ଅନଗୁଳ-ଢେଙ୍କାନାଳ

ଶେଷଦିନ ପରୀକ୍ଷାରେ ଧରାପଡିଲେ ୧୮

କଣିହାଁ, ୮ା୩(ଡି.ଏନ.ଏ.)- ଗୁରୁବାର ମାଟ୍ରିକ ପରୀକ୍ଷାର ଶେଷ ଦିନରେ କପି କରି କଣିହାଁ ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ୧୮ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି। କଣିହାଁ ନୋଡାଲ କେନ୍ଦ୍ର ସୂଚନାରୁ ଜଣାଯାଏ, ବୋର୍ଡ ସ୍କ୍ବାଡର ବାଉରୀବନ୍ଧୁ ପରିଡା ଓ ଜିଲା ଶିକ୍ଷା ବିଭାଗ ସ୍କ୍ବାଡର ରୀତାଞ୍ଜଳି କେରକେଟା ପରାବିଲ ପବିତ୍ରନଗର ଓ ଶରଧାପୁର କନକେଶ୍ୱରୀ ହାଇସ୍କୁଲ ପରିଦର୍ଶନ ପାଇଁ ଯାଇଥିଲେ। ସାମାଜିକ ବିଜ୍ଞାନ ପରୀକ୍ଷାରେ କପି କରୁଥିବାବେଳେ ଶରଧାପୁର ହାଇସ୍କୁଲର ୧୨ ଓ ପରାବିଲ ହାଇସ୍କୁଲର ୬ ଜଣ ଧରା ପଡିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ଜିଏମ୍‌ଆରକୁ ଶକ୍ତି ସଂରକ୍ଷଣ ପୁରସ୍କାର

ଜିଏମ୍‌ଆରକୁ ଶକ୍ତି ସଂରକ୍ଷଣ ପୁରସ୍କାର

ଓଡ଼ାପଡ଼ା, ୧୫ା୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗସ୍ଥିତ ଜିଏମ୍‌ଆର କମଳାଙ୍ଗ ଏନର୍ଜି ଲିମିଟେଡ୍‌ (ଜିକେଇଏଲ)କୁ ଶୁକ୍ରବାର ଚଳିତବର୍ଷ ପାଇଁ ଶକ୍ତି ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି। 

ରାଜ୍ୟସ୍ତରକୁ ୨୧ ପ୍ରକଳ୍ପ ଚୟନ

ରାଜ୍ୟସ୍ତରକୁ ୨୧ ପ୍ରକଳ୍ପ ଚୟନ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ୍‌ ପଞ୍ଚାୟତିରାଜ ହାଇସ୍କୁଲରେ ୨ଦିନ ଧରି ଚାଲିଥିବା ଜିଲାସ୍ତରୀୟ ବିଜ୍ଞାନମେଳା ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ପ୍ରଦର୍ଶିତ ହୋଇଥିବା ୨୪୭ ପ୍ରକଳ୍ପ ମଧ୍ୟରୁ ୧୬ଟି ଏବଂ ବିଜ୍ଞାନ, ଗଣିତ ଓ ପରିବେଶଭିତ୍ତିକ ୫ ପ୍ରକଳ୍ପ ରାଜ୍ୟସ୍ତରକୁ ଚୟନ ହୋଇଛି।  

କାଦୁଆ ମଣ୍ଡିରୁ ଉଠୁନି ଧାନ: ଶୀତକାକରରେ ଜଗିଛନ୍ତି ଚାଷୀ

କାଦୁଆ ମଣ୍ଡିରୁ ଉଠୁନି ଧାନ: ଶୀତକାକରରେ ଜଗିଛନ୍ତି ଚାଷୀ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜଲା କାମାକ୍ଷାନଗର ବ୍ଲକ୍‌ କାଦୁଆ ସେବା ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ମିଲରଙ୍କ ଦେଖା ମିଳୁ ନ ଥିବାବେଳେ ଦୁଇଦିନ ହେଲା ଚାଷୀ ଶୀତକାକରରେ ଧାନ ଜଗି ରହିଛନ୍ତି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା ଥିବାରୁ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ଚାଷୀ। ମଣ୍ଡିରେ ଏପରି ଅବ୍ୟବସ୍ଥାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଧୋକୁଟାରେ ବିଜେଡିର ସଚେତନତା  ବୈଠକ

ଧୋକୁଟାରେ ବିଜେଡିର ସଚେତନତା ବୈଠକ

ଅନୁଗୋଳ ଅଫିସ, ୧୫।୧୨- ଅନୁଗୋଳ ବ୍ଲକ ଧୋକୁଟା ପଞ୍ଚାୟତ ମା’ ବନଦୁର୍ଗା ପୀଠ ପରିସରରେ  ଶନିବାର  ବିଜେଡି ପକ୍ଷରୁ ଏକ  ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। 

ବାଲ୍ୟାମ୍ବା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ

ବାଲ୍ୟାମ୍ବା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ

ଭାପୁର,୧୫।୧୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ବାଲ୍ୟାମ୍ବା ପଞ୍ଚାୟତରେ ଶନିବାର ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। 

ଓକିଲ ସଂଘ ପୂର୍ବତନ ସଭାପତିଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ  ଟାଉନ ଥାନା ଘେରାଉ

ଓକିଲ ସଂଘ ପୂର୍ବତନ ସଭାପତିଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଟାଉନ ଥାନା ଘେରାଉ

ଢେଙ୍କାନାଳ ଅଫିସ,୧୫।୧୨- ଢେଙ୍କାନାଳ ଓକିଲ ସଂଘର ପୂର୍ବତନ ସଭାପତି ନବକିଶୋର ଗୁରୁଙ୍କୁ ଆକ୍ରମଣ ଘଟଣାକୁ ନେଇ ଶନିବାର ଓକିଲ ସଂଘ ପକ୍ଷରୁ କୋର୍ଟ ବର୍ଜନ କରାଯାଇଛି। 

ଭାରସାମ୍ୟ ହରାଇ ବିଲରେ ପଶିଲା ବାଇକ୍‌, ଚାଳକ ମୃତ

ଭାରସାମ୍ୟ ହରାଇ ବିଲରେ ପଶିଲା ବାଇକ୍‌, ଚାଳକ ମୃତ

ପରଜଙ୍ଗ, ୧୫।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ହାତୀଲୁଚାଣି ଠାରୁ କୁଆଳୋ ଯାଇଥିବା ରାସ୍ତାର ଗୁଡିବନ୍ଧ ପୋଖରୀ ନିକଟରେ ବାଇକ ଦୃର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ କଲଦା ପଞ୍ଚାୟତ ସିଂହଡା ଗ୍ରାମର ପାଣ୍ଡବ ସାହୁ ।

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳ ଅଫିସ, ୧୫।୧୨ଅନୁଗୋଳ ଜିଲାରେ ଥିବା ସମସ୍ତ ବାଳାଶ୍ରମ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏପରି କି ୨୦୧୫ରେ ହୋଇଥିବା କିଶୋର ନ୍ୟାୟ ଆଇନ୍‌ ମଧ୍ୟ ଜିଲାରେ ଠିକଣା ଭାବେ ପାଳନ ହେଉନାହିଁ। 

ବାଲି, ମୋରମ ଚୋରା ଚାଲାଣ: ୫ ଲକ୍ଷ ତଣ୍ଡ ଗଣିଲା ଠିକାସଂସ୍ଥ

ବାଲି, ମୋରମ ଚୋରା ଚାଲାଣ: ୫ ଲକ୍ଷ ତଣ୍ଡ ଗଣିଲା ଠିକାସଂସ୍ଥ

ଛେଣ୍ଡିପଦା,୧୫ା୧୨(ସ୍ବ.ପ୍ର.)ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ରାଇଝରଣ ଓ ଜରପଡା ରାଜସ୍ବ ସର୍କଲରୁ ବାଲି ଓ ମୋରମ ଚୋରା ଚାଲାଣ ହେଉଥିବା ଖବରପାଇ ତହସିଲଦାର ଡାନିଏଲ ଏକ୍କା ଓ ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର ସେନାପତି ଶୁକ୍ରବାର ଚଢ଼ାଉ କରିଥିଲେ। ଏଥିରେ ୨ଟି ବାଲି ବୋଝେଇ ଟ୍ରାକ୍ଟର ସହ ଠିକାସଂସ୍ଥା ଗାୟତ୍ରୀ କନଷ୍ଟ୍ରକଶନର ହାଇଓ୍ବା, ଜେସିବି ମେଶିନ ଜବତ କରାଯାଇଛି। ଏଥିସହ ଜରିମାନା ବାବଦରେ ଉକ୍ତ ସଂସ୍ଥାଠାରୁ ୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ପ୍ରଦର୍ଶନୀ:ବିଜ୍ଞାନ ଜ୍ଞାନର ଭଣ୍ଡାର

ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲାସ୍ତରୀୟ ପ୍ରଦର୍ଶନୀ:ବିଜ୍ଞାନ ଜ୍ଞାନର ଭଣ୍ଡାର

ଅନୁଗୋଳ ଅଫିସ, ୧୫।୧୨ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅଷ୍ଟମ ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଶୁକ୍ରବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। 

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ, ୧୫।୧୨ଅନୁଗୋଳ ଜିଲା ବିକ୍ରମପୁର ଥାନା ଅଞ୍ଚଳର ଜନୈକା  ନାବାଳିକାଙ୍କୁ ବଳାତ୍କାର ମାମଲାର ଶୁଣାଣି କରି ଅନୁଗୋଳ କୋର୍ଟ ଶୁକ୍ରବାର ଅଭିଯୁକ୍ତ କେନ୍ଦୁପଲ୍ଲୀ ହଟିଙ୍ଗ ଅଞ୍ଚଳର ସ୍ବାଧୀନ ପୂର୍ତ୍ତି(୨୮)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। 

୫ ବ୍ଲକରେ ବିରୋଧ ପରେ କାଣ୍ଟଛାଟ୍‌:ବାଦ୍‌ ଦିଆଗଲା ୧୨ ସ୍କୁଲ

୫ ବ୍ଲକରେ ବିରୋଧ ପରେ କାଣ୍ଟଛାଟ୍‌:ବାଦ୍‌ ଦିଆଗଲା ୧୨ ସ୍କୁଲ

ବନ୍ତଳା,୧୫ା୧୨(ଡି.ଏନ.ଏ.)ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ର ନ ଥିବାରୁ ଅନୁଗୋଳ ଜିଲାର ୬୦ ସ୍କୁଲକୁ ବନ୍ଦ କରି ନିକଟସ୍ଥ ଶିକ୍ଷାନୁଷ୍ଠାନରେ ମିଶାଇ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି (ନଂ ୧୦୨୪୬/୧୮) କରାଯାଇଥିଲା।