ବାଲେଶ୍ୱର

ଆମ୍ବ ଗଣ୍ଡି ବୋଝେଇ ଗାଡି ଜବତ

ନୀଳଗିରି, ୮। ୩ (ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ସୋମନାଥପୁର ଗାଁ ନିକଟ ରାସ୍ତାରେ ନୀଳଗିରି ବନବିଭାଗ ଗୁରୁବାର ଚଢାଉ କରି ଆମ୍ବଗଣ୍ଡି ବୋଝେଇ ଏକ ଗାଡି (ନଂ.ଓଆର ୦୧ଜି ୯୦୩୭) ଜବତ କରିଛି। ଜବତ ୫୫ସିଏପ୍ଟ କାଠର ଆନୁମାନିକ ମୂଲ୍ୟ ୫୫ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଢାଉ ବେଳେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ବିଭାଗରେ ମାମଲା (ନଂ. ୩୮/୧୮) ରୁଜୁ କରି ତଦନ୍ତ ଜାରି ରଖିଥିବା ବନକ୍ଷେତ୍ରାଧିକାରୀ ଦେବେନ୍ଦ୍ର ନାଥ ପାତ୍ର କହିଛନ୍ତି । ପୂର୍ବାହ୍ନରେ ଆମ୍ବଗଣ୍ଡି ଚୋରାଚାଲାଣ ହେଉଥିବା ନେଇ ବିଭାଗ ଖବର ପାଇଥିଲା। ପରେ ବନକ୍ଷେତ୍ରାଧିକାରୀ ପାତ୍ରଙ୍କ ନେତୃତ୍ୱରେ ବନପାଳ ଗଣେଶ ପ୍ରସାଦ ଲେଙ୍କା, ଦେବରାଜ ରାଉତ ଓ ଉମାକାନ୍ତ ଜେନାଙ୍କ ସମେତ ବନରକ୍ଷୀ ମିଳିତ ଭାବେ ଚଢାଉରେ ସାମିଲ ଥିଲେ ।

All Right Reserved By

ବାଲେଶ୍ୱର

ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ: ୨ ଘର ଜଳିଗଲା

ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ: ୨ ଘର ଜଳିଗଲା

ଜଳେଶ୍ୱର,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଝାଡ଼ପିମ୍ପଳ ପଞ୍ଚାୟତର ଝାଡ଼ପିମ୍ପଳ(୨) ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଭାଇ ବିଜୟ ଗିରି ଏବଂ ସୁଜୟ ଗିରିଙ୍କ ଦୁଇଟି ଘର ସମ୍ପୂର୍ଣ୍ଣ ଜଳିଯାଇଛି।

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ସୋର,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ଅଧୀନ ଦହିସଢ଼ାଠାରେ କ୍ଷତବିକ୍ଷତ ଅବସ୍ଥାରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବାବେଳେ ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ।

କୌଣସି ବୃତ୍ତି ଛୋଟ ନୁହେଁ

କୌଣସି ବୃତ୍ତି ଛୋଟ ନୁହେଁ

ତାଙ୍କ ଜନ୍ମ ପଶ୍ଚିମବଙ୍ଗର ହଳଦିଆ ମେଦିନିପୁର ଅଞ୍ଚଳରେ। କର୍ମଭୂମି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାହାଡ଼ା-ଅଣ୍ଡରାଇ। ୪୫ ବର୍ଷ ତଳେ ଏଠାକୁ ଆସି ଜୀବନ ଜୀବିକାର ବାଟ ଖୋଜି ପାଇଛନ୍ତି ଲାଲମୋହନ ନାୟକ। ଭଲ ପାଇ ପ୍ରବାସକୁ କରିଛନ୍ତି ଆପଣାର।

ପଲିଥିନ ତଳେ ଅସହାୟ  ଦମ୍ପତି

ପଲିଥିନ ତଳେ ଅସହାୟ ଦମ୍ପତି

ଭଦ୍ରକ ଅଫିସ,୧୯।୬-ସମସ୍ତଙ୍କୁ ମିଳିବ କୋଠାଘର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଯୋଜନା ପ୍ରକୃତଙ୍କ ପାଇଁ କିଭଳି ଅପହଞ୍ଚ ତାହାର ନମୁନା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ବ୍ଲକ ଅଧୀନ ଆର୍ତ୍ତୁଂ ପଞ୍ଚାୟତର ଦାସ ସାହିରେ ରୋଗଣା ରବୀନ୍ଦ୍ର ଦାସ ଓ ତାଙ୍କ ସ୍ତ୍ରୀ ସଞ୍ଜୁ ଘର ଖଣ୍ଡେ ନ ଥିବାରୁ ପଲିଥିନ ଟାଣି ପାଲ ଓ ପୁରୁଣା ଶାଢି ଘେରାଇ ଅସହାୟ ଅବସ୍ଥାରେ ରହୁଛନ୍ତି।

ଦୁଇ ଯୁବ ପ୍ରତିଭାଙ୍କୁ ମିଳୁନି ସହାୟତା

ଦୁଇ ଯୁବ ପ୍ରତିଭାଙ୍କୁ ମିଳୁନି ସହାୟତା

ଭଦ୍ରକ ଅଫିସ,୧୯।୬-ପରୀକ୍ଷାମୂଳକ ସୌରଚାଳିତ ସ୍କୁଟି ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ଭଦ୍ରକର ଦୁଇ ଯୁବପ୍ରତିଭା ଆଜି ବି ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି। ଅର୍ଥାଭାବ ସମସ୍ୟା ଯୋଗୁ ସୌରଚାଳିତ ସ୍କୁଟିକୁ ଅଧିକ ବିକଶିତ କରିପାରି ନାହାନ୍ତି।

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ  ବିକ୍ଷୋଭ

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ବିକ୍ଷୋଭ

ଉଦଳା, ୧୯।୬ (ଡି.ଏନ.ଏ.) - ମୟୂରଭଞ୍ଜ ଜିଲାରେ ଏବେ ଗ୍ରୀଷ୍ମର ପ୍ରବାହ ଅଧିକ ରହିଥିବା ବେଳେ ପାରଦ ଉପରମୁହଁା ହୋଇ ରହିଛି ା ଏହା ସାଙ୍ଗକୁ ଉଦଳା ଅଞ୍ଚଳରେ ୪ ଦିନ ହେବ ଅଘୋଷିତ ବିଦ୍ୟୁ୍‌ତ୍‌ କାଟ ହେତୁ ଅତିଷ୍ଠ ହୋଇ ପଡିଛନ୍ତି ଲୋକେ ା

ତିନି ରଥର ନାହାକା ଉଠିଲା

ତିନି ରଥର ନାହାକା ଉଠିଲା

ବାରିପଦା ଅଫିସ,୧୯।୬-ବାରିପଦା ରଥ ପଡିଆଠାରେ ସୋମବାର ସନ୍ଧ୍ୟାରେ ଠାକୁରଙ୍କ ରଥର ନାହାକା ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୀତି ଅନୁଯାୟୀ ଠାକୁରମାନଙ୍କ ନୀତି ସରିବା ପରେ ମନ୍ଦିର ପରିଚ୍ଛା ଠାକୁରଙ୍କଠାରୁ ଆଜ୍ଞାମାଳ ଆଣିଥିଲେ।

ବିଦ୍ୟୁତ୍‌ କାଟ ପ୍ରତିବାଦରେ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍‌ କାଟ ପ୍ରତିବାଦରେ କାର୍ଯ୍ୟାଳୟ ଘେରାଉ

ଖୁଣ୍ଟା,୧୯ା୬(ଡି.ଏନ୍‌.ଏ.): ଘନ ଘନ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ସୋମବାର ଖୁଣ୍ଟା ବଣିକ ସଂଘ ପକ୍ଷରୁ ଖୁଣ୍ଟାସ୍ଥିତ ବିଦ୍ୟୁତ୍‌ ସେକ୍‌ସନ୍‌ କାର୍ଯ୍ୟାଳୟ ଓ ଏସ୍‌ଡିଓ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଛି।

ପୁନଃ ଥଇଥାନ ଦାବିରେ ଗଣଧାରଣା

ପୁନଃ ଥଇଥାନ ଦାବିରେ ଗଣଧାରଣା

ବାରିପଦା ଅଫିସ,୧୯ା୬-ମୟୂରଭଞ୍ଜ ଜିଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୧୬୬ ଜଣ ସ୍ବେଚ୍ଛାସେବୀ ଶିକ୍ଷାସହାୟକଙ୍କୁ ଜିଲାପାଳ ଗତ ମାର୍ଚ୍ଚ ୨୬ରେ ବହିଷ୍କୃତ କରିଥିଲେ। ବହିଷ୍କୃତ ଶିକ୍ଷକମାନେ ସେମାନଙ୍କ ପୁନଃ ଥଇଥାନ ଦାବି କରି ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ରୋଗଣା ଝିଅର ଚିକିତ୍ସା ଲାଗି ଅସହାୟ ମା’ବାପା

ରୋଗଣା ଝିଅର ଚିକିତ୍ସା ଲାଗି ଅସହାୟ ମା’ବାପା

ବାଲେଶ୍ୱର ଅଫିସ,୧୯।୬-ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ କଷାଫଳ ଗ୍ରାମର ଜୟନ୍ତୀ ଓ ସନ୍ନ୍ୟାସୀ ବେହେରାଙ୍କ ୧୧ବର୍ଷର ଝିଅ ସୁମିତା। ସେ ପଞ୍ଚମ ଶ୍ରେଣୀରେ ପଢନ୍ତି। ଦେଢବର୍ଷ ତଳେ ହଠାତ୍‌ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେବାରୁ ମା’ ବାପା ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରୁଥିଲେ।

ଜୟନାରାୟଣଙ୍କ ଇସ୍ତଫା କୌଣସି ପ୍ରଭାବ ପକାଇବ ନାହିଁ

ବାଲିଆପାଳ, ୧୯।୬(ଡି.ଏନ.ଏ.)-ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ବାଲିଆପାଳ କଂଗ୍ରେସ ପକ୍ଷରୁ ସୋମବାର ସ୍ଥାନୀୟ ଡାକବଙ୍ଗଳାରେ ଖବରଦାତା ସମ୍ମିଳନୀ ଡକାଯାଇଥିଲା।

ପଞ୍ଚାୟତର ବିକାଶ ଲାଗି ଅଣ୍ଟା ଭିଡିଲେ ସରପଞ୍ଚ

ଜଳେଶ୍ୱର,୧୯।୬(ସ୍ବ.ପ୍ର.)-ଜଳେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚୋରମରା ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ନିତ କରିବା ପାଇଁ ସରକାର ପଦକ୍ଷେପ ନେବାକୁ ସରପଞ୍ଚ ପରିତୋଷ କାମିଳା ଜଳେଶ୍ୱରଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦାବି କରିଛନ୍ତି।

Model This Week

ପ୍ରଭାତ