ରାଜ୍ୟ |

ଆଦିବାସୀଙ୍କ ସୁପରହିରୋ ଶାରଦା

ଆଦିବାସୀଙ୍କ ସୁପରହିରୋ ଶାରଦା

ସସ୍ମିତା ପାଇକରାୟ:
ବଣ ପାହାଡ଼ ଘେରା କଳାହାଣ୍ଡି ଜିଲା, ଯେଉଁଠି ଅଧିକାଂଶ ଅଞ୍ଚଳରେ ଏ ପର୍ଯ୍ୟନ୍ତ ବିକାଶର ସୂର୍ଯ୍ୟୋଦୟକୁ ଲୋକେ ଦେଖିନାହାନ୍ତି। ରାଜ୍ୟ ରାଜଧାନୀଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଜିଲାରେ ଏବେ ବି ଏଭଳି ଅନେକ ଗାଁ ରହିଛି, ଯେଉଁଠିକୁ ଯିବାକୁ ନା ଅଛି ରାସ୍ତା ନା ଲୋକଙ୍କ ନିକଟରେ ପହଞ୍ଚିପାରିଛି ମୌଳିକ ସୁବିଧା। ପ୍ରତିକୂଳ ପରିବେଶ ମଧ୍ୟରେ ବଞ୍ଚିବା ପାଇଁ ଅହରହ ସଂଘର୍ଷ କରୁଛନ୍ତି ନିରୀହ ଆଦିବାସୀ। ମୌଳିକ ସ୍ବାସ୍ଥ୍ୟ ବ୍ୟବସ୍ଥା ସେମାନଙ୍କ ପାଇଁ ସାତସପନ ହୋଇଥିବା ବେଳେ ଶିକ୍ଷା କଥା କହିବା ବି ବୃଥା। ଜିଲାର ବିକାଶ ପାଇଁ ସରକାର ଏକପ୍ରକାର ଆଖି ବୁଜିଦେଇଥିବା ବେଳେ ଏଭଳିସ୍ଥଳେ ଲୋକଙ୍କ ସୁଖଦୁଃଖ ବୁଝିବାକୁ ଆଗେଇ ଆସିଛନ୍ତି ଅନ୍ଧାରି ମୁଲକର ନାରୀ ନେତ୍ରୀ ଶାରଦା ମାଝି। ବିଭିନ୍ନ ସମୟରେ ଆଦିବାସୀଙ୍କ ହକ୍‌ ପାଇଁ ଲଢ଼େଇ କରୁଛନ୍ତି ଓ ସେମାନଙ୍କ ସମସ୍ୟାକୁ ନେତା, ମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବାକୁ ସେ ସଂଘର୍ଷ ଜାରି ରଖିଛନ୍ତି।
କଳାହାଣ୍ଡି ଜିଲା ଉଲ୍ଲାଦାନି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁରାଖମନ ଗାଁର ଶାରଦା ମାଝି। ବୟସ ପାଖାପାଖି ୩୦ ହେବ। ୧୦ମ ଯାଏ ପଢ଼ିଥିବା ଶାରଦା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତ। ମହିଳା ସଶକ୍ତୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସ୍ଥାନୀୟ ଅଞ୍ଚଳକୁ ମଦମୁକ୍ତ କରିବା ଏବଂ ସାହୁକାରଙ୍କ ଶୋଷଣକୁ କମ୍‌ କରିବାକୁ ସେ ଅହରହ ସଂଗ୍ରାମ ଜାରି ରଖିଛନ୍ତି। ସ୍ବାମୀ ରବୀନ୍ଦ୍ର ମାଝିଙ୍କ ଦେହାନ୍ତ ପରେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ସମାଜସେବାରେ ଉତ୍ସର୍ଗ କରିଛନ୍ତି। ଶାରଦା ବାସ୍ତବ ଜୀବନରେ ଜଣେ ସୁପରହିରୋ। ଜଇଲାଇଟାମ ମହିଳା ମହାସଂଘର ସଭାପତି ଭାବେ ସେ କାର୍ଯ୍ୟ କରୁଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅଧିକରୁ ଅଧିକ ମହିଳା କିଭଳି ନିଯୁକ୍ତ ହୋଇପାରିବେ, ସେ ନେଇ ପ୍ରୟାସ କରୁଛନ୍ତି। ତାଙ୍କ ଉଦ୍ୟମରେ ଉଲ୍ଲାଦାନି ପଞ୍ଚାୟତରେ ଏବେ ୭୫ଟି ଏସ୍‌ଏସ୍‌ଜିରେ ପ୍ରାୟ ୭୫୦ ମହିଳା କାମ କରୁଛନ୍ତି। ନିଜ ସହ ନିଜ ପରିବାର ଭରଣପୋଷଣ କରିବାରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ମହିଳାଙ୍କ ହକ୍‌ ପାଇଁ ଲଢ଼େଇ କରିବା ସହ ଶାରଦାଙ୍କ ପ୍ରୟାସରେ ଆଜି ସେମାନେ ପଲ୍ଲିସଭା ଏବଂ ଗ୍ରାମସଭାରେ ନିଜ ମତ ରଖିପାରୁଛନ୍ତି। ନିଜ ସମସ୍ୟା ନେଇ ମୁହଁ ଖୋଲୁଛନ୍ତି ଓ ନିଜ ହକ୍‌ ପାଇଁ ଲଢ଼ୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କୁ ସହାୟତା କରିବା, ରାସ୍ତାଘାଟ ନିର୍ମାଣ କରିବା, ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ଏବଂ ବାଲ୍ୟବିବାହ ବନ୍ଦ କରିବା ଭଳି ଜନହିତକର କାର୍ଯ୍ୟରେ ନିଜକୁ ସେମାନେ ଜଡ଼ିତ ରଖୁଛନ୍ତି।
ଶାରଦାଙ୍କ ମତରେ, ମଦ ଓ ନିଶା ଆମ ଅଞ୍ଚଳର ପ୍ରମୁଖ ସମସ୍ୟା। ଏଥିଯୋଗୁ ଲୋକମାନଙ୍କ ଆର୍ଥିକ ଅବସ୍ଥା ସୁଧୁରିପାରୁନି। ତେଣୁ ଅଞ୍ଚଳକୁ ନିଶାମୁକ୍ତ କରିବାକୁ ଆମେ ମଦଭାଟି ଭାଙ୍ଗିବା ସହ ଏହାର ଅପକାରିତା ସମ୍ପର୍କରେ ଲୋକଙ୍କୁ ବୁଝାଉଛୁ। ଝିଅମାନଙ୍କ ମଧ୍ୟରେ ଯେପରି ଶିକ୍ଷାର ପ୍ରସାର ହୋଇପାରିବ, ସେଥିଲାଗି ମଧ୍ୟ ଉଦ୍ୟମ କରୁଛୁ। ଆଦିବାସୀମାନେ ଯେପରି ସାହୁକାରଙ୍କ ପାଖରେ ଶୋଷଣ ନ ହେବେ, ସେଥିପାଇଁ ଏସ୍‌ଏସ୍‌ଜି ମାଧ୍ୟମରେ ସେମାନଙ୍କୁ ବ୍ୟବସାୟ କରିବାକୁ ପ୍ରବର୍ତ୍ତାଉଛୁ। ବିଭିନ୍ନ ସ୍ଥାନରେ ସଭା କରି ବାଲ୍ୟବିବାହ ରୋକିବାକୁ ଉଦ୍ୟମ କରୁଛୁ। ୧୮ବର୍ଷ ପୂରିଲେ ବିବାହ କରିବାକୁ ଶପଥ ପାଠ କରାଉଛୁ। ତେଣୁ ଏବେ ୫୦ ପ୍ରତିଶତ ବାଲ୍ୟବିବାହ କମିଯାଇଥିବା ସେ କହିଛନ୍ତି।

All Right Reserved By

ରାଜ୍ୟ |

ସେବାୟତଙ୍କ ମଧ୍ୟରେ ବିବାଦ: ଉପବାସ ରହିଲେ ଅଲାରନାଥ

ସେବାୟତଙ୍କ ମଧ୍ୟରେ ବିବାଦ: ଉପବାସ ରହିଲେ ଅଲାରନାଥ

ବ୍ରହ୍ମଗିରି,୧୯।୬(ଡି.ଏନ୍‌.ଏ.): ସେବାୟତଙ୍କ ବିବାଦ ନେଇ ମଙ୍ଗଳବାର ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ନିତିରେ ବିଭ୍ରାଟ ଦେଖାଦେଇଛି। ବଲ୍ଲଭ ଭୋଗ ନ ହେବାରୁ ନୀତିରେ ବିଳମ୍ବ ହୋଇଛି।

୪ ଦିନ ଧରି ବଜାର ବନ୍ଦ: ଲୋକେ ହନ୍ତସନ୍ତ

୪ ଦିନ ଧରି ବଜାର ବନ୍ଦ: ଲୋକେ ହନ୍ତସନ୍ତ

କଣ୍ଟାପଡା,୧୯।୬(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ବଜାରରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ବ୍ୟବସାୟୀଙ୍କ ଦ୍ୱାରା କରାଯାଇଥିବା ବଜାର ବନ୍ଦ ଚତୁର୍ଥ ଦିନ ଲାଗି ଜାରି ରହିଛି। ଦୋକାନ ବଜାର ଖୋଲିବାପାଇଁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଲୋକ ପ୍ରତିନିଧି, ଗୋବିନ୍ଦପୁର ଥାନାଧିକାରୀ ଓ ସ୍ଥାନୀୟ ଅଞ୍ଚଳର କିଛି ମୁରବୀଙ୍କୁ ନେଇ ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା।

୨ ପୃଥକ ଦୁର୍ଘଟଣା: ୪ ଗୁରୁତର

୨ ପୃଥକ ଦୁର୍ଘଟଣା: ୪ ଗୁରୁତର

ଯାଜପୁର ଅଫିସ,୧୯।୬: ପାଣିକୋଇଲି-ରଜାମୁଣ୍ଡା ୨୦ ନମ୍ବର ଜାତୀୟ ରାଜପଥର ଆଲିଆ ଛକରେ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ୨ଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ଅଜଣା ଗାଡି ଧକ୍କାରେ ଅଚିହ୍ନା ଯୁବକ ଗୁରୁତର

ବଅଁରପାଳ,୧୯।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ରାସ୍ତାରେ ମଙ୍ଗଳବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଜଣେ ଅଚିହ୍ନା ଯୁବକ ଗୁରୁତର ହୋଇଛନ୍ତି। ସେ ବାଇକ୍‌ ଯୋଗେ ନାଲ୍‌କୋ ପ୍ଲାଣ୍ଟରୁ କଲୋନୀ ଆଡକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ: ୨ ଘର ଜଳିଗଲା

ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ: ୨ ଘର ଜଳିଗଲା

ଜଳେଶ୍ୱର,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଝାଡ଼ପିମ୍ପଳ ପଞ୍ଚାୟତର ଝାଡ଼ପିମ୍ପଳ(୨) ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଭାଇ ବିଜୟ ଗିରି ଏବଂ ସୁଜୟ ଗିରିଙ୍କ ଦୁଇଟି ଘର ସମ୍ପୂର୍ଣ୍ଣ ଜଳିଯାଇଛି।

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ସୋର,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ଅଧୀନ ଦହିସଢ଼ାଠାରେ କ୍ଷତବିକ୍ଷତ ଅବସ୍ଥାରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ବୟସ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବାବେଳେ ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ।

ଡଙ୍ଗାବୁଡି ଘଟଣା: ଶୋକସନ୍ତତ୍ପ ପରିବାରକୁ ଭେଟିଲା ଜିଲା କଂଗ୍ରେସ

ଡଙ୍ଗାବୁଡି ଘଟଣା: ଶୋକସନ୍ତତ୍ପ ପରିବାରକୁ ଭେଟିଲା ଜିଲା କଂଗ୍ରେସ

ନୟାଗଡ଼ ଅଫିସ,୧୯ା୬-ଚିଲିକାରେ ଡ଼ଙ୍ଗା ବୁଡ଼ି ଘଟଣାରେ ନୟାଗଡ଼ ଜିଲା ଶରଣକୂଳ ଥାନା ଗୋଡିପଡା ଫାଣ୍ଡି ଅନ୍ତର୍ଗତ ଡ଼ିମିଶର ଗ୍ରାମର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

ଭାପୁରରେ ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନ ଆରମ୍ଭ

ଭାପୁର,୧୯ା୬(ଡି.ଏନ୍‌.ଏ.)- ସମବାୟ ଆନ୍ଦୋଳନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନ ଆରମ୍ଭ କରିଛନ୍ତି।

ଲଡୁବାବାଙ୍କ ବିବାହ ଉତ୍ସବ

ନୟାଗଡ଼ ଅଫିସ,୧୯ା୬-ନୟାଗଡ଼ ଜିଲା ଶରଣକୂଳସ୍ଥିିତ ପ୍ରସିଦ୍ଧ ଶୈବପୀଠ ଲଡୁବାବାଙ୍କ ମନ୍ଦିରରେ ରବିବାର ଶିବ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଭୁ ଲଡ଼ୁବାବା ମା ପାର୍ବତୀଙ୍କୁ ବିବାହ କରିବା ପାଇଁ ସ୍ବତନ୍ତ୍ର ପଟୁଆରରେ ବରଯାତ୍ରୀଙ୍କ ସହିତ ବୃଷଭ ବାହନ ଉପରେ ଚଢ଼ି ଯାଇଥିଲେ।

କୂଅରୁ ନାଗସାପ ଉଦ୍ଧାର

କୂଅରୁ ନାଗସାପ ଉଦ୍ଧାର

ରଣପୁର,୧୯।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁରରେ ରବିବାର ୩୦ଫୁଟ୍‌ ଗଭୀର ଶୁଖିଲା କୂଅ ଭିତରୁ ଏକ ନାଗସାପ ଉଦ୍ଧାର କରାଯାଇଛି। ସ୍ନେକ୍‌ ହେଲ୍‌ପ ଲାଇନ ସଦସ୍ୟ ଅଜୟ କୁମାର ଦାସ କୂଅ ଭିତରୁ ଜିଅନ୍ତା ଅବସ୍ଥାରେ ଉକ୍ତ ସାପ ଉଦ୍ଧାର କରିଥିଲେ।

୨ୟ ଦିନରେ ଗ୍ରାମବାସୀଙ୍କ ଧାରଣା

୨ୟ ଦିନରେ ଗ୍ରାମବାସୀଙ୍କ ଧାରଣା

ତାଳଚେର,୧୯।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଡଅଁର ଏବଂ ବନବାସୀପୁର ଗ୍ରାମବାସୀଙ୍କ ଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଗତ ୨ ଦିନ ହେଲା ଏମ୍‌ସିଏଲ୍‌ର ବଳରାମ ଓ ହିଙ୍ଗୁଳା ଖଣିକାର୍ଯ୍ୟ ବନ୍ଦ ରହିଛି। ଏଥିସହ କୋଇଲା ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

କଲେଜ ଛାତ୍ରୀଙ୍କ ସେକ୍ସ ଭିଡିଓ ଭାଇରାଲ ଘଟଣା:୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଲେଜ ଛାତ୍ରୀଙ୍କ ସେକ୍ସ ଭିଡିଓ ଭାଇରାଲ ଘଟଣା:୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ରାଜନଗର,୧୯ା୬(ଡି.ଏନ୍‌.ଏ.) କେନ୍ଦ୍ରାପଡା ଜିଲାର ଏକ ମହାବିଦ୍ୟାଳୟରେ ପାଠପଢୁଥିବା ଜଣେ କଲେଜ ଛାତ୍ରୀଙ୍କ ଅଶ୍ଲଳ ଭିଡିଓ ଭାଇରାଲ ହେବା ଘଟଣା ୪ ଦିନ ପରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇ ରହିଛି।

Model This Week

ପ୍ରଭାତ