ଅନ୍ତର୍ଜାତୀୟ |

ତୁର୍କୀ ସେନା ଆକ୍ରମଣରେ ସିରିଆର ୩ହଜାର ୫୫ ଆତଙ୍କବାଦୀ ନିହତ

ତୁର୍କୀ ସେନା ଆକ୍ରମଣରେ ସିରିଆର ୩ହଜାର ୫୫ ଆତଙ୍କବାଦୀ ନିହତ
ଅଙ୍କାରା,୮।୩: ସିରିଆର ଉତ୍ତର ପଶ୍ଚିମ ଆଫରିନ ଅଞ୍ଚଳରେ ଅପରେଶନ ଅଲିଭ୍‌ ବ୍ରାଞ୍ଚ ମାଧ୍ୟମରେ ତୁର୍କୀ ସେନା ୩ହଜାର ୫୫ ଆତଙ୍କବାଦୀଙ୍କୁ ମାରି ଥିବା ଗୁରୁବାର ଦାବି କରିଛି। ଏହାପରେ ମଧ୍ୟ ଏମାନେ ଏୟାର ଲ୍ୟାଣ୍ଡ ଅପରେଶନ ଜାରି ରଖିଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଆଫରିନ ସୀମାରେ ଆତଙ୍କବାଦୀଙ୍କୁ ବିନାଶ କରିବା ପାଇଁ ଜାନୁୟାରୀ ୨୦ରେ ଅଲିଭ୍‌ ବ୍ରାଞ୍ଚ ଅପରେଶନ ଆରମ୍ଭ କରାଯାଇଥିଲା।
All Right Reserved By

ଅନ୍ତର୍ଜାତୀୟ |

କ୍ୟାନସର୍‌ ସୃଷ୍ଟି କରୁଛି ଜନସନ୍‌ ବେବି ପାଉଡର

କ୍ୟାନସର୍‌ ସୃଷ୍ଟି କରୁଛି ଜନସନ୍‌ ବେବି ପାଉଡର

ନ୍ୟୁୟର୍କ, ୧୫।୧୨: ସାରା ବିଶ୍ୱରେ ବେବି ପ୍ରଡକ୍ଟସ ପାଇଁ ପ୍ରସିଦ୍ଧ ଆମେରିକୀୟ  ନାମୀ କମ୍ପାନି ଜନସନ୍‌ ଆଣ୍ଡ ଜନସନ ପୁଣି ଥରେ ବିବାଦରେ ଫସି ଯାଇଛି। ଏହି କମ୍ପାନୀ ପକ୍ଷରୁ ପ୍ରସ୍ତୁତ ପାଉଡରରେ କର୍କଟ ସୃଷ୍ଟିକାରୀ ଉପାଦାନ ରହିଛି। ଯାହାକୁ ବ୍ୟବହାର କଲେ କର୍କଟ ରୋଗର ଆଶଙ୍କା ରହିଛି ବୋଲି ଅଭିଯୋଗ ହୋଇଛି। ବାରମ୍ବାର କମ୍ପାନୀ ଏହା ଖଣ୍ଡନ କରୁଥିଲେ ମଧ୍ୟ ଏହା ପ୍ରମାଣିତ ହୋଇଛି।

ନାଟକୀୟ ମୋଡରେ ଶ୍ରୀଲଙ୍କା ରାଜନୀତି: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜପାକ୍‌ସେ

ନାଟକୀୟ ମୋଡରେ ଶ୍ରୀଲଙ୍କା ରାଜନୀତି: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜପାକ୍‌ସେ

କଲମ୍ବୋ, ୧୫।୧୨: ଶ୍ରୀଲଙ୍କା ରାଜନୀତିରେ ଆସିଛି ନାଟକୀୟ ମୋଡ। ଦାୟିତ୍ୱ ନେବାର ଦୁଇ ମାସ ନ ପୂରୁଣୁ ଶନିବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦ୍ରା ରାଜପାକ୍‌ସେ। ରାନିଲ ବିକ୍ରମସିଂଘେ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ବୋଲି ଜଣାପଡିଛି।

ଖୁବ୍‌ଶୀଘ୍ର ଦେବାଳିଆ ଘୋଷିତ ହୋଇପାରେ ପାକିସ୍ତାନ

ଖୁବ୍‌ଶୀଘ୍ର ଦେବାଳିଆ ଘୋଷିତ ହୋଇପାରେ ପାକିସ୍ତାନ

ଇସ୍‌ଲାମାବାଦ,୧୫।୧୨: ଭାରତର ପଡୋଶୀ ଦେଶ ପାକିସ୍ତାନ ଖୁବ୍‌ ଶୀଘ୍ର ଦେବାଳିଆ ଘୋଷିତ ହୋଇପାରେ। କାରଣ ବିଦେଶୀ ମୁଦ୍ରା ସଞ୍ଚୟ କରିବାକୁ ତା’ ପାଖରେ ଆଉମାତ୍ର ଦେଢ ମାସ ସମୟ ଅଛି।

ପାକିସ୍ତାନ ହାଇ କମିଶନଙ୍କ ପାଖରୁ ହଜିଲା ୨୩ ଭାରତୀୟଙ୍କ ପାସପୋର୍ଟ

ପାକିସ୍ତାନ ହାଇ କମିଶନଙ୍କ ପାଖରୁ ହଜିଲା ୨୩ ଭାରତୀୟଙ୍କ ପାସପୋର୍ଟ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୧୫।୧୨: ପାକିସ୍ତାନସ୍ଥିତ ଗୁରୁଦ୍ୱାର ଯାତ୍ରା କରିବାକୁ ଥିବା ୨୩ଜଣ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାସପୋର୍ଟ ହଜିଯିବା ଖବର ମିଳିବା ପରେ ୨ଦେଶର ଚିନ୍ତା ବଢି ଯାଇଛି।

ରାଜରାସ୍ତାରେ ନୋଟ ବର୍ଷା

ରାଜରାସ୍ତାରେ ନୋଟ ବର୍ଷା

ନ୍ୟୁୟର୍କ,୧୫।୧୨: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ରାଜରାସ୍ତାରେ ନୋଟ ଉଡୁଛି ଓ ସେଗୁଡିକୁ ଲୋକେ ଗୋଟାଇବାରେ ବ୍ୟସ୍ତ ଅଛନ୍ତି। 

ଏଲ୍‌ପିଜି ଷ୍ଟେଶନରେ ବିସ୍ଫୋରଣ: ୨ ମୃତ ୬ଆହତ

ଏଲ୍‌ପିଜି ଷ୍ଟେଶନରେ ବିସ୍ଫୋରଣ: ୨ ମୃତ ୬ଆହତ

ମିରଣ୍ଡା,୧୪।୧୨: ପ୍ରୋଟେଲସ୍‌ ଡି ଭେନେଜୁଏଲାରେ ଏକ ଏଲ୍‌ପିଜି ଷ୍ଟେଶନରେ ବେସ୍ଫୋରଣ ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୬ ଆହତ ହୋଇଥିବା ସୂଚନା ମିଳିଛି। 

ହ୍ବାଇଟ୍‌ ହାଉସ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦୌଡ଼ରେ ଟ୍ରମ୍ପ୍‌ଙ୍କ ଜ୍ୱାଇଁ

ହ୍ବାଇଟ୍‌ ହାଉସ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦୌଡ଼ରେ ଟ୍ରମ୍ପ୍‌ଙ୍କ ଜ୍ୱାଇଁ

ଓ୍ବାଶିଂଟନ,୧୪।୧୨: ହ୍ବାଇଟ୍‌ ହାଉସ୍‌ର ପରବର୍ତ୍ତୀ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦୌଡ଼ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନେର ସାମିଲ୍‌ ହୋଇଛନ୍ତି।

ରାସ୍ତାରେ ବୋହିଲା ୧୨ ଟନ୍‌ ତରଳ ଚକୋଲେଟ୍‌

ରାସ୍ତାରେ ବୋହିଲା ୧୨ ଟନ୍‌ ତରଳ ଚକୋଲେଟ୍‌

ବର୍ଲିନ୍‌,୧୪।୧୨: ଜର୍ମାନୀର ଓ୍ବେର୍ଲ ସ୍ଥିତ ଓ୍ବେଷ୍ଟୋନାରେ ଘଟିଛି ଏକ ଅଭାବନୀୟ ଘଟଣା।

ଫେସବୁକ୍‌ ପ୍ରେମ ପଡ଼ିଥିଲା ମହଙ୍ଗା: ହମିଦ୍‌ ଅନସାରୀ ୬ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦ

ଫେସବୁକ୍‌ ପ୍ରେମ ପଡ଼ିଥିଲା ମହଙ୍ଗା: ହମିଦ୍‌ ଅନସାରୀ ୬ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୧୪।୧୨: ପାକିସ୍ତାନରେ ଦୀର୍ଘ ୬ ବର୍ଷ ଧରି ଜେଲ୍‌ ଦଣ୍ଡ ଭୋଗୁଛନ୍ତି ହମିଦ୍‌ ଅନସାରୀ। ୩୩ ବର୍ଷ ବୟସ୍କ ଅନସାରୀ ଏବେ ପେଶାଓ୍ବର ଜେଲରେ ଅଛନ୍ତି।

ଅନାସ୍ଥା ଭୋଟରେ ଜିତିଲେ ଥେରେସା

ଅନାସ୍ଥା ଭୋଟରେ ଜିତିଲେ ଥେରେସା

ଲଣ୍ଡନ,୧୩।୧୨: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ ଅନାସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ହୋଇଥିବା ଭୋଟ ଗ୍ରହଣ ପରେ ଥେରେସା ମେ ୧୧୭ ପରିବର୍ତ୍ତେ ୨୦୦ ସିକ୍ରେଟ ବାଲଟ ବିଜୟିନୀ ହୋଇଛନ୍ତି।

ମ୍ୟାନ୍‌ମାରର ୧୮୭ ବର୍ଷ ପୁରାତନ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ମ୍ୟାନ୍‌ମାରର ୧୮୭ ବର୍ଷ ପୁରାତନ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ନାପିଦ୍ୱ,୧୩।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମ୍ୟାନ୍‌ମାର ଗସ୍ତ ସମୟରେ ଏଠାରେ ଥିବା ୧୮୭ ବର୍ଷ ପୁରାତନ ମାତା କାଳୀଙ୍କ ମନ୍ଦିରରେ ଗୁରୁବାର ପୂଜାର୍ଚ୍ଚନା କରିଛନ୍ତି। 

ଜର୍ମାନୀରୁ ମିଳିଲା ପୁଟିନ୍‌ଙ୍କ ପରିଚୟ ପତ୍ର

ଜର୍ମାନୀରୁ ମିଳିଲା ପୁଟିନ୍‌ଙ୍କ ପରିଚୟ ପତ୍ର

ଡ୍ରେସଡେନ୍‌,୧୩।୧୨: ପୂର୍ବ ଜର୍ମାନୀରୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ପରିଚୟ ପତ୍ର ମିଳିଛି।