ଅନଗୁଳ-ଢେଙ୍କାନାଳ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ

କାମାକ୍ଷାନଗର,୮।୩(ଡି.ଏନ.ଏ.)- ଢେଙ୍କାନାଳ ଜିଲାରେ ପୁଣି ଥରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଏଥର ଚର୍ଚ୍ଚାର ପରିଧିକୁ ଆସିଛି କାମାକ୍ଷାନଗର। ବ୍ଲକର ଏକ ପରୀକ୍ଷାକେନ୍ଦ୍ରରେ ଗୁରୁବାର ପୂର୍ବାହ୍ନ ୯ଟା୩୦ରେ ହ୍ବାଟ୍‌ସ୍‌ ଆପ୍‌ ମାଧ୍ୟମରେ ଏକ ସେଟ୍‌ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସାଧାରଣରେ ଆଲୋଚନା ଜୋର ଧରିଥିଲା। ପ୍ରଶ୍ନପତ୍ର କେଉଁଠୁ ଆସିଲା ଏବଂ କିଏ ଏହାକୁ ଭାଇରାଲା କଲା ଜାଣିବା ସମ୍ଭବ ହେଉ ନ ଥିଲେ ମଧ୍ୟ କାମାକ୍ଷାନଗରର ଏକ ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରରୁ ଆସିଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା। ଏ ନେଇ କାମାକ୍ଷାନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କୁ ପଚାରିବାରୁ ସେ ଏହାକୁ ଦୃଢ ଭାବେ ଖଣ୍ଡନ କରିଥିଲେ। କାମାକ୍ଷାନଗର କାହିଁକି ସମଗ୍ର ଢେଙ୍କାନାଳ ଜିଲାରେ ପ୍ରଶ୍ନପତ୍ର ଭାଇରାଲ ହେବା ସମ୍ଭବ ନୁହେିଁ ବୋଲି କହିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ ଅଞ୍ଚଳବାସୀ

ବ୍ରାହ୍ମଣୀରୁ ପାଣି ଯୋଗାଣକୁ ବିରୋଧ: ପାଇପ ଲାଇନ କାମ ବନ୍ଦ କଲେ ଅଞ୍ଚଳବାସୀ

ଭୁବନ, ୯।୧୨(ଡି.ଏନ୍‌.ଏ.)-ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲା ସୁକିନ୍ଦା ଶିଳ୍ପାଞ୍ଚଳକୁ ପାନୀଳ ଜଳ ଯୋଗାଣକୁ ନେଇ ପୁଣି ଥରେ ସୃଷ୍ଟି ହୋଇଛି ତୀବ୍ର ବିରୋଧାଭାସ। ରବିବାର ଭୁବନ ଅଞ୍ଚଳର ଶତାଧିକ ଯୁବକ, ବୁଦ୍ଧିଜୀବୀ ଏକାଠି ହୋଇ ପାଇପ ଲାଇନ କାମ ବନ୍ଦ କରିଥିଲେ। ଅଞ୍ଚଳବାସୀଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ କୌଣସି ପରିସ୍ଥିତିରେ ବ୍ରାହ୍ମଣୀ ନଦୀରୁ ଟୋପାଏ ପାଣି ଛଡ଼ାଯିବନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ: ବାଳକରେ ଭୁବନ, ବାଳିକାରେ ସଦର ବ୍ଲକ  ଚାମ୍ପିୟନ

ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ: ବାଳକରେ ଭୁବନ, ବାଳିକାରେ ସଦର ବ୍ଲକ ଚାମ୍ପିୟନ

ଢେଙ୍କାନାଳ ଅଫିସ,  ୯।୧୨-ଢେଙ୍କାନାଳ ଜିଲା କାନପୁରାସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲ ଖେଳପଡ଼ିଆରେ ୨ଦିନ ଧରି ଚାଲିଥିବା ଜିଲାସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ବାଳକ ବିଭାଗରେ ଭୁବନ ଚାମ୍ପିୟନ, କାମାକ୍ଷାନଗର ରନର୍ସଅପ୍‌ ଏବଂ ବାଳିକା ବିଭାଗରେ ସଦର ବ୍ଲକ ଚାମ୍ପିୟନ, ଗଁଦିଆ ରନର୍ସଅପ୍‌ ହୋଇଛି। ଉଭୟ ବିଭାଗରୁ ୧୧ ଜଣ ଲେଖାଏଁ ପ୍ରତିଯୋଗୀ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି। 

 ବିଶିପାଲି କପ୍‌ ଉଦ୍‌ଯାପିତ: ଜରଡ଼ା ଚାମ୍ପିୟନ

ବିଶିପାଲି କପ୍‌ ଉଦ୍‌ଯାପିତ: ଜରଡ଼ା ଚାମ୍ପିୟନ

ବଇଣ୍ଡା,୯।୧୨(ଡି.ଏନ.ଏ.)-କିଶୋରନଗର ବ୍ଲକ ଠେଲକନାଳୀ ପଞ୍ଚାୟତ ବିଶିପାଲି ଗ୍ରାମରେ ମା’ମାହେଶ୍ୱରୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ବିଶିପାଲି କପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚରେ  ଧଡ଼ରପାଳ କ୍ରିକେଟ କ୍ଲବକୁ ହରାଇ ଜରଡ଼ା କ୍ରିକେଟ୍‌ କ୍ଲବ ଚାମ୍ପିୟନ ହୋଇଛି।

କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୯।୧୨-ଅନୁଗୋଳ ଥାନା କାଙ୍ଗୁଳା ବେନ୍ତପୁର ପଞ୍ଚାୟତ ବାଦିବାହଳ ଗ୍ରାମ କୂଅରୁ  ରବିବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

ପରଜଙ୍ଗ, ୯।୧୨(ଡି.ଏନ.ଏ): ଢ଼େଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅଧିନକଙ୍କିଳି ଚେମାରରଗଡି ସଂରକ୍ଷିତ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। 

ତୀର୍ଥ ସାରି ଫେରୁଥିବାବେଳେ ଦୁର୍ଘଟଣା: ୪ ମୃତ, ୧୦ ଆହତ

ତୀର୍ଥ ସାରି ଫେରୁଥିବାବେଳେ ଦୁର୍ଘଟଣା: ୪ ମୃତ, ୧୦ ଆହତ

ଛେଣ୍ଡିପଦା/ଜୟପୁର,୯।୧୨(ସ୍ବ.ପ୍ର.): ତୀର୍ଥ ଯାତ୍ରା ହେଲା ଶେଷଯାତ୍ରା। ଅନୁଗୋଳରୁ ତ୍ରୀର୍ଥ କରି ଯାଇଥିବା ଯାତ୍ରୀବାହୀ ବସ କୋରାପୁଟରୁ ଫେରିବା ସମୟରେ ଜରପଡା ଥାନା କତଡାଠାରେ ରାତ୍ରୀ ପ୍ରାୟ ୨ଟା ସମୟରେ ଏକ ଟ୍ରକ ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଛି। 

ହଣ୍ଡପା, ଠାକୁରଗଡରେ ଚାଲିଛି ଗଞ୍ଜେଇ ଚାଷ: ସୁହାଉଛି ଅପହଞ୍ଚ ଇଲାକା

ହଣ୍ଡପା, ଠାକୁରଗଡରେ ଚାଲିଛି ଗଞ୍ଜେଇ ଚାଷ: ସୁହାଉଛି ଅପହଞ୍ଚ ଇଲାକା

(ପରିକ୍ଷିତ ସାହୁ) ବଇଣ୍ଡା, ୯।୧୨- ଅନୁଗୋଳ ଜିଲା ହଣ୍ଡପା ଓ ଠାକୁରଗଡ ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲର ପାହାଡିଆ ଜମିରେ ଭର୍ତ୍ତି ଗଞ୍ଜେଇ ଗଛ। ଏଥିରେ ରୋକ ଲଗାଯାଉ ନ ଥିବାରୁ ଜିଲା ତଥା ରାଜ୍ୟ ବାହାରର ବେପାରୀ ବେଧକଡ ଚଲାଇଛନ୍ତି ଏହି ଚାଷ। 

ଧରାପଡ଼ିଲେ ଚୋର ଗ୍ୟାଙ୍ଗର ୮

ଅନୁଗୋଳ ଅଫିସ, ୯।୧୨- ମୋବାଇଲ ଟାୱାରଗୁଡ଼ିକରୁ ଜେନେରେଟର୍‌ ଓ ବ୍ୟାଟେରି ଚୋରି କରୁଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ଏସ୍‌ପିଙ୍କ ସ୍ପେଶାଲ ସ୍କ୍ବାଡ୍‌। ଏ ସମ୍ପର୍କିତ ମାମଲାର ତଦନ୍ତ ବେଳେ ସ୍କ୍ବାଡ୍‌ ସଦସ୍ୟମାନେ ଆଠମଲ୍ଲିକ ଜେଲ୍‌ରେ ଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ଟଙ୍କଧର ସିଂଙ୍କ ସମ୍ପର୍କରେ ଖବର ପାଇ ତାଙ୍କଠାରୁ ସମସ୍ତ ତଥ୍ୟ ଆଦାୟ କରିଥିଲେ।

ବର୍ଷେ ହେଲା ପରିବାର କଲ୍ୟାଣ ଅସ୍ତ୍ରୋପଚାର ବନ୍ଦ: ଅପେକ୍ଷାରେ ୨ଶହ ମହିଳା

ବର୍ଷେ ହେଲା ପରିବାର କଲ୍ୟାଣ ଅସ୍ତ୍ରୋପଚାର ବନ୍ଦ: ଅପେକ୍ଷାରେ ୨ଶହ ମହିଳା

ବଅଁରପାଳ,୯।୧୨ (ଡି.ଏନ୍‌.ଏ.) ଛୋଟ ପରିବାର ଚାହୁଁଥିବା ଦମ୍ପତି ପରିବାର କଲ୍ୟାଣ ଅସ୍ତ୍ରୋପଚାର କଲେ ସେମାନଙ୍କୁ ମିଳିବ ପ୍ରୋତ୍ସାହନ ରାଶି। ମହିଳାଙ୍କ ପାଇଁ ଏହା କମ୍‌ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଅର୍ଥ ପ୍ରଦାନର ସରକାରୀ ବ୍ୟବସ୍ଥା ରହିଛି। ଜନସଂଖ୍ୟା ହ୍ରାସ ଦିଗରେ ସରକାର କରିଥିବା ଏହି ଯୋଜନା କିନ୍ତୁ ବଅଁରପାଳ ବ୍ଲକରେ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। 

ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲା କୋଲ୍‌ କଞ୍ଜୁମର ଆସୋସିଏଶନ: ମାସିକ ୧୦ ଲକ୍ଷ ଟନ୍‌ ଟ୍ରକ୍‌ରେ ପରିବହନ ହେଉ

ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲା କୋଲ୍‌ କଞ୍ଜୁମର ଆସୋସିଏଶନ: ମାସିକ ୧୦ ଲକ୍ଷ ଟନ୍‌ ଟ୍ରକ୍‌ରେ ପରିବହନ ହେଉ

ତାଳଚେର,୯ା୧୨(ନି.ପ୍ର.) ତାଳଚେରରେ ଟ୍ରକ୍‌ ଯୋଗେ କୋଇଲା ପରିବହନରେ ସୃଷ୍ଟି ହୋଇଥିବା ସଙ୍କଟ ସମ୍ପର୍କରେ ଓଡ଼ିଶା କୋଲ୍‌ କଞ୍ଜୁମର ଆସୋସିଏଶନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ତଳମୂଳ ଅଞ୍ଚଳ ପରିଦର୍ଶନ ବେଳେ ଏମ୍‌ପିଙ୍କୁ ବିପୁଳ ସ୍ବାଗତ: ଲୋକମାନଙ୍କ ସହ ମିଶି ସମସ୍ୟା ବୁଝିଲେ

ତଳମୂଳ ଅଞ୍ଚଳ ପରିଦର୍ଶନ ବେଳେ ଏମ୍‌ପିଙ୍କୁ ବିପୁଳ ସ୍ବାଗତ: ଲୋକମାନଙ୍କ ସହ ମିଶି ସମସ୍ୟା ବୁଝିଲେ

ବଅଁରପାଳ,୯।୧୨ (ଡି.ଏନ୍‌.ଏ.) ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ଶନିବାର ବଅଁରପାଳ ବ୍ଲକ ତଳମୂଳ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏମ୍‌ପି ଅନୁଗୋଳ ସର୍କିଟ ହାଉସ୍‌ରୁ ବାହାରି ମହୀଧରପୁର ଛକ ଠାରେ ପହଞ୍ଚତ୍ବା ପରେ ବିଜୁ ଯୁବ ବାହିନୀ ପକ୍ଷରୁ ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା।

ଆରମ୍ଭ ହେଲା ଜିଲାସ୍ତରୀୟ ଭଲିବଲ

ଆରମ୍ଭ ହେଲା ଜିଲାସ୍ତରୀୟ ଭଲିବଲ

କାମାକ୍ଷାନଗର, ୮।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତିରାଜ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ଶନିବାରଠାରୁ ଆରମ୍ଭ ହୋଇଛି  ଜିଲାସ୍ତରୀୟ ଭଲିବଲ୍‌ ପ୍ରତିଯୋଗିତା।