ବାଣିଜ୍ୟ |

କାନାଡାରେ ନାଲ୍‌କୋ ପାଳିଲା ଭାରତ ଦିବସ

କାନାଡାରେ ନାଲ୍‌କୋ ପାଳିଲା ଭାରତ ଦିବସ


ଭୁବନେଶ୍ୱର,୮-୩
ବିଶ୍ୱର ଅନ୍ୟତମ ବୃହତ ଖଣି ଓ ନିର୍ମାଣ ସମ୍ମେଳନ- ପ୍ରସ୍ପେକ୍ଟର୍ସ୍‌ ଆଣ୍ଡ୍‌ ଡେଭେଲପର୍ସ ଆସୋସିଏସନ ଅଫ୍‌ କାନାଡା(ପିଡିଏସି) ଚଳିତ ମାସ ୪ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଟରୋଣ୍ଟୋ ଠାରେ ଅନୁଷ୍ଠିତ ବୃହତ ସମ୍ମିଳନୀରେ ଭାରତର ପ୍ରମୁଖ ଖଣି ଉଦ୍ୟୋଗ ନାଲ୍‌କୋ, ଏନ୍‌ଏମ୍‌ଡିସି, ଜିଏମ୍‌ଡିସି, ଏଚ୍‌ସିଏଲ୍‌, ଏପିଏମ୍‌ଡିସି, କୋଲ୍‌ ଇଣ୍ଡିଆ, ହୁଟ୍ଟୀ ଗୋଲ୍ଡ ମାଇନ୍ସ ଲିମିଟେଡ୍‌ ଏବଂ ଓଡିଶା ମାଇନିଂ କର୍ପୋରେଶନ ଆଦି ଅଂଶ ଗ୍ରହଣ କରିଥିଲେ। ଭାରତୀୟ ପ୍ରତିନିଧିଦଳର ନେତୃତ୍ୱ ନେଇ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭାରତୀୟ ପ୍ୟାଭିଲିଅନକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, ଭାରତରେ ତଥା ଆଲୁମିନିୟମ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ଅନ୍ତର୍ଜାତୀୟ ପୁଞ୍ଜିନିବେଶକାରୀଙ୍କୁ ସୂଚିତ କରିଥିଲେ। ସେହିପରି ଶେଷ ଦିନରେ ଭାରତ ସରକାର ଓ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକ ତରଫରୁ ନାଲ୍‌କୋ ନୋଡାଲ୍‌ ଏଜେନ୍ସି ଭାବେ ଏଠାରେ ଭାରତ ଦିବସ ପାଳନ କରିଥିଲା।

All Right Reserved By

ବାଣିଜ୍ୟ |

୨ ଦିନରେ ମୁକେଶଙ୍କ ସମ୍ପତ୍ତି ବଢିଲା ୯,୪୦୦ କୋଟି

୨ ଦିନରେ ମୁକେଶଙ୍କ ସମ୍ପତ୍ତି ବଢିଲା ୯,୪୦୦ କୋଟି

ନୂଆଦିଲ୍ଲୀ, ୨୩-୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଦୁଇ ଦିନରେ ୯,୪୦୦ କୋଟି ଟଙ୍କା ବୃଦ୍ଧି ଘଟିଛି। ଶନିବାର କମ୍ପାନୀର ଶେୟାର ମୂଲ୍ୟ ବୃଦ୍ଧି ହେବା ଯୋଗୁ ସମ୍ପତ୍ତିରେ ଏପରି ବୃଦ୍ଧି ଘଟିଥିବା ଜଣା ଯାଇଛି।

ବ୍ୟାଗେଜ୍‌ ଚାର୍ଜ ବଢାଇଲେ ବିମାନ କମ୍ପାନୀ

ବ୍ୟାଗେଜ୍‌ ଚାର୍ଜ ବଢାଇଲେ ବିମାନ କମ୍ପାନୀ

ନୂଆଦିଲ୍ଲୀ, ୨୩-୬: ଦେଶ ମଧ୍ୟରେ ବିମାନ ଯାତ୍ରା କରୁଥିଲେ ସାଙ୍ଗରେ ୧୫ କିଲୋରୁ ଅଧିକ ବ୍ୟାଗେଜ୍‌ ନେବା ମହଙ୍ଗା ହେବ। ଘରୋଇ ବିମାନ ସେବା ସଂସ୍ଥାଗୁଡିକ ଅଧିକ ଓଜନର ବ୍ୟାଗେଜ୍‌ ଉପରେ ପ୍ରି-ବୁକିଂ ଚାର୍ଜ ଏବଂ ବୁକିଂ ନ ହୋଇଥିଲେ ବିମାନ ବନ୍ଦର ଚାର୍ଜରେ ବୃଦ୍ଧି ଘୋଷଣା କରିଛନ୍ତି। ଏକ ମାତ୍ର ବିମାନ କମ୍ପାନୀ ଭାବେ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆରେ ଯାତ୍ରୀମାନେ ବିନା କୌଣସି ଚାର୍ଜରେ ୨୫ କିଲୋ ପର୍ଯ୍ୟନ୍ତ ବ୍ୟାଗେଜ୍‌ ସାଙ୍ଗରେ ନେଇ ପାରିବେ ବୋଲି ଜଣାଯାଇଛି।

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବହିଷ୍କୃତ ହାଇ-ପ୍ରୋଫାଇଲ୍‌ ସିଇଓ

ବିଶ୍ୱର ଅନ୍ୟତମ ଅଗ୍ରଣୀ ଚିପ୍‌ ନିର୍ମାତା ଇଣ୍ଟେଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ବ୍ରିଆନ୍‌ କ୍ରାଜାନିକ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀର ନିୟମ ଉଲ୍ଲଂଘନ କରି କ୍ରାଜାନିକ୍‌ କମ୍ପାନୀର ଜଣେ କର୍ମଚାରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ତାଙ୍କୁ ପଦରୁ ଓହରିବାକୁ ପଡିଛି।

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ନିବେଶ ଅନୁକୂଳ ହେବ ପିସିପିଆଇଆର୍‌ ନୀତି

ଭୁବନେଶ୍ୱର,୨୩। ୬(ବ୍ୟୁରୋ): ବିଶ୍ୱ କେମିକାଲ ବଜାରକୁ ଘରୋଇ ବଜାରର ଅଂଶ ୨୦୨୦ ସୁଦ୍ଧା ୫%କୁ ବୃଦ୍ଧି ଲାଗି ଯୋଜନା ରହିଛି।

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୀରବଙ୍କ ବିରୋଧରେ ଜାରି ହେବ ରେଡ୍‌ କର୍ନର ନୋଟିସ୍‌

ନୂଆଦିଲ୍ଲୀ, ୨୩-୬(ପି.ଟି.) ନୀରବ ମୋଦିଙ୍କ ବିରୋଧରେ ଇଣ୍ଟରପୋଲ୍‌ ଖୁବ୍‌ ଶୀଘ୍ର ରେଡ୍‌ କର୍ନର ନୋଟିସ୍‌ ଜାରି କରିପାରେ।

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ଆନ୍ଦୋଳନରୁ ଓହରିଲା ଟ୍ରକ ମାଲିକ ସଂଘ

ନୂଆଦିଲ୍ଲୀ, ୨୩-୬(ପି.ଟି.) ସର୍ବଭାରତୀୟ ଟ୍ରକ ମାଲିକ ମହାସଂଘ (ଏସିଓଜିଓଏ) ଶୁକ୍ରବାର ସାମୟିକ ଭାବେ ଆନ୍ଦୋଳନରୁ ଓହରିଛି।

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ଆଇସିଆଇସିଆଇ ବ୍ୟାଙ୍କ: ୩୧ ଏନ୍‌ପିଏ ଆକାଉଣ୍ଟ୍‌ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଆଇସିଆଇସିଆଇ ବ୍ୟାଙ୍କ ପାଖକୁ ୩୧ଟି ଲୋନ୍‌ ଆକାଉଣ୍ଟ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ବ୍ୟାଙ୍କ ପକ୍ଷରୁ ତଦନ୍ତ ହୋଇଥିବା ବେଳେ ଏହାର ଅନ୍ତରିଣ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ଅକ୍ଟୋବର ୨ ଡେଡ୍‌ଲାଇନ୍‌:ନୂଆରୂପ ନେବ ରେଳଷ୍ଟେଶନ ସ୍ଥିତ ଶୌଚାଳୟ

ନୂଆଦିଲ୍ଲୀ, ୨୩-୬(ପି.ଟି.) ୨୦୧୮ ଅକ୍ଟୋବର ୨ ସୁଦ୍ଧା ଦେଶର ସମସ୍ତ ରେଳ ଷ୍ଟେଶନରେ ଥିବା ଶୌଚାଳୟଗୁଡିକୁ ଉନ୍ନତ କରାଯିବ। ଏଥିପାଇଁ ରେଳ ବୋର୍ଡ ସମସ୍ତ ରେଳ ଜୋନ୍‌କୁ ଚିଠି ଲେଖିଛି। ଦିବ୍ୟାଙ୍ଗ, ପୁରୁଷ ଏବଂ ମହିଳା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବାଧ୍ୟତାମୂଳ ଭାବେ ରହିବ।

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ଏଟିଏମ୍‌ରେ ହଟହଟା: ରଙ୍ଗ୍‌ ନମ୍ବରରୁ ହରାଇଲେ ୪୯ ହଜାର

ନୂଆଦିଲ୍ଲୀ, ୨୩-୬(ପି.ଟି.) ସାମାନ୍ୟ ଅସାବଧାନତା ବା ଅନ୍ୟମନସ୍କ ପାଇଁ ଜଣେ ବ୍ୟାଙ୍କ ହିତାଧିକାରୀଙ୍କୁ ନିଜର ବର୍ଷକ ଯାକର କଷ୍ଟ ଅର୍ଜିତ ଅର୍ଥ ହରାଇବାକୁ ପଡିଛି।

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ସ୍ବତନ୍ତ୍ର କୋର୍ଟଙ୍କ ଆଗରେ ଇଡିର ଆବେଦନ: ମାଲ୍ୟାଙ୍କ ସମ୍ପତ୍ତି ଜବତ ହେଉ

ବମ୍ବେ/ନୂଆଦିଲ୍ଲୀ, ୨୩-୬(ପି.ଟି.) ପଳାତକ ଆର୍ଥିକ ଅପରାଧୀ ଅଧୀନିୟମ ଆଧାରରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଉ। ଏଥି ସହିତ ତାଙ୍କର ପ୍ରାୟ ୧୨୫୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଉ।

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

୨୪ ଡିଗ୍ରୀ ହେବ ଏସିର ସର୍ବନିମ୍ନ ତାପମାତ୍ରା

ନୂଆଦିଲ୍ଲୀ, ୨୩-୬(ପି.ଟି.) ଏୟାର କଣ୍ଡିସନର(ଏସି)ରେ ସର୍ବନିମ୍ନ ୨୪ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତାପମାତ୍ରା ରଖାଯିବ। ଏହାଠାରୁ ଆଉ ତଳକୁ ହ୍ରାସ କରାଯାଇ ପାରିବ ନାହିଁ। ଏହି ବ୍ୟବସ୍ଥାକୁ ଏସି ନିର୍ମାତାମାନେ ବାଧ୍ୟତାମୂଳକ ଭାବେ ପାଳନ କରିବେ।

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ବିଶ୍ୱ ବାଣିଜ୍ୟରେ ଅଂଶ ବଢାଇବ ଭାରତ

ନୂଆଦିଲ୍ଲୀ, ୨୩-୬(ପି.ଟି.) ଭାରତକୁ ଖୁବ୍‌ ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ସେହିପରି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦% ହାରରେ ବୃଦ୍ଧି ପାଇବ। ଫଳରେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତର ଅଂଶ ଦ୍ୱିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଏହି ସ୍ବପ୍ନକୁ ଶୁକ୍ରବାର ପୁଣି ଥରେ ଦୋହରାଇଛନ୍ତି।

Model This Week

ପ୍ରଭାତ