ବାଲେଶ୍ୱର

ଡାକ୍ତରଖାନାରେ ଫଳ ବଣ୍ଟନ

ବାଲେଶ୍ୱର ଅଫିସ, ୮।୩-ବିଶ୍ୱ ମହିଳା ଦିବସ ଅବସରରେ ଗୁରୁବାର ବାଲେଶ୍ୱର ମହିଳା କଲେଜ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ପୌରପରିଷଦ ୩୧ ନଂ ୱାର୍ଡ଼ର କାଉନସିଲର ରଞ୍ଜିତା ମହାପାତ୍ର ଓ ଯୁବନେତା ଧୀରେନ ନାୟକ ଯୋଗଦେଇ ମହିଳା ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ ଛାତ୍ରୀମାନଙ୍କ ଏପରି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ମହିଳା କଲେଜ ସଭାନେତ୍ରୀ ପିଙ୍କିରାଣୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଛାତ୍ରୀ ସୁମତୀ ମାଝି, ପୂଜା ବେହେରା, ରଶ୍ମିତା ମହାଳିକ, ଦିପାଳୀ ମାଝି, ପିଙ୍କିଲତା ବିନ୍ଧାଣୀ, ମମତା ବେହେରା, ରଶ୍ମିତା ଦାସ, ରାଜଶ୍ରୀ ଆଚାର୍ଯ୍ୟ, ଶାଶ୍ୱତୀ ଖଟୁଆ, ସୋନାଲି ଜେନା ଓ ବୈଶାଖୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

All Right Reserved By

ବାଲେଶ୍ୱର

୨ପରିବାର ମଧ୍ୟରେ ଗଣ୍ଡଗୋଳ, ୫ ଆହତ

୨ପରିବାର ମଧ୍ୟରେ ଗଣ୍ଡଗୋଳ, ୫ ଆହତ

ବାସୁଦେବପୁର,୨୪।୬(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ଥାନା ଖରିଦା ବିନାୟକପୁର ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୫ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି।

‘ଆମ ଗାଁ ଆମ ବିକାଶ’ପ୍ରସ୍ତୁତି ବୈଠକ

ବାସୁଦେବପୁର,୨୪।୬(ଡି.ଏନ.ଏ.)- ବାସୁଦେବପୁର ବ୍ଲକ କନଫରେନ୍ସ ହଲ ପରିସରରେ ରବିବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ ୨୯ରେ ବାସୁଦେବପୁରରେ ବ୍ଲକସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିଲାବେଳେ ପ୍ରଶାସନ ପକ୍ଷରୁ ଏନେଇ ତତ୍ପରତା ଆରମ୍ଭ ହୋଇଛି।

ବାଇକ୍‌ରୁ ପଡି ମହିଳା ମୃତ

ବାଇକ୍‌ରୁ ପଡି ମହିଳା ମୃତ

ମୋରଡା,୨୩।୬ -ମୋରଡା ବ୍ଲକ କୋହି ପଞ୍ଚାୟତ ସୋନପୁରିଆଠାରେ ବାଇକ୍‌ରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମ୍‌ୃତା ମହିଳାଜଣଙ୍କ ହେଲେ ରାସଗୋବିନ୍ଦପୁର ଥାନା ଅଧୀନ ମାଣିଦା ଗ୍ରାମର କକଲି ଚୌଧରି (୪୬)। ସେ ନିଜ ପୁଅ ସହ ବାଦଡା କୁ ଏକ ବିଭାଘର ଭୋଜିରେ ଯୋଗ ଦେବାକୁ ଯାଇଥିଲେ ।

ଚୋରା କାଠ ଜବତ

ମୋରଡା,୨୩।୬ -ମୋରଡା ବ୍ଲକ ଅଧୀନ ବଘଡା ମୋରଡା ଜଙ୍ଗଲ ରାସ୍ତାରେ ବନ ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ଚଢାଉ କରାଯାଇ ଏକ ବଳଦ ଗାଡି ସହ କାଠ ଜବତ କରାଯାଇଛି । ଏହି କାଠ ନେଉଥିବା ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

୫୩ ତମ ସ୍ମୃତି ଦିବସ ପାଳିତ

ଧାମନଗର,୨୪ା୬(ଡି.ଏନ.ଏ.)-ଧାମନଗର ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାଖ ଅନୁକୂଲ୍ୟରେ ମାତା ଜଗଦମ୍ବା ସରସ୍ବତୀଙ୍କ ୫୩ ତମ ସ୍ମୃତି ଦିବସ ରବିବାର ପାଳିତ ହୋଇଯାଇଛି। ମା’ ସାରଦା ଦେବୀ, ମଦର ଟେରେସା, ଶ୍ରୀମା ଜଗତ କଲ୍ୟାଣ ପାଇଁ ମାନବ ସେବାକୁ ମୂଳମନ୍ତ୍ର ଭାବେ ଗ୍ରହଣ କରି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ବକ୍ତବ୍ୟରେ ପ୍ରକାଶ ପାଇଥିଲା।

ଭଦ୍ରକରେ ହଜ୍‌ ଓ ଉମରା ଶିବିର

ଭଦ୍ରକ ଅଫିସ,୨୪ା୬- ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭଦ୍ରକ ହଜ୍‌ କମିଟି ଆନୁକୁଲ୍ୟରେ ହଜ୍‌ ଓ ଉମରାକୁ ଯାଉଥିବା ତୀର୍ଥ ଯାତ୍ରୀଙ୍କ ପାଇଁ ମଦିନା ମଇଦାନ ଠାରେ ଦୁଇଦିନ ଧରି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିଭିନ୍ନ ଜିଲାରୁ ଦୁଇଶହରୁ ଉର୍ଦ୍ଧ ହଜ୍‌ ଯାତ୍ରୀ ଏହି ଶିବିରରେ ଯୋଗଦେଇଥିଲେ।

ଯାନବାହନ ଯାଞ୍ଚ, ଜରିମାନା ଆଦାୟ

ଜଳେଶ୍ୱର, ୨୩।୬(ସ୍ବ.ପ୍ର.)-ଜଳେଶ୍ୱର-ଚୋରମରା ରାସ୍ତାର ଜମାଳପୁର ବାଇପାସ୍‌ ନିକଟରେ ଶନିବାର ଜଳେଶ୍ୱର ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଥିଲା। ବିନା ହେଲମେଟ୍‌ ଓ ଗାଡ଼ିର କାଗଜପତ୍ର ନ ଥିବା ଗାଡ଼ିଚାଳକମାନଙ୍କଠାରୁ ୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

୫ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୨୩। ୬ (ଡି.ଏନ.ଏ.)-ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଶନିବାର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଏଥିରେ ୫ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ସମୁଦାୟ ୮୮ଲିଟର ଦେଶୀ ମହୁଲି ରନ୍ଧାମଦ ଓ ୧୨ଶହ କିଲୋ ପୋଚ ଜବତ କରାଯାଇଛି ।

ଗ୍ରାମବାସୀଙ୍କ ଆମରଣ ଅନଶନ ନିଷ୍ପତ୍ତି

ଯୋଡା, ୨୪।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳ ବାମେବାରୀ ଥାନା ଅଧୀନ ଉଁଚ୍ଚବାଲି ଗ୍ରାମବାସୀ ନିଜର ନ୍ୟାଯ୍ୟ ଦାବିରୁ ବଞ୍ଚିତ ହୋଇଛନ୍ତି। ଖଣିମାଲିକ, ପ୍ରଶାସନ ଓ ସ୍ଥାନୀୟ ନେତାଙ୍କୁ ଗୁହାରି କରି ପ୍ରତାରଣାର ଶିକାର ହେବା ପରେ ନିରାଶ ଗ୍ରାମବାସୀ ଶେଷରେ ଆମରଣ ଅନଶନ ନିଷ୍ପତ୍ତି ନେଇଛନ୍ତି। ବଳଦା, ପଳସା, ବଡକାଳିମାଟି, ଓ ନୟାଗଡ ପଞ୍ଚାୟତର ଗ୍ରାମବାସୀ ତଥା ଜମିହରାମାନେ ଏକତ୍ରିତ ହୋଇ ବାବା ଧବଳେଶ୍ୱର କମିଟି ଗଠନ କରିଛନ୍ତି। ଉକ୍ତ କମିଟି ସ୍ଥାନୀୟ ଖଣି ଗୁଡିକରେ ନିଯୁକ୍ତି, ଲେଭଲିଂ, ଲୋଡିଂ, ପରିବହନ ଓ ଅନ୍ୟ କାର୍ଯ୍ୟ ଦାବିକରି ଖଣି କମ୍ପାନୀ, ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଲିଖିତ ଭାବେ ଜଣାଇ ଥିଲା।

ଜଳେଶ୍ୱର-ଜମାଳପୁର-ଚୋରମରା ରାସ୍ତା ଶୋଚନୀୟ

ଜଳେଶ୍ୱର, ୨୪।୬(ସ୍ବ.ପ୍ର.)-ଜଳେଶ୍ୱର-ଜମାଳପୁର-ଚୋରମରା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୈନନ୍ଦିନ ୧୫ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ରାସ୍ତାର ଦୁରାବସ୍ଥା ଯୋଗୁ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ମାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ଏହି ରାସ୍ତାର ମରାମତି ପାଇଁ କର୍ଣ୍ଣପାତ କରୁ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

ରକ୍ତଦାନ ଶିବିରରେ ୧୦୯ ୟୁନିଟ୍‌ ରକ୍ତ ସଂଗ୍ରହ

ରକ୍ତଦାନ ଶିବିରରେ ୧୦୯ ୟୁନିଟ୍‌ ରକ୍ତ ସଂଗ୍ରହ

ରୂପ୍‌ସା‌, ୨୪।୬(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ସତ୍ୟସାଇ ସେବା ସଙ୍ଗଠନ ଆନୁକୂଲ୍ୟରେ ରବିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ମହେଶ କୁମାର ବିଶ୍ୱାଳ ମୁଖ୍ୟଅତିଥି ଓ ଏବିଇଓ ଜୟନ୍ତ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସଙ୍ଗଠନର ଆବାହକ ମାୟାଧର ପାଣି, ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା, ଶିକ୍ଷକ ରାଜେନ୍ଦ୍ର ନାଥ ଖମାରୀ ଓ ଉମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୧୦୯ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

ମହିଳାଙ୍କ ବେକରୁ ସୁନାଚେନ୍‌ ଲୁଟ୍‌ ଅଭିଯୋଗ

ବାହାନଗା,୨୪।୬(ଡି.ଏନ.ଏ.)-ବାହାନଗା ବ୍ଲକ ଗୋପାଳପୁର ଫାଣ୍ଡି ଅଧୀନ ଜୁଣିଆ ନିକଟସ୍ଥ ମଇଁଷାପଟା ଗ୍ରାମ ନିକଟସ୍ଥ ଏକ ଘର ଭିତରେ ପଶି ମହିଳାଙ୍କ ବେକରୁ ସୁନାଚେନ୍‌ ଲୁଟି ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ମହିଳାଙ୍କ ସ୍ବାମୀ ରବିବାର ଗୋପାଳପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ମଇଁଷାପଟା ଗ୍ରାମର ଅମୂଲ୍ୟ କୁମାର ପାତ୍ରଙ୍କ ପତ୍ନୀ ବାସନ୍ତୀ ଶନିବାର ରାତି ପ୍ରାୟ ୮ ଟା ବେଳେ ଘର ଭିତରେ ବସି ନିଜର ନାତିକୁ ପଢାଉଥିଲେ। ଏହି ସମୟରେ ଜଣେ ୨୦ ବର୍ଷୀୟ ଯୁବକ ପଛପଟୁ ଆସି ମହିଳାଙ୍କ ମୁଣ୍ଡରୁ ଲୁଗା ଟାଣି ବେକରେ ଥିବା ସୁନାଚେନକୁ ଝାମ୍ପି ନେଇ ବାହାରକୁ ଦୌଡି ପଳାଇ ଯାଇଥିଲେ।

Model This Week

ଆହାନା