ବାଲେଶ୍ୱର

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା, ୮।୩ (ଡି.ଏନ.ଏ.) - ରାଜବରହମପୁର ଥାନା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ କଇମହୁଡି ଗ୍ରାମର ଜଗନ୍ନାଥ ନାଏକ(୪୫) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଅପରାହ୍ନରେ ସେ ଶୌଚ ନିମନ୍ତେ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

All Right Reserved By

ବାଲେଶ୍ୱର

ଜବତ ଟ୍ରାକ୍ଟରରୁ ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୨୨।୬(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା-ମଣିନାଥପୁର ରାସ୍ତାରୁ ଜବତ ଅନ୍ୟ ୨ ବାଲିବୋଝେଇ ଟ୍ରାକ୍ଟରରୁ ଜରିମାନା ଆଦାୟ କରାଯାଇଛି। ବୁଧବାର ତହସିଲଦାର ପ୍ରଣୟ କୁମାର ଜେନା ମଣିନାଥପୁର ରାସ୍ତାରୁ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ।

୨୪ ଘଣ୍ଟା ବିଦ୍ୟୁତ୍‌ ସେବା ବ୍ୟାହତ

ବନ୍ତ,୨୨।୬(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ଅଞ୍ଚଳରେ ଗତ ଗୁରୁବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୨୪ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଥିଲା। ଗୁରୁବାର ଅପରାହ୍ନ ୨ଟାରେ ବର୍ଷା ହେବାରୁ ବିଦ୍ୟୁତ୍‌ କାଟ୍‌ କରାଯାଇଥିଲା।

ଗଞ୍ଜେଇ, ବ୍ରାଉନ୍‌ସୁଗାର ପେଣ୍ଠସ୍ଥଳୀ ବାଲେଶ୍ୱର ଚଢାଉ ଚାଲିଛି, ଖସିଯାଉଛନ୍ତି ଅସଲ ବେପାରୀ

ଗଞ୍ଜେଇ, ବ୍ରାଉନ୍‌ସୁଗାର ପେଣ୍ଠସ୍ଥଳୀ ବାଲେଶ୍ୱର ଚଢାଉ ଚାଲିଛି, ଖସିଯାଉଛନ୍ତି ଅସଲ ବେପାରୀ

ବାଲେଶ୍ୱର ଅଫିସ,୨୨।୬-ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ, ବ୍ରାଉନ୍‌ସୁଗାର ଓ ମଦ ଜବତ କରାଯାଉଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ।

‘ମନୋରଞ୍ଜନଧର୍ମୀ ପ୍ରଚାର ପ୍ରସାର ଅଧିକ ଗ୍ରହଣୀୟ’

‘ମନୋରଞ୍ଜନଧର୍ମୀ ପ୍ରଚାର ପ୍ରସାର ଅଧିକ ଗ୍ରହଣୀୟ’

ଧାମନଗର,୨୨।୬(ଡି.ଏନ.ଏ.)-ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ପ୍ରଚାର ପ୍ରସାର ପାଇଁ ସହଭାଗିତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସରକାରୀ ଯୋଜନା ବିଷୟରେ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ଲାଗି ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି।

କୁକୁର ଆକ୍ରମଣରେ ହରିଣ ମୃତ

କୁକୁର ଆକ୍ରମଣରେ ହରିଣ ମୃତ

ଆନନ୍ଦପୁର,୨୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବରାଙ୍ଗ ଜଙ୍ଗଲରୁ ଶୁକ୍ରବାର ଗଁା ମୁହଁା ହୋଇଥିବା ଗୋଟିଏ ହରିଣ କୁକୁର ପଲ ଆକ୍ରମଣରେ ମୃତ୍ୟୁ ଘଟିଛି।

ନିପା ରୋଗ ଭୟ

ନିପା ରୋଗ ଭୟ

ଚମ୍ପୁଆ,୨୨ା୬(ଡି.ଏନ.ଏ): ଭୂତାଣୁ ସଂକ୍ରମିତ ରୋଗ ନିପା ଏବେ ଭାରତରେ ଆତଙ୍କ ଖେଳାଇଛି। ବାଦୁଡି ଦ୍ୱାରା ଏହି ରୋଗ ବ୍ୟାପୁଥିବାରୁ ତାହାର ପ୍ରଭାବ ଦ୍ୱାରା ଦେଶୀ ଫଳ ଲୋକଙ୍କ ପାଇଁ ଅଲୋଡା ହୋଇ ପଡିଛି।

ସ୍କୁଲରେ ଯୋଗ ଦିବସ

ରାଇସୁଆଁ, ୨୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗ୍ରାମ ନିକଟରେ ଥିବା ଭୁବନାନନ୍ଦ ପବ୍ଲିକ ସ୍କୁଲରେ ଯୋଗ ଦିବସ ପାଳିତ ହୋଇଛି। ଯୋଗ ଶିବିରରେ ସ୍କୁଲ ପରିଚାଳକ ଦିଲୀପ ବେହେରା ଅଧ୍ୟକ୍ଷତା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା ଗିରି, ଲବଙ୍ଗ ମହାନ୍ତ, ଅହଲ୍ୟା ମହାନ୍ତଙ୍କ ସହ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଏବଂ ଛାତ୍ରୀଛାତ୍ର ଯୋଗ ଦେଇଥିଲେ।

ପାନୀୟଜଳ ପ୍ରକଳ୍ପ ନିର୍ମାଣରେ ଅନିୟମିତତା

ପାନୀୟଜଳ ପ୍ରକଳ୍ପ ନିର୍ମାଣରେ ଅନିୟମିତତା

ରାଇସୁଆଁ, ୨୨।୬(ଡି.ଏନ.ଏ.): ସରକାର ଲୋକଙ୍କୁ ଖାଦ୍ୟ ଏବଂ ପାନୀୟଜଳ ଯୋଗାଣ ପାଇଁ ବହୁ ଯୋଜନା କରିଛନ୍ତି। କେତେକ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ବହୁ ଯୋଜନା ବାଟବଣା ହେଉଛି। ତାହାର ସୁବିଧା ଲୋକଙ୍କ ନିକଟରେ ପହଞ୍ଚି ପାରୁନି।

୩ ଡିଜେ ଗାଡ଼ି ଅଟକ

ବାସୁଦେବପୁର,୨୨।୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଥାନା ପୋଲିସ ୩ଟି ଡିଜେ ଗାଡ଼ିକୁ ଥାନାରେ ଅଟକ ରଖିଛି। ପୋଲିସ ଗାଡିଗୁଡ଼ିକର କାଗଜପତ୍ର ଯାଞ୍ଚ କରିଛି।

ଅବସାଦ ଦୂର କରେ ସଙ୍ଗୀତ

ଅବସାଦ ଦୂର କରେ ସଙ୍ଗୀତ

ଭଦ୍ରକ ଅଫିସ,୨୨।୬-ଭଦ୍ରକ ମଠସାହିସ୍ଥିତ ଉତ୍କଳ ମ୍ୟୁଜିକ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଇନଷ୍ଟିଚ୍ୟୁଟଠାରୁ ଛାତ୍ରୀଛାତ୍ରଙ୍କ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଟାଉନ ହଲ୍‌ଠାରେ ପହଞ୍ଚିଥିଲା।

ଶରୀର ସୁସ୍ଥ ଲାଗି ଯୋଗ ଜରୁରୀ

ଧାମନଗର,୨୨।୬(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ମହେଶ୍ୱର ସ୍ବାଇଁ ଆୟୋଜିତ ଶିବିରକୁ ଉଦ୍‌ଘାଟନ କରିଥିଲେ।

ନିଖୋଜ ନାବାଳକକୁ ଖୋଜି ପାଇଲା ପୋଲିସ୍‌

ନିଖୋଜ ନାବାଳକକୁ ଖୋଜି ପାଇଲା ପୋଲିସ୍‌

ଉଦଳା, ୨୨।୬ (ଡି.ଏନ.ଏ.) -ନିଜ ବାପାମା’ଙ୍କ ସହ ଶୁକ୍ରବାର ସକାଳେ ଯାତ୍ରୀବାହୀ ବସ୍‌ରେ ଖୁଣ୍ଟାରୁ ଉଦଳା ଆସୁଥିବା ଜଣେ ୭ ବର୍ଷୀୟ ନାବାଳକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ସମୟ ଛାନଭିନ କରିବା ପରେ ପୋଲିସ ଉଦଳା-ବାରିପଦା ରାସ୍ତାର କହ୍ନେଇବନ୍ଧ ଛକ ନିକଟରୁ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Model This Week

ପ୍ରଭାତ