ଅନଗୁଳ-ଢେଙ୍କାନାଳ

ପରିତ୍ୟକ୍ତ ଅବସ୍ଥାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ପରିତ୍ୟକ୍ତ ଅବସ୍ଥାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି
ବଇଣ୍ଡା, ୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପରିତ୍ୟକ୍ତ ଅବସ୍ଥାରେ ରହିଛି। ୫୫ ନଂ. ରାଜପଥ ସମ୍ପ୍ରସାରଣ ପାଇଁ ନିୟୋଜିତ ଠିକା ସଂସ୍ଥା ପକ୍ଷରୁ ଏଭଳି କରାଯାଇଥିବା ନେଇ ବାମୁର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୧୯୩୪ରେ ଓଡ଼ିଶାରେ ପଦଯାତ୍ରାବେଳେ ଗାନ୍ଧିଜୀ ବାମୁରଠାରେ ରାତ୍ରିଯାପନ କରିଥିଲେ। ସେଠାକାର ଲୋକଙ୍କୁ ଏକାଠି କରି ସେ ନିଶା ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏହାପରଠାରୁ ଏହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ତତ୍‌କାଳନୀ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ର ଗାନ୍ଧିଜୀ ମେମୋରିଆଲ ଟ୍ରଷ୍ଟ ଗଠନ କରିଥିଲେ। ଏହାସହ ଡାକବଙ୍ଗଳାଠାରେ ନିର୍ମାଣ କରାଯାଇଥିଲା ଏହି ମହାମାନବଙ୍କ ପ୍ରତିମୂର୍ତ୍ତି। ହେଲେ ଏହି ପ୍ରତିମୂର୍ତ୍ତିକୁ ଠିକାସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯିବାକୁ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି। ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଡାକବଙ୍ଗଳା ରହିଛି। ଏବେ ରାଜପଥ ସମ୍ପ୍ରସାରଣ କରାଯାଇ ୪ ଲେନ କରାଯାଉଥିବାରୁ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରୁ ମାଟି ଖୋଳି ଦିଆଯାଇଛି। ଫଳରେ ପ୍ରତିମୂର୍ତ୍ତିଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେଠାରେ ପ୍ରଥମେ ଗାନ୍ଧିଜୀଙ୍କ ଏକ ନୂତନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ପୁରୁଣା ପ୍ରତିମୂର୍ତ୍ତି ଉଚ୍ଛେଦ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା ନ ହେଲେ ଆନ୍ଦୋଳନ କରାଯିବ ବୋଲି ବାମୁର ଦୁର୍ଗାପୂଜା କମିଟିର ସଭାପତି ବଳରାମ ପ୍ରଧାନ, ସମ୍ପାଦକ ସଞ୍ଜୀବ କୁମାର ପ୍ରଧାନ, ସତ୍ୟାନନ୍ଦ ସାହୁ, ନଳିନୀ ରଞ୍ଜନ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ପୀତବାସ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ବାଇକରୁ ପଡି ୩ ଗୁରୁତର

ବାଇକରୁ ପଡି ୩ ଗୁରୁତର

ପରଜଙ୍ଗ, ୧୩।୧୨(ଡି.ଏନ.ଏ):ଢ଼େଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିନ ମହାବିରୋଡ଼ ଛକଠାରୁ ଅଳ୍ପ ଦୂରରେ ଗୁରୁବାର ସକାଳେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାରୁ ସେଥିରେ ଯାଉଥିବା ମହାବିରୋଡ଼ ଗ୍ରାମର ନୀତିଆ ମୁଣ୍ଡା, ଶ୍ୟାମ ମୁଣ୍ଡା ଓ ଦଶୀପୁର ଗ୍ରାମର ପଦିଆ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି।

ଘର ଭାଙ୍ଗିଲା ଦନ୍ତା: ଅଳ୍ପକେ ବର୍ତ୍ତିଲେ ପରିବାର

ଘର ଭାଙ୍ଗିଲା ଦନ୍ତା: ଅଳ୍ପକେ ବର୍ତ୍ତିଲେ ପରିବାର

ପରଜଙ୍ଗ, ୧୩।୧୨(ଡି.ଏନ.ଏ): ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ ଲୋଧଣୀ ପଞ୍ଚାୟତ ଦଳିତ ବସ୍ତିରେ ବୁଧବାର ବିଳମ୍ବିତ ରାତିରେ ରବି ନାଏକ ଓ ବିରଞ୍ଚି ନାଏକଙ୍କ ଘର ଦନ୍ତା ଭାଙ୍ଗି ଦେଇଛି। ତେବେ ଦୁଇ ପରିବାର ଘରେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବିଦ୍ୟୁତ ତାର ଲାଗି ଜଳିଗଲା ଧାନ ବୋଝେଇ ଟ୍ରାକ୍ଟର

ବିଦ୍ୟୁତ ତାର ଲାଗି ଜଳିଗଲା ଧାନ ବୋଝେଇ ଟ୍ରାକ୍ଟର

ଛେଣ୍ଡିପଦା,୧୩।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ତାର ସସ୍ପର୍ଶରେ ଆସି ଏକ ଧାନ ବୋଝେଇ ଟ୍ରାକ୍ଟର ପୋଡ଼ି ଯାଇଛି। ଉକ୍ତ ଗ୍ରାମର ନେଙ୍କୁରୀ ସାହୁ ଟ୍ରାକ୍ଟର ଯୋଗେ ବିଲରୁ ଧାନ ଖଳାକୁ ଆଣୁଥିଲେ। ବରପଦା କେନ୍ଦୁପଶି ସାହି ନିକଟରେ ଗାଡ଼ିର ଡାଲାଟି ବିଦ୍ୟୁତ ତାରରେ ଲାଗି ଯାଇଥିଲା।

ମୂଲ୍ୟବୋଧଭିତ୍ତିକ ଆଧ୍ୟାତ୍ମିକ ସଶକ୍ତୀକରଣ କାର୍ଯ୍ୟକ୍ରମ: ‘ସକାରାତ୍ମକ ଭାବନା ସୁସ୍ଥ ସମାଜ ଗଢ଼ିବ’

ମୂଲ୍ୟବୋଧଭିତ୍ତିକ ଆଧ୍ୟାତ୍ମିକ ସଶକ୍ତୀକରଣ କାର୍ଯ୍ୟକ୍ରମ: ‘ସକାରାତ୍ମକ ଭାବନା ସୁସ୍ଥ ସମାଜ ଗଢ଼ିବ’

ଢେଙ୍କାନାଳ ଅଫିସ, ୧୩ା୧୨: ପିଲାଙ୍କୁ କେବଳ ପାଠକ୍ରମ ଅନୁଯାୟୀ ଶିକ୍ଷା ଦେଲେ ପରିବର୍ତ୍ତନ ଆସେନାହିଁ। ସେମାନଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିବାକୁ ହେଲେ ମୂଲ୍ୟବୋଧଭିତ୍ତିକ ଶିକ୍ଷା, ଚିନ୍ତାମୁକ୍ତ ଜୀବନ, ବ୍ୟକ୍ତିତ୍ୱ ବିକାଶ, ରାଜଯୋଗ ଅଭ୍ୟାସ, ନିଶାମୁକ୍ତ ସମାଜ ଗଠନ ସମ୍ପର୍କରେ ସଚେତନ କରାଯିବା ଜରୁରୀ। 

ଅଣ-ଅର୍ଦ୍ଧକୁଶଳୀକୁ ନେଇ କେଁ: ଅସନା ଦିଶିଲାଣି ଅନୁଗୋଳ ସହର

ଅଣ-ଅର୍ଦ୍ଧକୁଶଳୀକୁ ନେଇ କେଁ: ଅସନା ଦିଶିଲାଣି ଅନୁଗୋଳ ସହର

ଅନୁଗୋଳ ଅଫିସ, ୧୩।୧୨: ଅନୁଗୋଳ ସହରର ଅଳିଆ କେଉଁଠି ପଡ଼ିବ ତାହାକୁ ନେଇ ଦୀର୍ଘ ବର୍ଷ ହେଲା ବାଦ ବିବାଦ ଚାଲିଥିବା ବେଳେ ସଫେଇ କର୍ମଚାରୀଙ୍କ ଘନ ଘନ କାର୍ଯ୍ୟବନ୍ଦ ଆନ୍ଦୋଳନ ପୌର ପ୍ରଶାସନ ପାଇଁ ଏବେ ନୂଆ ଅଡ଼ୁଆ ସୃଷ୍ଟି କରିଛି। 

ଶେଲଟର ହୋମ୍‌ ଯୌନଶୋଷଣ ମାମଲା; ଫୟାଜ୍‌ଙ୍କ ଜାମିନ ଆବେଦନ ଖାରଜ

ଶେଲଟର ହୋମ୍‌ ଯୌନଶୋଷଣ ମାମଲା; ଫୟାଜ୍‌ଙ୍କ ଜାମିନ ଆବେଦନ ଖାରଜ

ଢେଙ୍କାନାଳ ଅଫିସ, ୧୨ା୧୨-ଢେଙ୍କାନାଳ ସଦର ଥାନା ବେଲଟିକିରିସ୍ଥିତ ‘ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର’ ଶେଲ୍‌ଟର ହୋମ୍‌  ଯୌନଶୋଷଣ ଏବଂ ଶିଶୁ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ଅନୁଷ୍ଠାନର ଚେୟାରମ୍ୟାନ ଫୟାଜ୍‌ ରେହମାନଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଛି। ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ଦାୟିତ୍ୱରେ ଥିବା ଅତିରିକ୍ତ ଜିଲା ଦୌରାଜଜ୍‌ କ୍ଷୀରୋଦ କୁମାର ଦାସ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

କୃଷି ବିଜ୍ଞାନ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ

କୃଷି ବିଜ୍ଞାନ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ

ଅନୁଗୋଳ ଅଫିସ, ୧୨।୧୨- ଅନୁଗୋଳ ପଞ୍ଚମହଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରକୁ ବୁଧବାର ପୂର୍ବାହ୍ନରେ ଜିଲାପାଳ ଅନିଲ କୁମାର ସାମଲ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମ ଦେଖିବା ସହ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ନୂତନ ଜ୍ଞାନ କୌଶଳରେ ଆମ୍ବ, କଦଳୀ ଚାଷ ଓ ଉନ୍ନତ କିଷମ ପରିବା ଚାରା ଉପତ୍ନ୍ନ ପ୍ରଣାଳୀକୁ ଜିଲାପାଳ ବୁଲି ଦେଖିଥିଲେ। 

ଗଡ଼ିଲା ପ୍ରଭାବଶାଳୀଙ୍କ ପାଚେରି, ଘର

ଗଡ଼ିଲା ପ୍ରଭାବଶାଳୀଙ୍କ ପାଚେରି, ଘର

ଅନୁଗୋଳ ଅଫିସ, ୧୨।୧୨- ଅନୁଗୋଳ ହେମସୁରପଡା ଡିଆସି ଛକ ଠାରୁ ମାଛ ମାର୍କେଟ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୦ରୁ ଊର୍ଦ୍ଧ୍ୱ ଘର ଉଚ୍ଛେଦ କରାଯାଇଥିଲା। ଏଥିରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିର୍ମାଣ ଅଂଶ ମଧ୍ୟ ଭଙ୍ଗା ଯାଇଥିଲା।

କଣିହାଁ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଯାନ

କଣିହାଁ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଯାନ

କଣିହାଁ, ୧୨ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣା ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ୨ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଯାନ ବୁଧବାର ପହଞ୍ଚିଛି। ବିଶେଷ କରି ଖଣି ପ୍ରଭାବିତ ଗ୍ରାମ ଓ ଡାକ୍ତରଖାନାରୁ ଦୂରରେ ଥିବା ଅଞ୍ଚଳବାସୀଙ୍କ ପାଇଁ ଏହି ଯାନର ବ୍ୟବସ୍ଥା କରାଯାଇଛି। 

ଡିହଡ଼ୋଳରେ ହାତୀ ଆକ୍ରମଣ: ଜଣେ ଗୁରୁତର

ଡିହଡ଼ୋଳରେ ହାତୀ ଆକ୍ରମଣ: ଜଣେ ଗୁରୁତର

ପରଜଙ୍ଗ,୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିିହଡ଼ୋଳ ଫରେଷ୍ଟ ସେକ୍‌ଶନ ଅଧୀନ କନ୍ଦରସିଂହା ପଞ୍ଚାୟତ ବାରଘରିଆ ସାହିର ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ବୁଧବାର ଆହତ ହୋଇଛନ୍ତି। 

ମନ୍ଦାର ମଣ୍ଡିରେ ଆରମ୍ଭରୁ ଅବ୍ୟବସ୍ଥା: ଖୋଲାରେ ପଡ଼ିଛି ୧୦୦୦ କୁଇଣ୍ଟାଲ ଧାନ

ଭୁବନ, ୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ମନ୍ଦାର ସେବା ସମବାୟ ସମିତି ଧାନମଣ୍ଡିରେ ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ସରକାରୀ ନିୟମକୁ ବେଖାତିର କରି ମିଲର ଧାନ କାଟ କରିବାକୁ କହିବା ପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚାଷୀ। ସମନ୍ବୟ ଅଭାବରୁ ଧାନକ୍ରୟ ହୋଇପାରି ନ ଥିବାବେଳେ ଖୋଲା ଆକାଶ ତଳେ ପଡ଼ିରହିଛି ୧୦୦୦ କୁଇଣ୍ଟାଲ ଧାନ।

ଶେଲଟର ହୋମ୍‌ ଯୌନଶୋଷଣ ମାମଲା: ତଦନ୍ତରେ ଶିଥିଳତା

ଶେଲଟର ହୋମ୍‌ ଯୌନଶୋଷଣ ମାମଲା: ତଦନ୍ତରେ ଶିଥିଳତା

ଢେଙ୍କାନାଳ ଅଫିସ, ୧୨ା୧୨: ‘ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର’ ଯୌନଶୋଷଣ ମାମଲାର ତଦନ୍ତ ଆଗକୁ ବଢୁନି। ଅନୁଷ୍ଠାନ ବେଆଇନ ଭାବେ ଚାଲିଥିବା ସ୍ପଷ୍ଟ ହୋଇସାରିଥିବାବେଳେ ତଦନ୍ତରେ ଶିଥିଳତା ଦୋଷୀଙ୍କୁ ଖସିଯିବା ପାଇଁ ବାଟ ଦେଖାଉଥିବା ସାଧାରଣରେ ଆଲୋଚନା ହେଉଛି।