ବାଲେଶ୍ୱର

ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା

ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା
ଭୋଗରାଇ, ୮।୩(ଡି.ଏନ.ଏ.)-ଭୋଗରାଇ ବ୍ଲକରେ ଥିବା ନିମାତପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ୧୯୮୫ ମସିହାରେ ନିର୍ମିତ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ତତ୍କାଳୀନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଉଦ୍‌ଘାଟନ କରିଥିଲେ। ଆବଶ୍ୟକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିୟମିତ ରୋଗୀ ସେବା କରି ଆସୁଥିବା ବେଳେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିଲା। ଏଠାରେ ଆବଶ୍ୟକ ଭିତ୍ତିଭୂମି ରହିଛି। ଗତ କିଛିବର୍ଷ ଧରି ଡାକ୍ତର, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ଯୋଗୁ ରୋଗୀସେବା ଏକପ୍ରକାର ବନ୍ଦ ହୋଇଯାଇଛି। ଏଠାରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଜଣେ ଆୟୁଷ ଡାକ୍ତର ରହିଥିବା ବେଳେ ଅନ୍ୟ ଦୁଇଜଣ ସ୍ବାସ୍ଥ୍ୟକମର୍ର୍ୀ ଡେପୁଟେଶନ୍‌ରେ ରୋଗୀ ସେବା କରୁଛନ୍ତି। ଫଳରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି ଡାକ୍ତରଖାନା ଉପରେ ନିମାତପୁର, ପସରବିନ୍ଧା, କୁମ୍ଭାରମୂଳି, ବାରବାଟିଆ, ଗୁନାଇବସାଣ, ଟୁକୁରୀହାଜିରା, ଜୟରାମପୁର ଆଦି ପଞ୍ଚାୟତର ୨୫ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି। ଦେଢ଼ବର୍ଷ ଧରି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ନ ହେବାରୁ ଦୈନନ୍ଦିନ ବହୁ ରୋଗୀ ଦୂରଦୂରାନ୍ତରୁ ଆସି ଫେରୁଛନ୍ତି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ରହଣି ପାଇଁ ୬ଟି କ୍ୱାର୍ଟର୍ସ ରହିଛି, ହେଲେ ତାହା ବ୍ୟବହାର ହେଉ ନ ଥିବାରୁ ଗୃହଗୁଡ଼ିକ ଭୂତକୋଠି ପାଲଟିଛି। ଆୟୁଷ ଡାକ୍ତର କମଳାକାନ୍ତ ଗିରି କୁହନ୍ତି, ଏହି ଡାକ୍ତରଖାନାକୁ ଦୈନିକ ୫୦ରୁ ୬୦ଜଣ ରୋଗୀ ଆସୁଛନ୍ତି। ପୂର୍ବରୁ ବହୁ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିଲେ। ଡାକ୍ତର ଏବଂ ଫାର୍ମାସିଷ୍ଟ ଅଭାବ ଯୋଗୁ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ। ୫କି.ମି. ଦୂର ମୁସଦପୁର ଗ୍ରାମରୁ ଆସୁଥିବା ରୋଗୀ ଗଗନ ମହାନ୍ତି କୁହନ୍ତି, ଆମେ ରୋଗ ଦେଖାଇବାକୁ ଆସିଥିଲୁ, ହେଲେ ଡାକ୍ତର ନ ଥିବାରୁ ଫେରି ଯାଉଛୁ। ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା. ଶୁଭେନ୍ଦୁ ମହାନ୍ତି କୁହନ୍ତି, ଭୋଗରାଇରେ ଡାକ୍ତର ନିଯୁକ୍ତି ହେଉ ନ ଥିବାରୁ ରୋଗୀ ସେବା ବ୍ୟାହତ ହେଉଛି।
All Right Reserved By

ବାଲେଶ୍ୱର

ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ପାଟଣା,୧୫।୧୨(ସ୍ବ.ପ୍ର.): କେନ୍ଦୁଝର  ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ ବମ୍ବେ-କଲିକତା  ଜାତୀୟ ରାଜପଥର ଖିରିଇଟାଙ୍ଗିରି ଛକ ଉପରେ  ଶନିବାର ଭୋର ୩ଟା ସମୟରେ  ଏକ ୧୨  ଚକିଆ   ଟ୍ରକ(ଡବ୍ଲୁବି୧୧ସି୧୩୪)ରେ  କୌଣସି କାରଣରୁ   ହଠାତ ନିଆଁ ଲାଗିଯାଇଥିଲା।

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଝୁମ୍ପୁରା, ୧୫।୧୨(ଡି.ଏନ.ଏ.): ସ୍ବାସ୍ଥ୍ୟସେବା ଲୋକଙ୍କୁ ଯୋଗାଇ ଦେବା ପାଇଁ ସରକାରଙ୍କ ବହୁ ଯୋଜନା ରହିଛି। ଏ ନେଇ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ସବୁ ଯୋଜନା ସତ୍ତ୍ୱେ ଗ୍ରାମ ଓ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦା ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହିପରି ପୁଣି ଏକ ଘଟଣା ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ବସନ୍ତପୁର ପଞ୍ଚାୟତର ତଳି ସାହିରେ ଦେଖିବାକୁ ମିଳିଛି। ସେହି ସାହିରେ ଝାଟିମାଟି ଘରେ ଗୋବିନ୍ଦ ମୁଣ୍ଡା ରହୁଛନ୍ତି। 

ନିରାଶ କଲା  ନିଯୁକ୍ତି ମେଳା

ନିରାଶ କଲା ନିଯୁକ୍ତି ମେଳା

ବାରିପଦା ଅଫିସ,୧୫।୧୨- ଶିଳ୍ପଶୂନ୍ୟ ମୟୂରଭଞ୍ଜ ଜିଲାରେ ଶୁକ୍ରବାର  ଆୟୋଜିତ ନିଯୁକ୍ତି ମେଳା ଆଶାନୁରୂପ ସଫଳତା ପାଇ ନ ଥିବା ଅଭିଯୋଗ ହୋଇଛି। କେବଳ ବାରିପଦା ଓ କପ୍ତିପଦା ଉପଖଣ୍ଡର ମୋଟ ୨୭୪୭ ଜଣ ଏଥିରେ ରେଜିଷ୍ଟ୍ରେଶନ କରିଥିଲେ। 

ଭୋକ ଦାଉ  ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ଭୋକ ଦାଉ ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ବାରିପଦା ଅଫିସ,୧୫।୧୨- ୫ ଦିନ ହେବ ସ୍କୁଲରେ ରୋଷେଇ ହୋଇନାହିଁ। ଭଲମନ୍ଦ ବୁଝିବାକୁ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସୁ ନ ଥିବା ବେଳେ କେହି କେୟାରଟେକର ବି ନ ଥିଲେ।  

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ:  ରୋଗୀଙ୍କ ବଡ଼ମା’ ମୃତ

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ: ରୋଗୀଙ୍କ ବଡ଼ମା’ ମୃତ

ରୂପ୍‌ସା, ୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଗେମନବ୍ରିଜ୍‌ ଓ ବାଇପାସ୍‌ ରାସ୍ତା ମଝିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛପଟୁ ୧୦୮ ଆମ୍ବୁଲାନ୍ସ ପିଟି ହେବାଯୋଗୁ ଘଟଣାସ୍ଥଳରେ ରୋଗୀଙ୍କ ବଡ଼ମା’ଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ, ସ୍ବାମୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ କଟକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ବାହାନଗା ପଞ୍ଚାୟତ ସମିତି ବୈଠକ:  ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା ପଞ୍ଚାୟତ ସମିତି ବୈଠକ: ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା, ୧୫ା୧୨(ଡି.ଏନ.ଏ.)-ବାହାନଗା ବ୍ଲକର ୫ମ ପଞ୍ଚାୟତ ସମିତି ବୈଠକ  ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବଚ୍ଛ ଭାରତ ଅଭିଯାନ ଦ୍ୱାରା ନିର୍ମାଣ ହେଉଥିବା ପାଇଖାନାରେ ପିସି କାରବାର ନେଇ ଗୃହରେ ସଭ୍ୟମାନେ ଅଭିଯୋଗ କରିବା ସହିତ ହୋହଲ୍ଲା କରିଥିଲେ। ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ବତୀ ମହାଳିକ ସଭାପତିତ୍ୱ କରିଥିଲେ। 

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

ଭୋଗରାଇ, ୧୫।୧୨(ଡି.ଏନ.ଏ.)-ଓଡ଼ିଶାରେ ଏକ ଅପାରଗ, ସ୍ଥାଣୁ ଓ ସମ୍ବେଦନଶୀଳ ବିହୀନ ସରକାର ଚାଲିଛି। ଦୀର୍ଘ ୧୯ବର୍ଷ ଧରି ବିଜେଡି ଶାସନ କାଳରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। 

ତରାଙ୍ଗ ଛକରୁ ପୁଣି ଚୋରି

ତରାଙ୍ଗ ଛକରୁ ପୁଣି ଚୋରି

ଖଇରା, ୧୪।୧୨(ଡି.ଏନ.ଏ.)-ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ତରାଙ୍ଗ ଛକରେ ଥିବା ୫ଟି ଦୋକାନରୁ ଗୁରୁବାର ରାତିରେ ଚୋରି ହୋଇଥିବା ଜଣାଯାଇଛି। 

ଖଇରାରେ ଖୋଲିଲା ଧାନମଣ୍ଡି

ଖଇରାରେ ଖୋଲିଲା ଧାନମଣ୍ଡି

ଖଇରା, ୧୪।୧୨(ଡି.ଏନ.ଏ.)-ଖଇରା ବ୍ଲକରେ ଚାଷୀମାନଙ୍କର ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ଦାବି ପରେ ଖଇରା ବ୍ଲକ ଅଧୀନ ଗୋବିନ୍ଦପୁର ସେବା ସେବା ସମବାୟ ସମିତିରେ ପ୍ରଥମେ ଶୁକ୍ରବାର ଧାନକିଣା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।

ରାଜ୍ୟସ୍ତରୀୟ କେମେଷ୍ଟ୍ରି ଅଲମ୍ପିଆଡ଼: ଫକୀରମୋହନ ଜୁନିୟର କଲେଜ ଛାତ୍ର ପ୍ରଥମ

ରାଜ୍ୟସ୍ତରୀୟ କେମେଷ୍ଟ୍ରି ଅଲମ୍ପିଆଡ଼: ଫକୀରମୋହନ ଜୁନିୟର କଲେଜ ଛାତ୍ର ପ୍ରଥମ

ବାଲେଶ୍ୱର ଅଫିସ,୧୪।୧୨-ଚଳିତ ଶିକ୍ଷାବର୍ଷ ୨୦୧୮-୧୯ ପାଇଁ ଓଡ଼ିଶା କେମିକାଲ ସୋସାଇଟି ତରଫରୁ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କେମେଷ୍ଟ୍ରି ଅଲମ୍ପିଆଡ଼ରେ ଫକୀରମୋହନ ଜୁନିୟର କଲେଜର ଯୁକ୍ତ ୨ ଦ୍ୱିତୀୟବଷର୍ର୍ ବିଜ୍ଞାନଛାତ୍ର ପ୍ରୀତିଶ ବେହେରା ଓ ଶିବମ୍‌ ପାଢ଼ୀ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ଭଦ୍ରକ ଅବକାରୀ ବିଭାଗର ଚଢ଼ାଉ, ଚୋରା ଦେଶୀ ମଦ ସହ ଓମିନି ଜବତ

ଭଦ୍ରକ ଅବକାରୀ ବିଭାଗର ଚଢ଼ାଉ, ଚୋରା ଦେଶୀ ମଦ ସହ ଓମିନି ଜବତ

ଭଦ୍ରକ ଅଫିସ,୧୪।୧୨- ଭଦ୍ରକ ଅବକାରୀ ବିଭାଗ ଚଢ଼ାଉ କରି ଜାତୀୟ ରାଜପଥ ବେହେରା ସlହି ନିକଟରୁ ୩୦୦ ଲିଟର ଦେଶୀ ମଦ ଜବତ କରିଛି। ଏକ ଓମିନି ଗାଡ଼ି ଯୋଗେ ଏହି ମଦ ବାଲେଶ୍ୱରରୁ ଭଦ୍ରକକୁ ଚାଲାଣ ହେଉଥିଲା। 

ଯକ୍ଷ୍ମା ଆକ୍ରାନ୍ତ ମା’ଙ୍କୁ ୪ ବର୍ଷର ଝିଅ ସେବା କରିବା ଘଟଣା: ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ଯକ୍ଷ୍ମା ଆକ୍ରାନ୍ତ ମା’ଙ୍କୁ ୪ ବର୍ଷର ଝିଅ ସେବା କରିବା ଘଟଣା: ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ସଜନାଗଡ଼,୧୪।୧୨(ଡି.ଏନ୍‌.ଏ.): ଯେଉଁ ବୟସରେ ସାଙ୍ଗସାଥୀମାନଙ୍କ ସହ ଗାଁ ଦାଣ୍ଡରେ ଖେଳିବା କଥା, ସେ ବୟସରେ ସେ ରୋଗୀଣା ମା’ ସହ ରାତି କାଟୁଛି ଡାକ୍ତରଖାନାରେ। ଯକ୍ଷ୍ମାରେ ଆକ୍ରାନ୍ତ ମା’ର ସେ ପାଲଟି ଯାଇଛି ଅଭିଭାବକ। ଏପରିକି ସେ ରୋଗଟା ତାକୁ ବି ହେବାକୁ ବସିଲାଣି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି, ବାଲେଶ୍ୱର ଜିଲା ନୀଳଗିରି ଡାକ୍ତରଖାନାର ଟିବି ଓ୍ବାର୍ଡରେ। ମହିଳାଜଣଙ୍କ ହେଲେ କଇଁକୁଠା ଗାଁର ଠାକୁରା ସିଂଙ୍କ ସ୍ତ୍ରୀ ସୁକୁର ସିଂ।