ବାଣିଜ୍ୟ |

ମହଙ୍ଗା ଭତ୍ତା ୭%କୁ ବୃଦ୍ଧି

ମହଙ୍ଗା ଭତ୍ତା ୭%କୁ ବୃଦ୍ଧି
ନୂଆଦିଲ୍ଲୀ,୮ା୩(ପି.ଟି.) କେନ୍ଦ୍ର ସରକାର ବୁଧବାର ୧୧ ନିୟୁତ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି। ଏହା ପୂର୍ବରୁ ୫% ଥିବାବେଳେ ବର୍ତ୍ତମାନ ୭%କୁ ବଢ଼ାଯାଇଛି, ଯାହାକି ୨୦୧୮ ଜାନୁୟାରୀ ୧ରୁ ପିଛିଲା ଭାବେ ଲାଗୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ୍‌ ବୈଠକରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଡିଏ ଏବଂ ପେନ୍‌ସନଭୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଡିୟର୍‌ନେସ୍‌ ରିଲିଫ୍‌(ଡିଆର୍‌)ରେ ୨% ବୃଦ୍ଧି କରାଯାଇଥିବା ସରକାରୀ ବିବୃତିରେ ପ୍ରକାଶ କରାଯାଇଛି। ଏହି ବୃଦ୍ଧି ଦ୍ୱାରା ପାଖାପାଖି ୪୮.୪୧ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୧.୧୭ ଲକ୍ଷ ପେନ୍‌ସନଭୋଗୀ ଉପକୃତ ହେବେ। ତେବେ ଏହା ଲାଗୁ ହେବା ଦ୍ୱାରା ବର୍ଷକୁ ରାଜକୋଷ ଉପରେ ୬,୦୭୭.୭୨ କୋଟି ଟଙ୍କାର ବୋଝ ପଡିବ। ୨୦୧୮ ଜାନୁୟାରୀରୁ ୨୦୧୯ ଫେବୃୟାରୀ ପର୍ଯ୍ୟନ୍ତ ୧୪ ମାସ ପାଇଁ ଏହାର ପ୍ରଭାବ ୭,୦୯୦.୬୮ କୋଟି ଟଙ୍କା ରହିବ।
All Right Reserved By

ବାଣିଜ୍ୟ |

ଦେଶରେ ସ୍ଥାପନ ହେବ ୫ ହଜାର ସିବିଜି ପ୍ଲାଣ୍ଟ

ଦେଶରେ ସ୍ଥାପନ ହେବ ୫ ହଜାର ସିବିଜି ପ୍ଲାଣ୍ଟ

ଭୁବନେଶ୍ୱର,୧୫-୧୨:୨୦୨୩ ସୁଦ୍ଧା ଦେଶରେ ୫ ହଜାର କମ୍ପ୍ରେସ୍‌ଡ ବାୟୋ ଗ୍ୟାସ (ସିବିଜି) ପ୍ଲାଣ୍ଟ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବାର୍ଷିକ ୧୫ ନିୟୁତ ଟନ୍‌ ସିବିଜି ଉତ୍ପାଦନ କରିବାକୁ ଯୋଜନା ରହିଛି। ଉକ୍ତ ପଦକ୍ଷେପ ଅନ୍ତର୍ଗତ ଓଡ଼ିଶାରେ ପ୍ରାୟ ୫୦୦ ପ୍ଲାଣ୍ଟ ସ୍ଥାପନ ହେବ। 

ସଙ୍ଗଠିତ ହେବେ ଅନ୍‌ଲାଇନ ଟ୍ରାଭେଲ ସଂସ୍ଥା

ସଙ୍ଗଠିତ ହେବେ ଅନ୍‌ଲାଇନ ଟ୍ରାଭେଲ ସଂସ୍ଥା

ଭୁବନେଶ୍ୱର ,୧୫-୧୨: ଅନ୍‌ଲାଇନରେ ହୋଟେଲ ବୁକିଂ ସେବା ଯୋଗାଉଥିବା ସଂସ୍ଥା ଅନ୍‌ଲାଇନ ଟ୍ରାଭେଲ ଆଗ୍ରିଗେଟର (ଓଟିଏ)ଗୁଡ଼ିକ ଏଥର ଗୋଟିଏ ପ୍ଲାଟଫର୍ମକୁ ଆସିବେ। ନିକଟରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏହି ସଂସ୍ଥାଗୁଡ଼ିକ ପାଇଁ ନୂଆ ଗାଇଡଲାଇନ ଜାରି ହୋଇଛି। 

ପିଲୁ ମୋଦି ସ୍କୁଲ ଅଫ୍‌ ଆର୍କିଟେକ୍‌ଚରର ରୌପ୍ୟ ଜୟନ୍ତି

କଟକ ,୧୫-୧୨: ପିଲୁ ମୋଦି ସ୍କୁଲ ଅଫ୍‌ ଆର୍କିଟେକଚର ପକ୍ଷରୁ ରୌପ୍ୟ ଜୟନ୍ତି ପାଳିତ ହୋଇ ଯାଇଛି। ଦିଲ୍ଲୀର ପ୍ରତିଷ୍ଠିତ ସ୍ଥପତି ସୁମିତ ଘୋଷ ଓ ସୁଚିତ୍ରା ଘୋଷ ଏଥିରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। 

କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଭୁବନେଶ୍ୱର ,୧୫-୧୨: କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଉତ୍ସବ-୨୦୧୮’ ଅନୁଷ୍ଠିତ ହୋଇଯାଇଛି। କିଟ୍‌ର ପ୍ରତିଷ୍ଠାତା ସଭ୍ୟ ତଥା ଏହାର ଚେୟାରମ୍ୟାନ ଡ. ଚିତ୍ତ ରଞ୍ଜନ ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। 

ଇଛାକୃତ ଖିଲାପକାକରୀଙ୍କ ବିରୋଧରେ ୨,୫୦୦ ମାମଲା

ଇଛାକୃତ ଖିଲାପକାକରୀଙ୍କ ବିରୋଧରେ ୨,୫୦୦ ମାମଲା

ନୂଆଦିଲ୍ଲୀ ,୧୫-୧୨: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରୁ ଋଣ ନେଇ ପରିଶୋଧ କରି ନ ଥିବା ଇଛାକୃତ ଖିଲାପକାରୀଙ୍କ ବିରୋଧରେ ୨,୫୦୦ ମାମଲା ଦାଏର ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ମାମଲାଗୁଡ଼ିକ ଦାଏର ହୋଇଛି। 

୪ ବର୍ଷରେ ୨.୩୩ ଲକ୍ଷ କୋଟି ଏନ୍‌ପିଏ ଅସୁଲ

୪ ବର୍ଷରେ ୨.୩୩ ଲକ୍ଷ କୋଟି ଏନ୍‌ପିଏ ଅସୁଲ

ନୂଆଦିଲ୍ଲୀ ,୧୫-୧୨: ୨୦୧୪-୧୫ ଆର୍ଥତ୍କ ବର୍ଷଠାରୁ ୨୦୧୭-୧୮ ଆର୍ଥତ୍କ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୨.୩୩ ଲକ୍ଷ କୋଟି ଟଙ୍କାର ଅନାଦାୟ ଋଣ(ଏନ୍‌ପିଏ) ଅସୁଲ କରିଛନ୍ତି। 

୧୮ ଲକ୍ଷ ପଞ୍ଜିକୃତ କମ୍ପାନୀଙ୍କ ମଧ୍ୟରୁ ୬୨% ସକ୍ରିୟ

୧୮ ଲକ୍ଷ ପଞ୍ଜିକୃତ କମ୍ପାନୀଙ୍କ ମଧ୍ୟରୁ ୬୨% ସକ୍ରିୟ

ନୂଆଦିଲ୍ଲୀ ,୧୫-୧୨ : ଦେଶରେ ବର୍ତ୍ତମାନ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକୃତ କମ୍ପାନୀ ରହିଛନ୍ତି। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ୬୨% ସକ୍ରିୟ ଥିବା ଜଣା ପଡିଛି। 

ସ୍ଥାପନ ହେବ ନ୍ୟାଶନାଲ ମେଡ଼ିକାଲ ଡିଜାଇସ ପ୍ରମୋଶନ କାଉନସିଲ

ସ୍ଥାପନ ହେବ ନ୍ୟାଶନାଲ ମେଡ଼ିକାଲ ଡିଜାଇସ ପ୍ରମୋଶନ କାଉନସିଲ

ନୂଆଦିଲ୍ଲୀ ,୧୫-୧୨ : ଦେଶରେ ସ୍ଥାପନ ହେବ ନ୍ୟାଶନାଲ ମେଡ଼ିକାଲ ଡ଼ିଭାଇସ ପ୍ରମୋଶନ କାଉନସିଲ(ଏନ୍‌ଏମ୍‌ଡିପିସି)। 

ଇ-କମର୍ସରେ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କଲା ଇଣ୍ଡିଆ ପୋଷ୍ଟ

ଇ-କମର୍ସରେ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କଲା ଇଣ୍ଡିଆ ପୋଷ୍ଟ

ନୂଆଦିଲ୍ଲୀ ,୧୫-୧୨: ଇଣ୍ଡିଆ ପୋଷ୍ଟ ପକ୍ଷରୁ ଇ-କମର୍ସରେ ସମ୍ପୂର୍ଣ୍ଣ ଭାବେ ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଇଣ୍ଡିଆ ପୋଷ୍ଟ ଇ-କମର୍ସ ପୋର୍ଟାଲକୁ ଶୁକ୍ରବାର କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା ଶୁଭାରମ୍ଭ କରିଛନ୍ତି। 

ଯାନ ଦର ବଢାଇବ ହୋଣ୍ଡା କାରର୍ସ ଇଣ୍ଡିଆ

ଯାନ ଦର ବଢାଇବ ହୋଣ୍ଡା କାରର୍ସ ଇଣ୍ଡିଆ

ନୂଆଦିଲ୍ଲୀ ,୧୫-୧୨: ଆସନ୍ତା ମାସଠାରୁ ଏହାର ସବୁ ରେଞ୍ଜର କାର ମୂଲ୍ୟ ବଢାଇବା ଲାଗି ହୋଣ୍ଡା କାରର୍ସ ଇଣ୍ଡିଆ ଶୁକ୍ରବାର ଘୋଷଣା କରିଛି। 

ପାଇକାରୀ ମୁଦ୍ରାସ୍ଫୀତି ୪.୬୪%କୁ ହ୍ରାସ

ପାଇକାରୀ ମୁଦ୍ରାସ୍ଫୀତି ୪.୬୪%କୁ ହ୍ରାସ

ନୂଆଦିଲ୍ଲୀ,୧୫-୧୨:  ଦେଶର ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବରରେ ୪.୬୪%କୁ ହ୍ରାସ ପାଇଛି। ଏହା ଗତ ୩ ମାସ ମଧ୍ୟରେ ସର୍ବନିମ୍ନ। ଅକ୍ଟୋବରରେ ଏହା ୫.୨୮% ଥିଲା। ସରକାରଙ୍କ ପକ୍ଷରୁ ଶୁକ୍ରବାର ଜାରି ତଥ୍ୟ ଅନୁଯାୟୀ ଖାଦ୍ୟପଦାର୍ଥର ମୂଲ୍ୟ ହ୍ରାସ ପାଇବା ମୁଦ୍ରାସ୍ଫୀତି ହ୍ରାସର ମୁଖ୍ୟ କାରଣ। 

ଆର୍‌ବିଆଇ ବୋର୍ଡ ଏକମତ ହେଲାନି;ଗର୍ଭନାନ୍ସ ଫ୍ରେମ୍‌ଓ୍ବର୍କ ଉପରେ ଆଲୋଚନା ଜାରି ରହିବ

ଆର୍‌ବିଆଇ ବୋର୍ଡ ଏକମତ ହେଲାନି;ଗର୍ଭନାନ୍ସ ଫ୍ରେମ୍‌ଓ୍ବର୍କ ଉପରେ ଆଲୋଚନା ଜାରି ରହିବ

ନୂଆଦିଲ୍ଲୀ,୧୫-୧୨:  ନବନିଯୁକ୍ତ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଭାରତୀୟ ରିଜଭର୍ର୍ ବ୍ୟାଙ୍କ(ଆର୍‌ବିଆଇ)ର ସେଣ୍ଟ୍ରାଲ ବୋର୍ଡ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଲାଗି ଗଭର୍ନାନ୍ସ ଫ୍ରେମ୍‌ଓ୍ବର୍କ ଗଠନ ନେଇ ବୈଠକରେ ସହମତି ପ୍ରକାଶ ପାଇପାରିଲା ନାହିଁ।