ବାଲେଶ୍ୱର

ଛାତ୍ର ସଂସଦ ଆନ୍ଦୋଳନ ପ୍ରତ୍ୟାହୃତ

ବାରିପଦା ଅଫିସ,୮।୩- ବାରିପଦା ତକତପୁରସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟରେ ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟା ଲାଗି ରହିଛି। ଏହାର ସମାଧାନ ପାଇଁ ଛାତ୍ର ସଂସଦ ପକ୍ଷରୁ ଗତ ମଙ୍ଗଳବାରଠାରୁ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ ଜାରି ରହିଥିଲା। ତେବେ କର୍ତ୍ତୃପକ୍ଷ ଏହି ଘଟଣା ସମାଧାନ ପ୍ରତି ତତ୍ପରତା ନ ଦେଖାଇବାରୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଛି। ବାରିପଦା ଉପଜିଲାପାଳ ମହମ୍ମଦ ଅବଦୁଲ ଅଖତର ଗୁରୁବାର ଅପରାହ୍ନରେ ବିଶ୍ୱବିଦ୍ୟାଳୟରେ ପହଞ୍ଚତ୍ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହିତ କୁଳପତି ପ୍ରଦୀପ ଚାନ୍ଦଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ଛାତ୍ରୀଛାତ୍ରଙ୍କ ଦାବିଗୁଡିକ ସମ୍ପର୍କରେ ଆସନ୍ତା ୧୪ ତାରିଖରେ ସିଣ୍ଡିକେଟ ବୈଠକରେ ଆଲୋଚନା କରାଯାଇ ସମାଧାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ର ସଂସଦ ଆନ୍ଦୋଳନ ପ୍ରତ୍ୟାହାର କରିଛି। ସୂଚନା ମୁତାବକ ବିଶ୍ୱ ବିଦ୍ୟାଳୟ ପରିସରରେ ପୋଲିସ ଫାଣ୍ଡି, ଏଟିଏମ କାଉଣ୍ଟର, ଛାତ୍ରାବାସକୁ ରାସ୍ତା, ଆକ୍ୱାଗାର୍ଡ ବ୍ୟବସ୍ଥା, ବ୍ୟାୟାମ ଉପକରଣ, ୩ ଟି ସାଇକେଲ ଷ୍ଟାଣ୍ଡ, ଆବଶ୍ୟକ ବେଞ୍ଚ ଡେସ୍କ ଓ ଯୋଗ କ୍ଳାସ ପାଇଁ ଦରି ଶୀଘ୍ର ଯୋଗାଇ ଦିଆଯିବ ବୋଲି ଆଲୋଚନାରେ ସ୍ଥିର ହୋଇଛି। ଏହା ସହିତ ଛାତ୍ର ସଂସଦର ବହୁ ପ୍ରସ୍ତାବିତ ସ୍ନାତକୋତ୍ତର ଭାଷା ବିଦ୍ୟାଳୟ(ଓଡିଆ, ସଂସ୍କୃତ, ହିନ୍ଦୀ, ଇଂଲିଶ) ବିଭାଗ ଗୁଡିକ ସହିତ ବିଶ୍ୱବିଦ୍ୟାଳୟର ସର୍ବପୁରାତନ ବିଭାଗ ନୃତତ୍ତ୍ୱ ଏବଂ ଆଦିବାସୀ ଶିକ୍ଷା ବିଭାଗ ଏବଂ ଶିକ୍ଷା ବିଭାଗ ଓ ଅନ୍ୟାନ୍ୟ ଏସଏଫସି ବିଭାଗଗୁଡିକୁ ରେଗୁଲାର କରିବା, କେନ୍ଦୁଝରସ୍ଥିତ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସଠାରେ ସ୍ନାତକୋତ୍ତର ଭାଷା ବିଦ୍ୟାଳୟ(ଓଡିଆ, ସଂସ୍କୃତ, ହିନ୍ଦୀ, ଇଂଲିଶ) ବିଭାଗଗୁଡିକର ୧୧ ଗୋଟି ଶିକ୍ଷକ ପଦବୀଗୁଡିକୁ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ବାରିପଦାକୁ ପ୍ରଦାନ କରିବା, ଏସଏଫସି ବିଭାଗଗୁଡିକରେ ଖାଲି ପଡିଥିବା ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଶିଘ୍ର ପୂରଣ କରିବା ଆଦି ଦାବି ସମ୍ପର୍କରେ ସିଣ୍ଡିକେଟ ବୈଠକରେ ଆଲୋଚନା ହେବ ବୋଲି କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଛାତ୍ର ସଂସଦ ସଭାପତି ତୁଷାର କୁମାର ନାୟକ, ସାଧାରଣ ସମ୍ପାଦକ ରଜତ କୁମାର ଘୋଷ, ଛାତ୍ର ନେତା ସୁନୀଲ ନାୟକ, ଶଂକର୍ଷଣ ପଣ୍ଡା, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ।
All Right Reserved By

ବାଲେଶ୍ୱର

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

ଭଦ୍ରକ ଅଫିସ, ୨୦।୩: ଭଦ୍ରକ ଜିଲା ମିର୍ଜାପୁର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୁଣା ବଜାର ପୋଲିସ ୧୦୦୦ ଲିଟର ଦେଶୀ ମଦ ବୋଝେଇ ଏକ ବୋଲେରୋ ଜବତ କରିଛି l 

ଦୂଷିତ ପାଣି ନେଲାଣି ୧୫ ଜୀବନ:  ବ୍ୟାପୁଛି କିଡ୍‌ନୀ ବେମାରୀ

ଦୂଷିତ ପାଣି ନେଲାଣି ୧୫ ଜୀବନ: ବ୍ୟାପୁଛି କିଡ୍‌ନୀ ବେମାରୀ

ଆନନ୍ଦପୁର, ୨୦।୩(ସ୍ବ.ପ୍ର.)- ଆନନ୍ଦପୁର ବ୍ଲକ କୋଡ଼ପଡା ପଞ୍ଚାୟତର ତନେଇପାଳ ଗାଁ। ଦୀର୍ଘ ବର୍ଷ ଧରି ଯେଉଁଠି ମୁଖ୍ୟ ସମସ୍ୟା ହେଉଛି କିଡ୍‌ନୀ ରୋଗ।

୬୭ ବର୍ଷରେ ଦୋଳ ମେଳଣ: ମଣ୍ଡପରେ ଶୋଭା ପାଉଛନ୍ତି ରାଧାକୃଷ୍ଣ

୬୭ ବର୍ଷରେ ଦୋଳ ମେଳଣ: ମଣ୍ଡପରେ ଶୋଭା ପାଉଛନ୍ତି ରାଧାକୃଷ୍ଣ

ଝୁମ୍ପୁରା, ୨୦।୩ (ଡି.ଏନ.ଏ.)-ଝୁମ୍ପୁରା ଦୋଳ ପଡିଆ ଠାରେ ୧୬ ତାରିଖଠାରୁ ଆରମ୍ଭ ହୋଇଛି ଦୋଳ ଉତ୍ସବ।  ପରମ୍ପରାର ସ୍ମୃତି ବହନ କରୁଥିବା ଝୁମ୍ପୁରା ଦୋଳ ଉତ୍ସବ ଚଳିତ ବର୍ଷ ୬୭ ବର୍ଷରେ ପଦାର୍ପଣ କରିଛି। ଉତ୍ସବ ଆରମ୍ଭରୁ ପ୍ରତିକୂଳ ପାଗ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଭିଡ କିଛିଟା କମ୍‌ ପରିଲକ୍ଷିତ ହେଉଥିଲେ ହେଁ, ଗ୍ରାମବାସୀଙ୍କ ଭିତରେ ଉତ୍ସାହ କମ ହୋଇନାହିଁ। 

ନିର୍ବାଚନ ଲାଗି ପୋଲିସ ଅଧିକାରୀଙ୍କୁ ତାଲିମ: ‘ଦାୟିତ୍ୱ ପାଳନ ବେଳେ ନିରପେକ୍ଷତା ଅବଲମ୍ବନ କର’

ନିର୍ବାଚନ ଲାଗି ପୋଲିସ ଅଧିକାରୀଙ୍କୁ ତାଲିମ: ‘ଦାୟିତ୍ୱ ପାଳନ ବେଳେ ନିରପେକ୍ଷତା ଅବଲମ୍ବନ କର’

ବାଲେଶ୍ୱର ଅଫିସ, ୨୦।୩-ବାଲେଶ୍ୱର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ମଙ୍ଗଳବାର ଆଗାମୀ ସାଧାରଣ ନିର୍ବାଚନ-୨୦୧୯ କାର୍ଯ୍ୟରେ ମୁତୟନ ହେବାକୁ ଥିବା ପୋଲିସ ଅଧିକାରୀମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଏଟିଏମ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌

ଏଟିଏମ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌

ବସ୍ତା, ୨୦।୩(ସ୍ବ.ପ୍ର)-ସିଂଲା ଥାନା ରଘୁନାଥପୁର ପଞ୍ଚାୟତର କାଣ୍ଡଗାଁସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌କୁ ଦୁର୍ବୁତ୍ତମାନେ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ କରିନେଇଛନ୍ତି। ଏନେଇ ବ୍ୟାଙ୍କର ଶାଖା ପରିଚାଳକଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ବାଲେଶ୍ୱର ଏସ୍‌ପିଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। 

ପରିବେଶ ଆଇନ ଉଲ୍ଲଘଂନ ମହଙ୍ଗା ପଡିଲା:  ସେକସରାଇ ବାଲିଖାଦାନ ବନ୍ଦ କଲେ ତହସିଲଦାର

ପରିବେଶ ଆଇନ ଉଲ୍ଲଘଂନ ମହଙ୍ଗା ପଡିଲା: ସେକସରାଇ ବାଲିଖାଦାନ ବନ୍ଦ କଲେ ତହସିଲଦାର

ଜଳେଶ୍ୱର, ୨୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ସେକ୍‌ସରାଇ(ଖ) ବାଲିଖାଦାନରେ ସମସ୍ତ ପରିବେଶ ଆଇନକୁ ଉଲ୍ଲଂଘନ କରାଯାଇ ବେଆଇନ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଥିଲା।

ଅଦିନିଆ ବର୍ଷାରେ କୋବି ଫସଲ କ୍ଷତିଗ୍ରସ୍ତ

ଅଦିନିଆ ବର୍ଷାରେ କୋବି ଫସଲ କ୍ଷତିଗ୍ରସ୍ତ

ଚମ୍ପୁଆ, ୧୯।୩ (ଡି.ଏନ.ଏ.)-ତିନିଦିନ ଧରି ଚମ୍ପୁଆ ଅଞ୍ଚଳରେ ଲାଗିରହିଥିବା ବର୍ଷା ଫଳରେ ପନିପରିବା ଚାଷୀମାନେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ ଭାବେ ପରିବା ଚାଷୀଙ୍କ ଉପରେ ଏହାର ପ୍ରଭାବ ପ୍ରବଳ ମାତ୍ରାରେ ପଡିଛି। 

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

‘ସମୟାନୁବର୍ତ୍ତିତା ଦେଇଛି ଜୀବିକା ’: ୬ ମାସ ଚାଷ, ୪ ମାସ ଲସି ବେପାର

ଭଦ୍ରକ ଅଫିସ, ୧୯।୩- ସମୟର ସଦୁପଯୋଗ କଲେ କାହା ପେଟ ଅପୋଷା ରହିବ ନାହିଁ ା ଏକଥା କହିଛନ୍ତି  ଅନନ୍ତ କୁଅଁର(୫୦)। ପେଶାରେ ସେ ଜଣେ ଚାଷୀ। ଘର ତିହିଡି ବ୍ଳକ ବୁଡଙ୍ଗ ଗାଁରେ। ବର୍ଷା ଦିନେ ବିଲରେ ହଳ କରି ଚାଷ କରି ଫସଲ ଉତ୍ପାଦନ କରିଥାନ୍ତି। ଗାଁରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଖରାଦିନ ଆସିଲେ କୌଣସି ଫସଲ କରି ପାରି ନ ଥାନ୍ତି।  

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ  ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି: ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଦଳି ଦାବି, ଥାନାରେ ଅଭିଯୋଗ

ବାରିପଦା ଅଫିସ,୧୯।୩- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖା ଦେଇଛି। କୁଳସଚିବ ପ୍ରମୋଦ କୁମାର ଶତପଥୀ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବାର କରିବା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରମାନେ ଘଟଣା ସମ୍ପର୍କରେ କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କୁ ଅବଗତ କରାଇବା ସହିତ ୨୪ ଘଣ୍ଟା ମଧ୍ୟରେ କୁଳସଚିବଙ୍କ ବଳଦି ଦାବି କରିଛନ୍ତି। 

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା:  ଅଭିଯୁକ୍ତ ଗିରଫ

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସଜନାଗଡ଼, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଗତ ଫେବୃୟାରୀ ୮ତାରିଖରେ ଜଣେ ଅଜଣା ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଦେଢ଼ମାସ ପରେ ନୀଳଗିରି ପୋଲିସ୍‌ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ, ସ୍ତ୍ରୀ ଗୁରୁତର

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି।

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ଜାତୀୟ ରାଜପଥରେ ଜଳିଗଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୧ ଛାତ୍ରୀଛାତ୍ର

ପାଟଣା,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ପାଟଣା-କରଞ୍ଜିଆ ରାସ୍ତାର ଧାନବେଣୀ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଟାଟା ମ୍ୟାଜିକ୍‌ ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରୁ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା