ସମ୍ବଲପୁର

ଉପହାର ବୋମା ବିସ୍ଫୋରଣ ଘଟଣା: ସହକର୍ମୀଙ୍କ ବିବାହ ପ୍ରସ୍ତାବକୁ ମନା କରିଥିଲେ ସୌମ୍ୟ

ଉପହାର ବୋମା ବିସ୍ଫୋରଣ ଘଟଣା: ସହକର୍ମୀଙ୍କ ବିବାହ ପ୍ରସ୍ତାବକୁ ମନା କରିଥିଲେ ସୌମ୍ୟ

ବଲାଙ୍ଗୀର ଅଫିସ,୮।୩- ବଲାଙ୍ଗୀର ଜିଲା ପାଟଣାଗଡ଼ ଉପହାର ବୋମା ବିସ୍ଫୋରଣ ଘଟଣା ପଛର ପ୍ରକୃତ କାରଣ ଅନୁସନ୍ଧାନ କରିବାରେ ବଲାଙ୍ଗୀର ପୋଲିସ ଏଯାଏଁ ସଫଳ ହୋଇନାହିଁ। ଇତିମଧ୍ୟରେ ୧୩ ଦିନ ବିତିଛି। ବଲାଙ୍ଗୀର ଏସ୍‌ପି କେ. ଶିବା ସୁବ୍ରମଣି ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ଏକ ପ୍ରେମ ଲିଙ୍କ୍‌ ମିଳିଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ଉକ୍ତ ପ୍ରେମଲିଙ୍କ୍‌ ରିମା ନଁ। ସୌମ୍ୟଙ୍କର ତାହା ସ୍ପଷ୍ଟ ହୋଇନାହିଁ। ଏବେ ଆଉ ଏକ ନୂଆ ତଥ୍ୟ ସୌମ୍ୟଙ୍କ ପରିବାର ସୂତ୍ରରୁ ମିଳିଛି। ସୌମ୍ୟଶେଖର ବାଙ୍ଗାଲୋରରେ ଚାକିରି କରୁଥିବା ବେଳେ ତାଙ୍କର ଜଣେ ସହକର୍ମୀ ତାଙ୍କୁ କୁଆଡେ ବିବାହ ପ୍ରସ୍ତାବ ଦେଇଥିଲେ। ସମ୍ପୃକ୍ତ ସହକର୍ମୀ ଜଣକ ସୌମ୍ୟଙ୍କୁ ଭଲ ପାଉଥିଲେ। ଝିଅଟି ନିଜ ଆଡୁ ସୌମ୍ୟଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଏହା ପ୍ରାୟ ୨ବର୍ଷ ତଳର କଥା ବୋଲି ପରିବାର ଲୋକେ କହିଛନ୍ତି। ଝାଡ଼ଖଣ୍ଡର ଜଣେ ଝିଅ ସୌମ୍ୟ ଶେଖରଙ୍କ ସହ ଚାକିରି କରୁଥିବା ବେଳେ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ବିବାହ ପ୍ରସ୍ତାବ ସମ୍ପର୍କରେ ସେତେବେଳେ ସୌମ୍ୟଙ୍କ ଘର ଲୋକ ମଧ୍ୟ ଅବଗତ ଥିଲେ। ତେବେ ଖୋଦ୍‌ ସୌମ୍ୟ ଉକ୍ତ ବିବାହ ପ୍ରସ୍ତାବକୁ ମନା କରି ଦେଇଥିଲେ। ଏଣୁ ଏଦିଗରେ କେହି ଆଉ ଆଗକୁ ବଢ଼ି ନ ଥିଲେ। ଏହି ଘଟଣା ପରେ ସୌମ୍ୟ ଅନ୍ୟ କମ୍ପାନୀରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ କେବେବି ଏହି ବିବାହ ପ୍ରସ୍ତାବ ଉପରେ ଆଉ କଥା ପଡି ନ ଥିଲା ବୋଲି ପରିବାର ଲୋକେ କହିଛନ୍ତି। ତେବେ ବୋମା ବିସ୍ଫୋରଣ ସହ ବିବାହ ପ୍ରସ୍ତାବର କିଛି ସମ୍ପର୍କ ଅଛି ନଁା ନାହିଁ ତାହା ପୋଲିସ ତଦନ୍ତ କଲେ ସ୍ପଷ୍ଟ ହେବ। ସୌମ୍ୟଙ୍କ ସ୍କୁଲ, କଲେଜ ଓ ବୃତ୍ତିଗତ ଜୀବନରେ ଏଭଳି କେତେ ଯେ ଘଟଣା ଘଟିଛି ଓ କେଉଁ ଘଟଣା ସହ ଏହି ବୋମା ବିସ୍ଫୋରଣର ଯୋଗସୂତ୍ର ରହିଛି ତାହା ସବୁଠୁ ବଡ ପ୍ରଶ୍ନ ହୋଇ ରହିଛି । ସେହିପରି ରିମାଙ୍କ ସ୍କୁଲ, କଲେଜ ଜୀବନ ସହ ଅନ୍ୟାନ୍ୟ ଘଟଣାର ମଧ୍ୟ ତଦନ୍ତ ଚାଲିଛି। ପୋଲିସ ପକ୍ଷରୁ ପଲିଗ୍ରାଫ୍‌ ଟେଷ୍ଟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ କାହାର ପଲିଗ୍ରାଫ୍‌ ଟେଷ୍ଟ ହେବ ଜଣାପଡିନାହିଁ। ଏବେ ନବବଧୂ ରିମା ଗୁରୁତର ଅବସ୍ଥାରେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ବୋମା ବିସ୍ଫୋରଣ ଘଟଣାର ରହସ୍ୟ ଭେଦ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ପୋଲିସ ଏନେଇ ମୁହଁ ଖୋଲୁ ନ ଥିବାରୁ ଧୀରେ ଧୀରେ ପୋଲିସର ଦକ୍ଷତା ପ୍ରତି ଲୋକେ ସନ୍ଦେହ କରିବା ଆରମ୍ଭ କରିଦେଇଛନ୍ତି। ବିସ୍ଫୋରଣ ଘଟଣାର କିଛିଦିନ ପରେ ପୋଲିସ ଘଣ୍ଟାପଡ଼ାର ଜଣେ ଯୁବକଙ୍କୁ ବଲାଙ୍ଗୀର ଆଣି ମାରାଥନ୍‌ ପଚରାଉଚୁରା କରିବା ପରେ ମଙ୍ଗଳବାର ରାତିରେ ଛାଡି ଦେଇଛି। ସେହି ଯୁବକ ପ୍ରେମ ସମ୍ପର୍କକୁ ସ୍ବୀକାର କରିଥିବା ବେଳେ ବୋମା ବିସ୍ଫୋରଣ ଘଟଣାକୁ ଅସ୍ବୀକାର କରିଥିବା କୁହାଯାଉଛି। ରିମାଙ୍କ ସହ ସୌମ୍ୟଙ୍କ ବିବାହ ଠିକ୍‌ ହେବାର କିଛିଦିନ ପରେ କେହି ଜଣେ ଯୁବକ ସୌମ୍ୟଙ୍କ ମୋବାଇଲକୁ ଫୋନ୍‌ କରି ଧମକ୍‌ ଦେଇଥିଲେ। ରିମାଙ୍କୁ ବିବାହ କଲେ ଅସୁବିଧା ଭୋଗିବାକୁ ପଡିବ ବୋଲି ସୌମ୍ୟଙ୍କୁ ଧମକ ଦେଇ ଫୋନ୍‌ କାଟି ଦେଇଥିଲେ। ବିବାହ ପ୍ରସ୍ତାବକୁ ଭାଙ୍ଗି ଦେବାକୁ କେହି ଜଣେ ଷଡଯନ୍ତ୍ର କରି ଏଭଳି ଫୋନ୍‌ କରିଥିବା ସନ୍ଦେହ କରି ସୌମ୍ୟଙ୍କ ପରିବାର ଲୋକେ ସେତେବେଳେ ଗୁରୁତ୍ୱ ଦେଇ ନ ଥିଲେ। ଏପରି କି ଥରଟିଏ ଏଭଳି ଧମକ ଫୋନ୍‌କଲ ଆସିଥିତ୍ବାରୁ ଏହାକୁ ହାଲୁକା ଭାବେ ନେଇଥିଲେ। ତେବେ ବିବାହର ଠିକ୍‌ ୫ ଦିନ ପରେ ଉପହାର ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟ ଶେଖର, ତାଙ୍କ ଜେଜେମା’ ଜେମାମଣିଙ୍କ ମୃତ୍ୟୁ ଘଟିଥିବାବେଳେ ନବବଧୂ ରିମା ଗୁରୁତର ଆହତ ହୋଇଥିଲେ। ତଦନ୍ତ ବେଳେ ସୌମ୍ୟଙ୍କ ପରିବାର ଲୋକେ ବିବାହ ସ୍ଥିର ହେବାର କିଛି ଦିନ ପରେ ଫୋନ୍‌ରେ ମିିଳିଥିବା ଧମକ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏଦିଗରେ ତଦନ୍ତ କରୁଥିବା ଜଣାପଡିଛି।

All Right Reserved By

ସମ୍ବଲପୁର

ବଳାତ୍କାର ଉଦ୍ୟମ ବିରୋଧ କରିବାରୁ ପିଲା ଚୋର କହି ମହିଳାଙ୍କୁ ମାଡ଼ ଘଟଣା: ୩ ଗିରଫ

ରାଉରକେଲା ଅଫିସ, ୨୪।୬-ରାଉରକେଲା ଇନ୍ଦିରାନଗରରେ ଜନୈକା ମହିଳାଙ୍କୁ ପିଲା ଚୋର କହି ପିଟିବା ଘଟଣା ନୂଆମୋଡ଼ ନେଇଛି। ରବିବାର ଘଟଣାର ସତ୍ୟତା ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି। ଗତ ୧୭ ତାରିଖ ରାତିର ଘଟଣା।

କୁଦ୍‌ମହଦା ଧୃବ ଆତ୍ମହତ୍ୟା ଘଟଣା ପରେ ଜିଲାପ୍ରଶାସନ ସହାୟତା ପ୍ୟାକେଜ୍‌ ଅଜାଡିଦେଲା

କୁଦ୍‌ମହଦା ଧୃବ ଆତ୍ମହତ୍ୟା ଘଟଣା ପରେ ଜିଲାପ୍ରଶାସନ ସହାୟତା ପ୍ୟାକେଜ୍‌ ଅଜାଡିଦେଲା

ବୁର୍ଲା, ୨୪।୬ (ଡି.ଏନ.ଏ)- ସମ୍ବଲପୁର ଜିଲା ଧନକଉଡା ବ୍ଲକ କୁଦଗୁଣ୍ଡେରପୁର ପଞ୍ଚାୟତ କୁଦ୍‌ ମହଦା ଗ୍ରାମରେ ଘରୋଇ ସମସ୍ୟାକୁ ନେଇ ରୋଗ ଶଯ୍ୟାଶାୟୀ ବାପା ଓ ବୃଦ୍ଧା ମାଆ ଏକାକୀ କରି ବେକରେ ଦଉଡିଦେଇ ଆତ୍ମହତ୍ୟା କରିଥିଲେ ଏକମାତ୍ର ପୁଅ ଧୃବଚରଣ ବେହେରା (୪୦)। ଏଭଳି ଏକ ଦୁଃଖଦ ଘଟଣା ଗଣମାଧ୍ୟମରେ ପ୍ରସାର ପରେ ଜିଲାପ୍ରଶାସନ ଘଟଣାର ସରଜମିନ ତଦନ୍ତ କରି ମୃତ ଧୃବର ବାପା ଲଲିତ ଓ ମାଆ ସୈରେନ୍ଦ୍ରୀଙ୍କୁ ଅସହାୟ ମନେ କରି ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଦେଇଛନ୍ତି।

ବିଳମ୍ବିତ ଚାଷକୁ ନେଇ ଚିନ୍ତାରେ ଚାଷୀ

କୋକସରା,୨୪।୬(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଆବଶ୍ୟକ ପରିମାଣରେ ବର୍ଷା ହୋଇ ନ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଆଜି ପର୍ଯ୍ୟନ୍ତ ଚାଷ ଜମି ପଡ଼ିଆ ରହିଥିବାରୁ ଚଳିତ ବର୍ଷ ମଧ୍ୟ ଫସଲ ହାନି ଘଟିବା ସୁନିଶ୍ଚିତ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି। ପାଣି ପାଗ ବିଭାଗ ଚଳିତ ବର୍ଷ ଭଲ ବର୍ଷା ରହିଥିବା ଅନୁମାନ କରି ସୂଚନା ଦେଇ ସାରିଛି। ପାଣି ପାଗ ବିଭାଗର ସୂଚନା ଅନୁସାରେ ବର୍ଷା ହୋଇ ଚାଷ କାର୍ଯ୍ୟ ଆରମ୍ଭ ହେବା ସହ ଜମି ଗୁଡ଼ିକ ସବୁଜ ଦେଖାଯିବା କଥା। ହେଲେ ଆଜି ପର୍ଯ୍ୟନ୍ତ ଜିଲାର କୌଣସି ସ୍ଥାନରେ ଧାନ ବୁଣାଯାଇ ନାହଁ।

ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଯାଇଥିଲେ,  ଶବ ହୋଇ ଫେରିଲେ

ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ରିଷିଡ଼ା,୨୪।୬(ଡି.ଏନ.ଏ.) ପୁଅ ସାନ ହୋଇଥିବାବେଳେ ବାପା ମୃତ୍ୟୁବରଣ କରିଥିଲେ। ତେଣୁ ପିଲା ଦିନରୁ ସ୍ବପ୍ନ ଥିଲା ଯେ, ବାପାଙ୍କ ଅସ୍ଥିକୁ ପ୍ରୟାଗଠାରେ ବିସର୍ଜନ କରିବେ। ହେଲେ ପୁଅ ବଡ଼ ହେଲା ପରେ ବାପାଙ୍କ ଅସ୍ଥି ପ୍ରୟାଗରେ ବିସର୍ଜନ କରିବାକୁ ଆହ୍ଲାବାଦ ଯାଇଥିଲେ। କିନ୍ତ ଶବ ହୋଇ ଫେରିଲେ। ଭାଗ୍ୟର ବିଡମ୍ବନା, ଘରକୁ ଫେରୁଥିବାବେଳେ ଷ୍ଟେଶନରେ ଘଟିଲା ଅଘଟଣ। ଟ୍ରେନ ଚଢୁଥିବା ବେଳେ ଖସିପଡି ଜୀବନ ହାରିଲେ। ସେ ହେଉଛନ୍ତି, ସୀତାରାମ ବାରିକ(୩୨)। ତାଙ୍କ ଘର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ସଦର ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ।

କେଶଲଗା ହତ୍ୟାକାଣ୍ଡର ୬ବର୍ଷ ପରେ ରାୟ: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

କେଶଲଗା ହତ୍ୟାକାଣ୍ଡର ୬ବର୍ଷ ପରେ ରାୟ: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ବୀରମହାରାଜପୁର, ୨୪।୬(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେଶଲଗା ଗ୍ରାମରେ ୬ବର୍ଷ ତଳେ ସଂଘଟିତ ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସୋନପୁର ଜିଲା ଅତିରିକ୍ତ ଦୌରାଜଜ୍‌ ଉକ୍ତ ମାମଲାରେ ଅଭିଯୁକ୍ତ ସୁରେଶ ଠେଲା(୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ପୋଲିସ ପକ୍ଷରୁ ୩୦୨ ଦଫା ଆଇପିସିରେ ଚାର୍ଜଶିଟ୍‌ ଦାଖଲ କରିଥିଲେ ହେଁ ବିଚାର ପ୍ରକ୍ରିୟା ଶେଷରେ ଦୋଷୀ ସାବ୍ୟସ୍ତ ସୁରେଶଙ୍କୁ ୩୦୪ (୨) ଦଫାରେ ୭ବର୍ଷ ସଶ୍ରମ କାରଦଣ୍ଡ ଶୁଣାଇଛନ୍ତି ।

ବରଗଡ଼ରେ ଚାଞ୍ଚଲ୍ୟ: ୫୬ବର୍ଷ ପୁଅକୁ ହତ୍ୟା କରି ୭୫ବର୍ଷ ବାପାଙ୍କ ଆତ୍ମହତ୍ୟା

ବରଗଡ଼ରେ ଚାଞ୍ଚଲ୍ୟ: ୫୬ବର୍ଷ ପୁଅକୁ ହତ୍ୟା କରି ୭୫ବର୍ଷ ବାପାଙ୍କ ଆତ୍ମହତ୍ୟା

ସରଣ୍ଡା,୨୪।୬(ଡି.ଏନ.ଏ)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ପାହାଡ଼ଶ୍ରୀଗିଡ଼ା ରାଏପଡ଼ାରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୭୫ବର୍ଷର ବାପା ନିଜ ୫୬ବର୍ଷ ପୁଅଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକଦ୍ୱୟ ହେଲେ, ପିନ୍‌କେ ବରିଆ (୭୫) ଏବଂ ତାଙ୍କ ପୁଅ ପିନକେ ସୁବାରାଓ(୫୬)। ଘଟଣାସ୍ଥଳକୁ ଅତାବିରା ପୋଲିସ ପହଞ୍ଚି ମୃତଦେହ ଦୁଇଟି ଜବତ୍‌ କରିବା ସହିତ ଘଟଣାର ତଦନ୍ତ କରୁଛି।

୨ ଛୁଆକୁ ସାପ ମୁହଁରୁ ବଞ୍ଚାଇଥିବା ବାପା ଆଖି ବୁଜିଲେ

ଝାରସୁଗୁଡ଼ା ଅଫିସ,୨୪।୬-୨ ଛୁଆଙ୍କୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡି ହୋଇ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ବାପା। ୨ ଛୁଆ ବଞ୍ଚି ଯାଇଥିଲେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ସେ ଆଖି ବୁଜିଛନ୍ତି। ଏନେଇ ଝାରସୁଗୁଡ଼ା ଏକତା ମଞ୍ଚ ଅଭିଯୋଗ କରିଛି। ମୃତକ ଜଣକ ହେଲେ ସଦର ବ୍ଲକ୍‌ ତାଲପଟିଆ ପଞ୍ଚାୟତ ସନ୍ତରା ଗାଁର ଦିଲୁ ନାଏକ।

ହୋଟେଲରେ ଦେହ ବ୍ୟବସାୟ ଘଟଣା: ୨  ଗିରଫ

ହୋଟେଲରେ ଦେହ ବ୍ୟବସାୟ ଘଟଣା: ୨ ଗିରଫ

ଝାରସୁଗୁଡ଼ା ଅଫିସ,୨୪।୬-ଝାରସୁଗୁଡ଼ା ବେହେରାମାଲସ୍ଥିତ ଏକ ହୋଟେଲରୁ ସେକ୍ସ ରାକେଟ୍‌ ଠାବ ଘଟଣାରେ ଟାଉନ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଭଦ୍ରକ ଜିଲାର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ(୪୫) ଏବଂ କୁଚିଣ୍ଡାର ଗଗନ ପାତ୍ର(୨୨)। ଏ ଦୁଇଜଣ ଉଦ୍ଧାର ହୋଇଥିବା ବଙ୍ଗୀୟ ଯୁବତୀଙ୍କ ପାଇଁ ଗ୍ରାହକ ଯୋଗାଡ କରିବାରେ ନିୟୋଜିତ ଥିଲେ ବୋଲି ଇନସ୍ପେକ୍ଟର ସୂଚିସ୍ମିତା ମହାନ୍ତି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ପଦଯାତ୍ରା: ହରିୟାଣାରେ ପହଞ୍ଚିଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୪।୬- ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ଆଇଜିଏଚ୍‌କୁ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍‌ପିଟାଲ ପରି କେତେକ ଦାବି ନେଇ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରାରେ ଥିବା ମୁକ୍ତିକାନ୍ତ ବିଶ୍ୱାଳ ଶନିବାର ହରିୟାଣାରେ ପ୍ରବେଶ କରିଛନ୍ତି। ଦିଲ୍ଲୀ ପହଞ୍ଚିବାକୁ ଆଉ ୯୦ କିମି ବାକି ରହିଛି।

ଉପଜିଲାପାଳଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି ମଣ୍ଡଳୀ

ଉପଜିଲାପାଳଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି ମଣ୍ଡଳୀ

ରାଉରକେଲା ଅଫିସ,୨୪। ୬-ପାନପୋଷ ଉପଜିଲାପାଳ ଭାବେ ଶୁକ୍ରବାର ବିଶ୍ୱଜିତ ମହାପାତ୍ର ଯୋଗଦେବା ପରେ ତାଙ୍କୁ ଶନିବାର ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରତିନିଧି ମଣ୍ଡଳୀ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏଥିରେ ବରିଷ୍ଠ ନେତା ହରି ରାଉତରାୟ, ରମେଶ ବଳ, ରଞ୍ଜିତ ନାୟକ, ମାନସ ମହାପାତ୍ର, ମାଣିକ ଚାଧୁରୀ, ପ୍ରିନ୍ସ ଦାସ, ସବିତା ଖାତୁନ, ସୁମିତା ଦାସ, ରସିଦ ଆସଲମ, ଇରସାଦ ଖଁ। ଜେଂଟଲ ପରିଡା ଧୀର ଦାସ, ତାରା କ୍ରିଷ୍ଣା ଓ ମନୋଜ ପ୍ରଧାନ ପ୍ରମୁଖ ଉପଜିଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଜନସ୍ବାସ୍ଥ୍ୟ ବିଭାଗ ଏସ୍‌ଡିଓଙ୍କ ସହ ଭାଜପା ପ୍ରତିନିଧିଙ୍କ ଆଲୋଚନା: ନିର୍ମାଣରେ ସ୍ଥାଣୁତା ନେଇ ଉଦ୍‌ବେଗ

ଜନସ୍ବାସ୍ଥ୍ୟ ବିଭାଗ ଏସ୍‌ଡିଓଙ୍କ ସହ ଭାଜପା ପ୍ରତିନିଧିଙ୍କ ଆଲୋଚନା: ନିର୍ମାଣରେ ସ୍ଥାଣୁତା ନେଇ ଉଦ୍‌ବେଗ

ରାଉରକେଲା ଅଫିସ,୨୪।୬-ଡହ ଡହ ଖରାରେ ସିଝୁଥିବା ସହରବାସୀଙ୍କ ଜଳ ସମସ୍ୟା ଦୂର ପାଇଁ ଯେଉଁ ଆଶା କରାଯାଉଥିଲା ତାହା ସମ୍ଭବ ହୋଇ ପାରିନି। ଏନେଇ ପାନପୋଷ ସାଙ୍ଗଠନିକ ଜିଲା ଭାଜପା ସଭାପତି ଜଗବନ୍ଧୁ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶନିବାର ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ବିଭାଗୀୟ ଏସ୍‌ଡିଓ ମହେଶ୍ୱର ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ।

ବୁର୍ଲା ଥାନା ଅଞ୍ଚଳରେ ଲୁଟ୍‌: ଦୁର୍ବୃତ୍ତ ଲୁଟିଲେ ଟଙ୍କା, ମୋବାଇଲ

ବୁର୍ଲା ଥାନା ଅଞ୍ଚଳରେ ଲୁଟ୍‌: ଦୁର୍ବୃତ୍ତ ଲୁଟିଲେ ଟଙ୍କା, ମୋବାଇଲ

ବୁର୍ଲା,୨୪।୬(ଡ଼ି.ଏନ.ଏ.) ସମ୍ବଲପୁର ଜିଲା ବୁର୍ଲା ଥାନଞ୍ଚଳ ଗୋଶାଳା ବଉଦିଆପଡ଼ା ଏଲଆଇଟିସି ସେଣ୍ଟର ନିକଟରେ ଶନିବାର ଅପରାହ୍ନରେ ଲୁଟ୍‌ ଘଟଣା ଘଟିଛି। ପୋଲିସ ସୂଚନାନୁଯାୟୀ, ବରଗଡ଼ ଜିଲା ଝିଲମିଣ୍ଡା ଗ୍ରାମର ୩ ଯୁବକ ବିରେନ୍ଦ୍ର ଜୁଆଡ଼ି, ତରୁଣ ଜୁଆଡ଼ି ଏବଂ ତୁଷାର ପୋଢ଼ ଶୌଚ ଯିବା ଲାଗି ଅପେକ୍ଷା କରି ରହିଥିବା ବେଳେ ଗୋଶାଳା ଆଡ଼ୁ ୫ ଦୁର୍ବୃତ୍ତ ବାଇକ୍‌ ଓ ସ୍କୁଟିରେ ସେଠାରେ ପହଞ୍ଚିଥିଲେ।

Model This Week

ଆହାନା