ମେଟ୍ରୋ |

କଶ୍ମୀର ଛାତ୍ର ନିଖୋଜ ଘଟଣା:ସେହେଲଙ୍କୁ ଖୋଜିବାକୁ ଦିଲ୍ଲୀ ଗଲା ପୋଲିସ

କଶ୍ମୀର ଛାତ୍ର ନିଖୋଜ ଘଟଣା:ସେହେଲଙ୍କୁ ଖୋଜିବାକୁ ଦିଲ୍ଲୀ ଗଲା ପୋଲିସ
ଭୁବନେଶ୍ୱର, ୮।୩(ବ୍ୟୁରୋ)- ଭୁବନେଶ୍ୱର ଏମ୍‌ସରେ ପଢୁଥିବା ଜମ୍ମୁ-କଶ୍ମୀର ଛାତ୍ର ସେହେଲ ଇସାକ ନିଖୋଜ ଘଟଣା ଦିନକୁ ଦିନ ରହସ୍ୟଘେରକୁ ଚାଲିଯାଉଛି। ସେହେଲଙ୍କ ପତ୍ତା ମିଳୁ ନ ଥିବାରୁ ରାଜ୍ୟ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସେହେଲଙ୍କୁ ଖୋଜିବାକୁ ଖଣ୍ଡଗିରି ପୋଲିସର ୩ଜଣିଆ ଟିମ୍‌ ଗୁରୁବାର ଦିଲ୍ଲୀ ଗସ୍ତ କରିଛନ୍ତି। ସେହେଲ ନିଖୋଜ ହେବା ପରେ ତାଙ୍କ ବାପା ଆଜାଦ ମହମ୍ମଦ ଜାତୀୟ ଖବର କାଗଜରେ ବିଜ୍ଞାପନ ଦେଇଥିଲେ। ଦିଲ୍ଲୀର କୌଣସି ଏକ ପିସିଓରୁ ସେହେଲ କାହାକୁ ଫୋନ୍‌ କରୁଥିବା ରାହୁଲ ନାମକ ଜଣେ ଯୁବକ ଦେଖିଥିଲେ। ସେ ସେହେଲଙ୍କୁ ଚିହ୍ନିପାରି ତୁରନ୍ତ ବିଜ୍ଞାପନରେ ଦିଆଯାଇଥିବା ଆଜାଦଙ୍କ ନମ୍ବରକୁ ଫୋନ୍‌ କରିଥିଲେ। ଆଜାଦ ରାହୁଲଙ୍କ ସହ କଥା ହେବା ପରେ ଘଟଣା ବିଷୟରେ କମିଶନ୍‌ରେଟ ପୋଲିସକୁ ଜଣାଇଥିଲେ। ତେଣୁ ଏହି ଖବରର ସତ୍ୟାସତ୍ୟ ଜାଣିବା ପାଇଁ ଖଣ୍ଡଗିରି ଥାନାର ଜଣେ ଏସ୍‌ଆଇଙ୍କ ନେତୃତ୍ୱରେ ୩ଜଣିଆ ଟିମ୍‌ ଦିଲ୍ଲୀ ଯାତ୍ରା କରିଛି। ଖବର ଦେଇଥିବା ରାହୁଲଙ୍କ ତଥ୍ୟ ଆଧାରରେ ସେହେଲ ଯେଉଁ ପିସିଓରୁ ଫୋନ୍‌ କରିଥିଲେ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବ। ରାହୁଲଙ୍କ ସମେତ ସ୍ଥାନୀୟ କେତେଜଣ ଦୋକାନୀଙ୍କୁ ମଧ୍ୟ ପଚରାଉଚରା କରିବ। ଦିଲ୍ଲୀ ପୋଲିସ ମଧ୍ୟ କମିଶନ୍‌ରେଟ୍‌ ପୋଲିସକୁ ସହଯୋଗ କରିବ ବୋଲି ଜଣାପଡିଛି। ଏହାବ୍ୟତୀତ ଦିଲ୍ଲୀର ଏକ ଏଟିଏମ୍‌ରୁ ସେହେଲ ଟଙ୍କା ଉଠାଉଥିବା ଜଣେ ସିକ୍ୟୁରିଟି ଗାର୍ଡ ଦେଖି ଆଜାଦଙ୍କୁ ଫୋନ୍‌ କରିଥିବା କମିଶନର ଓ୍ବାଇ.ବି. ଖୁରାନିଆ କହିଛନ୍ତି। ପୋଲିସ ମଧ୍ୟ ଉକ୍ତ ଏଟିଏମ୍‌ର ସିସିଟିଭି ଫୁଟେଜ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ଏ ନେଇ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ସେହେଲଙ୍କୁ ଦିଲ୍ଲୀର ଏକ ପିସିଓରେ ଦେଖିଥିବା ଜଣେ ଯୁବକ ତାଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ। ତାଙ୍କ ବାପାଙ୍କ ତଥ୍ୟ ଆଧାରରେ କମିଶନ୍‌ରେଟ୍‌ ପୋଲିସର ଏକ ଟିମ୍‌ ଗୁରୁବାର ଦିଲ୍ଲୀ ଯାଇଛି। ସେଠାରେ ଯାଞ୍ଚ ପରେ ଏହାର ସତ୍ୟାସତ୍ୟ ଜଣାପଡିବ ବୋଲି ଡିସିପି କହିଛନ୍ତି। ଅନ୍ୟପଟରେ ଏହି ଘଟଣା ଏକ ପ୍ରକାର ଗୋଳିଆ ପରିସ୍ଥିତି ସୃଷ୍ଟି କରିଛି। ସେହେଲଙ୍କ ମୋବାଇଲ୍‌ ଫୋନ କଲିକତାରେ ବନ୍ଦ ହେବା ଏବଂ ଦିଲ୍ଲୀର ଉକ୍ତ ପିସିଓରେ ତାଙ୍କୁ କେହି ଦେଖିଥିବା କଥା ଯଦି ସତ୍ୟ ହୁଏ, ତା’ହେଲେ ତାଙ୍କୁ କେହି ଅପହରଣ କରି ନ ଥିବା ସ୍ପଷ୍ଟ ହେବ। ଏହା ସହିତ ରାଜଧାନୀରୁ ମାଓବାଦୀ ପୋଷ୍ଟର ମିଳିବା ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ସୂଚନାଯୋଗ୍ୟ, ଗତ ଫେବୃୟାରୀ ୯ରେ ସେହେଲ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଗୁଡ୍‌ଗାଓଁ ଯାଉଥିବା ନେଇ ସାଙ୍ଗମାନଙ୍କୁ କହି ଭୁବନେଶ୍ୱର ଛାଡ଼ିଥିଲେ।
All Right Reserved By

ମେଟ୍ରୋ |

ଡେଙ୍ଗୁ ନେଲା ଜୀବନ

ଡେଙ୍ଗୁ ନେଲା ଜୀବନ

ଜଗତସିଂହପୁର ଅଫିସ୍‌, ୨୩।୯: ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀ କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି।

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

କୋଣାର୍କ,୨୩।୯(ଡି.ଏନ୍‌.ଏ.): କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ନବଗ୍ରହ ମନ୍ଦିର ପୀଠକୁ ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରବିବାର ସ୍ବଚ୍ଛ ଭାରତ ସଫେଇ କାର୍ଯ୍ୟକ୍ରମ କରାଯାଇଛିା 

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଭୁବନେଶ୍ୱର, ୨୩ା୯(ବ୍ୟୁରୋ)- ସିଏଜି(କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପେଡ଼ି ଖୋଲୁଛନ୍ତି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନମାନି ଯୋଗୁ ରାଜ୍ୟ ରାଜକୋଷରୁ ୨ କୋଟି ୬ ଲକ୍ଷ ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇଛି।

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

ପୁରୀ ଅଫିସ, ୨୩ା୯ - ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକ୍ଟର ଉଡାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ) ବୈଜୟନ୍ତଙ୍କୁ ନୋଟିସ କରିଛି। ଆସନ୍ତା ୨୪ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ଉକ୍ତ ନୋଟିସରେ କୁହାଯାଇଛି। 

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ ଅଫିସ,୨୩ା୯: ଶ୍ରୀମନ୍ଦିର ଆନନ୍ଦବଜାର ସମେତ ଦୁଇଟି ସ୍ଥାନରେ ଶୁକ୍ରବାର ମହାପ୍ରସାଦ ଦର ତାଲିକା ଲାଗିଥିଲା। ଶ୍ରୀମନ୍ଦିର ପ୍ରଶାସନ ସ୍ବାକ୍ଷରରେ ଏହା ଲାଗିଥିଲେ ମଧ୍ୟ ଏହାକୁ ନେଇ ଖୋଦ୍‌ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ପୁରୀ ଅଫିସ,୨୩।୯:  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଆସି ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ବିଭିନ୍ନ  ପକ୍ଷଙ୍କଠାରୁ ମତ ସଂଗ୍ରହ କରିଛନ୍ତି। ତେବେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ ପରିଧାନ ଏବଂ ପାଣ୍ଡିତ୍ୟକୁ ନେଇ ପୁରୀ ସହରରେ ଚର୍ଚ୍ଚା ଲାଗି ରହିଛି। 

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ପୁରୀ ଅଫିସ,୨୩।୯ - ଆପଣମାନେ ହେଉଛନ୍ତି ମହାପ୍ରଭୁଙ୍କ ସେବକ। ହେଲେ ଆପଣମାନଙ୍କୁ କେନ୍ଦ୍ର କରି ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିରକୁ ନେଇ ମାମଲା ରୁଜୁ ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ସେବାରେ ରହିଥିବା ସେବକଙ୍କ ବିରୋଧରେ ଅଭିଯୋଗ ଆସିବା ଦୁର୍ଭାଗ୍ୟର କଥା। 

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଶନିବାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ପ୍ରଥମ ଦିବସରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନରୁ ସେ ତାଙ୍କ ମତ ସଂଗ୍ରହ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ବାରଙ୍ଗ,୨୩।୯(ଡି.ଏନ୍‌.ଏ.)- ନନ୍ଦନକାନନ ପାଇଁ ଖୁସିର ଖବର। ଧଳା ବାଘୁଣୀ ‘ବିଜୟା’ ପୁଣିଥରେ ମା’ ହୋଇଛି। ଏଥର ମଧ୍ୟ ବିଜୟା ଓ ରୋଶନର ମିଳନରୁ ନନ୍ଦନକାନନ ପାଇଛି ଦୁଇଟି ବାଘଛୁଆ। ନବଜନ୍ମିତ ୨ ଶାବକଙ୍କ ମଧ୍ୟରେ ଗୋଟିଏ ଧଳା ହୋଇଥିବା ବେଳେ ଅନ୍ୟଟି ସାଧାରଣ ରଙ୍ଗର ବୋଲି ଜଣାପଡ଼ିଛି। 

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ଭୁବନେଶ୍ୱର,୨୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେ ଶନିବାର ଅପରାହ୍ନରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣ ଗୁରୁତର ହୋଇଛନ୍ତି। 

୨୪ ରୁ ଚିଲିକା ମତ୍ସ୍ୟଜୀବୀ ମହାସଙ୍ଘ ପକ୍ଷୁରୁ ଆନ୍ଦୋଳନ

ଖୋର୍ଦ୍ଧା ଅଫିସ,୨୨।୯: ୭ଦଫା ଦାବି ପୂରଣ ନ ହେବାରୁ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ। ଏନେଇ ଆସନ୍ତା ୨୪ ଓ ୨୫  ତାରିଖ ଦୁଇଦିନ ଧରି ତହସିଲ ଓ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯିବ ।

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

କଟକ ଅଫିସ, ୨୨।୯: ଆଇନଜୀବୀଙ୍କ ଉପରେ ପୋଲିସର ଆକ୍ରମଣ ଘଟଣା ପ୍ରତିବାଦରେ ଶନିବାର ଆଇନଜୀବୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ଶତାଧିକ ଆଇନଜୀବୀ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର ରଣଜୀତ ମହାନ୍ତି ପ୍ରତିମୂର୍ତ୍ତିଠାରୁ ବାହାରି ଚାନ୍ଦିନୀଚୌକ ଛକ ପର୍ଯ୍ୟନ୍ତ ଯାଇଥିଲେ।