ଖେଳ |

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍‌

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍‌
ଭୁବନେଶ୍ୱର, ୮।୩(କ୍ରୀଡ଼ା ପ୍ରତିନିଧି)- ଭାରତର କ୍ରୀଡ଼ା ରାଜଧାନୀ ଭାବେ ବିବେଚିତ ହେଉଥିବା ଭୁବନେଶ୍ୱରକୁ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାର ସୁଅ ଛୁଟିବାରେ ଲାଗିଛି। ଆସନ୍ତା ନଭେମ୍ବରରେ ହକି ବିଶ୍ୱକପ ଆୟୋଜନ ପୂର୍ବରୁ ଫୁଟବଲ ପ୍ରେମୀଙ୍କ ପାଇଁ ଆସିଛି ଆଉ ଏକ ଶୁଭ ଖବର । ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଆନୁକୂଲ୍ୟରେ ହେବାକୁଥିବା ସର୍ବପ୍ରଥମ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଉଭୟ ଆଇ-ଲିଗ୍‌ ଏବଂ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଶ୍ରେଷ୍ଠ ଦଳ ଗୁଡ଼ିକ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଫେଡେରେଶନ କପ୍‌ର ପରିବର୍ତ୍ତିତ ରୂପଭାବେ ବିବେଚିତ ହେଉଥିବା ସୁପର କପ୍‌ରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବ। ଆଇ-ଲିଗ୍‌ ଏବଂ ଆଇଏସଏଲର ଶ୍ରେଷ୍ଠ ୬ଟି ଲେଖାଏ ଦଳ ସିଧାସଳଖ ଏଣ୍ଟ୍ରି ପାଇବେ। ଉଭୟ ଲିଗ୍‌ର ଅବଶିଷ୍ଟ ୪ଟି ଲେଖାଏ ଦଳ ପରବର୍ତ୍ତୀ ୪ଟି ସ୍ଥାନ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବେ। ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଚଳିତମାସ ୧୫ରୁ ଆରମ୍ଭ ହେବ। ଏହା ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ। ସୁପର କପ୍‌ର ମୁଖ୍ୟ ଟୁର୍ନାମେଣ୍ଟ ମାର୍ଚ୍ଚ ୩୧ରେ ଆରମ୍ଭ ହେବ। ଫାଇନାଲ ମ୍ୟାଚ ଏପ୍ରିଲ ୨୫ରେ ଅନୁଷ୍ଠିତ ହେବ ବୋଲି ବୁଧବାର ଏଆଇଏଫଏଫ ପକ୍ଷରୁ ଘୋଷଣା କରାଯାଇଛି। ଆଇ-ଲିଗ୍‌ରୁ ସୁପର କପ୍‌ ପାଇଁ ଆଇଜଲ, ଇଷ୍ଟ ବେଙ୍ଗଲ, ମିନର୍ଭା ପଞ୍ଜାବ, ମୋହନ ବାଗାନ ଓ ନେରୋକା ସିଧାସଳଖ ଏଣ୍ଟ୍ରି ପାଇଛନ୍ତି। ଶିଲଂଲାଜଂ, ଗୋକୁଳମ୍‌ କେରଳ, ଚେନ୍ନାଇ ସିଟି, ଚର୍ଚ୍ଚିଲ ବ୍ରଦର୍ସ ଓ ଇଣ୍ଡିଆନ ଆରୋଜ୍‌ରୁ ଗୋଟିଏ ଦଳ ଏଥିରେ ସାମିଲ ହେବ। ଅବଶିଷ୍ଟ ୪ଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ। ସେହିପରି ଆଇଏସଏଲ୍‌ରୁ ବେଙ୍ଗାଲୁରୁ ଏଫସି, ଚେନ୍ନାଇନ୍‌ ଏଫସି, ଏଫସି ଗୋଆ, ଜାମସେଦପୁର ଏଫସି, କେରଳ ବ୍ଲାଷ୍ଟର୍ସ ଓ ପୁଣେ ସିଟି ସିଧଳସଳଖ ଏଣ୍ଟି ପାଇଛନ୍ତି। ଆଟଲେଟିକୋ ଡି କୋଲକାତା, ଦିଲ୍ଲୀ ଡାଇନାମସ, ମୁମ୍ବାଇ ସିଟି ଓ ନର୍ଥଇଷ୍ଟ ୟୁନାଇଟେଡ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ। ଯୋଗ୍ୟତା ପର୍ଯ୍ୟାୟ ପାଇଁ ଡ୍ର ଉଠାଣ ଚଳିତମାସ ୯ ତାରିଖରେ ହେବ ବୋଲି ଜଣାଯାଇଛି। ଦଳ ଗୁଡ଼ିକ ୬ ଜଣ ଲେଖାଏ ବିଦେଶୀ ଖେଳାଳିଙ୍କୁ ସାମିଲ କରିପାରିବେ। ତେବେ ଷ୍ଟାର୍ଟିଂ ଇଲେଭେନରେ ସର୍ବାଧିକ ୫ ବିଦେଶୀ ଖେଳାଳି ଖେଳି ପାରିବେ। ପ୍ରକାଶ ଯୋଗ୍ୟ ଯେ ଫେବୃୟାରୀ ୨୫ରେ କଳିଙ୍ଗ ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫସି ଓ ଜାମସେଦପୁର ଏଫସି ମଧ୍ୟରେ ଆଇଏସଏଲ ମ୍ୟାଚ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଜାମସେଦପୁର ଏଫସି କଳିଙ୍ଗ ଷ୍ଟାଡିୟମକୁ ଏହାର ଦ୍ୱିତୀୟ ହୋମ୍‌ ଭେନ୍ୟୁ କରିଥିବାରୁ ଓଡ଼ିଶା ଫୁଟବଲ ପ୍ରେମୀ ଏପରି ଏକ ମ୍ୟାଚର ରୋମାଞ୍ଚ ଉପଭୋଗ କରିଥିଲେ।
All Right Reserved By

ଖେଳ |

ରାଜକୋଟ ଟେଷ୍ଟ: ୨୨ରୁ ବିକ୍ରି ହେବ ଟିକେଟ୍‌

ରାଜକୋଟ ଟେଷ୍ଟ: ୨୨ରୁ ବିକ୍ରି ହେବ ଟିକେଟ୍‌

ରାଜକୋଟ,୨୦।୯(ପି.ଟି.)- ଆସନ୍ତା ଅକ୍ଟୋବର ୪ ତାରିଖରୁ ଏଠାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଲାଗି ଟିକେଟ ୨୨ ତାରିଖରୁ ବିକ୍ରି କରାଯିବ। ଏ ନେଇ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ପକ୍ଷରୁ ଘୋଷଣା କରାଯାଇଛି।

ଓଡ଼ିଶା- ଝାଡଖଣ୍ଡ କ୍ୱାର୍ଟର ଫାଇନାଲ

ଓଡ଼ିଶା- ଝାଡଖଣ୍ଡ କ୍ୱାର୍ଟର ଫାଇନାଲ

ବେଙ୍ଗାଲୁରୁ, ୨୦।୯ (ପି.ଟି.)- ଏଠାରେ ଚାଲିଥିବା ତୃତୀୟ ହକି ଇଣ୍ଡିଆ ୫-ଏ- ସାଇଡ ସିନିୟର ଜାତୀୟ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲ ଲାଇନ ଅପ୍‌ ସ୍ପଷ୍ଟ ହୋଇଛି। ଅଂଶଗ୍ରହଣ କରିଥିବା ୮ଟି ଦଳ କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପ୍ରଥମ କ୍ୱାର୍ଟର ଫାଇନାଲରେ ହରିୟାଣା ଓ ଉତ୍ତରପ୍ରଦେଶ ପରସ୍ପରକୁ ଭେଟିବେ। ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଓଡ଼ିଶା ଓ ଝାଡ଼ଖଣ୍ଡ ମୁହଁାମୁହିଁ ହେବେ।

କ୍ୱାର୍ଟରରେ ଆଜାରେଙ୍କା

କ୍ୱାର୍ଟରରେ ଆଜାରେଙ୍କା

ଟୋକିଓ, ୨୦।୯(ଏଏଫ୍‌ପି)- ବିଶ୍ୱର ପ୍ରାକ୍ତନ ଏକ ନମ୍ବର ମହିଳା ଟେନିସ ଖେଳାଳି ଭିକ୍ଟୋରିଆ ଆଜାରେଙ୍କା ଏଠାରେ ଚାଲିଥିବା ପାନ୍‌ ପାସିଫିକ୍‌ ଓପନ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ପରାଜୟରୁ ଓଡ଼ିଶାର ଅଭିଯାନ

ପରାଜୟରୁ ଓଡ଼ିଶାର ଅଭିଯାନ

ଭୁବନେଶ୍ୱର, ୨୦।୯(ସ୍ପୋଟର୍‌ସ ବ୍ୟୁରୋ)- ପରାଜୟରୁ ଓଡ଼ିଶା କ୍ରିକେଟ ଦଳ ତା’ର ଘରୋଇ କ୍ରିକେଟ ସିଜନ ଆରମ୍ଭ କରିଛି। ଗୁରୁବାର ବିଜୟ ହଜାରେ ଟ୍ରଫି ଏକଦିବସୀୟ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ୬ ଉଇକେଟ୍‌ରେ ଓଡ଼ିଶାକୁ ପରାସ୍ତ କରିଛି।

ପାଣ୍ଡ୍ୟାଙ୍କ ପରେ ଅକ୍ଷର, ଶାର୍ଦ୍ଦୁଳ ବାହାରିଲେ

ପାଣ୍ଡ୍ୟାଙ୍କ ପରେ ଅକ୍ଷର, ଶାର୍ଦ୍ଦୁଳ ବାହାରିଲେ

ଦୁବାଇ, ୨୦।୯(ପି.ଟି.)- ଚଳିତ ଏସିଆ କପ୍‌ ଅଧାରୁ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ କ୍ରିକେଟ ଦଳକୁ ଆଘାତ ସମସ୍ୟା ଚିନ୍ତାରେ ପକାଇଛି। ପ୍ରଥମେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ୍‌ ପଡ଼ିଥିବାବେଳେ ଏବେ ଏହି ତାଲିକାରେ ସ୍ପିନର ଅକ୍ଷର ପଟେଲ ଓ ସ୍ପିଡ୍‌ଷ୍ଟାର ଶାର୍ଦ୍ଦୁଳ ଠାକୁର ଯୋଡ଼ି ହୋଇଛନ୍ତି। 

ରୋନାଲ୍ଡୋଙ୍କୁ ରେଡ୍‌ କାର୍ଡ

ରୋନାଲ୍ଡୋଙ୍କୁ ରେଡ୍‌ କାର୍ଡ

ଭାଲେନସିଆ (ସ୍ପେନ), ୨୦।୯- ତାରକା ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ରେଡ୍‌ କାର୍ଡ ମିଳିଛି। ଏଠାରେ ଖେଳାଯାଇଥିବା ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ୍‌-ଏଚ୍‌’ର ଭାଲେନସିଆ ବିପକ୍ଷ ମ୍ୟାଚ୍‌ରେ ଜୁଭେଣ୍ଟସ୍‌ର ଦାମୀ ଖେଳାଳି ରୋନାଲ୍ଡୋଙ୍କୁ ରେଫରି ରେଡ୍‌ କାର୍ଡ ଦେଖାଇବାରୁ ମ୍ୟାଚ୍‌ ଅଧାରୁ ସେ ପଡ଼ିଆ ଛାଡ଼ିଥିଲେ।

ବେଜିଂ, ସାଂଘାଇ ଟୁର୍ନାମେଣ୍ଟରୁ ନାଡାଲ ଓହରିଲେ

ବେଜିଂ, ସାଂଘାଇ ଟୁର୍ନାମେଣ୍ଟରୁ ନାଡାଲ ଓହରିଲେ

ବାର୍ସିଲୋନା, ୨୦।୯(ଏଏଫ୍‌ପି)- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ତଥା ସ୍ପାନିଶ ତାରକା ରାଫାଲ ନାଡାଲ ଆଘାତ ସମସ୍ୟା ଲାଗି ଆଗାମୀ ଚାଇନା ଓପନ୍‌ ଓ ସାଂଘାଇ ମାଷ୍ଟର୍ସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। 

ଦୁଇ ଦଶନ୍ଧି ତଳର ବିଶ୍ୱରେକର୍ଡ ଭାଙ୍ଗିଲେ ନଦୀମ

ଦୁଇ ଦଶନ୍ଧି ତଳର ବିଶ୍ୱରେକର୍ଡ ଭାଙ୍ଗିଲେ ନଦୀମ

ଚେନ୍ନାଇ, ୨୦।୯(ପି.ଟି.)- ଝାଡ଼ଖଣ୍ଡ ବାମହାତୀ ସ୍ପିନର ଶାହବାଜ ନଦୀମ ଦୁଇ ଦଶନ୍ଧି ତଳର ବିଶ୍ୱରେକର୍ଡ ଭାଙ୍ଗି ନୂତନ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଗୁରୁବାର ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ନଦୀମ ୧୦ ରନ ବିନିମୟରେ ୮ଟି ଉଇକେଟ୍‌ ଅକ୍ତିଆର କରିଥିଲେ।

ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଲେ ଆର୍ଥର

ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଲେ ଆର୍ଥର

ଦୁବାଇ, ୨୦।୯(ପି.ଟି.)- ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାରେ ଭାରତ ନିକଟରୁ ଶୋଚନୀୟଭାବେ ପରାସ୍ତ ହେବା ପରେ ପାକିସ୍ତାନ କୋଚ୍‌ ମିକି ଆର୍ଥର ଦଳର ବ୍ୟାଟ୍ସମ୍ୟାନଙ୍କୁ ଦାୟୀ କରିଛନ୍ତି। ବ୍ୟାଟ୍ସମ୍ୟାନମାନେ ଚାପର ସମ୍ମୁଖୀନ ହୋଇପାରିଲେ ନାହିଁ ବୋଲି ଆର୍ଥର କହିଛନ୍ତି।

ପାଣ୍ଡ୍ୟା ଆଉଟ୍‌: ଚହରଙ୍କୁ ଡାକରା

ପାଣ୍ଡ୍ୟା ଆଉଟ୍‌: ଚହରଙ୍କୁ ଡାକରା

ଦୁବାଇ, ୨୦।୯(ପି.ଟି.)- ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଅଧାରୁ ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ଦଳକୁ ଶକ୍ତ ଧକ୍କା ଲାଗିଛି। ଆହତ ସମସ୍ୟା ଲାଗି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅନ୍ୟତମ ଅଲ୍‌ରାଉଣ୍ଡର ଦୀପକ ଚହରଙ୍କୁ ଦଳ ସହ ଯୋଗଦେବାକୁ ଡାକରା ମିଳିଛି। 

ଦୃଷ୍ଟିହୀନ ଟି୨୦ କ୍ରିକେଟ: ଭାରତୀୟ ଦଳରେ ପଙ୍କଜ, ନକୁଳ

ଦୃଷ୍ଟିହୀନ ଟି୨୦ କ୍ରିକେଟ: ଭାରତୀୟ ଦଳରେ ପଙ୍କଜ, ନକୁଳ

ଭୁବନେଶ୍ୱର, ୨୦।୯(ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ ଭାରତ ଓ ଇଂଲଣ୍ଡ ଦୃଷ୍ଟିହୀନ କ୍ରିକେଟ ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଅକ୍ଟୋବର ୨ରୁ ବାଙ୍ଗାଲୋରରେ ଆରମ୍ଭ ହେବ। ଏଥିଲାଗି ଓଡ଼ିଶାର ପଙ୍କଜ ଭୁଏ ଓ ନକୁଳ ବଡ଼ନାୟକଙ୍କୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସ୍ଥାନ ମିଳିଛି।

କ୍ୟାମ୍ପରେ ଅମିତ, ଚାପ ନା ବାସ୍ତବତା

କ୍ୟାମ୍ପରେ ଅମିତ, ଚାପ ନା ବାସ୍ତବତା

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଓ ବିଶ୍ୱକପକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବର ୧୨ରେ ଘୋଷିତ ୨୫ ଜଣିଆ କୋର ଗ୍ରୁପ ଖେଳାଳି ତାଲିକାରେ ଜଣେ ହେଲେ ଓଡ଼ିଶା ଖେଳାଳି ସାମିଲ ନ ଥିଲେ। ବୀରେନ୍ଦ୍ର ଲାକ୍ରା ଆହତ ସମସ୍ୟାରେ ଥିବା ପ୍ରକାଶ କରାଯାଇଥିଲା।