ଉପକୂଳ ଓଡିଶା

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ମାର୍ଶାଘାଇ, ୮।୩(ଡି.ଏନ୍‌.ଏ.): ବିଶ୍ୱ ମହିଳା ଦିବସ ଉପଲକ୍ଷେ ଗୁରୁବାର ମାର୍ଶାଘାଇରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ କେନ୍ଦ୍ରାପଡ଼ା, ଗରଜପୁର ଓ ମାର୍ଶାଘାଇ ଆଦି ବ୍ଲକର ଶତାଧିକ ମହିଳା ହାତରେ ପ୍ଲାକାର୍ଡ ଧରି ନାରାବାଜି ସହ ମାର୍ଶାଘାଇ ତହସିଲ ଅଫିସ ଓ ବଜାର ପରିକ୍ରମା କରି ବ୍ଲକ ପରିସରରେ ପହଞ୍ଚିଥିଲେ। ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ବର୍ଷୀୟାନ୍‌ ଗାନ୍ଧିବାଦୀ ନେତା ତଥା ମହାକାଳପଡ଼ା ବିଧାୟକ ପଦ୍ମଚରଣ ନାୟକ ଓ ଅନ୍ୟମାନେ। ଶେଷରେ ବ୍ଲକ ଅଫିସ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
All Right Reserved By

ଉପକୂଳ ଓଡିଶା

ନଳକୂପ ସ୍ଥାନ ନିରୂପଣକୁ ନେଇ ବିବାଦ

ନଳକୂପ ସ୍ଥାନ ନିରୂପଣକୁ ନେଇ ବିବାଦ

ରାଜନଗର,୨୩।୯(ଡି.ଏନ.ଏ.)-ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ନଳକୂପ ବସାଇବା ପାଇଁ ସ୍ଥାନ ନିରୂପଣକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶନିବାର ସକାଳେ ଠିକାଦାର  ନରେନ୍ଦ୍ର କୁମାର ଜେନା  ଉକ୍ତ ଗାଁର ଗୌରାଙ୍ଗ ବେହେରାଙ୍କ ଘର ନିକଟରେ କାମ ଆରମ୍ଭ କରିଥିଲେ ।

ବିଦ୍ୟୁତ୍‌  ଖୁଣ୍ଟରୁ ପଡି ଏନଜେନ କର୍ମଚାରୀ ଗୁରୁତର

ବିଦ୍ୟୁତ୍‌ ଖୁଣ୍ଟରୁ ପଡି ଏନଜେନ କର୍ମଚାରୀ ଗୁରୁତର

ରାଜନଗର,୨୩।୯(ଡି.ଏନ.ଏ.)-ଶନିବାର ବିଦ୍ୟୁତ୍‌ ଖୁଣ୍ଟରୁ ପଡି ଜଣେ ଏନଜେନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।  ରାଜନଗର ବ୍ଲକ ମହିଁଷାସୁର ଗାଁର ଅକ୍ଷୟ କୁମାର ସାହୁ (୩୫) ଏନଜେନରେ ଲାଇନମ୍ୟାନ ଭାବେ କାମ କରନ୍ତି ।

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡା ପ୍ରତିଯୋଗିତା

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡା ପ୍ରତିଯୋଗିତା

ରାଜନଗର,୨୩।୯(ଡି.ଏନ.ଏ.)-ରାଜନଗର ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡା ପ୍ରତିଯୋଗିତା ଶନିବାର ରାଜନଗର ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଥିଲା। 

ଡେରାବିଶର ବିଭିନ୍ନ ବିଦ୍ୟାଳୟରେ ଆମ ପାଠାଗାର

ଡେରାବିଶର ବିଭିନ୍ନ ବିଦ୍ୟାଳୟରେ ଆମ ପାଠାଗାର

ଡେରାବିଶ,୨୩।୯(ସ୍ବ.ପ୍ର.)-ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ପାଠାଗାର ପ୍ରତି ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବିଦ୍ୟାଳୟରେ ଆମ ପାଠାଗାର କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି । 

ଡେରାବିଶରେ ମହରମ୍‌ ପାଳିତ

ଡେରାବିଶରେ ମହରମ୍‌ ପାଳିତ

ଡେରାବିଶ,୨୩।୯ (ସ୍ବ.ପ୍ର.)-ଡେରାବିଶ ବ୍ଲକର ଗୋଲରାହାଟ ମୁସଲମାନ ବସ୍ତି ପକ୍ଷରୁ ମହରମ୍‌ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ।  ମହରମ ଅବସରରେ ବସ୍ତି ଦ୍ୱାରା ଆୟୋଜିତ ବିଭିନ୍ନ ଆଖଡା ଦଳ ମଧ୍ୟରେ କଳା କୌଶଳ ପ୍ରଦର୍ଶିତ ହୋଇଥିଲା ।

ବ୍ୟାସନଗର ମାରଓ୍ବାଡି ଧର୍ମଶାଳାଠାରେ ନୂଆଁଖାଇ ଭେଟଘାଟ

ବ୍ୟାସନଗର ମାରଓ୍ବାଡି ଧର୍ମଶାଳାଠାରେ ନୂଆଁଖାଇ ଭେଟଘାଟ

ଯାଜପୁର ଅଫିସ,୨୩।୯: ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ରବିବାର ବ୍ୟାସନଗର ମାରଓ୍ବାଡି ଧର୍ମଶାଳାଠାରେ ରବିବାର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛୋଟଛୋଟ ପିଲାମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସମ୍ବଲପୁରୀ ଗୀତ, ନାଚରେ ସମସ୍ତେ ଝୁମି ଉଠିଥିଲେ। 

ଚୋରଦା ଛକରେ ଭେଣ୍ଡିଂ ଜୋନ୍‌ର ଶିଳାନ୍ୟାସ

ଚୋରଦା ଛକରେ ଭେଣ୍ଡିଂ ଜୋନ୍‌ର ଶିଳାନ୍ୟାସ

ଯାଜପୁର ରୋଡ, ୨୩।୯ (ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌରିଷଦର ଚୋରଦା ଛକରେ କୋଡିଏ ଲକ୍ଷ ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନର ଶିଳାନ୍ୟାସ କରାଯାଇଛି। କୋରେଇ ବିଧାୟକ ଆକାଶ ଦାସ ନାୟକ ଏହାର ଶିଳାନ୍ୟାସ କରିଛନ୍ତି। 

ଛତିଆ ବିଟ୍‌ ହାଉସ୍‌ ପୋଲିସର ଚଢ଼ାଉ, ୩ ଅଭିଯୁକ୍ତ ଗିରଫ

ଛତିଆ ବିଟ୍‌ ହାଉସ୍‌ ପୋଲିସର ଚଢ଼ାଉ, ୩ ଅଭିଯୁକ୍ତ ଗିରଫ

ଛତିଆ,୨୩।୯( ଡି.ଏନ୍‌.ଏ): ଯାଜପୁର ଜିଲା ବୈରୀ ଥାନା ଅଧୀନ ଛତିଆ ବିଟ୍‌ ହାଉସ ପୋଲିସ ଶନିବାର ରାତିରେ ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

କୃମିନାଶକ ଦିବସ ପାଇଁ ସଚେତନତା ଶିବିର

କୃମିନାଶକ ଦିବସ ପାଇଁ ସଚେତନତା ଶିବିର

ଗଣିଆ,୨୩ା୯(ଡି.ଏନ୍‌.ଏ.)-ଆସନ୍ତା ସେପ୍ଟେମ୍ବର ୨୬ ଅନ୍ତର୍ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଶନିବାର ଗଣିଆସ୍ଥିତ କିଶୋରଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାପୀଠଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା।

କେନାଲ ବନ୍ଧରେ ୧୦ଫୁଟର ଘାଇ , ବ୍ୟାପକ ଚାଷଜମି ଜଳମଗ୍ନ

କେନାଲ ବନ୍ଧରେ ୧୦ଫୁଟର ଘାଇ , ବ୍ୟାପକ ଚାଷଜମି ଜଳମଗ୍ନ

ରଣପୁର,୨୩ା୯ (ସ୍ବ.ପ୍ର.)- ୧୫ଦିନ ତଳେ ୨ଦିନ ଧରି ଲଗାଣ ବର୍ଷ ଲାଗିରହିବାରୁ ରଣପୁର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ରହିଥଲା। ଏଥିଯୋଗୁ ଅନେକ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥିଲା। ଏପରିସ୍ଥଳେ ୨ଦିନ ଧରି ଲଘୁଚାପ ଜନିତ ବର୍ଷା ଅଞ୍ଚଳବାସୀଙ୍କ ଦୁଃଖ ବଢାଇଦେଇଛି। 

ନୟାଗଡ ଜିଲାସ୍ତରୀୟ ଶାରଦୀୟ (ଖୋ ଖୋ) ପ୍ରତିଯୋଗିତା ସମାରୋହ

ନୟାଗଡ ଜିଲାସ୍ତରୀୟ ଶାରଦୀୟ (ଖୋ ଖୋ) ପ୍ରତିଯୋଗିତା ସମାରୋହ

ଓଡ଼ଗଁ।,୨୩।୯(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଶନିବାର ଜିଲାସ୍ତରୀୟ ଶାରଦୀୟ ଖୋ ଖୋ ପ୍ରତିଯୋଗିତା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ ଡ. ଅଭୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସ୍ଥାନୀୟ 

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ଜିଲା ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ

ନୟାଗଡ଼ ଅଫିସ,୨୩ା୯-ନୟାଗଡ଼ ଆଥ୍‌ଲେଟିକ ଆସୋସିଏଶନର ସାଧାରଣ ପରିଷଦ ବୈଠକ ଶନିବାର ଜିଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଏନ୍‌ ତିରୁମାଲା ନାୟକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା।