ବାଲେଶ୍ୱର

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି
ବାଲେଶ୍ୱର ଅଫିସ, ୮।୩-ବଢୁଛି ଗ୍ରୀଷ୍ମପ୍ରବାହ। ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସରକାରୀ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଖରାଦିନେ ଜଳକ୍ଲିଷ୍ଟ ସ୍ଥାନଗୁଡ଼ିକରେ ଜଳଛତ୍ରଗୁଡ଼ିକ ସ୍ଥାପନ କରିବା, ଗାଈଗୋରୁ ତଥା ଅନ୍ୟାନ୍ୟ ଗୃହପାଳିତ ପଶୁପକ୍ଷୀମାନଙ୍କ ପାଇଁ ଚହଳା ତଥା ନଳକୂପଗୁଡ଼ିକ ନିକଟରେ ବୋହିଯାଉଥିବା ଜଳକୁ ସଂରକ୍ଷଣ ବନ୍ଦୋବସ୍ତ, ବନଖଣ୍ଡ ଅଧିକାରୀଙ୍କୁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କ୍ଷୁଦ୍ର ଜଳାଶୟ ସୃଷ୍ଟି କରିବା, ଆବଶ୍ୟକସ୍ଥଳେ ସ୍ବୟଂସେବୀ ଅନୁଷ୍ଠାନମାନଙ୍କୁ ସାମିଲ, ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ବସ୍‌ଗୁଡ଼ିକର ସମୟ ସାରଣୀରେ ସାମାନ୍ୟ ପରିବର୍ତ୍ତନ, ପୂର୍ବରୁ ରହିଥିବା ସରକାରୀ ନିର୍ଦ୍ଦେଶରେ ସ୍କୁଲ, କଲେଜ ସକାଳୁଆ, କଳକାରଖାନାର ଶ୍ରମିକଙ୍କ କାର୍ଯ୍ୟ ସମୟ ପରିବର୍ତ୍ତନ, ଗ୍ରାମାଞ୍ଚଳରେ ଥିବା ଅଚଳ ନଳକୂପଗୁଡ଼ିକୁ ହାଇଡ୍ରୋଫାକଚର କରି ଅଧିକ ଜଳ ଅମଳ, ପଞ୍ଚାୟତ ଅଧିନରେ କାର୍ଯ୍ୟ କରୁଥିବା ଆମତ୍ନିଯୁକ୍ତ କାରିଗରମାନଙ୍କୁ ନଳକୂପ ମରାମତି କାର୍ଯ୍ୟରେ ନିୟୋଜନ କରିବା ଭଳି କାର୍ଯ୍ୟ କଡ଼ାକଡ଼ି କରାଯିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଂଶୁଘାତ ମୃତ୍ୟୁ ଘଟଣାର ତହସିଲଦାର ଓ ମେଡ଼ିକାଲ ଅଫିସରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ଅନୁସନ୍ଧାନ ରିପୋର୍ଟ ଜିଲାପାଳଙ୍କୁ ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରିବା, ଜିଲା ମୁଖ୍ୟଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯଥେଷ୍ଟ ପରିମାଣରେ ଓଆର୍‌ଏସ୍‌, ଔଷଧ ମହଜୁଦ ରଖିବା ଏବଂ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର କାନ୍ଥରେ ଲେଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସମେତ ଅଂଶୁଘାତଜନିତ ଯେକୌଣସି ସମସ୍ୟା ପାଇଁ ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରି ଏକ ସ୍ଥାୟୀ ଯୋଗାଯୋଗ ଫୋନ୍‌ ନମ୍ବର ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଛି। ଆସନ୍ତା ମାର୍ଚ୍ଚ ୧୫ରୁ ଜିଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯିବାର ଜିଲାପାଳ ଘୋଷଣା କରିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢୀ, ଉପ-ଜିଲାପାଳ ଭବତାରଣ ସାହୁ, ନୀଳଗିରି ଉପଜିଲାପାଳ ଅବୋଲି ଏସ୍‌ ନରଅଣେ, ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ସମେତ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଏବଂ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
All Right Reserved By

ବାଲେଶ୍ୱର

କାନ୍ଥ ପଡ଼ି ମହିଳା ଗୁରୁତର

କାନ୍ଥ ପଡ଼ି ମହିଳା ଗୁରୁତର

ବଡ଼ସାହି, ୨୧।୯(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ଜଡିଦା  ଗ୍ରାମରେ ଗୁରୁବାର ରାତିରେ କାନ୍ଥ ପଡ଼ି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। 

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବଡ଼ସାହି, ୨୧।୯(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ମିରିଗିଦାରୀ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବନ ମହାନ୍ତଙ୍କ ପୁଅ ଦୁଶାସନ(୩୦)। 

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକୋ

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକୋ

କପ୍ତିପଦା,୨୧।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ପୋଡ଼ାଗଡ଼ି ଗ୍ରାମରେ ଗତ ୨୯ ତାରିଖଠାରୁ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଏ ନେଇ ବାରମ୍ବାର ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। 

ବର୍ଷା ବିତ୍ପାତ: ବିପଦ ସଙ୍କୁଳ ଅବସ୍ଥାରେ ନୀଳଗିରିର ୭ ପଞ୍ଚାୟତ, ଅଯୋଧ୍ୟାର ୨ ଗ୍ରାମ ଜଳବନ୍ଦୀ

ବର୍ଷା ବିତ୍ପାତ: ବିପଦ ସଙ୍କୁଳ ଅବସ୍ଥାରେ ନୀଳଗିରିର ୭ ପଞ୍ଚାୟତ, ଅଯୋଧ୍ୟାର ୨ ଗ୍ରାମ ଜଳବନ୍ଦୀ

ସଜନାଗଡ଼,୨୧।୦୯(ଡି.ଏନ୍‌.ଏ.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଡାଏ’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପବନ ହେଉଛି। ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅନ୍ତର୍ଗତ ୭ଟି ପଞ୍ଚାୟତ  ତେନ୍ତୁଳିଆ, ନରସିଂହପୁର, କାଁସ, ରାଧାକିଶୋରପୁର, ମଛୁଆ, ବେଗୁନିଆ, ଅଯୋଧ୍ୟା ଆଦି ପଞ୍ଚାୟତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। 

ପୋଲିସ ଅଧିକାରୀଙ୍କ ନାଁରେ ବିଦ୍ୟୁତ୍‌ ଚୋରି ଅଭିଯୋଗ

ବାରିପଦା ଅଫିସ,୨୦।୯-ମୟୂରଭଞ୍ଜ ଜିଲା ବାରିପଦା ସହରରେ ଜଣେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ନିଜ ସରକାରୀ ବାସଭବନରେ ବିଦ୍ୟୁତ୍‌ ସଂଯୋଗ ନ ନେଇ ହୁକ ପକାଇଥିବା  ଘଟଣା ନଜରକୁ ଆସିଛି। 

ଦିବ୍ୟାଙ୍ଗ ଶିଶୁଙ୍କୁ ନେଇ ଚିନ୍ତାରେ ଦମ୍ପତି

ଦିବ୍ୟାଙ୍ଗ ଶିଶୁଙ୍କୁ ନେଇ ଚିନ୍ତାରେ ଦମ୍ପତି

ରାଇସୁଆଁ, ୨୦।୯(ଡି.ଏନ.ଏ.): ଦିବ୍ୟାଙ୍ଗ ଶିଶୁ ଏବଂ ପ୍ରସୂତି ମହିଳାଙ୍କ ଚିକିତ୍ସା ମାଗଣା ଚିକିତ୍ସା ବ୍ୟବସ୍ଥା ଥିବାବେଳେ ପ୍ରଶାସନିକ ଉଦାସୀନତାରୁ ତାହା ଫଳପଦ ହୋଇପାରୁନି।  ବହୁ ଦିବ୍ୟାଙ୍ଗ ଶିଶୁ ସରକାରଙ୍କ ସହାୟତାରୁ ବଞ୍ଚିତ ହେଉଛନ୍ତି। ଏହିପରି ଘଟଣା କେନ୍ଦୁଝର ଜିଲା ସଦର ବ୍ଲକ ବରଦାପାଳ ପଞ୍ଚାୟତ ରୁଗୁଡି ସାହିର ଦରବ ମୁଣ୍ଡା ଏବଂ ସାଇବାଣୀ ମୁଣ୍ଡାଙ୍କ ୧ ବର୍ଷର ଶିଶୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସଚେତନତା ଏବଂ ଶିକ୍ଷାର ଅଭାବ ଯୋଗୁଁ ଦମ୍ପତି ଅଳ୍ପ ବୟସରୁ ବିବାହ କରିଥିଲେ। ଦମ୍ପତିଙ୍କ ଏକ ଦିବ୍ୟାଙ୍ଗ ସନ୍ତାନ ରହିଛି। ସେ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି। 

ଅର୍ଜୁନ ଗଛ ବନୀକରଣରେ ଅନିୟମିତତା

ଅର୍ଜୁନ ଗଛ ବନୀକରଣରେ ଅନିୟମିତତା

ଝୁମ୍ପୁରା, ୨୧।୯(ଡି.ଏନ.ଏ.): ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାରାଙ୍କ ବହୁ ଯୋଜନା ରହିଛି। ରବି, ଖରିଫ ଫସଲ ପାଇଁ ବିଭିନ୍ନ ଯୋଜନାରେ ଚାଷୀଙ୍କୁ ଅନୁଦାନ ସହ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଦୀର୍ଘ ମିଆଦୀ ସୂତ୍ରରେ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆମ୍ବ, ଅମୃତ ଭଣ୍ଡା, ବିଭିନ୍ନ ଉଦ୍ୟାନ ଭିତିକ ବନୀକରରଣ କରାଯାଉଛି। ଶାଗୁଆନ, ଟସର ଚାଷ ପାଇଁ ଅର୍ଜୁନ, ଅସନ ଗଛର ବନୀକରଣ କରାଯାଉଛି। ଏହି ବନୀକରଣରେ ଦୁର୍ନୀତି ହେଉଥିବା ଅଭିଯୋଗ ଜିଲା ପ୍ରଶାସନ ନିକଟରେ ହୋଇଛି। ମାତ୍ର ତଦନ୍ତ କରାଯାଉନି। ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଉଦ୍ୟାନ, ବନ, ସେରିକଲଚର ବିଭାଗ ଗୁଡିକ ଦ୍ୱାରା ଦୀର୍ଘ ମିଆଦି ବନୀକରଣ କାର୍ଯ୍ୟ ଚାଲିଛି। ଟସର ଚାଷୀଙ୍କୁ ସ୍ବାବଲମ୍ବୀ କରାଇବାକୁ ସରକାରୀ ଯୋଜନାରେ ସେରିକଲଚର ବିଭାଗ ଦ୍ୱାରା ଝୁମ୍ପୁରା ବ୍ଲକ ବଡନେଉଳି ପଞ୍ଚାୟତର ପାଣପଶି ଓ ସାନନେଉଳି ଗ୍ରାମରେ ଅର୍ଜୁନ ଗଛର ବନୀକରଣ କରାଯାଇଛି।

ଭିନ୍ନକ୍ଷମତା ବିରୋଧରେ ସଂଘର୍ଷ

ଭିନ୍ନକ୍ଷମତା ବିରୋଧରେ ସଂଘର୍ଷ

ପଦ୍ମପୁର,୨୧।୯(ଡି.ଏନ.ଏ.)-ପିଲାଦିନୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମତା ସହ ସେ ଲଢ଼େଇ କରିଆସିଛନ୍ତି। ଦୁଇଗୋଡ଼ରେ ଠିଆ ହୋଇ ଭଲ ଭାବେ ଚାଲି ପାରନ୍ତି ନାହିଁ। ତାଙ୍କୁ ୮ ବର୍ଷ ବୟସ ହୋଇଥିବା ବେଳେ ସେ ଶିକ୍ଷାନୁଷ୍ଠାନକୁ ଯାଇ ନିୟମିତ ପାଠପଢା ଆରମ୍ଭ କରିଥିଲେ। ଚେଷ୍ଟା ଓ ପରିଶ୍ରମ ଦ୍ୱାରା ସବୁ କାମ ସମ୍ଭବ। ଏହା ସେ ପ୍ରମାଣ କରି ଦେଖାଇଥିଲେ। ବାଲେଶ୍ୱର  ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ  ଗଣିତରେ ସ୍ନାତକୋତ୍ତୋର ଶିକ୍ଷା ହାସଲ କରି ୨୦୧୧ରେ ନିଜ ଗଁାଠାରୁ ୧୬ କି.ମି. ଦୂର ଏକ ପ୍ରାଥମିକ ବିଦ୍ୟାଳୟରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଭିନ୍ନକ୍ଷମତା ସତ୍ତ୍ୱେ ରୋଜଗାରକ୍ଷମ ହୋଇ ପାରିଥିବାରୁ ତାଙ୍କ ଜୀବନରେ ଆସିଥିଲା ପରିବର୍ତ୍ତନ। ବିବାହ କରି କନ୍ୟା ଓ ପୁତ୍ର ସନ୍ତାନର ଜନକ ହୋଇଥିଲେ। 

‘ଲାଉତୁମ୍ବା ବାଜା ମୋ ଜୀବନ ଜୀବିକା’

‘ଲାଉତୁମ୍ବା ବାଜା ମୋ ଜୀବନ ଜୀବିକା’

ଧାମନଗର,୨୧।୯(ଡି.ଏନ.ଏ.)-ଲାଉତୁମ୍ବା ବାଦ୍ୟ ବଜାଇ ଆଗରୁ କେଳାମାନେ ଗାଁ ଗାଁ ବୁଲି ସାପ ଖେଳାଉଥିଲେ। ଏବେ  କାଁ ଭଁା  ଏହା ଦେଖିବାକୁ ମିଳୁଛି। ଲାଉତୁମ୍ବା ବାଦ୍ୟ ଶୁଣିଲେ ନାଗ ଜାତୀୟ ସାପମାନେ ଫଣା ଟେକି ଚେଙ୍ଗା ହୋଇ ଉଠନ୍ତି। କେଳାମାନେ ଅଭିନବ କୌଶଳରେ ବିଭିନ୍ନ ବେଶ ଭୂଷା ହୋଇ ଲାଉତୁମ୍ବା ବାଦ୍ୟ ସହ ସାପ ଖେଳ ଦେଖାଇ ଲୋକଙ୍କ ମନୋରଞ୍ଜନ କରିଥାନ୍ତି। ସାପ ଖେଳ ଉପରେ ସରକାର କଟକଣା ଜାରି କରିବା ପରେ ଆଉ ଆଗଭଳି ଏହା ଦେଖିବାକୁ ମିଳୁ ନାହିଁ। ଲାଉତୁମ୍ବା ବାଦ୍ୟ ବଜାଇ ଭିକ୍ଷା ବୃତ୍ତି କରୁଥିବା ଗ୍ରାମୀଣ କଳାକାରମାନେ ମଧ୍ୟ ଏହି ବୃତ୍ତିରୁ  ଦୂରେଇ ଗଲେଣି। 

ବଦଳୁନି ଜିରିଣା-ଆଡ଼ିଆ ରାସ୍ତା ଭାଗ୍ୟ

ବଦଳୁନି ଜିରିଣା-ଆଡ଼ିଆ ରାସ୍ତା ଭାଗ୍ୟ

ବନ୍ତ,୨୧।୯(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତର ଜିରିଣା-ଆଡ଼ିଆ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଅନେକ ସମୟରେ ଏହି ୨ କି.ମି. ରାସ୍ତା କାଦୁଅ ପଚପଚ ହୋଇ ରହୁଛି। କୌଣସି କାମରେ ଯିବା ପାଇଁ ୨ କି.ମି. ବଦଳରେ ୯ କି.ମି. ବୁଲି ଯିବାକୁ ପଡ଼େ। ବର୍ଷାଦିନେ ପଞ୍ଚାୟତ ସଦର ମହକୁମାକୁ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଖାଉଟି ସାମଗ୍ରୀ ପାଇଁ ହେଉ କିମ୍ବା ଭତ୍ତା ଆଣିବା ଲାଗି ହିତାଧିକାରୀମାନେ ଯିବା ପାଇଁ ହଇରାଣ ହେଉଛନ୍ତି। ଏ ସମ୍ପର୍କରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏହି ରାସ୍ତାର ଭାଗ୍ୟ ବଦଳୁ ନାହିଁ। 

ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା: ବର୍ଷାରେ ଭିଜି ନିରାଶ ହୋଇ ଫେରିଲେ

ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା: ବର୍ଷାରେ ଭିଜି ନିରାଶ ହୋଇ ଫେରିଲେ

ବନ୍ତ,୨୧ା୯(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଳକ ନିଳୋକସ୍ଥିତ ଆଦର୍ଶ ବିଦ୍ୟାଳୟଠାରେ ଗୁରୁବାର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।  ଲଗାଣ ବର୍ଷା ଶିବିର ଆୟୋଜନରେ ଅନ୍ତରାୟ ସୃଷ୍ଟି କରିଥିଲା।  ଶିବିର ପରିଚାଳନା କାର୍ଯ୍ୟ ଠିକ୍‌ ଭାବେ ନ ହେବାରୁ ଦୂର ଦୁରାନ୍ତରୁ ଆସିଥିବା ଅନେକ  ଭିନ୍ନକ୍ଷମ ହଇରାଣ ହୋଇଥିଲେ।  ଏପରି କି କେତେକ ଭିନ୍ନକ୍ଷମଙ୍କୁ ପ୍ରମାଣ ଧରି ଆସ ବୋଲି କୁହାଯିବାରୁ ସେମାନେ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି।  

କଲେଜ ଶ୍ରେଣୀଗୃହ କାନ୍ଥରୁ ୧୮ ନାଗ ଛୁଆ ଉଦ୍ଧାର

କଲେଜ ଶ୍ରେଣୀଗୃହ କାନ୍ଥରୁ ୧୮ ନାଗ ଛୁଆ ଉଦ୍ଧାର

ଧାମନଗର,୨୧।୯(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଶହୀଦନଗରସ୍ଥିତ ଶହୀଦ ସ୍ମୃତି ଜୁନିୟର ମହାବିଦ୍ୟାଳୟରେ ଏକ ପୁରୁଣା ଢଳେଇ କାନ୍ଥରୁ ୧୮ ନାଗ ଛୁଆ ଉଦ୍ଧାର କରାଯାଇଛି। ବୁଧବାର କଲେଜରେ ପାଠପଢ଼ା ସମୟରେ ଏକ ଶ୍ରେଣୀଗୃହର କାନ୍ଥରୁ ଖଣ୍ଡେ ପ୍ଲାଷ୍ଟର ଖସି ପଡ଼ିଥିଲା। ପରେ ଖସ୍‌ ଖସ୍‌ ଶବ୍ଦ ହେବାରୁ ଛାତ୍ରୀଛାତ୍ର କାନ୍ଥ ଫାଟରେ ସାପ ରହିଥିବା ଦେଖି ଭଦ୍ରକ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନର ସେକ୍‌ ମିର୍ଜା ତାଙ୍କ ଟିମ୍‌ ସହ ସେଠାରେ ସନ୍ଧ୍ୟାରେ ପହଞ୍ଚିଥିଲେ। ଉକ୍ତ କାନ୍ଥକୁ ଖୋଳି ୧୮ଟି ନାଗ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ କେତୋଟି ସାପ ଖସି ପଳାଇଥିବା ସେ ସୂଚନା ଦେଇଛନ୍ତି। ସେହି କାନ୍ଥରେ ଆହୁରି ସାପ ଛୁଆ ଥିବା ସେ କହିଛନ୍ତି। ବୁଧବାର ରାତିରେ ସେ ୧୮ ନାଗ ଛୁଆଙ୍କୁ ଧରି ବନବିଭାଗକୁ ହସ୍ତାନ୍ତର କରିଥିଲେ।