ବାଲେଶ୍ୱର

ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟରେ ମହିଳା ଦିବସ

ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟରେ ମହିଳା ଦିବସ

ରେମୁଣା, ୮।୩(ଡି.ଏନ.ଏ.)-ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ କୁଳପତି ପ୍ରଫେସର ମଧୁମିତା ଦାସଙ୍କ ପୌରୋହିତ୍ୟରେ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ପ୍ରଫେସର ରେଖା ଅଗ୍ରୱାଲ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ବକ୍ତବ୍ୟ ଦେଇଥିଲେ। କୁଳସଚିବ ଅମର ସିଂ ସୋରେନ ସ୍ବାଗତ ଭାଷଣ ଦେଇଥିବାବେଳେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ଅତିଥିଙ୍କ ପରିଚୟ ଏବଂ ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ଡ. ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

All Right Reserved By

ବାଲେଶ୍ୱର

ବାଇକ୍‌ରୁ ପଡି ମହିଳା ମୃତ

ମୋରଡା,୨୩।୬ -ମୋରଡା ବ୍ଲକ କୋହି ପଞ୍ଚାୟତ ସୋନପୁରିଆଠାରେ ବାଇକ୍‌ରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମ୍‌ୃତା ମହିଳାଜଣଙ୍କ ହେଲେ ରାସଗୋବିନ୍ଦପୁର ଥାନା ଅଧୀନ ମାଣିଦା ଗ୍ରାମର କକଲି ଚୌଧରି (୪୬)। ସେ ନିଜ ପୁଅ ସହ ବାଦଡା କୁ ଏକ ବିଭାଘର ଭୋଜିରେ ଯୋଗ ଦେବାକୁ ଯାଇଥିଲେ ।

ଚୋରା କାଠ ଜବତ

ମୋରଡା,୨୩।୬ -ମୋରଡା ବ୍ଲକ ଅଧୀନ ବଘଡା ମୋରଡା ଜଙ୍ଗଲ ରାସ୍ତାରେ ବନ ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ଚଢାଉ କରାଯାଇ ଏକ ବଳଦ ଗାଡି ସହ କାଠ ଜବତ କରାଯାଇଛି । ଏହି କାଠ ନେଉଥିବା ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଯାନବାହନ ଯାଞ୍ଚ, ଜରିମାନା ଆଦାୟ

ଜଳେଶ୍ୱର, ୨୩।୬(ସ୍ବ.ପ୍ର.)-ଜଳେଶ୍ୱର-ଚୋରମରା ରାସ୍ତାର ଜମାଳପୁର ବାଇପାସ୍‌ ନିକଟରେ ଶନିବାର ଜଳେଶ୍ୱର ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଥିଲା। ବିନା ହେଲମେଟ୍‌ ଓ ଗାଡ଼ିର କାଗଜପତ୍ର ନ ଥିବା ଗାଡ଼ିଚାଳକମାନଙ୍କଠାରୁ ୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

୫ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୨୩ା୬ (ଡି.ଏନ.ଏ.)-ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଶନିବାର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଏଥିରେ ୫ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ସମୁଦାୟ ୮୮ଲିଟର ଦେଶୀ ମହୁଲି ରନ୍ଧାମଦ ଓ ୧୨ଶହ କିଲୋ ପୋଚ ଜବତ କରାଯାଇଛି ।

ନୋଡାଲ ଉଚ୍ଚ ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା

ନୋଡାଲ ଉଚ୍ଚ ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା

ଆନନ୍ଦପୁର,୨୩।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ କୁଶଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରଙ୍କ ପାନୀୟ ଜଳର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଗ୍ରହଣ ପୂର୍ବକ ଏକ ଓ୍ବାଟର୍‌ କୁଲର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

ଆରଡ଼ି,୨୩।୬(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ସାହୁସାହିଠାରେ ଭଦ୍ରକ- ଆରଡ଼ି ରାଜ୍ୟ ରାଜପଥରେ ସୃଷ୍ଟି ହୋଇଥିବା ଦୀର୍ଘଦିନର ଗାଡ଼କୁ ଗଁ।ର କେତେକ ଯୁବକ ଶନିବାର ପୋତିଛନ୍ତି। ସାହୁସାହିରୁ ମଠଡିହ ପର୍ଯ୍ୟନ୍ତ ୪ କି.ମି.ରୁ ଅଧିକ ରାସ୍ତାରେ ବିଭିନ୍ନ ସ୍ଥାନରେ ଗାଡ଼ ହେବା ସହ ପିଚୁ ଉଠିଯାଇଛି।

ରାସ୍ତାପାର୍ଶ୍ୱରୁ ବେଆଇନ ଗଛ କଟା

ରାସ୍ତାପାର୍ଶ୍ୱରୁ ବେଆଇନ ଗଛ କଟା

ବନ୍ତ,୨୩।୬(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ତୁଣ୍ଡା-ରଘୁନାଥପୁର ରାସ୍ତାପାର୍ଶ୍ୱରୁ ବେଆଇନ ଭାବେ ଗଛ କଟା ଯାଇଛି। ବିଦ୍ୟୁତ୍‌ କର୍ମଚାରୀଙ୍କ ନିର୍ଦ୍ଦେଶରେ ଉକ୍ତ ଗଛଗୁଡ଼ିକୁ କଟା ଯାଇଥିବା ନେଇ ତୁଣ୍ଡା ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଆଶାକର୍ମୀଙ୍କ ଜିଲା ସମ୍ମିଳନୀରେ ରକ୍ତଦାନ ଶିବିର

ଆଶାକର୍ମୀଙ୍କ ଜିଲା ସମ୍ମିଳନୀରେ ରକ୍ତଦାନ ଶିବିର

ବାଲେଶ୍ୱର ଅଫିସ, ୨୩।୬-ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ଦ୍ୱାରା ସଂଲଗ୍ନ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ବାଲେଶ୍ୱର ଜିଲା ତରଫରୁ ଜିଲା ସମ୍ମିଳନୀ ଶନିବାର ଏକ ଘରୋଇ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ୩୫ ୟୁନିଟ୍‌ରୁ ଊର୍ଦ୍ଧ୍ୱ ରକ୍ତ ସଗ୍ରହ କରାଯାଇ ଜିଲା ରକ୍ତଭଣ୍ଡାରକୁ ପଠାଯାଇଛି।

ସରକାରୀ ଜମି, ରାସ୍ତା ଅବରୋଧ ପ୍ରତିବାଦ:  ଗ୍ରାମବାସୀଙ୍କ ଧାରଣା

ସରକାରୀ ଜମି, ରାସ୍ତା ଅବରୋଧ ପ୍ରତିବାଦ: ଗ୍ରାମବାସୀଙ୍କ ଧାରଣା

ବସ୍ତା, ୨୩।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ତହସିଲ କର୍ତ୍ତୃପକ୍ଷ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦରଡ଼ା ପଞ୍ଚାୟତର କୁଠପଦା ଗ୍ରାମର ବାସିନ୍ଦା ଶନିବାର ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗ୍ରାମବାସୀଙ୍କର କହିବା ଅନୁଯାୟୀ କୁଠପଦା ଗ୍ରାମରେ ଦୀର୍ଘ ୨୦ବର୍ଷ ହେବ ଜଣେ ବ୍ୟକ୍ତି ସରକାରୀ ଜମି ଓ ରାସ୍ତାକୁ ଅବରୋଧ କରି ପକ୍କା ଘର ନିର୍ମାଣ କରିଛନ୍ତି। ତାଙ୍କ ବିରୋଧରେ ଗ୍ରାମବାସୀ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଶହୀଦଙ୍କୁ ସମ୍ମାନ ଏମିତି : ମାଟିରେ ଗଡୁଛି ସ୍ମୃତି ଫଳକ

ଶହୀଦଙ୍କୁ ସମ୍ମାନ ଏମିତି : ମାଟିରେ ଗଡୁଛି ସ୍ମୃତି ଫଳକ

ଖଇରା,୨୧।୦୬-ସ୍ବାଧିନତାର ୫୦ବର୍ଷ ପୂର୍ତ୍ତୀ ଅବସରରେ ଓଡିଶାର ବିଭିନ୍ନ ବ୍ଲକ ସହିତ ଖଇରା ବ୍ଲକ ପରିସରରେ ଅନ୍ୟୁନ ୨୨ବର୍ଷ ତଳେ ସ୍ମୃତିଫଳକ ସ୍ଥାପନ କରାଯାଇଥିଲା। କାଳକ୍ରମେ ବ୍ଲକରେ ଉନ୍ନୟନ କାର୍ଯ୍ୟ କରାଯିବା ଆଳରେ ଫଳକକୁ ଭାଙ୍ଗି ଦିଆଯାଇ ଏକ ପୁରୁଣା କାନ୍ଥ କଡକୁ ଫିଙ୍ଗି ଦିଆଯାଇଛି ।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସୋର, ୨୩।୬(ଡ଼ି.ଏନ୍‌.ଏ.)-ସୋର ବ୍ଲକ ସାଜନପୁର ପଞ୍ଚାୟତରେ ସେବା ସମବାୟ ସମିତି ଆନୁକୂଲ୍ୟରେ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନଦୀବନ୍ଧ କଟାଯିବା ନେଇ ଅସନ୍ତୋଷ

ନଦୀବନ୍ଧ କଟାଯିବା ନେଇ ଅସନ୍ତୋଷ

ଜଳେଶ୍ୱର, ୨୩।୬(ସ୍ବ.ପ୍ର.)-ସୁବର୍ଣ୍ଣରେଖା ନଦୀକୂଳରେ ଅବସ୍ଥାନ କରୁଥିବା ଜଳେଶ୍ୱର ବାସିନ୍ଦା ଏବେ ନାନା ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। ବର୍ଷାଦିନକୁ ନଜରରେ ରଖି ନଦୀବନ୍ଧ ମରାମତି କରାଯାଉନାହିଁ। ଫୁଙ୍ଗୁଳା ପଡିଥିବାରୁ ୨୦୦୮ର ପ୍ରଳୟଙ୍କରୀ ବନ୍ୟାର ପୁନରାବୃତ୍ତି ହୋଇପାରେ ଏନେଇ ସ୍ଥାନୀୟ ବାସିନ୍ଦା ଚିନ୍ତିତ ହୋଇପଡିଛନ୍ତି।

Model This Week

ପ୍ରଭାତ