ବାଣିଜ୍ୟ |

୨୦୧୪-୧୬ରେ ଭାରତରେ ୩୩,୫୩୧ ସାଇବର ଆକ୍ରମଣ

୨୦୧୪-୧୬ରେ ଭାରତରେ ୩୩,୫୩୧ ସାଇବର ଆକ୍ରମଣ


ନୂଆଦିଲ୍ଲୀ,୮-୩-
ଗତ ୩ ବର୍ଷ ମଧ୍ୟରେ ଭାରତରେ ୩୩,୫୩୧ ସଂଖ୍ୟକ ସାଇବର ଅପରାଧ ମାମଲା ଦାଏର ହୋଇଛିି। ରାଜ୍ୟ ସଭା ପ୍ରଦତ୍ତ ତଥ୍ୟରୁ ଏହା ଜଣାଯାଇଛି। ସାଇବର ଅପରାଧ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ସମଗ୍ର ଦେଶରେ ୨୭,୫୦୦ ପୋଲିସ କର୍ମୀଙ୍କୁ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ରଖଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହିର୍‌ କହିଛନ୍ତି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ରୁ ସଂଗୃହୀତ ତଥ୍ୟ ଅନୁସାରେ ୨୦୧୪, ୨୦୧୫ ଏବଂ ୨୦୧୬ରେ ଯଥାକ୍ରମେ ୯୬୨୨, ୧୧୫୯୨ ଏବଂ ୧୨୩୧୭ ସଂଖ୍ୟକ ସାଇବର ଅପରାଧ ମାମଲା ରୁଜୁ କରାଯାଇଥିଲା। ସରକାର ସାଇବର ଅପରାଧ ଏବଂ ସୂଚନା ସୁରକ୍ଷା ସମ୍ବନ୍ଧିତ ମାମଲା ଉପରେ ଧ୍ୟାନ ଦେବା ସହିତ ଅପରାଧକୁ କମ୍‌ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଆହିର୍‌ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି।

All Right Reserved By

ବାଣିଜ୍ୟ |

ସ୍ବାସ୍ଥ୍ୟ ଉପଦେଷ୍ଟା ଡ. ଅତୁଲ୍‌ ଗଓ୍ବାଣ୍ଡେ

ସ୍ବାସ୍ଥ୍ୟ ଉପଦେଷ୍ଟା ଡ. ଅତୁଲ୍‌ ଗଓ୍ବାଣ୍ଡେ

ବିଶ୍ୱର ୩ ପ୍ରମୁଖ କମ୍ପାନୀ ହେଉଛନ୍ତି ଆମାଜନ୍‌, ଓ୍ବର୍କଶାୟାର୍‌ ହାଥାଓ୍ବେ ଏବଂ ଜେପି ମୋର୍ଗାନ୍‌ ଚେଜ୍‌। ଏମାନେ ମିଳିତ ହୋଇ ଏକ ନୂଆ କମ୍ପାନୀ ଗଢ଼ିବେ, ଯାହାକି ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରିବ। ଏହି ଯୌଥ ଉଦ୍ୟୋଗର ମୁଖ୍ୟ କାର୍ଯ୍ୟାଳୟ ବୋଷ୍ଟନ୍‌ରେ ରହିବ।

ସତେଚନତା ଅଭାବରୁ କମୁଛି ମ୍ୟାଟ୍ରେସ ବିକ୍ରି

ସତେଚନତା ଅଭାବରୁ କମୁଛି ମ୍ୟାଟ୍ରେସ ବିକ୍ରି

ମ୍ୟାଟ୍ରେସ୍‌ ବ୍ୟବହାରକୁ ନେଇ ରାଜ୍ୟରେ ସଚେତନତାର ଅଭାବ ରହିଛି। ଏହା ହେଉଛି ଏକ କାରଣ ଯାହାଦ୍ୱାରା ଏଠାରେ ମ୍ୟାଟ୍ରେସ୍‌ ବିକ୍ରି ଆଶାନୁରୂପକ ନାହିଁ। ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ। ଏଠାରେ ଲୋକମାନଙ୍କ ମଧ୍ୟରେ ମ୍ୟାଟ୍ରେସ୍‌ ବ୍ୟବହାର ଅତ୍ୟନ୍ତ କମ୍‌ ବୋଲି କୁହନ୍ତି ସୌକୀନ ଇଣ୍ଡଷ୍ଟ୍ରିଜ୍‌ର ସ୍ବତ୍ୱାଧିକାରୀ ସରୋଜ କୁମାର ପାତ୍ର। ରାଜ୍ୟର ମ୍ୟାଟ୍ରେସ୍‌ ବଜାରର ସ୍ଥିତି ଏବଂ କମ୍ପାନୀର ବିଭିନ୍ନ ଯୋଜନା ସମ୍ପର୍କରେ ସେ ଦେଇଥିବା ବିବରଣୀର ଏହା ଅଂଶବିଶେଷ।

ପ୍ରିଭେସି ନୀତିରେ ସଂଶୋଧନ ଆଣିଲା ହ୍ବାଟସ ଆପ୍‌

ପ୍ରିଭେସି ନୀତିରେ ସଂଶୋଧନ ଆଣିଲା ହ୍ବାଟସ ଆପ୍‌

ନୂଆଦିଲ୍ଲୀ, ୨୪-୬: ପ୍ରମୁଖ ମେସେଜିଂ ସେବା ପ୍ରଦାନକାରୀ ହ୍ବାଟସ୍‌ ଆପ୍‌ ଘରୋଇ ବଜାର ଲାଗି ଏହା ପ୍ରଭେସି (ଗୋପନୀୟତା) ନୀତିରେ ଶନିବାର ସଂଶୋଧନ ଆଣିଛି।

ସର୍ଭରରେ ତ୍ରୁଟି ଯୋଗୁ ୨୫  ଏୟାର ଇଣ୍ଡିଆ ବିମାନ ବିଳମ୍ବ

ସର୍ଭରରେ ତ୍ରୁଟି ଯୋଗୁ ୨୫ ଏୟାର ଇଣ୍ଡିଆ ବିମାନ ବିଳମ୍ବ

ନୂଆଦିଲ୍ଲୀ, ୨୪-୬: ସର୍ଭରରେ ତ୍ରୁଟି ଯୋଗୁ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୨୫ଟି ବିମାନର ବିଳମ୍ବ ଘଟିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକୁ ୩ ଘଣ୍ଟା ବିଳମ୍ବ ହୋଇଛି। ଆମେରିକାର ଆଣ୍ଟଲାଣ୍ଟାଠାରେ ଥିବା ଡାଟା ସେଣ୍ଟରରେ ସର୍ଭରରେ ତ୍ରୁଟି ହେବା ଯୋଗୁ ଏହି ଭଳି ଅସୁବିଧା ଉପୁଜିଛି।

ଆହୁରି କମିବ ପେଟ୍ରୋଲ, ଡିଜେଲ

ଆହୁରି କମିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ, ୨୪-୬: ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ଆହୁରି ହ୍ରାସ ଘଟିପାରେ। ଅଷ୍ଟ୍ରିଆର ଭିଏନା ଠାରେ ଚାଲିଥିବା ଓପେକ୍‌ ତଥା ଅଣ ଓପେକ ଦେଶ ସମୂହଙ୍କ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ତେଲ ଦର ହ୍ରାସ ସମ୍ଭାବନା ଦେଖା ଯାଇଛି।

ରେଳ ଟ୍ରାକ୍‌ ଉପରେ ନଜର ରଖିବ ଡ୍ରୋନ୍‌

ରେଳ ଟ୍ରାକ୍‌ ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ, ୨୪-୬: ରେଲଓ୍ବେ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରିବାକୁ ଆଗାମୀ ଦିନରେ ଡ୍ରୋନ ବ୍ୟବହାରକୁ ପ୍ରାଥମିକତା ଦେଉଛି। ରେଳ ଟ୍ରାକଗୁଡିକ ଉପରେ ନଜର ରଖିବାକୁ ଡ୍ରୋନ ବ୍ୟବହାର ନେଇ ରେଲଓ୍ବେ ବିଚାର କରୁଛି।

ସଂଶୋଧନ ହେବ ଖାଦ୍ୟ ସୁରକ୍ଷା ଆଇନ

ସଂଶୋଧନ ହେବ ଖାଦ୍ୟ ସୁରକ୍ଷା ଆଇନ

ନୂଆଦିଲ୍ଲୀ, ୨୪-୬: ଖାଦ୍ୟ ସୁରକ୍ଷା ଆଇନରେ ସଂଶୋଧନ କରିବାକୁ ସରକାର ଯୋଜନା କରୁଛନ୍ତି। ଏଥି ସଂକ୍ରାନ୍ତ ନୂଆ ଆଇନ କାର୍ଯ୍ୟକାରୀ ହେଲେ ଖାଦ୍ୟ ତଥା ପାନୀୟରେ ଅପମିଶ୍ରଣକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ କଡାକଡି କରିବେ।

ବ୍ରିଟେନ୍‌ ଅର୍ଥନୀତି ଉପରେ ବ୍ରେକଜିଟ୍‌ ପ୍ରଭାବ

ବ୍ରିଟେନ୍‌ ଅର୍ଥନୀତି ଉପରେ ବ୍ରେକଜିଟ୍‌ ପ୍ରଭାବ

ନୂଆଦିଲ୍ଲୀ, ୨୪-୬: ୟୁରୋପୀୟ ୟୁନିୟନ(ଇୟୁ)ରେ ବ୍ରିଟେନର ସମ୍ପୂର୍ଣ୍ଣ ଓହରିଯିବା ନିଷ୍ପତ୍ତି ଏହାର ଅର୍ଥ ବ୍ୟବସ୍ଥା ଲାଗି କିଭଳି ଭାବେ ଲାଭକାରୀ ହେବ ତାହା ବର୍ତ୍ତମାନ ଠାରୁ ଆକଳନ କରିବା କଷ୍ଟକର। ମାତ୍ର ବ୍ରିଟେନର ଏହି ଭଳି ନିଷ୍ପତ୍ତି ଏହାର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଜଣାପଡିଛି।

ଇନ୍‌ଫୋସିସ୍‌ର ବାର୍ଷିକ ସାଧାରଣ ବୈଠକ:ଯୋଗ ଦେଲେନି ନାରାୟଣମୂର୍ତ୍ତି

ଇନ୍‌ଫୋସିସ୍‌ର ବାର୍ଷିକ ସାଧାରଣ ବୈଠକ:ଯୋଗ ଦେଲେନି ନାରାୟଣମୂର୍ତ୍ତି

ବାଙ୍ଗାଲୋର,୨୪-୬(ପି.ଟି.) କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଇନ୍‌ଫୋସିସ୍‌ ସହ-ପ୍ରତିଷ୍ଠାତା ଏନ୍‌. ଆର୍‌. ନାରାୟଣମୂର୍ତ୍ତି କମ୍ପାନୀର ୩୭ ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ଯୋଗ ଦେଇନାହାନ୍ତି। ତେବେ ସେ ଦେଶ ବାହାରେ ଥିବା ତାଙ୍କର ଜଣେ ନିକଟ ସହଯୋଗୀ ପ୍ରକାଶ କରିଛନ୍ତି।

ଇ-କମର୍ସର ପ୍ରବେଶ କରିବ ଗୁଗଲ୍‌

ଇ-କମର୍ସର ପ୍ରବେଶ କରିବ ଗୁଗଲ୍‌

ନୂଆଦିଲ୍ଲୀ, ୨୪-୬: ସୁନ୍ଦର ପିଚାଇଙ୍କ ନେତୃତ୍ୱାଧୀନ ସର୍ଚ୍ଚ ଇଞ୍ଜିନ ଗୁଗଲ ବିଶ୍ୱ ଇ-କମର୍ସ ବଜାରରେ ପ୍ରବେଶ ଲାଗି ଯୋଜନା ରଖିଛି। କମ୍ପାନୀ ଏହାର ସେବା ଘରୋଇ ବଜାରରୁ ଆରମ୍ଭ କରିବ। ଦୀପାବଳି ସମୟରେ କମ୍ପାନୀ ସେବାର ଶୁଭାରମ୍ଭ ଲାଗି ଯୋଜନା ରଖିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ କମ୍ପାନୀ ଫ୍ଲିପକାର୍ଟରେ ନିବେଶ ନେଇ ସୁଯୋଗ ଅପେକ୍ଷାରେ ରହିଥିଲା। ମାତ୍ର ବର୍ତ୍ତମାନ ପ୍ଲିପକାର୍ଟର ୭୭% ଅଂଶଧନକୁ ଓ୍ବାଲମାର୍ଟ ଅଧିଗ୍ରହଣ କରିନେବାରୁ ଗୁଗୁଲ ଉକ୍ତ କ୍ଷେତ୍ରରେ ଏକକୀ ପ୍ରବେଶ ନେଇ ଯୋଜନା ଧାର୍ଯ୍ୟ କରିଛି।

ସାପ୍ତାହିକ ସମୀକ୍ଷା: ସେନ୍‌ସେକ୍ସରେ ବୃଦ୍ଧି

ସାପ୍ତାହିକ ସମୀକ୍ଷା: ସେନ୍‌ସେକ୍ସରେ ବୃଦ୍ଧି

ବମ୍ବେ,୨୪-୬(ପି.ଟି.) କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସରେ ବୃଦ୍ଧି ଘଟିଛି। ପୂର୍ବ ସପ୍ତାହ ତୁଳନାରେ ଏଇ ସପ୍ତାହରେ ସେନ୍‌ସେକ୍ସରେ ୬୭.୪୬ ପଏଣ୍ଟ ବୃଦ୍ଧି ଘଟିଥିବାବେଳେ ନ୍ୟାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ନିଫ୍‌ଟିରେ ୪.୧୫ ପଏଣ୍ଟ୍‌ ବୃଦ୍ଧି ଘଟିଛି। ସପ୍ତାହର ଅନ୍ତିମ କାରବାର ଦିବସରେ ଉଭୟ ଯଥାକ୍ରମେ ୩୫,୬୮୯.୬୦ ପଏଣ୍ଟ ଏବଂ ୧୦,୮୨୧.୮୫ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ନୂଆ ନିଯୁକ୍ତି-ସନ୍ଦୀପ ବକ୍ସି

ନୂଆ ନିଯୁକ୍ତି-ସନ୍ଦୀପ ବକ୍ସି

ବାଙ୍ଗାଲୋର,୨୪-୬: ଭିଡିଓକନ୍‌ ଋଣ ମାମଲାର ଆଭ୍ୟନ୍ତରୀଣ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚର ଛୁଟିରେ ରହିବେ। ତାଙ୍କ ଦାୟିତ୍ୱ ସମ୍ଭାଳିବେ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଏମ୍‌ଡି ତଥା ସିଇଓ ସନ୍ଦୀପ ବକ୍ସି।

Model This Week

ଆହାନା