ବାଲେଶ୍ୱର

ପାଣି ସମସ୍ୟାରେ ଅତିଷ୍ଠ ମହିଳା

ବଡ଼ସାହି,୮।୩(ସ୍ବ.ପ୍ର)- ଦିନକୁ ଦିନ ଖରା ବଢି ଚାଲିଥିବା ବେଳେ ପିଇବା ପାଣି ସମସ୍ୟା ବଢିବାରେ ଲାଗିଛି । ଏହି ସମସ୍ୟାକୁ ସୁଧାରିବା ପାଇଁ ସୁହାଗପୁର ପଞ୍ଚାୟତର ଶତାଧିକ ମହିଳା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗରୁ ଜଣାଯାଏ, ସୁହାଗପୁର ପଞ୍ଚାୟତ ୧ନମ୍ବର ୱାର୍ଡରେ ବସବାସ କରୁଥିବା ଗୁଡନା ସାହି ଓ କାଳିଆ ସାହିରେ ମାତ୍ର ଗୋଟିଏ ଲେଖାଏଁ ନଳକୂଅ ରହିଛି। ଫଳରେ ସେହି ୱାର୍ଡରେ ଥିବା ୫୦ ପରିବାରର ୩ଶହରୁ ଉର୍ଦ୍ଧ୍ୱ ଲୋକ ଖରାଦିନେ ପାଣି ପାଇଁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ନଳକୂଅରୁ ପର୍ଯ୍ୟାପ୍ତ ପରିମାଣର ପାଣି ବାହାରୁ ନଥିବା ବେଳେ , ପୋଖରୀ ଶୁଖିଯିବା ଦ୍ୱାରା ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେଇ ସାହିରେ ନୂତନ ଭାବେ ଗୋଟିଏ ଲେଖାଏଁ ନଳକୂପ ଖନନ କରିବାକୁ ମାମା ହାଁସଦା, ରାଣୀ ସୋରେନ, ମାନ ମୁର୍ମୂ, ଜୟନ୍ତୀ ହାଁସଦା ଓ ମାଇନ ହାଁସଦା ପ୍ରମୁଖ ଦାବି କରିଛନ୍ତି । ଫଟୋ- ପାନୀୟ ଜଳ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ମହିଳା
All Right Reserved By

ବାଲେଶ୍ୱର

ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ଖଇରା,୨୩।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅନ୍ତରା ପଞ୍ଚାୟତ ଅଧୀନ ମହତୀପୁର ଗ୍ରାମର ବାସୁଦେବ ଜେନାଙ୍କ ସ୍ତ୍ରୀ ଝୁନୁ(୨୫)ଙ୍କ ମୃତଦେହ ତାଙ୍କ ଘର ପାଖ ପୋଖରୀରୁ ରବିବାର ପୂର୍ବାହ୍ନରେ ଉଦ୍ଧାର କରାଯାଇଛି ।

ସ୍କାଉଟ ଗାଇଡ୍‌ ପକ୍ଷରୁ ଟ୍ରାଫିକ ସଚେତନତା

ସ୍କାଉଟ ଗାଇଡ୍‌ ପକ୍ଷରୁ ଟ୍ରାଫିକ ସଚେତନତା

କେନ୍ଦୁଝର,୨୩।୯(ସ୍ବ.ପ୍ର.): ସ୍ଥାନୀୟ ନରସିଂହ ସ୍ବାଇଁ ପୋଲିସ ଉଚ୍ଚ ବିଦ୍ୟାଳୟ ସ୍କାଉଟ ଗାଇଡ୍‌ ପକ୍ଷରୁ   ଜିଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଟ୍ରାଫିକ ସଚେତନତା ଓ ପରିଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମୁରଲୀ ହତ୍ୟାକାଣ୍ଡ ଘଟଣା: ଆଉ ୩ ଗିରଫ

ମୁରଲୀ ହତ୍ୟାକାଣ୍ଡ ଘଟଣା: ଆଉ ୩ ଗିରଫ

ବନ୍ତ,୨୩।୯(ସ୍ବ.ପ୍ର.):ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ବାଲିପୋଖରୀ ବଜାରରେ ହୋଇଥିବା ମୁରଲୀ ଜେନା ହତ୍ୟାକାଣ୍ଡ ଘଟଣାରେ ଆଗରପଡା ପୋଲିସ ଶନିବାର ରାତିରେ ଆଉ ୩ ଜଣଙ୍କୁ ଗିରଫ କରିଛି।

ପୋଖରୀରେ ବୁଡି ଦୁଇ ଛାତ୍ରୀ ମୃତ

ପୋଖରୀରେ ବୁଡି ଦୁଇ ଛାତ୍ରୀ ମୃତ

ସଜନାଗଡ, ୨୩।୯(ଡି.ଏନ.ଏ.): ନୀଳଗିରି ଏନଏସସି ଅନ୍ତର୍ଗତ ବାଲିଗୁହାରୀ ଗ୍ରାମରେ ପୋଖରୀରେ ବୁଡି ଦୁଇ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ହୋଇଛନ୍ତି। 

ଗୁଳି ଫୁଟାଇ ଲୁଟିନେଲେ ଦେଢ ଲକ୍ଷ

ଗୁଳି ଫୁଟାଇ ଲୁଟିନେଲେ ଦେଢ ଲକ୍ଷ

 ବନ୍ତ,୨୩।୯(ସ.ପ୍ର.): ବାଲେଶ୍ୱର ଜିଲା ଆଗରପଡ଼ା ଥାନା ଅଧୀନରେ ଥିବା ଏକ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କଠାରୁ ଶନିବାର ରାତି ସାଢେ ୧୦ଟାରେ ଗୁଳି ଫୁଟାଇ ଦୁର୍ବୃତ୍ତ ଦେଢ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଲୁଟି ନେଇଛନ୍ତି। 

ଧର୍ମାନ୍ତରୀକରଣ ପାଇଁ ଶବ ଦୁଇ ଦିନ ପଡିରହିଲା

ଧର୍ମାନ୍ତରୀକରଣ ପାଇଁ ଶବ ଦୁଇ ଦିନ ପଡିରହିଲା

ରାଇସୁଆଁ,୨୩।୯(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଧର୍ମାନ୍ତରୀକରଣ ଯୋଗୁ ସାମାଜିକ ବାସନ୍ଦ ସହ ଧର୍ମପରିବର୍ତ୍ତନ କରିଥିବା ଲୋକଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ଦିଆଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି।

ବନବିଭାଗ ଓ ପୋଲିସର ମିଳିତ ଚଢାଉ: ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ବନବିଭାଗ ଓ ପୋଲିସର ମିଳିତ ଚଢାଉ: ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ବଡବିଲ,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସାନ୍ତବାହାଳ ଅଞ୍ଚଳରେ ଶନିବାର ରାତିରେ ବନ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଲକ୍ଷାଧିକ ଟଙ୍କାର ଚୋରା ଚାଲାଣ ନିମନ୍ତେ ଗଚ୍ଛିତ ଥିବା ଶାଳ ଓ ପିଆଶାଳର ୯୪ ଖଣ୍ଡ କାଠ ସହ ଦୁଇଟି ବାଇକ ଜବତ କରିଛନ୍ତି।

ମହଙ୍ଗା କ୍ଲବ୍‌

ମହଙ୍ଗା କ୍ଲବ୍‌

ଅବସର ବିନୋଦନ ପାଇଁ ଆଜିର ଯୁବ ସମାଜ ବିଭିନ୍ନ କ୍ଲବ୍‌ ଏବଂ ପବ୍‌ କୁ ଯାଇ ସାଙ୍ଗସାଥୀଙ୍କ ସହ ମଉଜ ମସ୍ତି କରୁଥିବାର ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସଂସ୍ଥା ଯୁବ ପିଢିଙ୍କୁ ଆକୃଷ୍ଟ କରିବା ଲାଗି ଭିନ୍ନ ଭିନ୍ନ ଆକର୍ଷକ ଇଣ୍ଟେରିୟର ସହ ନୂଆ ନୂଆ ଥିମ୍‌ ଉନ୍ମୋଚନ କରିଥାନ୍ତି।

ଜମି ନାମଜାରି କରାଇଦେବାକୁ ଲାଞ୍ଚ, ଆରଆଇଙ୍କ ସମେତ ୩ ଗିରଫ

ଜମି ନାମଜାରି କରାଇଦେବାକୁ ଲାଞ୍ଚ, ଆରଆଇଙ୍କ ସମେତ ୩ ଗିରଫ

ସୋର, ୨୩ା୯(ଡି.ଏନ.ଏ.)-ଜମି ନାମଜାରି କରାଇଦେବାକୁ କହି ଜଣେ ଜମିମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସୋର ତହସିଲ ଅଧୀନ କେଦାରପୁର ସର୍କଲ ଆରଆଇ, ପିଅନ ଓ ମଧ୍ୟସ୍ଥି ଶନିବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।

୪ ମାସ ଧରି ଥମୁନି ହାତୀ ଆତଙ୍କ

୪ ମାସ ଧରି ଥମୁନି ହାତୀ ଆତଙ୍କ

ସଜନାଗଡ଼, ୨୩।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତକୁ ଲାଗି ରହିଥିବା ତିନିକୋଶିଆ ଜଙ୍ଗଲରେ ୨ ହାତୀ ୪ମାସରୁ ଊର୍ଦ୍ଧ୍ୱ ଦିନ ରହି ବ୍ୟାପକ କ୍ଷତି ଘଟାଇଛନ୍ତି।

ଯୁଗଡ଼ିହାରେ ୭ ପରିବାର ଘର ଭାଙ୍ଗିଲା

ଯୁଗଡ଼ିହାରେ ୭ ପରିବାର ଘର ଭାଙ୍ଗିଲା

ବାଲିଆପାଳ, ୨୩ା୯(ଡି.ଏନ.ଏ.)-ଗତ ୩ ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାର ପ୍ରକୋପ ଶନିବାର କମିଛି । କିନ୍ତୁ ଲୋକଙ୍କର ଦୁର୍ଦ୍ଦଶା ବଢ଼ିଛି। ରାସ୍ତା, ଘାଟ ସବୁ କର୍ଦ୍ଦମାକ୍ତ ହୋଇ ଯାତାୟାତରେ ବାଧା ସୃଷ୍ଟି ହୋଇଛି।

ଧୁମ୍‌ଧାମ୍‌ରେ ସରିଲା ମହରମ ପର୍ବ

ଧୁମ୍‌ଧାମ୍‌ରେ ସରିଲା ମହରମ ପର୍ବ

ଜଳେଶ୍ୱର, ୨୩ା୯ (ଡି.ଏନ.ଏ.)-ମହରମ ପର୍ବ ଉପଲକ୍ଷେ ଜଳେଶ୍ୱର ସହରରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ତାଜିଆ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି।