ରାଜ୍ୟ |

ନିଶା ଆଗରେ ହାର୍‌ ମାନିଛି ଝିଅପୁଅର ପ୍ରଭେଦ

ନିଶା ଆଗରେ ହାର୍‌ ମାନିଛି ଝିଅପୁଅର ପ୍ରଭେଦ
ସସ୍ମିତା ପାଇକରାୟ: ଫଟୋଗ୍ରାଫି ତାଙ୍କ ପାଇଁ ଥିଲା ଏକ ନିଶା। କିନ୍ତୁ ଏହାକୁ ପେସା ଭାବେ ଗ୍ରହଣ କରିବେ ବୋଲି ସେ କେବେ ଭାବି ନ ଥିଲେ। ଭଲ ପାଠ ପଢ଼ୁଥିବାରୁ ସମସ୍ତଙ୍କ ଭଳି ପରିବାର ଲୋକ ବି ଭାବିଥିଲେ ଝିଅ ବଡ଼ ହୋଇ ଡାକ୍ତର କି ଇଞ୍ଜିନିୟର ହେବ। ପରିବାର ଲୋକଙ୍କ ଇଚ୍ଛାକୁ ପୂରଣ କରି ସେ ଇଞ୍ଜିନିୟରିଂ ପାଠ ବି ପଢ଼ିଥିଲେ। ହେଲେ ସବୁକିଛିକୁ ଛାଡ଼ି ଦିନେ ଫଟୋଗ୍ରାଫିକୁ ପ୍ରଫେସନ କରିବେ, ଏହା ସମସ୍ତଙ୍କ ଭାବନାଠାରୁ ବହୁ ଊର୍ଦ୍ଧ୍ୱରେ ଥିଲା। ବର୍ତ୍ତମାନ ଓଡ଼ିଶାର ଓ୍ବେଡିଂ ଫଟୋଗ୍ରାଫି ଜଗତରେ ଅନ୍ୟତମ ପରିଚିତ ଚେହେରା ହେଲେ ଅଭୀଲିପ୍ସା ମିଶ୍ର, ଯାହାଙ୍କ ଟ୍ୟାଲେଣ୍ଟ ଓ ଫଟୋଗ୍ରାଫି କଳା ଆଗରେ ଆଜି ହାର୍‌ ମାନିଛି ଝିଅପୁଅର ପ୍ରଭେଦ। ଝିଅ ହୋଇ ବି ସେ ଜଣେ ଆଗଧାଡ଼ିର ଫଟୋଗ୍ରାଫର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ତାଙ୍କ ପ୍ୟାସନ ସବୁ ବନ୍ଧବାଡ଼ ଡେଇଁ ଏକ ନୂଆ ରୂପ ନେଇଛି, ଯାହା ଅନ୍ୟମାନଙ୍କ ପାଇଁ କେବଳ ଏକ ଉଦାହରଣ ନୁହେଁ, ବରଂ ଝିଅମାନେ ଯେକୌଣସି କ୍ଷେତ୍ରରେ ସଫଳ ହୋଇପାରିବେ ତାହା ପ୍ରମାଣିତ କରିଛି। ଯେତେବେଳେ ଫଟୋଗ୍ରାଫି କ୍ଷେତ୍ରରେ ଝିଅମାନେ ପ୍ରବେଶ କରିବା ଏକପ୍ରକାର ଅଗ୍ରହଣୀୟ ଥିଲା, ସେତେବେଳେ ଅଭୀଲିପ୍ସା ସମସ୍ତ ପ୍ରତିବନ୍ଧକ ଡେଇଁ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। କୌଣସି ବୃତ୍ତି ମହିଳା କି ପୁରୁଷଙ୍କ ମଧ୍ୟରେ ଭେଦଭାବ ଜାଣେନା, ଏହି କଥାକୁ ସେ ପ୍ରମାଣିତ କରିଥିଲେ। ପିଲାବେଳୁ କ୍ୟାମେରା ସହ ତାଙ୍କ ସମ୍ପର୍କ ଥିଲା ଅତି ନିବିଡ଼। ଅନ୍ୟ ପିଲାମାନେ ହସଖେଳରେ ମାତୁଥିବା ବେଳେ ସେ କ୍ୟାମେରା ସହ ଖେଳିବାରେ ବ୍ୟସ୍ତ ରହୁଥିଲେ। ଘରଲୋକ ଝିଅକୁ ଡାକ୍ତର କି ଇଞ୍ଜିନିୟର କରିବାର ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ସତ ବି ହୋଇଥିଲା। ଯୁକ୍ତ୨ ପରେ ଅଭୀଲିପ୍ସା ଇଞ୍ଜିନିୟରିଂ ପାଠପଢ଼ି ଏକ କମ୍ପାନୀରେ ଭଲ ଚାକିରି ମଧ୍ୟ କରୁଥିଲେ। ମାତ୍ର କ୍ୟାମେରା ପ୍ରେମ ସେତେବେଳେ ଯାଏ ବି ତାଙ୍କ ମୁଣ୍ଡରୁ ବାହାରି ନ ଥିଲା। ଘରଲୋକଙ୍କ ବିରୋଧ ସତ୍ତ୍ୱେ ୨୦୧୩ରୁ ଧୀରେ ଧୀରେ ଫଟୋଗ୍ରାଫି କରିବା ଆରମ୍ଭ କରିଥିଲେ। ଚାକିରି ସାଙ୍ଗକୁ ଫଟୋଗ୍ରାଫି କରିବା କଷ୍ଟକର ବ୍ୟାପାର ହେଲେ ବି ସେ ବେଶ୍‌ ଭଲ ଭାବେ ଦୁଇଟିଯାକ କାମ ତୁଲାଉଥିଲେ। ସେହି ସମୟରେ କଲିକତାର ଏକ କମ୍ପାନୀ ପକ୍ଷରୁ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ’ ବିଷୟକୁ ନେଇ ଫଟୋଚିତ୍ର ପ୍ରତିଯୋଗିତା କରାଯାଇଥିଲା, ଯେଉଁଥିରେ ଶ୍ରେଷ୍ଠ ୧୦ଜଣ ଫଟୋଗ୍ରାଫରଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ଅଭୀଲିପ୍ସା। ବାସ୍‌ ଏହାପରେ ତାଙ୍କ କାମର ତାଲିକା ଧୀରେ ଧୀରେ ବଢ଼ିଥିଲା। ପରିବାର ଲୋକଙ୍କ ସହଯୋଗ ବି ମିଳିଲା। ୨୦୧୪ରୁ ଫୁଲଟାଇମ ଫଟୋଗ୍ରାଫି କରିବା ଆରମ୍ଭ କରିଥିଲେ। ବିଭିନ୍ନ ପ୍ରକାର ଫଟୋଗ୍ରାଫି କରୁଥିଲେ ମଧ୍ୟ ଓ୍ବେଡିଂ ଫଟୋଗ୍ରାଫିରେ ବେଶି ଆଗ୍ରହ ଥିବାରୁ ସେ ‘ଇଜାବେଲା ଇଲ୍ୟୁଜନ୍‌’ ନାମରେ ଏକ ଫଟୋଗ୍ରାଫି ସଂସ୍ଥା ଆରମ୍ଭ କରିଥିଲେ, ଯେଉଁଥିରେ ଆଜି ପ୍ରାୟ ୧୯ଜଣ ଯୁବ ଫଟୋଗ୍ରାଫର କାମ କରୁଛନ୍ତି। ଏକମାତ୍ର ଝିଅ ଭାବେ ଅଭୀଲିପ୍ସା କେବଳ ପୁଅଙ୍କ ସହ ପାଦ ମିଶାଉନାହାନ୍ତି ବରଂ ଆଉକିଛି ପାଦ ଆଗକୁ ଯାଇ ଭାବୁଛନ୍ତି ଓ ନୂଆ କରିଦେଖାଉଛନ୍ତି। ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଫଟୋଗ୍ରାଫି ସଂସ୍ଥା ସହ ଜଡ଼ିତ ରହି ନିଜ ସୃଜନଶୀଳତା ମାଧ୍ୟମରେ ସମସ୍ତଙ୍କ ମନ ଜିଣିଛନ୍ତି। ନିଜର ଫଟୋଗ୍ରାଫି ଜୀବନ ସମ୍ପର୍କରେ ଏହି ପ୍ରତିଭାସମ୍ପନ୍ନ ଫଟୋଗ୍ରାଫର କୁହନ୍ତି, ପିଲାବେଳେ ୟାଶିକା ଓ କ୍ୟାନନ୍‌ର ରିଲ୍‌ କ୍ୟାମେରାରେ ଫଟୋ ଉଠାଉ ଉଠାଉ ଏହା ମୋତେ ଆକର୍ଷିତ କରିଥିଲା। ତେଣୁ ଏହାକୁ ପ୍ରଫେସନ କରିବି ବୋଲି ଭାବିଥିଲି। ଘରଲୋକ ବିରୋଧ କରୁଥିଲେ। ହେଲେ ମୋ ଭାଇ ମୋତେ ଏକ କ୍ୟାମେରା ଗିଫ୍ଟ କରିବା ସହ ଏଥିରେ ସହଯୋଗ ମଧ୍ୟ କରିଥିଲା। ଓ୍ବେଡିଂ ଫଟୋଗ୍ରାଫିରେ ଯେଉଁ ଆବେଗ, ଉତ୍କଣ୍ଠା, କୌତୁହଳ ଓ ସୃଜନଶୀଳତାର ସମ୍ମିଶ୍ରଣ ଦେଖିବାକୁ ମିଳେ, ତାହା ମୋତେ ଏଥିପ୍ରତି ଆକର୍ଷିତ କରିଥିଲା।
All Right Reserved By

ରାଜ୍ୟ |

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର ଅଫିସ,୧୦।୧୨: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି ୫ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶାର ଚାନ୍ଦିପୁରଠାରେ ଥିବା ଡ. ଅବଦୁଲ କଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାକୁ ସୋମବାର ଦିନ ପ୍ରାୟ ୧ଟା ୩୦ ମିନିଟରେ ପରୀକ୍ଷଣ କରାଯାଇଛି।

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ  ଘଟଣା:  ଲୋ ଭୋଲ୍‌ଟେଜ ପ୍ରତିବାଦରେ  କଂଗ୍ରେସର ଧାରଣା

ଗୋବିନ୍ଦପୁର ପଞ୍ଚାୟତରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଉଦ୍‌ଘାଟନ ଘଟଣା: ଲୋ ଭୋଲ୍‌ଟେଜ ପ୍ରତିବାଦରେ କଂଗ୍ରେସର ଧାରଣା

କଣ୍ଟାପଡା,୧୦।୧୨(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଗୋପାଳପୁରଠାରେ ଶକ୍ତିବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ୩୩/୧୧ କେଭି ବିଦ୍ୟୁତ୍‌ ସବ୍‌ଷ୍ଟେଶନକୁ ଉଦ୍‌ଘାଟନ କରିବାର ୧ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ମାତ୍ର ଏହା ଲୋକଙ୍କ ସେବାରେ ଲାଗିପାରି ନାହିଁ। 

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ବରଗଡ଼ ଅଫିସ୍‌,୧୦।୧୨: ଭୂମି ନାହିଁ ତ ଭୋଟ୍‌ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ସୋମବାର ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ପୁରୀ ଅଫିସ,୧୦।୧୨: ନବ ନିର୍ମାଣ କୃଷକ ସଙ୍ଗଠନ ପୁରୀ ଜିଲା ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

କଟକରୋଡ, ୧୦।୧୨(ଡି.ଏନ.ଏ): ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ: ଭାଲୁମୁଣ୍ଡା ଛକରେ ରାସ୍ତା ରୋକୋ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ  ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  କନ୍ଦରସିଂହା ପଞ୍ଚାୟତ ଖଳିବାହଳ ସାହିର ଜଣେ ମହିଳାଙ୍କ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। 

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ଚନ୍ଦ୍ରଗିରି,୧୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା କିଡ଼ାସିଂ  ଗ୍ରାମରେ  ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ  ଅଧିକ  ଆହତ

ରାସ୍ତା ତଳକୁ ଓଲଟିଲା ଟୁରିଷ୍ଟ୍‌ ବସ୍‌: ୧୫ରୁ ଅଧିକ ଆହତ

ପରଜଙ୍ଗ,୧୦।୧୨(ଡି.ଏନ୍‌.ଏ,): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ଖଇରାମୁଣ୍ଡା ଛକଠାରେ ସୋମବାର ଭୋର ୪ଟାରେ  ଏକ ଦୁର୍ଘଟଣା ଘଟିଛି।

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ବାସି ଭୋଜି ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର

ଖୁଣ୍ଟୁଣୀ, ୧୦।୧୨(ଡି.ଏନ.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର  ପାର୍ବତୀପୁର ଗ୍ରାମରେ ରବିବାର ଏକ ଭୋଜିରୁ ବଳିଥିବା ବାସି ଖାଦ୍ୟକୁ ସୋମବାର ସକାଳୁ ଖାଇ ୨୫ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଅସୁସ୍ଥ ହୋଇଛନ୍ତି।

ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଭଣ୍ଡୁର କରିିବାକୁ ଉଦ୍ୟମ

କେନ୍ଦୁଝର, ୧୦।୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ସୋମବାର ଦିନ ହେବାକୁ ଥିବା ନବ ନିର୍ମାଣ କୃଷକ ସଂଗଠନ ଅନଶନ ଧର୍ମଘଟକୁ ପୋଲିସ ଭଣ୍ଡୁର କରିଦେଇଛି ା ପୋଲିସ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ଧର୍ମଘଟ ସ୍ଥଳକୁ ଭାଙ୍ଗି ଦେଇଥିବାବେଳେ ବିଭିନ୍ନ ସ୍ଥାନରେ ସଂଗଠନର ନେତାମାନଙ୍କୁ ଅଟକ ରଖାଯାଇଥିବା ଜଣାପଡିଛିା ଫଳରେ ଏହାକୁ ନେଇ ଚାଷୀ ଓ ଚାଷୀ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛିା

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ପରଲୋକ

ବଇଣ୍ଡା, ୧୦।୧୨(ଡିଏନଏ): ଅନୁଗୋଳ ଜିଲା ଆଠମଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ହୋଇଥିଲା।

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଯାଜପୁର ଅଫିସ/ଛତିଆ, ୧୦।୧୨: ୧୬ ନମ୍ବର ଜାତୀୟ ରାଜପଥର ଛତିଆ  ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳ ୭ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି।