ସମ୍ବଲପୁର

ଇନ୍ଦ୍ରାବତୀ ମାଇନର କେନାଲ ଭୁଶୁଡ଼ିଲା

କୋକସରା,୮।୩(ଡି.ଏନ୍‌.ଏ.)
କଳାହାଣ୍ଡି ଜିଲା କୋକସରା ଓ ଜୟପାଟଣା ସୀମାରେ ଥିବା ରଣମାଲ ପଞ୍ଚାୟତ ମୋତେଲଗୁଡାଠାରୁ ଅରେବେଡା ସଂଯୋଗ କରିଥିବା ଇନ୍ଦ୍ରାବତୀ ମାଇନର କେନାଲ ମୋତେଲଗୁଡା ନିକଟରେ ବୁଧବାର ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ୨୦ଏକର ଚାଷ ଜମି ଜଳମଗ୍ନ ହୋଇଛି। ଚାଷ ସମୟରେ କେନାଲ ଭୁଶୁଡ଼ିବା ଘଟଣା ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ତୁରନ୍ତ ବିଭାଗୀୟ ଅଧିକାରୀ ମରାମତି କରିବାକୁ ଚାଷୀମାନେ ଦାବି କରିଛନ୍ତି। ଅନ୍ୟପଟେ ସମାନ ଜାଗାରେ ସବୁବର୍ଷ କେନାଲ ଭୁଶୁଡିବା ଘଟଣା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଶୈଳୀରେ ଅନେକ ପ୍ରଶ୍ନ ଊଠିଛି ବୋଲି ଚାଷୀମାନେ ଗୁରୁତର ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ଇନ୍ଦ୍ରାବତୀ କେନାଲ ଜରିଆରେ ଜଳସେଚନ କରାଯାଇ ପ୍ରତିବର୍ଷ ଡାଳୁଅ ଧାନଚାଷ କରାଯାଉଛି। ଚାଷ ଜମିକୁ ଜଳସେଚନ କରିବା ପାଇଁ ସରକାର କୋଟିକୋଟି ଟଙ୍କା ବ୍ୟୟବରାଦ କରିଚାଲିଛନ୍ତି। ଫଳରେ ଜିଲାର ଶହଶହ ହେକ୍ଟର ଚାଷ ଜମିରେ ଜଳସେଚନ ହେଉଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ଏହି ଅଞ୍ଚଳରେ ଫେବୃୟାରୀ ମାସରେ କେନାଲରେ ପାଣି ଛଡାଯାଇଥିଲା। କେନାଲ ଜରିଆରେ ଚାଷ ଜମିକୁ ପାଣି ପହଞ୍ଚିବା ପରେ ଚାଷୀମାନେ ଧାନଚାଷ ପାଇଁ ଲାଗିପଡିଥିଲେ। ତଦନୁସାରେ ମୋତେଲଗୁଡା ଗଁାର ଚାଷୀମାନେ ମଧ୍ୟ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଜମିକୁ ପାଣି ମଡାଇ ପଲା ପକାଇ ରୋପଣ ପାଇଁ ସଜବାଜ ହେଉଥିଲେ। କେତେଜଣ ରୋପଣ କରିଥିଲେ। ହଠାତ କେନାଲ ପାଣି ରୋପଣ ପାଇଁ ଅଙ୍କୁରିଥିବା ପାକଳ ପଲା ଉପରେ ମାଡିଯାଇଥିଲା। ଖବରପାଇ ଚାଷୀମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିଲାବେଳକୁ ବହୁ ଚାଷ ଜମି ଜଳମଗ୍ନ ହୋଇସାରିଥିଲା ବୋଲି ମୋତେଲଗୁଡା ଗ୍ରାମର ଚାଷୀ ଭାଗିରଥି ବେମାଲ, ଭୁବନେଶ୍ୱର ବେମାଲ, ଦୁର୍ବଲ ଘି, ତୁଷାରକାନ୍ତ ବେମାଲ, ଗିରିଷ ଚନ୍ଦ୍ର ବେମାଲ, ରତ୍ନାକର ଛତ୍ରିଆ ଓ ମହିଳା ଇନ୍ଦ୍ରା ବେମାଲ ପ୍ରମୁଖ ପ୍ରକାଶ କରିଛନ୍ତି। ସମାନ ସମୟ ଓ ସମାନ ଜାଗାରେ ପ୍ରତିବର୍ଷ କେନାଲ ଭୁଶୁଡ଼ିବା ଘଟଣା ପ୍ରାକୃତିକ କି ମଣିଷକୃତ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଏନେଇ ତଦନ୍ତ କରାଗଲେ ପ୍ରତିବର୍ଷ ସମାନ ଜାଗାରେ କେନାଲ ଭୁଶୁଡୁଥିବା ରହସ୍ୟ ପଦାକୁ ଆସିବ ବୋଲି ସମ୍ପୃକ୍ତ ଚାଷୀମାନେ ଗୁରୁତର ଅଭିଯୋଗ କରିଛନ୍ତି। ତୁରନ୍ତ କେନାଲ ମରାମତି ନ କଲେ ମୋତେଲଗୁଡା ଅଞ୍ଚଳରେ ଚାଷକାର୍ଯ୍ୟ ବାଧକ ସାଜିବ ବୋଲି ଚାଷୀମାନେ କହିଛନ୍ତି। କେନାଲ ଭୁଶୁଡ଼ିବା ଘଟଣା ସମ୍ପର୍କରେ କୁସୁମଖୁଣ୍ଟି ଇନ୍ଦ୍ରାବତୀ କେନାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭିକାରୀ ଚରଣ ବେହେରାଙ୍କୁ ପଚାରିବାରୁ ସମ୍ପୃକ୍ତ କେନାଲରେ ପ୍ରବାହିତ ହେଉଥିବା ଜଳ ବନ୍ଦ କରାଯାଇଛି। ଗୁରୁବାର ମେଶିନ ଲଗାଇ କେନାଲର ମରାମତି କରାଯିବ ବୋଲି କହିଥିଲେ। ଅନ୍ୟପଟେ ଘଟଣା ସମ୍ପର୍କରେ ଜୟପାଟଣା ତହସିଲଦାର ମନୋଜ ପାଢୀଙ୍କୁ ପଚାରିବାରୁ ମୋତେଲଗୁଡା ନିକଟରେ କେନାଲ ଭୁଶୁଡ଼ିବା ସମ୍ପର୍କରେ କୌଣସି ସୂଚନା ନାହିଁ। ଗୁରୁବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ପାଢୀ କହିଥିଲେ।

All Right Reserved By

ସମ୍ବଲପୁର

ରବି ଧାନ ସଂଗ୍ରହ ମାନ୍ଦା

ରବି ଧାନ ସଂଗ୍ରହ ମାନ୍ଦା

ବୀରମହାରାଜପୁର, ୨୨ା୬(ଡି.ଏନ.ଏ) ମିଲର୍ସଙ୍କ ବେଖାତିର ମନୋଭାବ ସାଙ୍ଗକୁ ପ୍ରଶାସନିକ ଉଦାସୀନତା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ଚରମ ଅବ୍ୟବସ୍ଥା ଦେଇ ଗତି କରୁଛି ।

ବେଲପାହାଡ ପୌର ପରିଷଦ: ପରିମଳ ବ୍ୟବସ୍ଥା ବାଟବଣା

ବେଲପାହାଡ ପୌର ପରିଷଦ: ପରିମଳ ବ୍ୟବସ୍ଥା ବାଟବଣା

ବେଲପାହାଡ଼,୨୨ା୬(ଡ଼ି.ଏନ୍‌.ଏ.) ପୌର କର୍ତ୍ତୃପକ୍ଷଙ୍କ ଠିକାଦାର ପ୍ରୀତି ଯୋଗୁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରପରିଷଦର ପରିମଳ ବ୍ୟବସ୍ଥା ବାଟବଣା ହୋଇଯାଇଛି ା ଏବେ ପରିଷଦର ସଫେଇ କାମ କାର୍ଯ୍ୟାଦେଶ ଅନୁଯାୟୀ ଚାଲୁନାହିଁ।

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଜୁନାଗଡ,୨୨।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁାରେ ନିର୍ମାଣାଧୀନ ବାଗଡିସର ପୋଲ କାମ ଅଧାପନ୍ତରିଆ କରି ଠିକାଦାର ଚମ୍ପଟ ମାରିଥିବା ଜଣାପଡିଛି।

ରାଜେନ୍ଦ୍ର କଲେଜ ସମ୍ମୁଖରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଜେନ୍ଦ୍ର କଲେଜ ସମ୍ମୁଖରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର ଅଫିସ,୨୨। ୬: ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଅଲ୍‌ଇଣ୍ଡିଆ ଡେମୋକ୍ରେଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍ଗାନାଇଜେଶନ୍‌ (ଏଆଇଡିଏସ୍‌ଓ) ତରଫରୁ ସାର୍ଟିଫିକେଟ୍‌ ପ୍ରିଜର୍‌ଭେସନ୍‌ ବାବଦ ଫି’କୁ ବିରୋଧ କରି ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆରଏସପି ଠିକା ଶ୍ରମିକଙ୍କୁ ମିଳୁନି କେନ୍ଦ୍ରୀୟ ଧାର୍ଯ୍ୟ ଦରମା

ରାଉରକେଲା ଅଫିସ,୨୨।୬: ଆରଏସପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ କେନ୍ଦ୍ରୀୟ ବେତନ ପ୍ରଦାନ କରାଯାଉନି। ଏ ନେଇ ରହିଥିବା ନିର୍ଦ୍ଦେଶକୁ କର୍ତ୍ତୃପକ୍ଷ ଉଲ୍ଲଂଘନ କରୁଛନ୍ତି।

ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ

ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ

ସୋହେଲା,୨୨।୬(ଡି.ଏନ.ଏ.): ସୋହେଲା ବ୍ଲକ ଟଙ୍ଗିବନ୍ଧଲୀ ଗ୍ରାମସ୍ଥିତ ଗିରି ଗୋବର୍ଦ୍ଧନ ପାହାଡ଼ ତଳେ ନବ ନିର୍ମିତ ସଙ୍କଟମୋଚନ ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲାୟନ୍ସ କ୍ଲବ ହୀରାକୁଦ ରୟାଲ ଉଦ୍‌ଘାଟିତ

ହୀରାକୁଦ,୨୨।୬(ଡି.ଏନ.ଏ.): ହୀରାକୁଦ ଲାୟନ୍ସ କ୍ଲବ ରୟଲ ନାମରେ ଏକ ନୂତନ କ୍ଲବର ଉଦ୍‌ଘାଟନ ଡ୍ରିଷ୍ଟିକ୍‌ ଗଭର୍ଣ୍ଣର ଲାୟନ୍ସ ବ୍ରଜମୋହନ ଅଗ୍ରୱାଲଙ୍କ ଦ୍ୱାରା ସମ୍ବଲପୁର ହୋଟେଲ କାବେରୀରେ ଶୁକ୍ରବାର ସମ୍ପାଦିତ ହୋଇଯାଇଛି ।

ବଡଗଁ। ଆଇଟିସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ବଡଗଁ। ଆଇଟିସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ବଡଗଁ।,୨୨।୬(ଡି.ଏନ.ଏ.): ବଡଗଁ। ସ୍ଥିତ ବେସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଗୁରୁବାର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଆଇଟିସିର ସ୍କାଉଟ୍‌, ଗାଇଡ ଓ ଲିଓ କ୍ଲବ, ଛାତ୍ରୀଛାତ୍ରଙ୍କ ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏଥିରେ ଯୋଗଦେଇଥିଲେ ।

ଅଧ୍ୟାପକ ପଦ ଖାଲି ନେଇ ଉଦ୍‌ବେଗ

ରାଉରକେଲା ଅଫିସ,୨୨। ୬: ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲାରେ ଅଧାରୁ ଅଧିକ ଅଧ୍ୟାପକ ପଦ ଖାଲି ପଡିଛି। ଏହା ଦ୍ୱାରା ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ହୋମଗାର୍ଡ଼ଙ୍କ ଅସ୍ବାଭାବିକ ମୃତ୍ୟୁ

ହୋମଗାର୍ଡ଼ଙ୍କ ଅସ୍ବାଭାବିକ ମୃତ୍ୟୁ

ବରଗଡ଼ ଅଫିସ୍‌/ବିଜେପୁର,୨୨।୬: ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ଼ଙ୍କ ଶୁକ୍ରବାର ଅସ୍ବାଭାବିକ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ, ବିଜେପୁର ଥାନା ବାଉଁଶପୋଲା ଗ୍ରାମର ପ୍ରେମରାଜ ସୁନା(୩୯) ।

ଡମ୍ପିଂୟାର୍ଡ଼ରେ ତାଲା ପକାଇବା ଘଟଣା, ଆନ୍ଦୋଳନକାରୀ ମହିଳାଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ

ଡମ୍ପିଂୟାର୍ଡ଼ରେ ତାଲା ପକାଇବା ଘଟଣା, ଆନ୍ଦୋଳନକାରୀ ମହିଳାଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ

ବରଗଡ଼ ଅଫିସ୍‌,୨୨।୬- ବରଗଡ଼ ବ୍ଲକ ଅନ୍ତର୍ଗତ ଧାଙ୍ଗେର ପଞ୍ଚାୟତର ୱାର୍ଡ଼ ନଂ-୫ ବିର୍ସାନଗର(ମୁଣ୍ଡାପଡ଼ା) ତଥା ବରଗଡ଼ ପୌର ପରିଷଦର ୱାର୍ଡ଼ ନଂ-୧୫ ନିକଟରେ ରହିଥିବା ଡମ୍ପିଂୟାର୍ଡ଼ ସ୍ଥାନାନ୍ତର ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ଶୁକ୍ରବାର ବଳପୂର୍ବକ ହଟାଇ ଦିଆଯାଇଛି ।

ବେଦାନ୍ତ ଦ୍ୱାରା ସାଂସ୍କୃତିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ବେଦାନ୍ତ ଦ୍ୱାରା ସାଂସ୍କୃତିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ଲାଞ୍ଜିଗଡ,୨୨।୬(ଡି.ଏନ୍‌.ଏ.): ଦୀର୍ଘବର୍ଷ ବିତିଗଲା କମ୍ୟୁନିଟି ହଲ୍‌ଟିଏ ନ ଥିବାରୁ ଲାଞ୍ଜିଗଡ ବାସି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗଁ।ର କୌଣସି ବୈଠକ କିମ୍ବା ଗଁ।ର ଜାନିଯାତ୍ରା ପାଇଁ କୌଣସି ଗଛ ମୂଳ କିମ୍ବା ମନ୍ଦିର ପ୍ରାଙ୍ଗଣରେ ବୈଠକ ବସୁଥିଲା ।

Model This Week

ପ୍ରଭାତ