ମେଟ୍ରୋ |

ବୃଦ୍ଧ ଦମ୍ପତିଙ୍କ ମୁଣ୍ଡରେ ବିୟର ବୋତଲ ଭାଙ୍ଗିଲେ ଟ୍ରକ ଡ୍ରାଇଭର

ବୃଦ୍ଧ ଦମ୍ପତିଙ୍କ ମୁଣ୍ଡରେ ବିୟର ବୋତଲ ଭାଙ୍ଗିଲେ ଟ୍ରକ ଡ୍ରାଇଭର
ଭୁବନେଶ୍ୱର, ୮।୩(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ପୁରୁଷୋତ୍ତମପୁର ବସ୍ତିରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ ବୃଦ୍ଧ ଦମ୍ପତିଙ୍କୁ ଜଣେ ଟ୍ରକ ଡ୍ରାଇଭର ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ତେବେ ଏତିକିରେ ସେ ଶାନ୍ତ ପଡ଼ି ନ ଥିଲେ। ଶେଷରେ ଏକ ବିୟର ବୋତଲ ଉଭୟଙ୍କ ମୁଣ୍ଡରେ ପିଟିଦେଇଥିଲେ। ଫଳରେ ବୋତଲ କାଚ ଭାଙ୍ଗି ସେମାନଙ୍କ ମୁଣ୍ଡରେ ପଶିଯିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆହତ ଦମ୍ପତି ହେଲେ ଦୀନବନ୍ଧୁ ବେହେରା ଓ ତିଲ ବେହେରା। ସୂଚନାଯୋଗ୍ୟ, ଦୀନବନ୍ଧୁ ଏବଂ ତିଲ ବିଭିନ୍ନ ଜାଗାରେ ଆବର୍ଜନାରୁ ପ୍ଲାଷ୍ଟିକ ଏବଂ ମଦ ବୋତଲ ଗୋଟାଇ ଚଳନ୍ତି। ଘରଦ୍ୱାର ନ ଥିବାରୁ ରାସ୍ତାକଡ଼ରେ ବିଶ୍ରାମ ନିଅନ୍ତି। ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ସେମାନେ ପୁରୁଷତ୍ତୋମବସ୍ତିରେ ଏକ ଗଛମୂଳେ ବିଶ୍ରାମ କରୁଥିଲେ। ଏହି ସମୟରେ ହଠାତ୍‌ ବିଜୁ ନାମକ ଜଣେ ଟ୍ରକ୍‌ ଡ୍ରାଇଭର ସେଠାକୁ ଆସି ଗାଡ଼ିରୁ ଟଙ୍କା ଚୋରି କରିଛ ବୋଲି କହି ଦୀନବନ୍ଧୁ ଏବଂ ତିଲଙ୍କୁ ମାଡ଼ ମାରିଥିଲେ। ଜୀବନ ବିକଳରେ ଦୁହେଁ ଦୌଡ଼ୁଥିବାବେଳେ ବିଜୁ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ବିୟର ବୋତଲରେ ଦୁହିଁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ପହଞ୍ଚତ୍ ଟ୍ରକ୍‌ ଡ୍ରାଇଭରଙ୍କୁ କାବୁ କରିବା ସହ ନିସ୍ତୁକ ମାଡମାରି ପୋଲିସ ଜିମା ଦେଇଛନ୍ତି।
All Right Reserved By

ମେଟ୍ରୋ |

ପ୍ରକାଶ ପାଇଲା ଭାଜପା ର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ପୁରୀରୁ ଲଢ଼ିବେ ଡା. ସମ୍ବିତ ପାତ୍ର

ପ୍ରକାଶ ପାଇଲା ଭାଜପା ର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ପୁରୀରୁ ଲଢ଼ିବେ ଡା. ସମ୍ବିତ ପାତ୍ର

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୩/୩(ବ୍ୟୁରୋ)-  ଲୋକସଭା ନିର୍ବାଚନ ପାଇଁ ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୫ ଆସନ ଲାଗି ନାମ ଘୋଷଣା ହୋଇଛି।

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ମାମଲା: ରାଜ୍ୟ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ଆଦେଶ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ମାମଲା: ରାଜ୍ୟ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ଆଦେଶ

କଟକ ଅଫିସ,୨୨।୩: ୨୦୧୪ ମସିହାରେ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରୀପାଲିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ହୋଲିରେ ଚୋରା ମଦ ବିକ୍ରିକୁ ନେଇ ତାତିଲେ ମହିଳା, ଏରବଙ୍ଗ ହାଟ ବଜାରରେ ଭାଙ୍ଗିଲେ ୩ ମଦ ଦୋକାନ

ଗୋପ,୨୨।୩(ଡି.ଏନ୍‌.ଏ.): ଗୋପ ପୋଲିସ ହୋଲିପର୍ବକୁ ଶାନ୍ତିଶୃଙ୍ଖଳାରେ କରିବା ଲାଗି ଥାନା ଅଧୀନରେ ଥିବା କେତେକ ଚୋରା ମଦ ବେପାରୀଙ୍କ ସହ ପ୍ରାୟ ୧୦୦ ରୁ ଅଧିକ ଦେଶୀବିଦେଶୀ ମଦ ବୋତଲ ଜବତ କରିଛି। 

ଟ୍ରେନ୍‌ ଧକ୍କାରେ ହରିଣ ମୃତ, ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ପ୍ରାଚୀର କରିବା ଦାବି

ଟ୍ରେନ୍‌ ଧକ୍କାରେ ହରିଣ ମୃତ, ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ପ୍ରାଚୀର କରିବା ଦାବି

ରଘୁନାଥପୁର,୨୨।୩(ଡି.ଏନ୍‌.ଏ.): ଗୋପାଳପୁର ଛପଲିଆ ନିକଟରେ ଶୁକ୍ରବାର ଭୋର ସମୟରେ ଟ୍ରେନ୍‌ ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି। ଖାଦ୍ୟ ଅନ୍ବେଷଣରେ ଧଳତଙ୍ଗଗଡ଼ ଜଙ୍ଗଲରୁ ଶତାଧିକ ହରିଣ ଆସିଥିବା ବେଳେ ଗୋଟିଏ ହରିଣକୁ ଟ୍ରେନ୍‌ ଧକ୍କା ଦେଇଥିଲା। 

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଆଜି ପ୍ରକାଶ ପାଇପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ନୂଆଦିଲୀ/ଭୁବନେଶ୍ୱର,୨୨।୩ (ବ୍ୟୁରୋ) : କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା ଶୁକ୍ରବାର ପ୍ରକାଶ ପାଇପାରେ। ଏଥିପାଇଁ ଦିଲୀର ୧୦ ଲୋଧିରୋଡ୍‌ରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରିରହିଛି।

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ହୋଲିରେ ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ: ୬ ଆହତ; ପିସିଆର୍‌, ହୋଟେଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସାରା ରାଜ୍ୟରେ ହୋଲିକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡାରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୬ଜଣ ଆହତ ହୋଇଥିବା ସୂଚନା ମିଳିଛି।

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

କଳିଙ୍ଗ ପାହାଡ଼ରେ ପଥର ବିସ୍ଫୋରଣ: ଅତଡ଼ା ଖସି ଶ୍ରମିକ ମୃତ

ଖୋର୍ଦ୍ଧା ଅଫିସ,୨୨।୩: ଖୋର୍ଦ୍ଧା ତହସିଲ ମଳିପଡା ନିକଟସ୍ଥ କଳିଙ୍ଗ ପାହାଡ଼ରେ ଶୁକ୍ରବାର ପୂର୍ବାହ୍ନରେ ପଥର ବିସ୍ଫୋରଣ ସମୟରେ ଅତଡ଼ା ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ଚୋରା ବନ୍ଧୁକ କାରବାର ଘଟଣାରେ ୭ ଅଟକ

ପୁରୁଣା ଭୁବନେଶ୍ୱର,୨୨।୩(ଡି.ଏନ୍‌.ଏ.): ଗୁରୁବାର ବିଳମ୍ବିତ ରାତିରେ ଧଉଳି ଥାନା ଅଞ୍ଚଳରେ ଚୋରା ବନ୍ଧୁକ କାରବାର କରିବା  ଘଟଣାରେ ପୋଲିସ ୭ଜଣଙ୍କୁ ଅଟକ ରଖିଛି। 

ପୁରୀରେ ହୋଲି

ପୁରୀରେ ହୋଲି

ପୁରୀ ଅଫିସ, ୨୨।୩: ରଙ୍ଗର ପର୍ବ ହୋଲି ପୁରୀ ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଶ୍ରୀକ୍ଷେତ୍ରର ସାହିଗଳିରେ ଉତ୍ସାହର ସହ ଏହାକୁ ପାଳନ କରାଯାଉଛି। ପରସ୍ପରକୁ ଅବିର, ଫଗୁ ଲଗାଇ ସମେସ୍ତ ହୋଲିର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି।

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଷ୍ଟେଶନରେ ଅଗ୍ନିକାଣ୍ଡ: ତପସ୍ବିନୀ ଏକ୍ସପ୍ରେସର ୩ ବଗିରେ ଲାଗିଲା ନିଆଁ

ପୁରୀ ଅଫିସ, ୨୨।୩ : ପୁରୀ ସହରରେ ହୋଲିର ମାହୋଲ ଚାଲିଥିବାବେଳେ ରେଳଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ନଂ ପ୍ଲାଟଫର୍ମରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ ବଗି ନଂ(୩,୪ ଏବଂ ୫)ରେ କୌଣସି କାରଣରୁ ଅପରାହ୍ନ ୧ଟାରେ ନିଆଁ ଲାଗିଥିଲା।

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

୯୯ ଆସନ ଲାଗି ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ...

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଜେଡି ଓ କଂଗ୍ରେସ ପରେ ଗୁରୁବାର ଭାଜପା ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ଜାଣିବା କେଉଁଠୁ କିଏ ଲଢ଼ିବେ.. 

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଏକାମ୍ର ଆସନରେ ବାବୁ ସିଂଙ୍କୁ ଟିକେଟ ମିଳିବାକୁ ବିରୋଧ: ଧାରଣାରେ ବସିଲେ ଅମୀୟଙ୍କ ସମର୍ଥକ

ଭୁବନେଶ୍ୱର,  ୨୨।୩ (ବ୍ୟୁରୋ) : ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିଦ୍ରୋହ ଦେଖାଦେଇଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା