ବାଲେଶ୍ୱର

କପି କରି ଧରାପଡିଲେ ୩୭ ପରୀକ୍ଷାର୍ଥୀ

ବାଲେଶ୍ୱର ଅଫିସ, ୮।୩-ଗୁରୁବାର ମାଟ୍ରିକ୍‌ ପରୀକ୍ଷା ଶେଷ ହୋଇଛି। ଜିଲାରେ ୩୭ଜଣ ପରୀକ୍ଷାର୍ଥୀ କପି କରି ଧରାପଡିଥିବା ବେଳେ କର୍ତ୍ତବ୍ୟ ଅବହେଳାରୁ ୧୩ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସେହିପରି ପରୀକ୍ଷାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ୬ ଗୋଟି ପରୀକ୍ଷାକେନ୍ଦ୍ରରେ ସ୍ଥାୟୀ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିଲା ବୋଲି ଜିଲାଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ପ୍ରକାଶ କରିଛନ୍ତି। ଗତ ଫେବୃୟାରୀ ୨୩ ତାରିଖରୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଜିଲାରେ ମୋଟ ୧୬୮ ପରୀକ୍ଷାକେନ୍ଦ୍ରରେ ୩୫, ୯୪୦ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୬୮୭ ଜଣ ଅନୁପସ୍ଥିତ ଥିଲେ। ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ଆଶଙ୍କାକୁ ନେଇ ପରୀକ୍ଷା ସହ ଜଡ଼ିତ ଥିବା ପରୀକ୍ଷା ନିୟନ୍ତ୍ରକ, ପରୀକ୍ଷକ, ନୀରିକ୍ଷକ, ଉପନୀରିକ୍ଷକ, ସ୍କ୍ବାର୍ଡ଼ ମେମ୍ବରମାନେ ପରୀକ୍ଷାକେନ୍ଦ୍ର ଯିବା ପୂର୍ବରୁ ମୋବାଇଲଗୁଡ଼ିକୁ ପରୀକ୍ଷାକେନ୍ଦ୍ରରେ ରଖିବାକୁ ବାଧ୍ୟ କରାଯାଇଥିଲା।
All Right Reserved By

ବାଲେଶ୍ୱର

ତିହିଡିରେ ଖୋଲିଲା ଧାନସଂଗ୍ରହ କେନ୍ଦ୍ର

ତିହିଡିରେ ଖୋଲିଲା ଧାନସଂଗ୍ରହ କେନ୍ଦ୍ର

ତିହିଡି, ୧୩।୧୨(ଡି.ଏନ.ଏ): ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଜାମଯୋଡି ସେବା ସମବାୟ ସମିତିରେ ଗୁରୁବାର ପୂର୍ବହ୍ନରେ ସରକାରୀ ଧାନ ସଂଗ୍ରହ କେନ୍ଦ୍ର ଖୋଲିଛି।

ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ମୃତ, ୫ଗୁରୁତର

ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ମୃତ, ୫ଗୁରୁତର

ଭଦ୍ରକ ଅଫିସ, ୧୩।୧୨: ଭଦ୍ରକ ଜିଲା ରାମ ନବମୀ ବେତଡା ପଞ୍ଚାୟତ ଅଧିନସ୍ଥ ଗୋହିରାଣୀ ଗାଁରେ ମିନି ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତିl

ଅଗ୍ନିକାଣ୍ଡରେ ଜଳିଗଲା ଫର୍ନିଚର ଦୋକାନ

ଅଗ୍ନିକାଣ୍ଡରେ ଜଳିଗଲା ଫର୍ନିଚର ଦୋକାନ

ତିହିଡି, ୧୩।୧୨(ଡି.ଏନ.ଏ): ଭଦ୍ରକ ଜିଲା ତିହିଡି ବଜାରସ୍ଥିତ ପୁରୁଣା ସମବାୟ ବ୍ୟାଙ୍କ ଗୃହ ପାର୍ଶ୍ୱରେ ଥିବା ଫର୍ନିଚର ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଛି।

ଚୋରାମଦ ବେପାରୀଙ୍କୁ ଛେଚିଲେ ମହିଳା

ବାସୁଦେବପୁର, ୧୩।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଭୈରବପୁର ଗ୍ରାମରେ ଚୋରାମଦ ଓ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗାଁ ରେ ନିଶା କାରବାର ବନ୍ଦ କରିବାକୁ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି।

ସାଳନ୍ଦୀ ବହି ମେଳା ଉଦ୍‌ଘାଟିତ:   ‘ପୁସ୍ତକ ହିଁ ପ୍ରକୃତ ବନ୍ଧୁ’

ସାଳନ୍ଦୀ ବହି ମେଳା ଉଦ୍‌ଘାଟିତ: ‘ପୁସ୍ତକ ହିଁ ପ୍ରକୃତ ବନ୍ଧୁ’

ଭଦ୍ରକ ଅଫିସ, ୧୩।୧୨ - ଭଦ୍ରକ ଜିଲା ମନମୋହନ ସଙ୍ଗୀତ ପରିଷଦ ପରିସରରେ ବୁଧବାର ୫ମ ସାଳନ୍ଦୀ ବହିମେଳା ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟକ ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କଥାକାର ଡ. ଗୌରହରି ଦାସ ଯୋଗଦେଇ ପୁସ୍ତକ ହିଁ ପ୍ରକୃତ ବନ୍ଧୁ ବୋଲି କହି ଆଧୁନିକ ଯୁଗରେ ପୁସ୍ତକର ମହତ୍ତ୍ବ ଗୁରୁତ୍ୱ ଥିବା  ମତବ୍ୟକ୍ତ କରିଥିଲେ।

ମେଘୁଆ ପାଗରେ ଚା ମଜା ନିଆରା

ମେଘୁଆ ପାଗରେ ଚା ମଜା ନିଆରା

କେନ୍ଦୁଝର, ୧୩ା୧୨(ସ୍ବ.ପ୍ର.): କେନ୍ଦୁଝରରେ ମଙ୍ଗଳବାର ସକାଳେ ହଠାତ ମେଘୁଆ ପାଗ ପରିବେଶକୁ ଅଧିକ ଶୀତୁଆ କରି ଦେଇଥିଲା। ଶୀତର ମଜା ନେବାକୁ କେତେକେ ଗରମ ପୋଷାକ ପିନ୍ଧି ଘର ବାହାରକୁ ଚାଲିଆସିଥିବା ବେଳେ ଅନେକ ଘର ଭିତରେ କମ୍ବଳ ଭିତରେ ଉଷ୍ମତାର ମଜା ଉଠାଇଛନ୍ତି। 

ପ୍ଲାଷ୍ଟିକ ବୋତଲ ଗୋଟାଇ ଚଳୁଛନ୍ତି

ପ୍ଲାଷ୍ଟିକ ବୋତଲ ଗୋଟାଇ ଚଳୁଛନ୍ତି

ଚମ୍ପୁଆ, ୧୩।୧୨(ଡି.ଏନ.ଏ.): ଖଣି ଖାଦାନ ଭରା କେନ୍ଦୁଝର ଜିଲାରେ ଯୁବକଙ୍କୁ ମିଳୁନି ରୋଜଗାର ପନ୍ଥା। ନିଯୁକ୍ତିର ଅଭାବରୁ ଯୁବପିଢି କର୍ମ ହରା ହୋଇପଡିଛନ୍ତି। କର୍ମ ଅନ୍ନେଷଣରେ କେତେକ ବାହାର ରାଜ୍ୟକୁ ପଳାଉ ଥିବାବେଳେ ଅଉ କେତେକ ପାରିବାରିକ ସମସ୍ୟା ପାଇଁ ଭିଟାମାଟି ଛାଡି ଯାଇପାରୁ ନାହାନ୍ତି। 

‘ଋଣ ବୋଝରୁ ଚାଷୀକୁ ମୁକ୍ତ କର’

‘ଋଣ ବୋଝରୁ ଚାଷୀକୁ ମୁକ୍ତ କର’

ଉଦଳା,୧୩।୧୨ (ଡି.ଏନ.ଏ.) - ଓଡିଶା କୃଷକ ସଭା କପ୍ତିପଦା ବ୍ଲକ କମିଟି ଆନୁକୂଲ୍ୟରେ ବୁଧବାର ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଉଦଳାଠାରେ ଅନୁଷ୍ଠିତ ହୋଇଯାଇଛି  ଶତାଧିକ ସଂଖ୍ୟାରେ କର୍ମୀମାନେ  ସ୍ଥାନୀୟ ଡି.ଆଇ. ଅଫିସ୍‌ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ 

ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା: ମୟୂରଭଞ୍ଜରୁ ୧୯ ଖେଳାଳି

ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା: ମୟୂରଭଞ୍ଜରୁ ୧୯ ଖେଳାଳି

ବାରିପଦା ଅଫିସ,୧୩।୧୨- ରାଜ୍ୟସ୍ତରୀୟ ୧୭ବର୍ଷରୁ କମ ବାଳକ ଓ ବାଳିକା ବର୍ଗର ଭଲିବଲ ପ୍ରତିଯୋଗିତା ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି କନ୍ଧମାଳ ଜିଲା ଅନ୍ତର୍ଗତ ଏଜେଓ ଉଚ୍ଚ ବିଦ୍ୟାଳୟର ଖେଳପଡ଼ିଆ ପରିସରରେ ଅନୁଷ୍ଠିତ ହେବ।

ବିଜାତଳା: ରିଗିଂ ବୁଥ୍‌ରେ ସାନି ମତଦାନ ଦାବି

ବିଜାତଳା: ରିଗିଂ ବୁଥ୍‌ରେ ସାନି ମତଦାନ ଦାବି

ବାରିପଦା ଅଫିସ,୧୩।୧୨-ମୟୂରଭଞ୍ଜ ଜିଲା ବିଜାତଳା ବ୍ଳକ ଅନ୍ତର୍ଗତ ୩୨ ନଂ ଜିଲା ପରିଷଦ ଜୋନ ଉପନିର୍ବାଚନରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନାହିଁ ଏବଂ କେତେକ ବୁଥରେ ରିଗିଂ କରାଯାଇଛି ବୋଲି   ଜେଏମଏମ୍‌ ଅଭିଯୋଗ କରିଛି।

୧୪ରେ ଧର୍ମେନ୍ଦ୍ରଙ୍କ ଭୋଗରାଇ ଗସ୍ତ:  ସୀମାନ୍ତରୁ ପ୍ରଚାର ଅଭିଯାନ ଆରମ୍ଭ କରିବା ସୂଚନା

୧୪ରେ ଧର୍ମେନ୍ଦ୍ରଙ୍କ ଭୋଗରାଇ ଗସ୍ତ: ସୀମାନ୍ତରୁ ପ୍ରଚାର ଅଭିଯାନ ଆରମ୍ଭ କରିବା ସୂଚନା

ଭୋଗରାଇ,୧୩।୧୨(ଡି.ଏନ.ଏ.)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଥିବାରୁ ଦଳୀୟ କର୍ମୀ ତତ୍ପର ହୋଇ ଉଠିଛନ୍ତ । ୫ ରାଜ୍ୟରେ ବିଧାନ ସଭା ନିର୍ବାଚନରେ ଭାଜପାର ଶୋଚନୀୟ ପ୍ରଦର୍ଶନ ସବୁ ମହଲରେ ଚର୍ଚ୍ଚାରେ ରହିଛି ।

ମାଲଗୋଦାମରେ ଟିକସ ଫାଙ୍କି ଧରପଗଡ଼

ମାଲଗୋଦାମରେ ଟିକସ ଫାଙ୍କି ଧରପଗଡ଼

ବାଲେଶ୍ୱର ଅଫିସ,୧୩।୧୨- ବାଲେଶ୍ୱର ରେଳଷ୍ଟେଶନ ଅପରପକ୍ଷରେ ଥିବା ମାଲଗୋଦାମରେ ଟିକସ ଫାଙ୍କି ଭଳି ବିଭିନ୍ନ ଅନିୟମିତତା ହେଉଥିବା ଅଭିଯୋଗ ଆଧାରରେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବୁଧବାର ମଧ୍ୟାହ୍ନରେ ମିଳିତ ଚଢ଼ାଉ ହୋଇଥିଲା।