ବ୍ରହ୍ମପୁର

ସ୍କୁଲ କ୍ୟାବିନେଟ୍‌ ସଦସ୍ୟଙ୍କ ତାଲିମ ଶିବିର

ସ୍କୁଲ କ୍ୟାବିନେଟ୍‌ ସଦସ୍ୟଙ୍କ ତାଲିମ ଶିବିର
ବ୍ରହ୍ମପୁର ଅଫିସ, ୮।୩: ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ସ୍କୁଲ କ୍ୟାବିନେଟ୍‌ ସଦସ୍ୟଙ୍କ ତାଲିମ ଶିବିର ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି, ସାନଖେମୁଣ୍ଡି ଏବଂ ଚିକିଟି ବ୍ଲକ ସହ ବ୍ରହ୍ମପୁର ମହାନଗର ନିଗମର ୧୦ଟି ସ୍କୁଲର ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ଏହି ଅବସରରେ କିଶୋର ନ୍ୟାୟ ଏବଂ ଶିଶୁ ଅଧିକାର ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ବି. ବୈରାଗୀ ପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଚାଇଲ୍ଡଲାଇନ୍‌ର ନିର୍ଦ୍ଦେଶକ ସୁଧୀର ସାବତଙ୍କ ସମେତ ସର୍ବଶିକ୍ଷା ଅଭିଯାନର ଯୋଜନା ସଂଯୋଜିକା ସାବିତ୍ରୀ ବାଳା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ବ୍ରହ୍ମପୁର

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ

ଦିଗପହଣ୍ଡି,୯।୧୨(ଡି.ଏନ.ଏ.)- ଦିଗପହଣ୍ଡି ଠାରୁ ୬ କିମି ଦୂର ଡ଼େଙ୍ଗାଓସ୍ତା ଗ୍ରାମରୁ ରବିବାର ୧୧୧ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ସ୍କ୍ବାଡ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା।

ଫେରିବାଲାଙ୍କୁ ମରଣାନ୍ତକ ଆକ୍ରମଣ

ଫେରିବାଲାଙ୍କୁ ମରଣାନ୍ତକ ଆକ୍ରମଣ

କ.ନୂଆଗଁ।,୯।୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁ। ଥାନା ନିକଟରେ ଚାଲିଥିବା ସାପ୍ତାହିକ ହାଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଶୀତବସ୍ତ୍ର ବ୍ୟବସାୟ କରୁଥିବା ଜଣେ ଫେରିବାଲାକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଟାଙ୍ଗିଆରେ ହାଣିବାରୁ ସେ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଉତ୍ତରପ୍ରଦେଶ କାନପୁରର ପବନ ସିଂ।  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସମୁଦୁଣୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ସମୁଦୀ ଗିରଫ, ବାଇକ, ଛୁରି ଜବତ

ସମୁଦୁଣୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ସମୁଦୀ ଗିରଫ, ବାଇକ, ଛୁରି ଜବତ

ବୁଗୁଡ଼ା,୯।୧୨(ଡି.ଏନ.ଏ.)- ବୁଗୁଡା ସହର ଅନ୍ନପୂର୍ଣ୍ଣାନଗର ସାହିରେ ଶନିବାର ସମୁଦୁଣୀଙ୍କ ତଣ୍ଟିକାଟି ହତ୍ୟା କରିଥିଲେ ସମୁଦୀ। ଏହି ଘଟଣାରେ ରବିବାର ଅଭିଯୁକ୍ତ ସମୁଦୀଙ୍କୁ ବୁଗୁଡ଼ା ପୋଲିସ ଗିରଫ କରିଛି। ସେ ହେଲେ ଜଗନ୍ନାଥପ୍ରସାଦ ଥାନା ପଟାଧାର ଗ୍ରାମର ବସନ୍ତ ସାହୁ। ପୋଲିସ ବସନ୍ତଙ୍କୁ ତାଙ୍କ ଘରୁ ଗିରଫ କରିଥିବାବେଳେ ଘଟଣାରେ ବ୍ୟବହୃତ ବାଇକ ଓ ଛୁରି ଜବତ କରିଛି।

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ବେଗୁନିଆପଡ଼ା,୯।୧୨(ଡି.ଏନ.ଏ.)- ବେଗୁନିଆପଡ଼ା ଫାଣ୍ଡି ଅଧିନସ୍ଥ କଞ୍ଚଣା-ଭେଜିପୁଟ ରାସ୍ତାର ଏସ.ଛଚିନାସ୍ଥିତ ଗଡାନାଳ ଘାଇ ନିକଟରେ ଶନିବାର ରାତିରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ, ଶନିବାର ରାତି ପ୍ରାୟ ୧୧ଟାରେ ସୁମଣ୍ଡଳ ଗ୍ରାମର ଅଭିରାମ ସାମଲଙ୍କ ପୁଅ ମିଥୁନ(୨୪) ଓ ଅପାଳ ଜେନାଙ୍କ ପୁଅ ଅଜୟ (୨୨) ଗୋଟିଏ ବାଇକରେ ବେଗୁନିଆପଡାରୁ ଗ୍ରାମକୁ ଫେରୁଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ଗାଡି ସହ ଧକ୍କା ହୋଇଥିଲା। ବାଇକସହ ୨ଜଣ  ଘୋସରା ନାଳ ତଳକୁ ଖସି ପଡ଼ିଥିଲେ।

ବାଡାବାଙ୍ଗାରେ ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମ

ବାଡାବାଙ୍ଗାରେ ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୯।୧୨ (ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ  ବାଡାବାଙ୍ଗା ପଞ୍ଚାୟତରେ ଶନିବାର ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  

ରାମ୍ବେଲିରେ ବ୍ୟାପିଲା ଝାଡ଼ାବାନ୍ତି: ଖଟିଆରେ ବୁହାହେଲେ ରୋଗୀ

ରାମ୍ବେଲିରେ ବ୍ୟାପିଲା ଝାଡ଼ାବାନ୍ତି: ଖଟିଆରେ ବୁହାହେଲେ ରୋଗୀ

ଦାରିଙ୍ଗିବାଡ଼ି/ବ୍ରାହ୍ମଣୀଗାଁ, ୯।୧୨ (ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଳକ ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆର ରାମ୍ବେଲିରେ ଗତ କିଛିଦିନ ହେଲା ଝାଡ଼ାବାନ୍ତି ଲାଗିରହିଛିା ଏଥିରେ ଏକାଧିକ ଲୋକ ଆକ୍ରାନ୍ତ ହୋଇଥିବା କୁହାଯାଉଥିବାବେଳେ ଡାକ୍ତର ଦଳ ସେଠାକୁ କେହି ଯାଇନଥିବା ଜଣାପଡ଼ିଛିା

ମାଓବାଦୀଙ୍କ ପ୍ରତିରୋଧ ଦିବସ ପାଳନ: ପୁଣି ମାରିଲେ ବ୍ୟାନର ଓ ପୋଷ୍ଟର

ମାଓବାଦୀଙ୍କ ପ୍ରତିରୋଧ ଦିବସ ପାଳନ: ପୁଣି ମାରିଲେ ବ୍ୟାନର ଓ ପୋଷ୍ଟର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଠାରେ ରବିବାର ମାଓବାଦୀ ବ୍ୟାନର ସହ ପୋଷ୍ଟର ଛପାଯାଇଥିବା ଦେଖିବାକୁ ମିଳିଛିା ସପ୍ତାହକ ମଧ୍ୟରେ ଏହା ମାଓବାଦୀଙ୍କ ଦ୍ୱିତୀୟ ଥର ପାଇଁ ବ୍ୟାନର, ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛିା 

ସ୍କୁଟି ଡିକିରୁ ଟଙ୍କା, ଚେକ୍‌ ଲୁଟ୍‌ ମାମଲା : ୨ ଭାଇ ଗିରଫ

ସ୍କୁଟି ଡିକିରୁ ଟଙ୍କା, ଚେକ୍‌ ଲୁଟ୍‌ ମାମଲା : ୨ ଭାଇ ଗିରଫ

ବ୍ରହ୍ମପୁର ଅଫିସ୍‌,୮ା୧୨-ବ୍ରହ୍ମପୁର ଧର୍ମନଗର କର୍ନାଟକ ବ୍ୟାଙ୍କ ସମ୍ମୁଖରୁ ନକଲି ଚାବିରେ ସ୍କୁଟି ଡିକିରୁ ଟଙ୍କା ଓ ଚେକ୍‌ ଲୁଟ୍‌ ମାମଲାରେ ଟାଉନ ଥାନା ପୋଲିସ ଅଭିଯୁକ୍ତ ୨ ଭାଇଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। 

ଅବକାରୀ, ଗୁଇନ୍ଦା ବିଭାଗ ଚଢ଼ାଉ, ୩ ଗିରଫ

ଅବକାରୀ, ଗୁଇନ୍ଦା ବିଭାଗ ଚଢ଼ାଉ, ୩ ଗିରଫ

ଗୋପାଳପୁର,୯ା୧୨-ଅବକାରୀ ଗୁଇନ୍ଦା ବିଭାଗ, ଜିଲା ଷ୍ଟ୍ରାଇକିଂ ଫୋର୍ସ,  ଚିକିଟି ଓ ଗୋଳନ୍ଥରା ଅବକାରୀ ବିଭାଗ  ପକ୍ଷରୁ ୩ଟି ଗ୍ରାମରେ ଚଢ଼ାଉ କରାଯାଇ ମଦ ଜବତ ସହ ୩ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରାଯାଇଛି। 

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଖଲ୍ଲିକୋଟ,୯ା୧୨(ଡି.ଏନ୍‌.ଏ.) -ଖଲ୍ଲିକୋଟ ବ୍ଲକ ମରେଇ ନୂଆଗାଁ  ଠିକା ବିଦ୍ୟୁତ୍‌ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସେ ହେଲେ  ଜଗମୋହନ ଶବର। ଖୋଜାପଲ୍ଲୀ ପଞ୍ଚାୟତର କେନ୍ଦୁଆଘାଇ ନିକଟରେ ବିଦ୍ୟୁତ୍‌ ତାର ଠିକ୍‌ କରୁଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। 

ହିଞ୍ଜିଳି, ଦିଗପହଣ୍ଡିରେ ପ୍ରାର୍ଥୀ ହେବାକୁ ୭ ଆଶାୟୀ

ହିଞ୍ଜିଳି, ଦିଗପହଣ୍ଡିରେ ପ୍ରାର୍ଥୀ ହେବାକୁ ୭ ଆଶାୟୀ

ବ୍ରହ୍ମପୁର ଅଫିସ,୯ା୧୨-ନିର୍ବାଚନୀ ବିଗୁଲ ବଜାଇଛି ଗଞ୍ଜାମ ଜିଲା କଂଗ୍ରେସ। ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଦଳ ଗୁରୁତ୍ୱ ଦେଇଛି । ଏହି ଜିଲାରେ କଂଗ୍ରେସର ସ୍ଥିତି ସୁଦୃଢ଼ ନ ଥିଲେ ମଧ୍ୟ ପ୍ରାର୍ଥୀ ହେବା ପାଇଁ ସବୁ ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ଧାଡ଼ି ଲାଗିବା ଆରମ୍ଭ ହୋଇଯାଇଛି । 

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ହିିଞ୍ଜିଳିକାଟୁ, ୯ା୧୨ (ଡି.ଏନ୍‌.ଏ.) -ହିିଞ୍ଜିଳିକାଟୁ  ସୁନାଢିମ୍ବିରା ସାହିରେ ଜଣେ ଯୁବକ ଶୁକ୍ରବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଜିତୁ ବେହେରା (୩୦)।  ହିଞ୍ଜିିଳି ପୋଲିସ ମୃତଦେହ ଜବତ କରି ନଂ. ୨୦/୧୮ ରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।