ରାଜ୍ୟ |

ଅନ୍ଧାରିମୁଲକର ନାରୀନେତ୍ରୀ: ଲୁବେନଗଡ଼ର ପ୍ରଥମ ସରପଞ୍ଚ ସୁନୀତା

ଅନ୍ଧାରିମୁଲକର ନାରୀନେତ୍ରୀ: ଲୁବେନଗଡ଼ର ପ୍ରଥମ ସରପଞ୍ଚ ସୁନୀତା

ସସ୍ମିତା ପାଇକରାୟ:

କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକର ଲୁବେନଗଡ଼ ଗ୍ରାମପଞ୍ଚାୟତ। ନିକଟରେ ନୂତନ ଗ୍ରାମପଞ୍ଚାୟତର ମାନ୍ୟତା ପାଇଥିବା ଏହି ଅଞ୍ଚଳର ସରପଞ୍ଚ ସୁନୀତା ମାଝି। ବୀର ସ୍ବାଧୀନତା ସଂଗ୍ରାମୀ ରିଣ୍ଡୋ ମାଝିଙ୍କ ପରିବାର ସଦସ୍ୟା ସୁନୀତା ଲୁବେନଗଡ଼ର ପ୍ରଥମ ସରପଞ୍ଚ। ମାତ୍ର ୨୮ବର୍ଷ ବୟସରେ ଏଭଳି ଏକ ପଛୁଆ ତଥା ଅନୁନ୍ନତ ଅଞ୍ଚଳର ସରପଞ୍ଚ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବା ପରେ ସେ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।
ପ୍ରଥମେ ଉଲ୍ଲାଦାନି ପଞ୍ଚାୟତ ଅଧୀନରେ ଥିବାବେଳେ ନିକଟରେ ୧୭ଟି ପାହାଡ଼ିଆ ଗ୍ରାମକୁ ନେଇ ଗଠିତ ହୋଇଥିବା ଲୁବେନଗଡ଼ ପଞ୍ଚାୟତରେ ନା ଅଛି ରାସ୍ତାଘାଟ ନା ପାନୀୟଜଳ ନା ମେଡିକାଲ ସୁବିଧା। ପିଲାମାନେ ୮ମରୁ ଆଗକୁ କିମ୍ବା କଲେଜରେ ପଢ଼ିବାକୁ ଚାହିଁଲେ ୪୦ରୁ ୬୦ କିଲୋମିଟର ଯିବାକୁ ପଡ଼ୁଛି। ସେହିଭଳି ରାତିଅଧରେ ଦେହ ଖରାପ ହେଲେ ପାଖଆଖରେ କୌଣସି ସୁବିଧା ନାହିଁ। ଏଭଳି ସମୟରେ ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବାକୁ ଅଣ୍ଟା ଭିଡ଼ିଛନ୍ତି ସୁନୀତା। ପାନୀୟଜଳ ଅଭାବ ଏଠାକାର ଉତ୍କଟ ସମସ୍ୟା ହୋଇଥିବା ବେଳେ ପ୍ରତ୍ୟେକ ଗଁାରେ ଏହାକୁ ପହଞ୍ଚାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ୧୭ଟି ଗଁାକୁ ରାସ୍ତା ନିର୍ମାଣ କରିବା, ଏକ ମେଡିକାଲ ପ୍ରତିଷ୍ଠା କରିବା ଓ ନିକଟସ୍ଥ ଅଞ୍ଚଳରେ ସ୍କୁଲ, କଲେଜ ଖୋଲିବାକୁ ଉଦ୍ୟମ କରୁଛନ୍ତି। ନିଜେ ଯେଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ଆଗାମୀ ପିଢ଼ିଙ୍କର ସେଭଳି ଅସୁବିଧା ନ ହେବା ପାଇଁ ସେ ଲାଗିପଡ଼ିଛନ୍ତି। ପାଖରେ କଲେଜ ନ ଥିବାରୁ କଲେଜ ଯାଇପାରି ନ ଥିବା ସୁନୀତା ଆଗାମୀ ଦିନରେ ଯୁକ୍ତ ୨ ଏବଂ ଯୁକ୍ତ ୩ ପଢ଼ିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ଏହାସହ ବିଧାୟକ ହୋଇ ସମଗ୍ର କଳାହାଣ୍ଡି ଜିଲାର ବିକାଶ କରିବାକୁ ମଧ୍ୟ ତାଙ୍କର ଲକ୍ଷ୍ୟ ରହିଛି। ଏ ସମ୍ପର୍କରେ ସୁନୀତା କୁହନ୍ତି, ଲୋକମାନେ ମୋ ଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ପୂରଣ କରିବା ଦିଗରେ ପ୍ରାଣପଣେ ଉଦ୍ୟମ କରିବି। ଆମ ଅଞ୍ଚଳରେ ଯେଉଁ ସ୍କୁଲ ଅଛି, ସେଠାରେ ମାତ୍ର ୮ମ ଶ୍ରେଣୀ ଯାଏ ଥିବାରୁ ପିଲାମାନେ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଆମ ପଞ୍ଚାୟତରେ ଏକ ମେଡିକାଲ ସହ ସ୍କୁଲ ଓ କଲେଜ ଖୋଲିବା ମୋର ପ୍ରାଥମିକ ଲକ୍ଷ୍ୟ ବୋଲି ସେ କହିଛନ୍ତି।

All Right Reserved By

ରାଜ୍ୟ |

ହକିକୁ ମାନ୍ୟତା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ହକିକୁ ମାନ୍ୟତା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ହକିକୁ ଜାତୀୟ କ୍ରୀଡାଭାବେ ବିଦ୍ଧିବଧଭାବେ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଦାବିକରି ଲେଖିଛନ୍ତି ଯେ, ହକିକୁ ଜାତୀୟ କ୍ରୀଡାର ମାନ୍ୟତା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଉ।

ରାଜ୍ୟ ସୀମା ସୁରକ୍ଷା ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲିବାକୁ ଦାବି

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଆନ୍ଧ୍ର ନେତା ଓ ପ୍ରଶାସକମାନେ ବେଆଇନ ଭାବେ ବାରମ୍ବାର କୋଟିଆ ଗ୍ରାମପୁଞ୍ଜକୁ ପ୍ରବେଶ କରିବା ସହିତ ନିକଟରେ ଏହି ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଇଥିବା ଅଭିଯୋଗ ହୋଇଛି।

କୋଇଲା ଖଣିରେ ଟ୍ରକ୍‌ ଧକ୍କାରେ କର୍ମଚାରୀ ମୃତ, କ୍ଷତିପୂରଣ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋଇଲା ଖଣିରେ ଟ୍ରକ୍‌ ଧକ୍କାରେ କର୍ମଚାରୀ ମୃତ, କ୍ଷତିପୂରଣ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଲଖନପୁର, ୨୦।୬(ଡି.ଏନ୍‌.ଏ)- ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କୋଇଲା ଖଣି ପ୍ରୋଜେକ୍ଟ ଅଫିସ୍‌ ନିକଟ ଚର୍ତ୍ତୃମୂଖୀ ଛକରେ ବୁଧବାର ସକାଳ ପ୍ରାୟ ୬ଟା ୪୦ରେ ଏକ ୧୦ଚକିଆ ଖାଲିଟ୍ରକ୍‌ ଏକ ବାଇକ୍‌ ଉପରେ ମାଡିଯାଇଛି। ଫଳରେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ନାବାଳକ ନିଖୋଜ

ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ନାବାଳକ ନିଖୋଜ

ଲହୁଣୀପଡ଼ା, ୨୦।୬(ଡି.ଏନ୍‌.ଏ.) ବୁଧବାର ପୂର୍ବାହ୍ନରେ ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀନଦୀର ତୁମକଳା ଘାଟରେ ବୁଡ଼ିଯାଇ ୨ ନାବାଳକ ନିଖୋଜ ହୋଇଛନ୍ତି। ସେମାନେ ହେଲେ ଲହୁଣୀପଡ଼ାର ଶୁଭମ କୁମାର ରାୟ ଓ ସୌରଭ ଜୟସ୍ବାଲ। ଉଭୟ ୧୦ମ ଶ୍ରେଣୀର ଛାତ୍ର। ବୟସ ୧୪/୧୫ ମଧ୍ୟରେ ହେବ ବୋଲି କୁହାଯାଉଛି।

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

ମଙ୍ଗଳା ମନ୍ଦିରରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି

କାକଟପୁର,୨୦ା୬(ଡି.ଏନ୍‌.ଏ.): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଧାୟକ ଚ୍ୟାଉ ପଟ୍ଟନାୟକ ବୁଧବାର କାକଟପୁର ମଙ୍ଗଳା ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରରେ ରହିଥିବା ବିଭିନ୍ନ ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ବିଶ୍ୱ ହିନ୍ଦୁ ପରିଷଦର ସତ୍ୟପାଠ: ଗଜପତିଙ୍କୁ ମିଳୁ କ୍ୟାବିନେଟ୍‌ ପାହ୍ୟା

ପୁରୀ ଅଫିସ,୨୦ା୬: ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୁଧବାର ପୁରୀ ଜିଲା ଜଜ୍‌ଙ୍କ ଅଦାଲତରେ ସତ୍ୟପାଠ ଦାଖଲ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ବଦ୍ରିନାଥ ପଟ୍ଟନାୟକ ଏହି ସତ୍ୟପାଠ ଦାଖଲ କରିଛନ୍ତି।

ଚାନ୍ଦବାଲିରେ ଡେଙ୍ଗୁ ରୋଗୀ ଚିହ୍ନଟ

ଚାନ୍ଦବାଲିରେ ଡେଙ୍ଗୁ ରୋଗୀ ଚିହ୍ନଟ

ଆରଡ଼ି,୨୦।୬(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁର ଚନ୍ଦନ ବିଶ୍ବାଳ(୨୫) ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଚନ୍ଦନ ବିଶାଖାପାଟଣାରେ କାମ କରୁଥିଲେ। ସେଠାରେ ସେ ଜ୍ୱରରେ ପୀଡିତ ହୋଇଥିବା ବେଳେ ରଜରେ ଘରକୁ ଆସିଥିଲେ।

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାନୀୟ ଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପୁରୀ ଅଫିସ,୨୦ା୬: ବର୍ଷା ଋତୁରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ବର୍ଷାର ଦେଖା ନ ଥିବା ବେଳେ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ପୁରୀ ସହରରେ ପାନୀର ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୁରୀର ବିଭିନ୍ନ ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗା ଯାଉଥିବା ପାଣିରୁ ମଇଳା ବାହାରୁଛି। କେତେକ ସ୍ଥାନରେ ଡ୍ରେନ୍‌ ପାଣି ମଧ୍ୟ ପାନୀୟ ଜଳରେ ମିଶୁଛି।

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

୨୫ରେ ରଥ ସମନ୍ବୟ ତୃତୀୟ ବୈଠକ, ଯୋଗଦେବେନି ଆଇନମନ୍ତ୍ରୀ

ପୁରୀ ଅଫିସ,୨୦ା୬: ଜୁଲାଇ ୧୪ରେ ରଥଯାତ୍ରା। ଏ ନେଇ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ଚାଲିଛି। ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଚାଲିଛି। ଇତିମଧ୍ୟରେ ୨ଟି ରଥ ସମନ୍ବୟ କମିଟି ବୈଠକ ସରିଲାଣି।

ପୁରୀରେ କମିଶନ କାର୍ଯ୍ୟାଳୟ ଖୋଲିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି

ପୁରୀରେ କମିଶନ କାର୍ଯ୍ୟାଳୟ ଖୋଲିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି

ପୁରୀ ଅଫିସ,୨୦ା୬: ୨ଟି ଦାବି ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦାବି ଦୁଇଟି ହେଲା କମିଶନଙ୍କ କାର୍ଯ୍ୟାଳୟ ପୁରୀ ସର୍କିଟ ହାଉସଠାରେ ଖୋଲିବା ଓ ଅନ୍ୟଟି ଏମାର ମଠରୁ ବାହାରିଥିବା ରୁପା ଇଟାକୁ ରତ୍ନଭଣ୍ଡାରକୁ ଫେରାଇ ଆଣିବା।

ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା: ୨୩ ଗିରଫ ପରେ ଗାଁରେ ପହଞ୍ଚିଲେ ଏସ୍‌ପି, ପୋଲିସ ମୁତୟନ

ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା: ୨୩ ଗିରଫ ପରେ ଗାଁରେ ପହଞ୍ଚିଲେ ଏସ୍‌ପି, ପୋଲିସ ମୁତୟନ

ବାସୁଦେବପୁର,୨୦।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଲୁଙ୍ଗା ଗ୍ରାମରେ ମଙ୍ଗଳବାର ରାତିରେ ରଜ ଭସାଣି ଚାଲିଥିବା ବେଳେ ଡିଜେ ଶବ୍ଦକୁ କେନ୍ଦ୍ରକରି ଥାନା ଆଇଆଇସି ନବକୃଷ୍ଣ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ ୩୩ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ବୁଧବାର ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ୨ଟି ଡିଜେ ଗାଡିକୁ ମଧ୍ୟ ଅଟକ ରଖିଛି। ଘଟଣାର ତଦନ୍ତ ପାଇଁ ଭଦ୍ରକ ଏସ୍‌ପି ବାତୁଲ ଗଙ୍ଗାଧର ସଦଳବଳେ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି।

ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପୁରୀ ଅଫିସ,୨୦ା୬: ୮ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜୁନ୍‌ ୨୦ରେ ଦେଶବ୍ୟାପୀ ପ୍ରତିବାଦ ପାଳନ କରାଯାଉଛି। ଏହି ପରିପେକ୍ଷୀରେ ସିପିଆଇ ପୁରୀ ଜିଲାପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Model This Week

ପ୍ରଭାତ