପାଟଣା, ୮।୩(ସ୍ବ.ପ୍ର.): ପାଟଣା ବନାଞ୍ଚଳ ସଂରକ୍ଷିତ ଦହିବାହାଳୀ ଶାଳ ଜଙ୍ଗଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଜଙ୍ଗଲରେ ଥିବ ଚାରାଗଛ ପୋଡ଼ି ଯାଇଛି। ଖବର ପାଇ ପାଟଣା ବନପାଳ ଭୂପତି ସେଠୀ, ପାରାସ୍କ୍ବାଡ ୱାସିମ୍‌, ଅଗ୍ନିଶମ ବିଭାଗର ଷ୍ଟେଶନ ମ୍ୟାନେଜର ମନରଞ୍ଜନ ମହାନ୍ତ, ମଳୟ ମଲିକ୍‌, ରଘୁନାଥ ହେମ୍ବ୍ରମ, ରାୟସିଂ ମାରାଣ୍ଡି ପ୍ରମୁଖ ନିଆଁକୁ ଲିଭାଇଥିଲେ। ଜିଲାରେ ଗ୍ରୀଷ୍ମ ଦିନେ କେଉଁଠି ମହୁଲ ଫୁଲ ସଂଗ୍ରହ ସକାଶେ, ତ କେଉଁଠି ସିଗାରେଟ୍‌ ନିଆଁରୁ ପ୍ରତ୍ୟହ ହେକ୍ଟର ହେକ୍ଟର ଜଙ୍ଗଲରେ ନିଆଁ ଲାଗିବା ଫଳରେ ଚାରାଗଛ ପୋଡ଼ି ଯାଉଛି।
All Right Reserved By

ବାଲେଶ୍ୱର

ବନ୍ତ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା

ବନ୍ତ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା

ବନ୍ତ,୨୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଅନ୍ତର୍ଗତ ପଳାସ ଗଢିଆସ୍ଥିତ ଆଦର୍ଶ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷର ୬ଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ରବିବାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । 

ଭାଜପାରେ ଯୋଗଦେଲେ  ଚାନ୍ଦବାଲି ବ୍ଲକର ଶତାଧିକ ଲୋକ

ଭାଜପାରେ ଯୋଗଦେଲେ ଚାନ୍ଦବାଲି ବ୍ଲକର ଶତାଧିକ ଲୋକ

ଆରଡି, ୨୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତର ଶତାଧିକ ବ୍ୟକ୍ତି ଶନିବାର ସନ୍ଧ୍ୟାରେ ବିଜେଡି ଓ କଂଗ୍ରେସ ଛାଡି ଭାଜପାରେ ସାମିଲ ହୋଇଛନ୍ତି।

ଯକ୍ଷ୍ମା  ସଚେତନତା ନେଇ ସାଇକେଲରେ ଭାରତ ଭ୍ରମଣ କରିବେ ଯୁବକ

ଯକ୍ଷ୍ମା ସଚେତନତା ନେଇ ସାଇକେଲରେ ଭାରତ ଭ୍ରମଣ କରିବେ ଯୁବକ

ଭଦ୍ରକ ଅଫିସ,୨୪।୩: ବିଶ୍ୱ  ଯକ୍ଷ୍ମା ଦିବସ ଅବସରରେ ଏହି ରୋଗ ଦୂରୀକରଣ ପାଇଁ  ରବିବାର ତିହିଡି ବ୍ଲକର ତ୍ରିଲୋଚନ  ମହାଳିକ  ସଚେତନତା ବାର୍ତ୍ତା  ନେଇ ସାଇକେଲରେ ଭାରତ  ଭ୍ରମଣ  ଯାତ୍ରାରମ୍ଭ କରିଛନ୍ତି l 

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା

ବନ୍ତ,୨୪।୩(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ତହସିଲ ଆଗରପଡ଼ା ଥାନା ବୋଡକପାଟଣା ଗ୍ରାମରେ ରବିବାର ସକାଳ ୧୧ଟାରେ ଅଗ୍ନିକାଣ୍ଡ ଘଟଛି।

ନୀଳଗିରିରେ ଭାଜପାର ‘ମୋ ଘର ଭାଜପା ପରିବାର’ କାର୍ଯ୍ୟକ୍ରମ

ନୀଳଗିରିରେ ଭାଜପାର ‘ମୋ ଘର ଭାଜପା ପରିବାର’ କାର୍ଯ୍ୟକ୍ରମ

ସଜନାଗଡ଼,୨୪।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ରବିବାର ‘ମୋ ଘର ଭାଜପା ପରିବାର’  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ

ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ

ଭୁବନେଶ୍ୱର/ବାରିପଦା ଅଫିସ୍‌, ୨୪।୩(ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଝଟକା ଲାଗିଛି। ରାଜ୍ୟ ଉପସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି।

କେନ୍ଦୁଝର ଜିଲାରେ ବଢୁଛି ପାନୀୟ ଜଳସଙ୍କଟ

କେନ୍ଦୁଝର ଜିଲାରେ ବଢୁଛି ପାନୀୟ ଜଳସଙ୍କଟ

କେନ୍ଦୁଝର, ୨୪ା୩ (ସ୍ବ.ପ୍ର.)- ଖଣିଖାଦନ  ଭରା କେନ୍ଦୁଝର ଜିଲାରେ ବ୍ୟାାପକ ଜଙ୍ଗଲ କ୍ଷୟ ଯୋଗୁଁ ପ୍ରତିବର୍ଷ ଖରାଦିନେ ଜଳ ସଙ୍କଟ ଉଗ୍ର ରୂପ ଧାରଣ କରୁଛି ା ବିଗତ ୨ ଦଶନ୍ଧି ମଧ୍ୟରେ ଅନେକ ଝରଣା, ନାଳ ଲୋପ ପାଇ ଗଲାଣି।  

ଭାଜପା ଜିଲା କାର୍ଯ୍ୟାଳୟରେ ତାଲା ପକାଇ ଭଙ୍ଗାରୁଜା: ପାଟଣା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ କର୍ମୀଙ୍କ ବିରୋଧ, ଅସନ୍ତୋଷ

ଭାଜପା ଜିଲା କାର୍ଯ୍ୟାଳୟରେ ତାଲା ପକାଇ ଭଙ୍ଗାରୁଜା: ପାଟଣା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ କର୍ମୀଙ୍କ ବିରୋଧ, ଅସନ୍ତୋଷ

କେନ୍ଦୁଝର, ୨୪ା୩(ସ୍ବ.ପ୍ର.)-ପ୍ରାର୍ଥୀ ଚୟନକୁ କେନ୍ଦ୍ର କରି ଭାଜପାରେ ବିରୋଧ ଓ ବିଦ୍ରୋହ ଦେଖାଦେଇଛି। କେନ୍ଦୁଝର ଜିଲା ପାଟଣା ବିଧାନସଭା ମଣ୍ଡଳୀରେ ପ୍ରାର୍ଥୀ ଚୟନ ନେଇ ଅସନ୍ତୁଷ୍ଟ ଥିବା କର୍ମୀମାନେ ଶନିବାର ଅପରାହ୍ନରେ କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ତାଲା ପକାଇ ଧାରଣା ଦେଇଛନ୍ତି।

ଜମୁଛି ଗୋପାଳଙ୍କ ବାଡ଼ି ଖେଳ

ତେଲକୋଇ, ୨୪।୩(ଡି.ଏନ.ଏ.)-ତେଲକୋଇ ଅଞ୍ଚଳର ବିଭିନ୍ନ ଗ୍ରାମରେ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୋଳ ପର୍ବ ପାଇଁ ଗ୍ରାମରେ ବିଶାଳ ଶୋଭାଯାତ୍ରା ସାଙ୍ଗକୁ ଗୋପାଳ ଦଳ ମାନଙ୍କ ବାଡି ଖେଳ ଏବଂ ପ୍ରତିଯୋଗିତା ଗୁରୁତ୍ୱ ବହନ କରିଛି ।

କାଦୁଅ ଖେଳରେ ସରିଲା କାଳିମେଘା ମେଳଣ: ରଙ୍ଗ ପୂର୍ବରୁ ଲାଗିଲା ରକ୍ତ ଛିଟା, ଗଣ୍ଡଗୋଳରେ ୨୦ ଆହତ

କାଦୁଅ ଖେଳରେ ସରିଲା କାଳିମେଘା ମେଳଣ: ରଙ୍ଗ ପୂର୍ବରୁ ଲାଗିଲା ରକ୍ତ ଛିଟା, ଗଣ୍ଡଗୋଳରେ ୨୦ ଆହତ

ତିହିଡ଼ି, ୨୪।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ କାଳିମେଘା ଗ୍ରାମରେ ଚାଲିଥିବା ଐତିହାସିକ କାଳିମେଘା ମେଳଣ ଶୁକ୍ରବାର ରାତିରେ ଶେଷ ହୋଇଯାଇଛି। ଅବିରରୁ ଆରମ୍ଭ ହୋଇଥିବା ଏହି ମେଳଣ କାଦୁଅଖେଳରେ ସରିଥିଲା।

ଭାଜପାରୁ ରାଜକିଶୋରଙ୍କ ଇସ୍ତଫା

ଭାଜପାରୁ ରାଜକିଶୋରଙ୍କ ଇସ୍ତଫା

ବାରିପଦା ଅଫିସ, ୨୪ା୩- ଭାଜପା ରାଜ୍ୟ ଉପସଭାପତି ରାଜକିଶୋର ଦାସ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଛନ୍ତି।

ବୈଠକରେ କଂଗ୍ରେସ କର୍ମୀଙ୍କ ଗଣ୍ଡଗୋଳ, ହାତାହାତି

ବୈଠକରେ କଂଗ୍ରେସ କର୍ମୀଙ୍କ ଗଣ୍ଡଗୋଳ, ହାତାହାତି

ସଜନାଗଡ଼,୨୪।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା କ୍ଷେତ୍ର ପାଇଁ ମନୋଜା ମଞ୍ଜରୀ ଦେବୀଙ୍କୁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଶନିବାର ଅନ୍ୟ ଅଶାୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ଉପସ୍ଥିତିରେ ସ୍ଥାନୀୟ ଏନ୍‌ଏସି କଲ୍ୟାଣମଣ୍ଡପରେ ‘ନବନିର୍ମାଣ ଏବଂ କାର୍ଯ୍ୟକର୍ତ୍ତା ସଶକ୍ତିକରଣ ସମ୍ବାଦ’ ଶୀର୍ଷକ ଏକ  ବୈଠକ ଆୟୋଜିତ ହୋଇଥିଲା। 


Model This Week

ରଶ୍ମି
Why Dharitri