ବାଣିଜ୍ୟ |

ପିଏନ୍‌ବି ମାମଲା, ଇଡିକୁ ଦିଲ୍ଲୀ ହାଇକୋର୍ଟଙ୍କ ଜବାବ ତଲବ

ପିଏନ୍‌ବି ମାମଲା, ଇଡିକୁ ଦିଲ୍ଲୀ ହାଇକୋର୍ଟଙ୍କ ଜବାବ ତଲବ
ନୂଆଦିଲ୍ଲୀ, ୮-୩(ପି.ଟି.) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ହୋଇଥିବା ଠକେଇକୁ ନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଜବାବ ତଲବ କରିଛନ୍ତି। ହୀରା ଗହଣା ଡିଜାଇନର ନୀରବ ମୋଦିଙ୍କ କମ୍ପାନୀ ଫାୟାରଷ୍ଟାର ଡାଏମଣ୍ଡ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍‌ ଲିମିଟେଡ୍‌ ବେଆଇନ୍‌ ଅର୍ଥ କାରବାର କରିଥିବା ସଂକ୍ରାନ୍ତ ଏକ ମାମଲା ଇଡି ପୂର୍ବରୁ ରୁଜୁ କରିଥିଲା। ନୀରବଙ୍କ ବିରୋଧରେ ହୋଇଥିବା ଉକ୍ତ ମାମଲା ବିରୋଧରେ ତାଙ୍କ କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହାକୁ ଆଧାର କରି ବିଚାରପତି ଏସ୍‌ ମୁରଲିଧର ଏବଂ ଆଇ.ଏସ୍‌. ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଡିକୁ ନୋଟିସ୍‌ ଜାରି କରିଛନ୍ତି। ଇଡିର ସର୍ଚ୍ଚ ଓ୍ବାରେଣ୍ଟ୍‌ ଏବଂ ଅନ୍ୟାନ୍ୟା ତଥ୍ୟ ନୀରବଙ୍କ କମ୍ପାନୀକୁ ପ୍ରଦାନ କରିବା ପାଇଁ ଫାୟାରଷ୍ଟାର ଡାଏମଣ୍ଡ ଇଣ୍ଟରନ୍ୟାଶ୍‌ନାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲା। ମାର୍ଚ୍ଚ ୧୯ରେ ପରବର୍ତ୍ତୀ ଶୁଣାଣି ଥିବା ବେଳେ ସମସ୍ତ ଜରୁରୀ ତଥ୍ୟ ଉକ୍ତ ଦିନ ଉପସ୍ଥାପନ କରିବା ପାଇଁ ଇଡିକୁ କୋର୍ଟ କହିଛନ୍ତି।
All Right Reserved By

ବାଣିଜ୍ୟ |

ମାଲ୍ୟା ପ୍ରତ୍ୟର୍ପଣ ମାମଲା ରାୟ:  ଆଜି ପ୍ରକାଶ ପାଇପାରେ;ସିବିଆଇ-ଇଡି ଟିମ୍‌ର ଲଣ୍ଡନ ଗସ୍ତ

ମାଲ୍ୟା ପ୍ରତ୍ୟର୍ପଣ ମାମଲା ରାୟ: ଆଜି ପ୍ରକାଶ ପାଇପାରେ;ସିବିଆଇ-ଇଡି ଟିମ୍‌ର ଲଣ୍ଡନ ଗସ୍ତ

ନୂଆଦିଲ୍ଲୀ,୧୦-୧୨:  ସଙ୍କଟ ଦେଇ ଗତି କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ସୋମବାର ଲଣ୍ଡନସ୍ଥିତ ଓ୍ବେଷ୍ଟ ମିନିଷ୍ଟର ଅଦାଲତରେ ହାଜର ହେବେ। ଏହି ଦିନ ତାଙ୍କର ପ୍ରତ୍ୟର୍ପଣ ନେଇ ବିଚାରପତି ତାଙ୍କ ରାୟ ଶୁଣାଇବେ ବୋଲି ଆଶାକରାଯାଉଛି। 

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଲେ ସୁବ୍ରମଣ୍ୟନ

ପୁଣି କେନ୍ଦ୍ର ବିରୋଧରେ ମୁହଁ ଖୋଲିଲେ ସୁବ୍ରମଣ୍ୟନ

ନୂଆଦିଲ୍ଲୀ,୧୦-୧୨:  ଜିଡିପି ବ୍ୟାକ୍‌ ସିରିଜ ଡାଟାକୁ ନେଇ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। 

ଟିସିଏସ୍‌ ଦ୍ୱାରା ବିକଶିତ ପାନ୍‌ ପ୍ରଣାଳିକୁ ଚରଣ ସିଂହ ମଞ୍ଜୁରୀ ଦେଇ ନ ଥିଲେ

ଟିସିଏସ୍‌ ଦ୍ୱାରା ବିକଶିତ ପାନ୍‌ ପ୍ରଣାଳିକୁ ଚରଣ ସିଂହ ମଞ୍ଜୁରୀ ଦେଇ ନ ଥିଲେ

ନୂଆଦିଲ୍ଲୀ,୧୦-୧୨:  ଭାରତ ୭୦ ଦଶକର ଶେଷାର୍ଦ୍ଧରେ ପୂର୍ଣ୍ଣ କମ୍ପ୍ୟୁଟରୀକୃତ ଟିକସ ବ୍ୟବସ୍ଥାକୁ ଲାଗୁ କରିବାର ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ମ୍ୟାନେଜମେଣ୍ଟ ରଣନୀତିକାର ତଥା ଅନୁସନ୍ଧାନକାରୀ ଶଶାଙ୍କ ଶାହଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଟାଟା ଗ୍ରୁପ୍‌: ଫ୍ରମ୍‌ ଟର୍ଚ୍ଚବିୟରର୍ସ ଟୁ ଟ୍ରେଲବ୍ଲେଜର୍ସ’ରେ  ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। 

ବିମୁଦ୍ରୀକରଣ ଲାଗୁ ପ୍ରକ୍ରିୟା ଭୁଲ୍‌ ଥିଲା: ଉଦୟ କୋଟାକ୍‌

ବିମୁଦ୍ରୀକରଣ ଲାଗୁ ପ୍ରକ୍ରିୟା ଭୁଲ୍‌ ଥିଲା: ଉଦୟ କୋଟାକ୍‌

ନୂଆଦିଲ୍ଲୀ,୧୦।୧୨:  ବିମୁଦ୍ରୀକରଣର ୨ ବର୍ଷ ପରେ ଦେଶର ପ୍ରମୁଖ ବ୍ୟାଙ୍କର ଭାବେ ଜଣାଶୁଣା ଉଦୟ କୋଟାକ୍‌ ଏହାକୁ ସମାଲୋଚନା କରିଛନ୍ତି। ବିମୁଦ୍ରୀକରଣ ଲାଗୁ କରିବା ପ୍ରକ୍ରିୟା ଭୁଲ୍‌ ଥିଲା ବୋଲି ସେ କହିଛନ୍ତି। 

ଆର୍‌ବିଆଇ ପାଣ୍ଠି ନେବା ଲୁଟ୍‌ ସଙ୍ଗେ ସମାନ

ଆର୍‌ବିଆଇ ପାଣ୍ଠି ନେବା ଲୁଟ୍‌ ସଙ୍ଗେ ସମାନ

ଅରବିନ୍ଦ ସୁବ୍ରମଣ୍ୟନ ନିଜ ପୁସ୍ତକ ‘ ଅଫ୍‌ କାଉନସିଲ: ଦ ଚ୍ୟାଲେଞ୍ଜେସ ଅଫ୍‌ ଦ ମୋଦି-ଜେଟ୍‌ଲୀ ଇକୋନୋମୀ’ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗ ଦେବାକୁ ଆସି ଆର୍‌ବିଆଇ ସହ ବିବାଦକୁ ନେଇ ସମାଲୋଚନା କରିଛନ୍ତି। 

ନୀତି ଆୟୋଗ ସଦସ୍ୟଙ୍କ ମତ ;  ଋଣଛାଡ଼ର ଫାଇଦା କିଛି ଚାଷୀଙ୍କୁ ମିଳୁଛି

ନୀତି ଆୟୋଗ ସଦସ୍ୟଙ୍କ ମତ ; ଋଣଛାଡ଼ର ଫାଇଦା କିଛି ଚାଷୀଙ୍କୁ ମିଳୁଛି

ନୂଆଦିଲ୍ଲୀ,୧୦।୧୨:  ଫସଲ ବିକ୍ରି ସମେତ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମସ୍ୟା ଯୋଗୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଚାଷୀମାନଙ୍କ ଭିତରେ ଋଣଛାଡ଼ ଦାବି ଜୋର୍‌ ଧରୁଛି। ଏହା ଉପରେ ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବିମୁଦ୍ରୀକରଣ ମାସର ନୋଟ ପ୍ରିଣ୍ଟ ତଥ୍ୟ ମଗାଗଲା

ବିମୁଦ୍ରୀକରଣ ମାସର ନୋଟ ପ୍ରିଣ୍ଟ ତଥ୍ୟ ମଗାଗଲା

ନୂଆଦିଲ୍ଲୀ,୧୦-୧୨ :ବିମୁଦ୍ରୀ କରଣ ଘୋଷଣା ପରେ ସେହି ମାସ ୩୦ ତାରିଖ ଯାଏ କେତେ ପରିମାଣର ୫୦୦ ଏବଂ ୨୦୦ ଟଙ୍କିଆ ନୋଟ ପ୍ରିଣ୍ଟ ହୋଇଛି ସେ ସମ୍ପର୍କିତ ତଥ୍ୟ ଦେବାକୁ କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। 

କଟକରେ ଆରମ୍ଭ ହେବ ରାପିଡୋ ବାଇକ ଟାକ୍ସି ସେବା

କଟକରେ ଆରମ୍ଭ ହେବ ରାପିଡୋ ବାଇକ ଟାକ୍ସି ସେବା

ଭୁବନେଶ୍ୱର,୧୦-୧୨:ବାଙ୍ଗାଲୋର ଭିତ୍ତିକ ବାଇକ ଟାକ୍ସି ସେବା ପ୍ରଦାନକାରୀ କମ୍ପାନୀ ରାପିଡୋ ପକ୍ଷରୁ କଟକ ସହରରେ ସେବାର ଶୁଭାରମ୍ଭ ହେବ। କମ୍ପାନୀ ବର୍ତ୍ତମାନ ଦେଶର ୧୩ଟି ସହରରେ ଏହି ସେବା ପ୍ରଦାନ କରୁଛି।

କେଟିଏମ୍‌ର ନୂଆ ଶୋ’ରୁମ

କେଟିଏମ୍‌ର ନୂଆ ଶୋ’ରୁମ

ଭୁବନେଶ୍ୱର,୧୦-୧୨: ପ୍ରମୁଖ ରେସିଂ ବାଇକ ନିର୍ମାତା କେଟିଏମ୍‌ ପକ୍ଷରୁ ଭୁବନେଶ୍ୱର ଖଣ୍ଡଗିରି ଛକଠାରେ ଏକ ନୂଆ ଶୋ’ରୁମ ଖୋଲିଛି। ନୂଆ ଶୋ’ରୁମକୁ ମଞ୍ଚେଶ୍ୱର କେଟିଏମ୍‌ର ଏମ୍‌ଡି ସୌରଭ ଅଗ୍ରଓ୍ବାଲ ଉଦଘାଟନ କରିଥିଲେ। 

ଶୀଘ୍ର ଆସିବ ନୂଆ ଶିଳ୍ପ ନୀତି; କ୍ୟାବିନେଟ ମଞ୍ଜୁରୀକୁ ଅପେକ୍ଷା

ଶୀଘ୍ର ଆସିବ ନୂଆ ଶିଳ୍ପ ନୀତି; କ୍ୟାବିନେଟ ମଞ୍ଜୁରୀକୁ ଅପେକ୍ଷା

ପଣଜୀ,୧୦-୧୨: ସରକାର ଦେଶରେ ଶୀଘ୍ର ନୂଆ ଶିଳ୍ପ ନୀତି ଲାଗୁ କରିବେ। ଶିଳ୍ପ ନୀତିକୁ ମଞ୍ଜୁରୀ ପ୍ରଦାନ ଲାଗି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସମସ୍ତ ପ୍ରକ୍ରିୟାକୁ ଚୂଡାନ୍ତ ପର୍ଯ୍ୟାୟକୁ ନେଇଛି। 

ଆଇଏମ୍‌ଆଇରେ ବାଣିଜ୍ୟ ସମ୍ମିଳନୀ

ଆଇଏମ୍‌ଆଇରେ ବାଣିଜ୍ୟ ସମ୍ମିଳନୀ

ଭୁବନେଶ୍ୱର,୧୦-୧୨: ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌ (ଆଇଏମ୍‌ଆଇ) ଭୁବନେଶ୍ୱର ଓ ଇଗାଡେ ବିଜନେସ ସ୍କୁଲ ମେକ୍ସିକୋର ମିଳିତ ସହଯୋଗରେ ଇଣ୍ଡଷ୍ଟ୍ରୀ ୪.୦ ବିଜନେସ ବିୟଣ୍ଡ ବାଉଣ୍ଡ୍ରିଜ ସଂକ୍ରାନ୍ତ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଏସିଆ ରୋଡ ରେସିଂ ଚାମ୍ପିୟନଶିପରେ ହୋଣ୍ଡା ଚାଳକଙ୍କ ସଫଳତା

ଏସିଆ ରୋଡ ରେସିଂ ଚାମ୍ପିୟନଶିପରେ ହୋଣ୍ଡା ଚାଳକଙ୍କ ସଫଳତା

ଭୁବନେଶ୍ୱର,୧୦-୧୨: ଏସିଆ ରୋଡ ରେସିଂ ଚାମ୍ପିୟନଶିପ ୨୦୧୮ରେ ହୋଣ୍ଡାର ଭାରତୀୟ ଚାଳକମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଥାଇଲାଣ୍ଡ ବୁରିଆମର ଚାଙ୍ଗ ସର୍କିଟରେ ଅନୁଷ୍ଠିତ ଦ୍ୱିତୀୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଭାରତୀୟ ଟିମର ଚାଳକ ରାଜୀବ ସେତୁ ଏପି ୨୫୦ରେ ଉତ୍ତମ ପ୍ରଦର୍ଶନ କରିଥିଲେ।